କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଜୟନ୍ତ

ପୁରୀ ଅଫିସ,୨୫।୮:  ବଗଲା ଧର୍ମଶାଳା ଜମି ବିବାଦ ଦିନକୁ ଦିନ ଅଧିକ ଜଟିଳ ହୋଇପଡୁଛି। ଏହି ଧର୍ମଶାଳାର ଜମି ବିକ୍ରିକୁ ଭାଜପା, କଂଗ୍ରେସ ଏବଂ ସିପିଆଇ(ଏମ୍‌) ପକ୍ଷରୁ ବିରୋଧ, ବିକ୍ଷୋଭ ଓ ପ୍ରତିବାଦ ଜାରି ରହିଛି। ସୋମବାର ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଏହି ପ୍ରସଙ୍ଗରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ଏବଂ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଛନ୍ତି। ପୁରୀ ଜିଲାପାଳଙ୍କ ବେଆଇନ କାମ ଯୋଗୁ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇପାରେ। ତେଣୁ ଏଥିରେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ବିଧାୟକ ଷଡ଼ଙ୍ଗୀ ଦୁଇ କେନ୍ଦ୍ର ମନ୍ତ୍ରୀଙ୍କୁ ଅନୁରୋଧ ଜଣାଇଛନ୍ତି।
ବିଧାୟକ ଷଡ଼ଙ୍ଗୀ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ, ୧୯୦୪ ମସିହାରେ ବଳଗଣ୍ଡି ମୌଜାର ୨ ଏକର ୫୭୪ ଡେସିମିଲ ଜମିରେ ବାବୁ କହ୍ନେୟାଲାଲ ବଗଲା ଏକ ଧର୍ମଶାଳା ତିଆରି କରିଥିଲେ। ପୁରୀ ଆସୁଥିବା ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଭକ୍ତମାନେ ଯେପରି କମ୍‌ ଅର୍ଥରେ ଏଠାରେ ସୁବିଧାରେ ରହିପାରିବେ ସେଥିପାଇଁ ୧୯୦୫ରେ ସେ ଏହି ଧର୍ମଶାଳାକୁ ପୁରୀ ଜିଲାପାଳ ତଥା ଲଜିଂ ହାଉସ୍‌ ଫଣ୍ଡ କମିଟି ସଭାପତିଙ୍କୁ ହସ୍ତାନ୍ତର କରିଥିଲେ। ଫଳରେ ଭାରତର ବିଭିନ୍ନ ସ୍ଥାନରୁ ଆସୁଥିବା ତୀର୍ଥଯାତ୍ରୀ, ଭକ୍ତ ଏହାଦ୍ୱାରା ଉପକୃତ ହେଉଥିଲେ। ମାତ୍ର ୨୦୧୮ରେ ରାଜ୍ୟ ସରକାର ଓଡ଼ିଶା ପ୍ଲେସେସ୍‌ ଅଫ୍‌ ପିଲିଗ୍ରିମେଜ୍‌ ଆଇନ ୧୯୨୦କୁ ଉଚ୍ଛେଦ କରିବା ସହ ଲଜିଂ ହାଉସ୍‌ ଫଣ୍ଡ କମିଟିକୁ ଭାଙ୍ଗି ଦେଇଥିଲେ। ବଗଲା ଧର୍ମଶାଳାର ପୁନରୁଦ୍ଧାର କାମ ଚାଲିଥିବାବେଳେ ଏହାକୁ ହଠାତ୍‌ ବନ୍ଦ କରି ଦିଆଯାଇଥିଲା। ଚଞ୍ଚକତା କରାଯାଇ ବଗଲା ଜମିକୁ ଏବେ ବେଆଇନ ଭାବେ ବିକ୍ରି କରାଯାଇଛି। ଏହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଆଗକୁ ଏହା ଆଇନ ଶୃଙ୍ଖଳା ପରିସ୍ଥିତିର କାରଣ ହୋଇପାରେ। ତେଣୁ ଏଥିରେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ଜୟନ୍ତ ଦୁଇ କେନ୍ଦ୍ର ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।
ଅନ୍ୟପକ୍ଷରେ ଭାଜପା ପକ୍ଷରୁ ଗତ ତିନିଦିନ ଭଳି ସୋମବାର ମଧ୍ୟ ବଗଲା ଧର୍ମଶାଳା ସମ୍ମୁଖରେ ଧାରଣା ଦିଆଯାଇଥିଲା। ବଗଲା ଜମିର ଯେଉଁ ବିକ୍ରି କବଲା କରାଯାଇଛି ତାହାକୁ ରଦ୍ଦ କରାଯାଉ। ବଗଲା ଧର୍ମଶାଳାର ପୁନରୁଦ୍ଧାର କରାଯାଇ ଗରିବ ଭକ୍ତଙ୍କ ରହଣି ସୁବିଧା ହେଉ ବୋଲି ଭାଜପା ଦାବି କରିଛି। ବିଧାୟକ ଷଡ଼ଙ୍ଗୀଙ୍କ ସହ ଭାଜପାର ପୂର୍ବତନ ଜିଲା ସଭାପତି ପ୍ରଭଞ୍ଜନ ମହାପାତ୍ର, ଯୁବମୋର୍ଚ୍ଚା ସଭାପତି ଜୟନ୍ତ ଦାଶ, ବିଜୟ ପ୍ରଧାନ, ସୋମନାଥ ଦାସ, ସୌମ୍ୟା ମିଶ୍ର, ଅନୀତା ପଟ୍ଟନାୟକ, ଅଜିତ ସାମନ୍ତରାୟ, ବିଶ୍ୱଜିତ ମହାନ୍ତି, ପ୍ରଦୀପ ପରିଡ଼ା ପ୍ରମୁଖ ଏହି ଧାରଣାରେ ସାମିଲ ଥିଲେ। ମଙ୍ଗଳବାର ଯୁବ କଂଗ୍ରେସ ପକ୍ଷରୁ ବଗଲା ଧର୍ମଶାଳା ଆଗରେ ପ୍ରତିବାଦ ସଭା କରାଯିବ। ସେହିପରି ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ଧାରଣା ଦିଆଯିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri