Posted inଖେଳ

ଷ୍ଟିଭେନ ଡିଆସ ଓଡ଼ିଶା ଏଫସିର ସହକାରୀ କୋଚ୍‌

ଭୁବନେଶ୍ୱର, ୧୩।୮(କ୍ରୀଡ଼ା ପ୍ରତିନିଧି)- ଭାରତର ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ଷ୍ଟିଭେନ ଡିଆସ ଓଡ଼ିଶା ଏଫସିର ସହକାରୀ କୋଚ୍‌ ନିଯୁକ୍ତ ହୋଇଛନ୍ତି। ୩୬ ବର୍ଷୀୟ ଏହି ମିଡ୍‌ଫିଲ୍ଡର ଇଣ୍ଡିଆନ ସୁପର ଲିଗ୍‌(ଆଇଏସଏଲ)ରେ ଭୁବନେଶ୍ୱର ଭିତ୍ତିକ ଫ୍ରାଞ୍ଚାଇଜ୍‌ ସହିତ ଏକ ବର୍ଷ ପାଇଁ ଚୁକ୍ତି କରିଛନ୍ତି। ଭାରତୀୟ ଜାତୀୟ ଦଳ ବ୍ୟତୀତ ଏୟାର ଇଣ୍ଡିଆ, ମହିନ୍ଦ୍ରା ୟୁନାଇଟେଡ, ଚର୍ଚ୍ଚିଲ ବ୍ରଦର୍ସ, ଦିଲ୍ଲୀ ଡାଇନାମସ ଓ ମୁମ୍ବାଇ ଏଫସି ପରି ନାମୀ କ୍ଲବ ସହିତ କାର୍ଯ୍ୟ କରି ସାରିଥିବା ଷ୍ଟିଭେନ ଗତ ସିଜନରେ ଜାମସେଦପୁର ଏଫସିର ସହକାରୀ କୋଚ୍‌ ଥିଲେ। ସ୍ପାନିଶ୍‌ ଷ୍ଟ୍ରେନ୍ଥ ଆଣ୍ଡ କଣ୍ଡିଶନିଂ କୋଚ୍‌ ଜୋଆନ କାସାନୋଭା ଆଗାମୀ ସିଜନ ପାଇଁ ମଧ୍ୟ ଓଡ଼ିଶା ଏଫସି ସହିତ ରହିବେ। ପୂର୍ବତନ ମୁଖ୍ୟ କୋଚ୍‌ ଜୋସେପ ଗୋମ୍ବାଉଙ୍କ କୋଚିଂ ଟିମ୍‌ର ସଦସ୍ୟ ଥିବା କାସାନୋଭାଙ୍କ କାର୍ଯ୍ୟକାଳକୁ ଆଉ ୧ ବର୍ଷ ପାଇଁ ବଢ଼ାଇ ଦିଆ ଯାଇଛି। ଓଡ଼ିଶା ଏଫସିର ଏହି ଦୁଇ ନୂଆ ନିଯୁକ୍ତି ସମ୍ପର୍କରେ ମୁଖ୍ୟ କୋଚ୍‌ ଷ୍ଟୁଆର୍ଟ ବକ୍ସଟର କୁହନ୍ତି ଯେ, ଷ୍ଟିଭେନ ନିଜ କ୍ୟାରିୟରରେ ଜଣେ ସଫଳ ଖେଳାଳି ଥିଲେ। ସେ କୋଚ୍‌ଭାବେ ଉନ୍ନତି କରିଥିବାରୁ ଆମପାଇଁ ଉପାଦେୟ ହେବେ। ଜୋଆନଙ୍କ ସହିତ କାମ କରିବା ପାଇଁ ଖେଳାଳିମାନେ ସହଜ ମଣୁଛନ୍ତି। ତେଣୁ ଆଗାମୀ ସିଜନ ପାଇଁ ମଧ୍ୟ ସେ ତାଙ୍କ କାର୍ଯ୍ୟ ଜାରି ରଖିବେ।
ସହକାରୀ କୋଚ୍‌ ନିଯୁକ୍ତ ହେବାପରେ ଷ୍ଟିଭେନ ମଧ୍ୟ ନିଜ ମତ ରଖିଛନ୍ତି। ଅଭିଜ୍ଞ କୋଚ୍‌ ଷ୍ଟୁଆର୍ଟ ବକ୍ସଟରଙ୍କ ସହ କାମ କରିବା ପାଇଁ ଓଡ଼ିଶା ଏଫସିରେ ଯୋଗ ଦେଇଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ। ଏହି କ୍ଲବ ଭାରତୀୟ ଯୁବ ଖେଳାଳିଙ୍କୁ ପ୍ରୋତ୍ସାହିତ କରି ଆସୁଛି। ତେଣୁ ମୁଁ ଏହି ଦଳ ସହ କାର୍ଯ୍ୟ କରିବାକୁ ଇଚ୍ଛା ପ୍ରକାଶ କରିଛି। ମୋ ଉପରେ ଭରସା କରିଥିବାରୁ ମ୍ୟାନେଜମେଣ୍ଟକୁ ଧନ୍ୟବାଦ ଜଣାଉଛି ବୋଲି ସେ ପ୍ରକାଶ କରିଛନ୍ତି। ସେହିପରି ଓଡ଼ିଶା ଏଫସି ଦଳରେ ନିଜ ପଦରେ ଅପରିବର୍ତ୍ତିତ ରହିଥିବାରୁ ଖୁସି ଜାହିର କରିଛନ୍ତି ଜୋଆନ। ଗତ ସିଜନରେ ଅନେକ ଚ୍ୟାଲେଞ୍ଜ ଆସିଥିଲା। ଆମେ ସେ ସବୁକୁ ମୁକାବିଲା କରି ଶେଷରେ ଭଲ ପୋଜିଶନରେ ରହିଥିଲୁ। ଶେଷ ଗେମ୍‌ ପର୍ଯ୍ୟନ୍ତ ଆମର ପ୍ଲେ-ଅଫ୍‌ ପ୍ରବେଶ ଆଶା ରହିଥିଲା। ଆସନ୍ତା ସିଜନରେ ଆମ ଦଳ ଅତିକମ୍‌ରେ ପ୍ଲେ-ଅଫ୍‌ରେ ପ୍ରବେଶ କରିବା ଆଶା ରହିଛି। ଷ୍ଟୁଆର୍ଟ ଓ ନୂଆ କୋଚିଂ ଟିମ୍‌ ସହିତ କାମ କରିବା ପାଇଁ ମୁଁ ଅପେକ୍ଷା କରି ରହିଛନ୍ତି ବୋଲି ଜୋଆନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

ଫେଲ ମାରିଲା ‘ମେଡ ଇନ ଚାଇନା’! ଥାଇଲ୍ୟାଣ୍ଡ ବିରୋଧରେ ପ୍ରୟୋଗ ସମୟରେ ଫାଟିଲା ରକେଟ ସିଷ୍ଟମ, ୮ ସେନା ମୃତ

ବ୍ୟାଙ୍କକ,୨୬।୧୨: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନାର JF-17 ଥଣ୍ଡର ଲଢୁଆ ବିମାନ ଲିବିଆକୁ ବିକ୍ରି କରିଥାଇପାରନ୍ତି, କିନ୍ତୁ ବାସ୍ତବତା ହେଉଛି ଚାଇନା ଅସ୍ତ୍ରଶସ୍ତ୍ରର...

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

ଓମ୍‌ସା ଆନ୍ଦୋଳନ: ଘଣ୍ଟାଏ ବନ୍ଦ ରହିବ ରୋଗୀ ସେବା

ଛତ୍ରପୁର,୨୬ା୧୨(ଦିଲୀପ ସାମଲ): ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଖାଲି ପଡିଥିବା ପଦବୀ ପୂରଣ ସହ ଡାକ୍ତରଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri