ବଢୁଛି ଆପରାଧିକ କାର୍ଯ୍ୟକଳାପ

ପୁରୀ ଅଫିସ,୨୦ା୮: ପୁରୀରେ କୌଣସି ପ୍ରକାର ଅପରାଧକୁ ବରଦାସ୍ତ କରାଯିବ ନାହିଁ। ଆଧ୍ୟାତ୍ମିକ ସହର ପୁରୀରେ ଅପରାଧ କିମ୍ବା ଅପରାଧୀଙ୍କ କୌଣସି ସ୍ଥାନ ନାହିଁ। ଅପରାଧୀ ଯିଏ ବି ହୁଅନ୍ତୁ ନା କାହିଁକି କାହାକୁ ଛଡ଼ାଯିବ ନାହିଁ। ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୁରୀ ଜିଲାର ଅପରାଧୀ ଅପରାଧ ନଚେତ ପୁରୀ ଛାଡ଼ିିଦିଅନ୍ତୁ। ଜିଲାର ପୋଲିସ ମୁଖିଆ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଗତମାସ ୨୧ ତାରିଖରେ ଅପରାଧୀଙ୍କୁ ଏମିତି ଢଙ୍ଗରେ କଡ଼ା ଚେତାବନୀ ଦେଇଥିଲେ ଏସ୍‌ପି ଅଖିଳେଶ୍ୱର ସିଂ। କିନ୍ତୁ ଏହି ଚେତାବନୀକୁ ସତେଯେମିତି ଫୁ’ କରିଛନ୍ତି ଅପରାଧୀ। ପୋଲିସକୁ ଚ୍ୟାଲେଞ୍ଜ ଦେଇ ଘଟାଇଚାଲିଛନ୍ତି ଏକାଧିକ ଆପରାଧିକ କାର୍ଯ୍ୟକଳାପ। ନୂଆ ଏସ୍‌ପିଙ୍କ ଯୋଗଦାନ ପରେ ଜିଲାରେ ବାଇକ୍‌ ଲୁଟେରା ଗ୍ୟାଙ୍ଗ, ହାଇପ୍ରୋଫାଇଲ ଜୁଆଡ଼ିି ଧରାପଡ଼ିବା ସହ ୫୦ରୁ ଊର୍ଦ୍ଧ୍ୱ ବାଇକ୍‌ ଜବତ କରାଯାଇଥିଲେ ସୁଦ୍ଧା ଚୋରି, ଡକାୟତି, ଜୁଆଖେଳ, ଶଟର ତାଡ଼ି ଲୁଟ୍‌ ଭଳି ଅପରାଧ ବଢ଼ିବାରେ ଲାଗିଛି। ଏପରି କି ପୋଲିସକୁ ଆକ୍ରମଣ କରିବା, ଅଟକ ରଖିବା ସହ ସର୍ଭିସ ବନ୍ଧୁକ ମଧ୍ୟ ଛଡ଼ାଇ ନେଉଛନ୍ତି। ସେହିପରି କୋଭିଡ୍‌ ସଂକ୍ରମିତଙ୍କୁ ଆଣିବାକୁ ଯାଇ କେତେକ ସ୍ଥାନରେ ଆକ୍ରମଣର ଶିକାର ହୋଇଛନ୍ତି କରୋନା ଯୋଦ୍ଧା।
ଜୁଲାଇ ୨୦ରେ ବାଲୁଖଣ୍ଡ ଅଭୟାରଣ୍ୟରେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଆକ୍ରମଣ ଓ ଦୁର୍ବ୍ୟବହାର ହୋଇଥିଲା। ଉକ୍ତ ଘଟଣାର ୪ଦିନ ପରେ ଅର୍ଥାତ ୨୪ତାରିଖ ରାତି ପ୍ରାୟ ୧୨ଟାରେ କାକଟପୁର ଥାନା ଭଣ୍ଡିସାହି ଗଁାରେ ଏକ ଜୁଆ ଆଡ୍ଡା ଉପରେ ଚଢାଉ କରିଥିଲା କାକଟପୁର ପୋଲିସ। ଜୁଆଡିମାନେ ଛତ୍ରଭଙ୍ଗ ଦେଇଥିବାବେଳେ ପୋଲିସ ୪ ଜଣଙ୍କୁ କାବୁ କରିଥିଲା। ମାତ୍ର ସେମାନଙ୍କୁ ଥାନାକୁ ନେବାବେଳେ ଅଭିଯୁକ୍ତଙ୍କ ସମ୍ପର୍କୀୟ ପୋଲିସ ଗାଡ଼ିକୁ ଅଟକାଇବା ସହ ଆକ୍ରମଣ କରି ସର୍ଭିସ ବନ୍ଧୁକ ଓ ମୋବାଇଲ ଫୋନ ଛଡ଼ାଇ ନେଇଥିଲେ। ଆକ୍ରମଣରେ ଏଏସ୍‌ଆଇ ସୂର୍ଯ୍ୟମଣି ମାଝି, ହୋମ୍‌ଗାର୍ଡ ପ୍ରମୋଦ କାଣ୍ଡି ଆହତ ହୋଇଥିଲେ। ୨୬ ତାରିଖରେ ପେଣ୍ଠକଟାରେ କରୋନା ସଂକ୍ରମିତଙ୍କୁ ହସ୍ପିଟାଲ ନେବା ପାଇଁ ସ୍ବାସ୍ଥ୍ୟକର୍ମୀଙ୍କ ସହ ପୋଲିସର ଛକାପଞ୍ଝା ହୋଇଥିଲା। ସ୍ଥାନୀୟ ଅଞ୍ଚଳବାସୀ ପଜିଟିଭ ରିପୋର୍ଟ ଦେଖାଇବା ଦାବି କରି ଯୁକ୍ତିତର୍କ କରିଥିଲେ। ଏପରି କି କରୋନା ସଂକ୍ରମିତଙ୍କୁ ଛଡ଼ାଇ ନେବା ସହ ପୋଲିସ ଏବଂ ସ୍ବାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କରିଥିଲେ। ସେହିପରି ଅଗଷ୍ଟ ୬ରେ ଗୋପ ଥାନା ପୋଲିସ ଏକ ଚୋରି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଧରିବା ପାଇଁ ରେଢୁଆ ଗଁ।କୁ ଯାଇଥିଲା। ମାତ୍ର ତାହା ମିଥ୍ୟା ଅଭିଯୋଗ ହୋଇଥିବା କହି ଗ୍ରାମବାସୀ ଅଭିଯୁକ୍ତଙ୍କୁ ଛାଡ଼ିି ନ ଥିଲେ। ବରଂ ୨ ଏଏସ୍‌ଆଇଙ୍କ ସହ ୧୦ ପୋଲିସ କର୍ମୀଙ୍କୁ ୬ଘଣ୍ଟା ଅଟକ ରଖିଥିଲେ। କେବଳ ଏତିକି ନୁହେଁ ଗତ ୨୭ ଦିନ ମଧ୍ୟରେ ଅନେକ ଅପରାଧମୂଳକ ଘଟଣା ଜିଲାରେ ଘଟିଛି। ଆପରାଧିକ କାର୍ଯ୍ୟକଳାପକୁ ରୋକିବାକୁ ଚେଷ୍ଟା କରାଯାଉଥିଲେ ହେଁ ଏହା ରୋକାଯାଇ ପାରୁ ନାହିଁ। ଏ ସମ୍ପର୍କରେ ଏସ୍‌ପି ଅଖିଳେଶ୍ୱର ସିଂ କହିଛନ୍ତି, ପୁରୀରେ ଯୋଗଦେବାର ମାସଟିଏ ହୋଇନାହିଁ । ଏକାଦିନେ ଜିଲାକୁ ଅପରାଧମୁକ୍ତ କରିହେବ ନାହିଁ। ସମୟ ଲାଗିବ। ୪/୬ ମାସ ପରେ ନିଶ୍ଚିତ ଫରକ କ’ଣ ଲୋକେ ଜାଣିପାରିବେ ବୋଲି ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri