Posted inଫୁରସତ

ନାଗ ମୃତ୍ୟୁର ପ୍ରତିଶୋଧ ନେଲା ନାଗୁଣୀ; ୨ ଦିନରେ ୨୬ ଜଣଙ୍କୁ କାମୁଡ଼ିଲା

ବହରାଇଚ, ୫।୮: ଜଣେ କି ଦୁଇଜଣ ନୁହେଁ। ଦୁଇ ଦିନରେ ୨୬ ଜଣ ଲୋକଙ୍କୁ ଦଂଶନ କଲା ନାଗୁଣୀ। ଏହା କୌଣସି ଫିଲ୍ମର କାହାଣୀ ପରି ଲାଗୁଥିଲେ ମଧ୍ୟ ଘଟଣାଟି ସତ। ଉତ୍ତର ପ୍ରଦେଶର ବହରାଇଚ ଜିଲାରୁ ଚକିତ କଲାଭଳି ନାଗୁଣୀର ଏକ ଖବର ସାମ୍ନାକୁ ଆସିଛି। କୁହାଯାଉଛି କି, ନାଗପଞ୍ଚମୀ ଦିନ ନାଗକୁ ମାରି ଦିଆଯିବାରୁ ଏଥିରେ ପ୍ରତିଶୋଧ ପରାୟଣ ହୋଇଉଠିଛି ନାଗୁଣୀ। ଆଉ ୨ ଦିନରେ ୨୬ ଜଣ ଲୋକଙ୍କୁ ଦଂଶନ କରିସାରିଛି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି।
କଲା ଭଳି ଏହି ଘଟଣାଟି ବହରାଇଚ ଜିଲା ରୂପଇଦିହା ଥାନା ଅନ୍ତର୍ଗତ ବାବାଗଞ୍ଜ ଇଲାକାରେ ଘଟିଛି। ଏହି ଇଲାକାରେ ଗତ ୨ ଦିନ ମଧ୍ୟରେ ୨ ଡଜନରୁ ଊର୍ଦ୍ଧ୍ୱ ଲୋକ ସାପ ଦଂଶନର ସମ୍ମୁଖୀନ ହୋଇଛନ୍ତି। ସମସ୍ତ ଲୋକ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ରହିଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଗ୍ରାମବାସୀ କହିଛନ୍ତି, ପାଖରେ ଥିବା ଶିବ ମନ୍ଦିରରେ ଏକ ନାଗ-ନାଗୁଣୀ ରହୁଥିଲେ। କିନ୍ତୁ ଗତ ନାଗ ପଞ୍ଚମୀ ଦିନ ଗ୍ରାମବୀସୀଙ୍କ ଦ୍ୱାରା ନାଗକୁ ମାରି ଦିଆଯାଇଥିଲା। ସେହିଦିନଠାରୁ ପ୍ରତିଶୋଧ ପରାୟଣ ହୋଇ ନାଗୁଣୀ ଗ୍ରାମରେ ଜଣଙ୍କପରେ ଜଣଙ୍କୁ କାମୁଡ଼ି ଆତଙ୍କ ଖେଳାଇ ଚାଲିଛି। ଅଧିକାଂଶ ଗ୍ରାମବାସୀ କହିଛନ୍ତି, ଶୋଇଲାବେଳେ ସେମାନେ ସାପ କାମୁଡ଼ିବାର ଅନୁଭବ କରନ୍ତି। କିନ୍ତୁ ଘରେ କୌଣସି ସାପକୁ ଦେଖିପାରନ୍ତି ନାହିଁ। ନାଗୁଣୀ ଭୟରେ ଲୋକମାନେ ଏବେ ସେମାନଙ୍କ ପିଲାମାନଙ୍କୁ ସମ୍ପର୍କୀୟଙ୍କ ଘରକୁ ପଠାଇ ଦେଇଛନ୍ତି। ଏପରିକି ଝଡ଼ା ଫୁଙ୍କା କରୁଥିବା ଲୋକମଧ୍ୟ ଏହି ଗ୍ରାମକୁ ଯିବାକୁ ଭୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri