ଆଣ୍ଟିଜେନ କିଟ୍‌ ଅଭାବରୁ ଫେରୁଛନ୍ତି ରୋଗୀ

କଟକ ଅଫିସ,୨୮।୮: ସରକାର କହୁଛନ୍ତି ଟେଷ୍ଟ ସଂଖ୍ୟା ବଢିଲେ ପଜିଟିଭ ସଂଖ୍ୟା ବଢିବ। ତେବେ ଯାଇ ଶୀଘ୍ର କରୋନାକୁ ମାତ୍‌ ଦେଇହେବ। କିନ୍ତୁ କଟକରେ ଏହି କଥାର କିଛି ଗୁରୁତ୍ୱ ଥିଲା ପରି ମନେ ହେଉ ନାହିଁ। କାରଣ ଏଠାରେ ଚଳିତ ସପ୍ତାହର ପ୍ରଥମ ଦିନରୁ ହିଁ ପ୍ରମୁଖ ହସ୍ପିଟାଲ ଗୁଡ଼ିିକରେ ଟେଷ୍ଟ କରିବା ପାଇଁ ଆଣ୍ଟିଜେନ କିଟ୍‌ର ଅଭାବ ପରିଲକ୍ଷିତ ହୋଇଛି। ଗତ ସୋମବାର କଟକସ୍ଥ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନରେ କିଟ୍‌ ନ ଥିବା ନେଇ ଏସ୍‌ସିବିର ଭିଡିଆର୍‌ଏଲ୍‌ ବିଭାଗକୁ ଅବଗତ କରାଯାଇଥିଲା। ଫଳରେ ମଙ୍ଗଳବାର କାମ ଚଳାଇବା ଲାଗି ୫୦ଟି କିଟ୍‌ ମିଳିଥିଲା। କିନ୍ତୁ ପ୍ରକୃତ ପକ୍ଷେ ଏଠାରେ କାଜୁଆଲିଟି, ଆଉଟଡୋର୍‌, ରେଡିଓଥେରାପି, କେମୋଥେରାପି ଆଦି ବିଭାଗ ପାଇଁ ଦୈନିକ ୧୫୦ କିଟ୍‌ ଆବଶ୍ୟକ ପଡ଼ିିଥାଏ। ତେଣୁ ମଙ୍ଗଳବାର କେବଳ ଆଉଟଡୋର୍‌ରେ ଟେଷ୍ଟ କରିବା ପାଇଁ ୧୦୦ ଜଣ ନାମ ପଞ୍ଜୀକରଣ କରିଥିଲେ। କିନ୍ତୁ ୬୦ଜଣଙ୍କ ଟେଷ୍ଟ ପରେ କିଟ୍‌ ସରିଯିବାରୁ ଅବଶିଷ୍ଟ ୪୦ଜଣଙ୍କୁ ଫେରାଇ ଦିଆଯାଇଥିଲା। ଗାଡ଼ି ଚଳାଚଳ ସ୍ବାଭାବିକ ନ ହୋଇଥିବାରୁ ସେମାନେ ହଇରାଣ ହୋଇ ଘରକୁ ଫେରିଥିଲେ। ପରେ ବୁଧବାର ଆଉ ୫୦ କିଟ୍‌ ସିଡିଏମ୍‌ଓ କାର୍ଯ୍ୟାଳୟରୁ ମିଳିଥିଲା। ଗୁରୁବାର ଆଉଟଡୋରରେ ୯୩ ରୋଗୀ ନାମ ପଞ୍ଜୀକରଣ କରିଥିଲେ। ୫୦ ଜଣଙ୍କ ପରୀକ୍ଷା ସରିବା ପରେ ବାକି ରୋଗୀଙ୍କ ଆର୍‌ଟିପିସିଆର୍‌ ବାଧ୍ୟ ହୋଇ କରାଯାଇଥିଲା। ଯାହା ସମୟ ସାପେକ୍ଷ ଥିଲା। ଏଠାରେ ରୋଗୀଙ୍କ ଚିକିତ୍ସା ପକ୍ରିୟା ଆରମ୍ଭ କରିବାକୁ ଅଧିକ ଦିନେ ଦୁଇଦିନ ଅପେକ୍ଷା କରିବାକୁ ପଡୁଛି। କାରଣ ଚିକିତ୍ସା ପୂର୍ବରୁ କରୋନା ପରୀକ୍ଷା ବାଧ୍ୟତାମୂଳକ ରହିଛି।
କେବଳ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନ ନୁହେଁ ଏସ୍‌ସିବିରେ ମଧ୍ୟ ସମାନ ସ୍ଥିତି। ଏଠାରେ ଆଣ୍ଟିଜେନ କିଟ୍‌ ନ ଥିବାରୁ ଗୁରୁବାର ସୁପର୍‌ ସ୍ପେସିଆଲିଟି ଆଉଟଡୋର୍‌ରେ ଶତାଧିକ ରୋଗୀ ହଇରାଣ ହୋଇଛନ୍ତି। ଉଭୟ ନ୍ୟୁରୋଲୋଜି ଓ ନେଫ୍ରୋଲୋଜି ବିଭାଗ ଆଉଟଡୋର୍‌ରେ ଡାକ୍ତରଙ୍କ ପରାମର୍ଶ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ରୋଗୀ ଆସିଥିଲେ। କିନ୍ତୁ ମାତ୍ର ୨୦ଜଣଙ୍କ ଆଣ୍ଟିଜେନ ପରୀକ୍ଷା କରାଯିବା ପରେ କିଟ୍‌ ସରିଗଲା। ଫଳରେ ହସ୍ପିଟାଲ କର୍ତ୍ତୃପକ୍ଷ ବିକଳ୍ପ ଭାବେ ଆର୍‌ଟିପିସିଆର୍‌ କରାଇଥିଲେ। ରିପୋର୍ଟ ବିଳମ୍ବରେ ଆସିବା ଯୋଗୁ ଯେଉଁମାନେ ସେହି ଦିନ ଘରକୁ ଫେରିବାର ଥିଲା ସେମାନେ ବାଧ୍ୟ ହୋଇ ଅଟକି ରହିଲେ। ଏବେ ଉଭୟ ମେଡିକାଲ୍‌ କର୍ମଚାରୀ ଓ ରୋଗୀ କିଟ୍‌ ନ ଥିବା କାରଣରୁ ପ୍ରତିଦିନ ହନ୍ତସନ୍ତ ହେଉଛନ୍ତି। କିଟ୍‌ ଅଭାବ ଅଭିଯୋଗକୁ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନ, ଏସ୍‌ସିବି କର୍ତ୍ତୃପକ୍ଷ ଏବଂ କଟକ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ସ୍ବୀକାର କରିଛନ୍ତି। ଏ ନେଇ ସିଡିଏମ୍‌ଓ ଡା. ସତ୍ୟବ୍ରତ ଚ୍ଛୋଟରାୟ କହିଛନ୍ତି, ଆମେ ଶୁଣୁଛୁ କିଟ୍‌ ଭୁବନେଶ୍ୱରରେ ଯଥେଷ୍ଟ ଅଛି, କିନ୍ତୁ କଟକରେ ଅଭାବ। ତଥାପି ସମସ୍ୟା ଶୀଘ୍ର ସମାଧାନ ହୋଇଯିବ ବୋଲି ଆଶା ରଖିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri