Posted inଫୁରସତ

ଗୋଟିଏ ଛେଳିକୁ ୨ ମାଲିକ ନିଜର ବୋଲି କହି କଲେ ଦାବି, ଶେଷରେ ଛେଳି ଦେଲା ଏମିତି ନ୍ୟାୟ

ରାଜସ୍ଥାନର ଉଦୟପୁରରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଯାହା ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଯେଉଁ ସମସ୍ୟାର ସମାଧାନ ଗାଁ ସରପଞ୍ଚ ଏବଂ ପୋଲିସ କରି ପାରିଲେନି ସେତେବେଳେ ନିରୀହ ପଶୁଟି ନିଜକୁ ନ୍ୟାୟ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଜାଣନ୍ତୁ ପୂରା ଘଟଣା ସମ୍ପର୍କରେ…

ଉଦୟପୁରର ବଲ୍ଲଭନଗର ତହସିଲ ଖେରୋଡ଼ା ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ଯେଉଁଠାରେ ଗୋଟିଏ ଛେଳିକୁ ଦୁଇଜଣ ମାଲିକ ମୋର କହି ଦାବି କରିଥିଲେ। ଏନେଇ ଥାନାରେ ମାମଲା ରୁଜୁ ହୋଇଥିଲା। ଏହା ଉପରେ ଖେରୋଡ଼ା ଥାନା ଅଧିକାରୀଙ୍କ ଟିମ୍‌ ଉଭୟ ମାଲିକଙ୍କୁ ଛେଳି ସହିତ ଉପସ୍ଥିତ ରହିବାକୁ କହିଥିଲେ। ଏହା ପରେ ଛେଳି ତାଙ୍କ ଛୁଆ ପାଖକୁ ଯାଇ କ୍ଷୀର ଦେଇ ଘଟଣା ସତ୍ୟ ଉନ୍ମୋଚନ କରିଥିଲା।

ଖେରୋଡା ଥାନା ଅନ୍ତର୍ଗତ ଧୋଲାକୋଟ ଗାଁର ବାସିନ୍ଦା ବାବରୁ ରାଓ୍ବତଙ୍କ ଛେଳି ଜଙ୍ଗଲରେ ଚରିବାକୁ ଯାଇ ସେଠାରୁ ହଜିଯାଇଥିଲା। ଯେତେବେଳେ ବାବ୍‌ରୁ ଗାଁ ଏବଂ ଏହାର ଆଖପାଖ ଅଞ୍ଚଳରେ ଛେଳି ଖୋଜିଥିଲେ, ସେତେବେଳେ ସେ ଗାଁଠାରୁ ୪ କିମି ଦୂରରେ ଥିବା ମାସିଙ୍ଗପୁରା ଗାଁର ଡାଙ୍ଗଫଲାରେ ଥିବା ଖବର ପାଇଥିଲେ।

ବାବ୍‌ରୁ ମାସିଙ୍ଗପୁରା ଗାଁର ଓମ୍‌କାରଲାଲ ରାଓ୍ବତଙ୍କ ଘରେ ପହଞ୍ଚିବା ପରେ ସେଠାରେ ତାଙ୍କ ଛେଳି ବନ୍ଧା ହୋଇଥିବା ଦେଖିବାକୁ ପାଇଥିଲେ। ଏହି ସମୟ ମଧ୍ୟରେ ଓମ୍‌କାରଲାଲ ଛେଳିକୁ ନିଜର ବୋଲି କହି ବାବ୍‌ରୁଙ୍କୁ ତଡ଼ି ଦେଇଥିଲେ। କିନ୍ତୁ ବାବ୍‌ରୁ ହାର୍‌ ମାନି ନ ଥିଲେ। ସେ ଗାଁ ସରପଞ୍ଚଙ୍କ ସମର୍ଥନ ଲୋଡ଼ିଥିଲେ ମଧ୍ୟ ତାହା ସଫଳ ହୋଇ ନ ଥିଲା। ଏହା ପରେ ବାବ୍‌ରୁ ଏହାକୁ ଖେରୋଡା ଥାନାରେ ଜଣାଇଥିଲେ। ପୋଲିସ କର୍ମଚାରୀମାନେ ବାବ୍‌ରୁ ଏବଂ ଓମ୍‌କାରଙ୍କୁ ଥାନାକୁ ଡକାଇଥିଲେ।

ଏଥିରେ ଛେଳି ବାବ୍‌ରୁଙ୍କ ଛେଳିଛୁଆ ପାଖକୁ ଯାଇ କ୍ଷୀର ଖାଇବାକୁ ଦେଇଥିଲା। ଏହି ସମୟରେ, ଓମ୍‌କାର ଆଣିଥିବା ଛୁଆ ମୁଣ୍ଡରେ ଆଘାତ କରି ତଡ଼ି ଦେଇଥିଲା। ଛେଳି ଦ୍ୱାରା କରାଯାଇଥିବା ଏହି ନ୍ୟାୟ ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏଥିସହ ପୋଲିସ ପ୍ରକୃତ ଛେଳି ମାଲିକ ବାବ୍‌ରୁଙ୍କୁ ତାଙ୍କ ଛେଳି ହସ୍ତାନ୍ତର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri