ଶ୍ରୀମନ୍ଦିର ପାର୍ଶ୍ୱ ଉଚ୍ଛେଦ, ଥଇଥାନକୁ ମୋହର

ଭୁବନେଶ୍ୱର, ୧୩।୮(ବ୍ୟୁରୋ): ଶ୍ରୀମନ୍ଦିର ବିକାଶ ଲାଗି ରାଜ୍ୟ ସରକାର ମେଘନାଦ ପାଚେରି ଚତୁଃପାର୍ଶ୍ୱରେ ୭୫ ମିଟର ଦୂରତାରେ ଥିବା ସମସ୍ତ ବେସରକାରୀ ଜମି, ବାସଗୃହ, ଦୋକାନ ଆଦି ଅଧିଗ୍ରହଣ କରିଛନ୍ତି। ଜମି ହରାଇଥିବା ପରିବାରକୁ ମଙ୍ଗଳାହାଟ ନିକଟବର୍ତ୍ତୀ ୬.୬୧୬ ଏକର ସରକାରୀ ଜମିରେ ଥଇଥାନ କରାଯିବ। ଏଥିସହ ବିସ୍ଥାପିତଙ୍କୁ ନାମ ପଞ୍ଜୀକରଣ ଲାଗି ଆବଶ୍ୟକ ଷ୍ଟାମ୍ପ ଓ ରେଜିଷ୍ଟ୍ରେଶନ ଫି’ ଦେବାକୁ ପଡ଼ିବ ନାହିଁ। ଏଣିକି ଟ୍ରେଡ୍‌ ଲାଇସେନ୍ସ ବର୍ଷକ ବଦଳରେ ୫ ବର୍ଷ ଲାଗି ପ୍ରଦାନ କରାଯିବ। ଏଥିପାଇଁ ଓଡ଼ିଶା ମ୍ୟୁନିସିପାଲ ଆଇନରେ ଆବଶ୍ୟକ ସଂଶୋଧନ କରାଯାଇଛି। ରାଜ୍ୟ ସରକାରଙ୍କ ‘୫-ଟି’ ବ୍ୟବସ୍ଥାରେ ଏହାକୁ ସାମିଲ କରାଯାଇଛି। ସେହିପରି ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ତୃତୀୟ ଶ୍ରେଣୀ କର୍ମଚାରୀଙ୍କ ପାଇଁ ଆଉ ସାକ୍ଷାତକାର ପରୀକ୍ଷା ହେବନାହିଁ। ଏହା ପରିବର୍ତ୍ତେ ଲିଖିତ ଓ ଦକ୍ଷତା ପରୀକ୍ଷା କରାଯିବ। ଏଥିଯୋଗୁ ନିଯୁକ୍ତି ପ୍ରକ୍ରିୟାରେ ସ୍ବଚ୍ଛତା ବଜାୟ ରହିବ। ଏସବୁକୁ ମଙ୍ଗଳବାର ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିଛି।
କାରଖାନା ଆଇନ-୧୯୪୮ର କେତେକ ଧାରାକୁ ରାଜ୍ୟ ସରକାର ଏକ ଅଧ୍ୟାଦେଶ ମାଧ୍ୟମରେ ୨୦୨୦ ମେ ୨୯ ତାରିଖରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଅନୁମୋଦନ କରିଥିଲେ। ଏଥିପାଇଁ ରାଜ୍ୟପାଳ ରାଷ୍ଟ୍ରପତିଙ୍କଠାରୁ ଅନୁମତି ଲୋଡିଥିଲେ। କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟଠାରୁ ମିଳିଥିବା ପରାମର୍ଶକୁ ଧ୍ୟାନରେ ରଖି ଏକ ଅଧ୍ୟାଦେଶ ମାଧ୍ୟମରେ ଉକ୍ତ ଆଇନକୁ ସଂଶୋଧନ କରିବା ନିମନ୍ତେ କ୍ୟାବିନେଟ୍‌ର ଅନୁମୋଦନ ଲୋଡାଯାଇଥିଲା। ଏହି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି।
କାରଖାନା ଆଇନ ପରିସରଭୁକ୍ତ ହେବା ଲାଗି ବିଦ୍ୟୁତ୍‌ ଶକ୍ତି ପରିଚାଳିତ କମ୍ପାନୀରେ ସର୍ବନିମ୍ନ ୧୦ ଏବଂ ବିନା ବିଦ୍ୟୁତ୍‌ ଶକ୍ତି ପରିଚାଳିତ କମ୍ପାନୀରେ ସର୍ବନିମ୍ନ ୨୦ଜଣ ଶ୍ରମିକ ନିୟୋଜନ ସୀମା ନିର୍ଦ୍ଧାରଣ କରାଯାଇଥିଲା। ସଂଶୋଧନ ପରେ ଏହାକୁ ଯଥାକ୍ରମେ ୨୦ ଏବଂ ୪୦କୁ ବୃଦ୍ଧି କରାଯାଇଛି। ଏହାସହ ଶ୍ରମିକମାନଙ୍କ ଛୁଟି, ମହିଳା ଶ୍ରମିକଙ୍କ କାର୍ଯ୍ୟକୁ ନେଇ କେତେକ ସଂଶୋଧନ କରାଯାଇଛି। ମହିଳାମାନେ ସା ୭ରୁ ସକାଳ ୬ଟା ପର୍ଯ୍ୟନ୍ତ କାର୍ଯ୍ୟ କରିପାରିବେ। ଏଥିପାଇଁ ସୁରକ୍ଷା ଓ ନିରାପତ୍ତାକୁ ନିଶ୍ଚିତ କରିବାକୁ ପଡିବ। ୩ମାସ ମଧ୍ୟରେ ଶ୍ରମିକମାନଙ୍କ କାର୍ଯ୍ୟ କରିବାର ଅବଧି ୭୫ ଘଣ୍ଟାରୁ ୧୧୫ ଘଣ୍ଟାକୁ ବୃଦ୍ଧି କରାଯାଇଛି। ସେହିପରି ଛୁଟି ପାଇଁ ଶ୍ରମିକମାନଙ୍କୁ ୨୪୦ ଘଣ୍ଟା ପରିବର୍ତ୍ତେ ୧୮୦ ଘଣ୍ଟାକୁ କମାଇ ଦିଆଯାଇଛି। ଏହି ଆଇନ ସଂଶୋଧନ ଦ୍ୱାରା ରାଜ୍ୟରେ ଶିଳ୍ପାୟନରେ ଅଧିକ ପୁଞ୍ଜି ବିନିଯୋଗ, ନିଯୁକ୍ତି ସୃଷ୍ଟି ଏବଂ କରୋନା ମହାମାରୀ ଦ୍ୱାରା କ୍ଷତିଗ୍ରସ୍ତ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଗୁଡିକ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବାରେ ସହାୟକ ହେବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।
ଠିକା ଶ୍ରମିକ (ନିୟନ୍ତ୍ରଣ ଓ ନିଷେଧ ଆଇନ) ୧୯୭୦କୁ ମଧ୍ୟ ସଂଶୋଧନ କରାଯାଇଛି। ପୂର୍ବରୁ ଏହି ଆଇନ ୨୦ଜଣରୁ ଅଧିକ ଶ୍ରମିକ କାମକରୁଥିବା ସଂସ୍ଥା ଏବଂ ଠିକାଦାରଙ୍କ ପ୍ରତି ଲାଗୁ ହେଉଥିଲା। ଏହି ଆଇନ ସଂଶୋଧନ ଫଳରେ ୫୦ ବା ଏହାଠାରୁ ଅଧିକ ଶ୍ରମିକ ନିୟୋଜିତ ହେଉଥିବା ସଂସ୍ଥା କିମ୍ବା ଠିକାଦାରଙ୍କ କ୍ଷେତ୍ରରେ ଲାଗୁ କରାଯିବ। ଏଥିଯୋଗୁ ୫୦ରୁ କମ୍‌ ଶ୍ରମିକଙ୍କୁ ନେଇ କାମ କରୁଥିବା ସଂସ୍ଥା କିମ୍ବା ଠିକାଦାରଙ୍କୁ ରେଜିଷ୍ଟ୍ରେଶନ ସାର୍ଟିଫିକେଟ କିମ୍ବା ଲାଇସେନ୍ସ ନେବାକୁ ପଡିବ ନାହିଁ। ରାଜ୍ୟ ସରକାର ଶିଳ୍ପକୁ ଅଗ୍ରାଧିକାର ଦେବା ଲାଗି ଜୋରଦାର ପ୍ରୟାସ ଜାରି ରଖିଛନ୍ତି। ଏଥିଯୋଗୁ ୨୦୧୯-୨୦ ଆର୍ଥିକ ବର୍ଷରେ ମହାରାଷ୍ଟ୍ରକୁ ପଛରେ ପକାଇ ଓଡ଼ିଶାକୁ ୧୮% ନୂଆ ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିଲା। ରାଜ୍ୟକୁ ଅଧିକ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବା ସକାଶେ ରାଜ୍ୟ ସରକାର ୨୦୧୬ ଏବଂ ୨୦୧୮ରେ ‘ମେକ ଇନ୍‌ ଓଡିଶା କନକ୍ଲେଭ’ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ୨୦୨୦ ନଭେମ୍ବରରେ ଏହାର ତୃତୀୟ ସଂସ୍କରଣ କରିବା ଲାଗି ନିଷ୍ପତ୍ତି ହୋଇଛି। ଏଥିସହିତ ୨୦୦୭ ଓ ୨୦୧୫ରେ ଶିଳ୍ପ ନୀତି ଘୋଷଣା କରାଯାଇ ଶିଳ୍ପାନୁଷ୍ଠାନଗୁଡିକ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯାଉଛି। ଭାଟ, ପ୍ରବେଶ ଶୁଳ୍କ ଏବଂ ପ୍ରମୋଦ ଟିକସକୁ ହଟାଇ ୨୦୦୭ ଜୁଲାଇ ୧ରେ ଦ୍ରବ୍ୟ ଓ ସେବା ଟିକସ (ଜିଏସ୍‌ଟି) ଲାଗୁ କରାଯାଇଛି। ସେଥିପାଇଁ ଶିଳ୍ପ ନୀତି ୨୦୦୭ ଏବଂ ୨୦୧୫ରେ ଆବଶ୍ୟକ ସଂଶୋଧନ କରାଯାଇଛି। ଏହି ଶିଳ୍ପନୀତି ଅନୁଯାୟୀ ୨୦୧୭ ଜୁଲାଇ ପହିଲାରୁ ଯୋଗ୍ୟ ଶିଳ୍ପସଂସ୍ଥାଗୁଡିକୁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ଏହି ସଂଶୋଧନ ଦ୍ୱାରା ପ୍ରାୟ ୩୦୦ ଶିଳ୍ପ ନିୟମ ଅନୁଯାୟୀ ଆର୍ଥିକ ପ୍ରୋତ୍ସାହନ ପାଇଛନ୍ତି। ସେହିପରି କରୋନା ଭୟାବହତାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସୁରକ୍ଷା ଏବଂ ଭବିଷ୍ୟତରେ ଏହାର ଉପଯୋଗିତା ପାଇଁ ସରକାର କୋର୍ଟ ଫି’ ଅଧିନିୟମ ୧୮୭୦ର ରାଜ୍ୟ ପାଇଁ ପ୍ରୟୋଗ ନେଇ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ ରାଜ୍ୟସ୍ତରୀୟ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ: ଦେଲେ ଗୁରୁଦାୟିତ୍ୱ, ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri