ଟ୍ରାକ୍‌କୁ ଫେରୁଛି ଅର୍ଥ ବ୍ୟବସ୍ଥା

ନୂଆଦିଲ୍ଲୀ,୫।୮: କରୋନା ଯୋଗୁ ଦେଶ ମଧ୍ୟରେ ଅର୍ଥ ବ୍ୟବସ୍ଥାର କାର୍ଯ୍ୟକଳାପ ଉପରେ ଗଭୀର ପ୍ରଭାବ ପଡ଼ିଛି। ସଂକ୍ରମଣ ନିୟନ୍ତ୍ରଣକୁ ନ ଆସିବାରୁ ଅର୍ଥ ବ୍ୟବସ୍ଥାକୁ ଠିକ୍‌ କରିବା ଚ୍ୟାଲେଞ୍ଜ ହେଉଛି। ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ରାଜ୍ୟଗୁଡିକ ନିଜ ମଧ୍ୟରେ ବିଭିନ୍ନ ଯୋଜନା ହାତକୁ ନେଉଛନ୍ତି। ବର୍ତ୍ତମାନ ଅନ୍‌ଲକ୍‌ ପ୍ରକ୍ରିୟା ଜାରି ରହିଛି। ବିଭିନ୍ନ କଟକଣା କୋହଳ କରାଯାଉଥିବା ଦେଖାଯାଉଛି। ଏଭଳି ସ୍ଥିତିରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ରିପୋର୍ଟ ବଜାର ଲାଗି ଖୁସି ଖବର ଆଣିବ। ମନ୍ତ୍ରଣାଳୟ ଏହାର ରିପୋର୍ଟରେ କହିଛି ଯେ, ଭାରତୀୟ ଅର୍ଥ ବ୍ୟବସ୍ଥା ସାମ୍ନାରେ ରହିଥିବା ବିଭିନ୍ନ ଚ୍ୟାଲେଞ୍ଜ ସ୍ଥିତି ବର୍ତ୍ତମାନ ବିତିସାରିଛି। ମଙ୍ଗଳବାର ଜାରି କରାଯାଇଥିବା ଏହି ରିପୋର୍ଟରେ ଏକ ନିଷ୍କର୍ଷ ବାହାର କରାଯାଇଛି। କରୋନା ଭାଇରସ୍‌ ଦ୍ୱାରା ପ୍ରଭାବିତ ଅର୍ଥ ବ୍ୟବସ୍ଥାକୁ ଟ୍ରାକ୍‌କୁ ଫେରାଇ ଆଣିବା ଲାଗି କୃଷିକ୍ଷେତ୍ର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ ବୋଲି ଏଥିରେ କୁହାଯାଇଛି। ମୌସୁମୀ ଚଳିତ ବର୍ଷ ଏ ଦିଗରେ ଉନ୍ନତ ଯୋଗଦାନ ରଖିବା ନେଇ ସମ୍ଭାବନା ରହିଛି। କରୋନା ଲାଗି ଏପ୍ରିଲ ମାସରେ ଅର୍ଥ ବ୍ୟବସ୍ଥା ସାମ୍ନା କରିଥିବା ସଙ୍କଟ ସ୍ଥିତି ପରେ ଏବେ ପୁନରୁଦ୍ଧାର ପ୍ରକ୍ରିୟା ଜାରି ରହିଛି। ସରକାର ଏବଂ କେନ୍ଦ୍ରୀୟ ବ୍ୟାଙ୍କ ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଏ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ରିପୋର୍ଟରେ ଉଲ୍ଲେଖ ରହିଛି।
ରିପୋର୍ଟରେ ପୁଣି କୁହାଯାଇଛି ଯେ, ଅର୍ଥ ବ୍ୟବସ୍ଥା ସାମ୍ନାରେ ରହିଥିବା ଖରାପ ସମୟ ବିତିଯାଇଛି। କରୋନା ସ୍ଥିତି ନିୟନ୍ତ୍ରଣାଧୀନ ହୋଇ ନ ଥିବାରୁ ରାଜ୍ୟଗୁଡିକ ବର୍ତ୍ତମାନ ସେମାନଙ୍କ ସ୍ତରରେ ପର୍ଯ୍ୟାୟ ଭିତ୍ତିରେ ଲକ୍‌ଡାଉନ କରୁଛନ୍ତି। ରାଜ୍ୟଗୁଡିକ ସେମାନଙ୍କ ସ୍ତରରେ ପ୍ରୟାସ ଜାରି ରଖିଥିଲେ ମଧ୍ୟ ମାମଲା ବଢୁଥିବା ଦେଖାଯାଉଛି। ଏହା ଉପରେ ନିରନ୍ତର ନଜର ରଖିବାର ଆବଶ୍ୟକତା ରହିଛି। କୃଷିକ୍ଷେତ୍ର ଉପରେ ରିପୋର୍ଟରେ ଭରସା କରାଯାଇଛି। କୋଭିଡ୍‌ ଝଟକାରୁ ଭାରତକୁ ବାହାରକୁ ଆଣିବା ଲାଗି କୃଷିକ୍ଷେତ୍ର ଏକ ପ୍ରମୁଖ ଯୋଗଦାନ ରଖିବ ବୋଲି ସରକାର ଆଶାବାଦୀ ରହିଛନ୍ତି। ସରକାର ଲକ୍‌ଡାଉନ ବେଳେ କୃଷିକ୍ଷେତ୍ର ପାଇଁ ବିଭିନ୍ନ କଟକଣା କୋହଳ କରିଥିଲେ। ରବି ଫସଲ ଠିକ୍‌ ସମୟରେ ଅମଳ କିମ୍ବା ଖରିଫ ଚାଷକାର୍ଯ୍ୟ ଠିକ୍‌ ସମୟରେ ଆରମ୍ଭ କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିଲା। ରେକର୍ଡ ପରିମାଣର ଗହମ କ୍ରୟ କରାଯିବା ଯୋଗୁ କୃଷକଙ୍କ ହାତକୁ ୭୫ ହଜାର କୋଟି ଟଙ୍କାଯାଇଛି। ଏହାଦ୍ୱାରା ଗ୍ରାମାଞ୍ଚଳ କ୍ଷେତ୍ର ଚାହିଦା ଫେରିବାରେ ସହାୟକ ହେବ।
କୃଷିକ୍ଷେତ୍ର ସୁଧାର ଉପରେ ରିପୋର୍ଟରେ କୁହାଯାଇଛି ଯେ, ଉକ୍ତ କ୍ଷେତ୍ରକୁ ନିୟନ୍ତ୍ରଣମୁକ୍ତ କରାଯାଇଛି। କୃଷକଙ୍କ ସଶକ୍ତୀକରଣ ଦିଗରେ ପଦକ୍ଷେପ ସହ କୃଷକଙ୍କ ଯୋଗଦାନ ଅର୍ଥ ବ୍ୟବସ୍ଥାରେ ବଢାଇବା ଦିଗରେ ନିରନ୍ତର ପ୍ରୟାସ ଜାରି ରହିଛି। ମେ ମାସରେ ଔଦ୍ୟୋଗିକ ଉତ୍ପାଦନ ଏବଂ ୬ କୋର୍‌ ସେକ୍ଟରର କାର୍ଯ୍ୟକଳାପ ଏପ୍ରିଲ ତୁଳନାରେ ବିଶେଷ ସୁଧାର ପରିଲକ୍ଷିତ ହୋଇଛି। ଜୁନ୍‌ରେ ମାନୁଫାକ୍‌ଚରିଂ ପିଏମ୍‌ଆଇ ୪୭.୨% ସ୍ତର ଛୁଇଁଛି। ସେହିଭଳି ସେବା କ୍ଷେତ୍ର ପିଏମ୍‌ଆଇ ୩୩.୭% ସ୍ତର ଛୁଇଁଛି। ସୂଚନାଯୋଗ୍ୟ , ଦେଶ ମଧ୍ୟରୁ ରପ୍ତାନିରେ ମଧ୍ୟ ଦ୍ରୁତ ପରିବର୍ତ୍ତନ ଦେଖାଯାଉଥିବା ନଜରକୁ ଆସିଛି। ରପ୍ତାନି ସ୍ତର ଗତ ବର୍ଷ ଜୁଲାଇ ମାସ ତୁଳନାରେ ସମାନ ରହିଛି ବୋଲି କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

ଏଥର ଫେବୃଆରୀ ୧ରେ ଆସିବନି ବଜେଟ୍‌! ଭାରତ ସଂସଦୀୟ ଇତିହାସରେ ପ୍ରଥମ?

ନୂଆଦିଲ୍ଲୀ,୨୧।୧୨: ଆସନ୍ତା ବର୍ଷ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ କେଉଁ ତାରିଖରେ ବଜେଟ ଉପସ୍ଥାପନ କରିବେ ତାକୁ ନେଇ ସସପେନ୍ସ ଜାରି ରହିଛି। ୨୦୧୭ରୁ...

ଗ୍ରାହକଙ୍କୁ ଆଶ୍ୱସ୍ତି: ୧୨ ହଜାର କମିଲା ସୁନା ଦର

ନୂଆଦିଲ୍ଲୀ,୨୦।୧୨: ରେକର୍ଡ ବୃଦ୍ଧି ପରେ, ଭାରତରେ ୨୪-କ୍ୟାରେଟ, ୨୨-କ୍ୟାରେଟ ଏବଂ ୧୮-କ୍ୟାରେଟ ସୁନାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଗୋଟିଏ ସପ୍ତାହରେ ୧୦ ଗ୍ରାମ ୨୪-କ୍ୟାରେଟ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଡିସେମ୍ୱର ୩୧ ସୁଦ୍ଧା ସାରି ନିଅନ୍ତୁ ଏସବୁ କାମ, ନ ହେଲେ ସହିବେ ବଡ଼ କ୍ଷତି!

ନୂଆଦିଲ୍ଲୀ,୧୯।୧୨: ୨୦୨୫ ମସିହାର ଶେଷ ମାସ ଡିସେମ୍ୱର ମାସ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଡିସେମ୍ୱର ୧୯ ତାରିଖ, ଅର୍ଥାତ ବର୍ଷ ଶେଷ ହେବାକୁ...

କେବେ ବୃଦ୍ଧି ହେବ ଦରମା ଆଉ କେତେ ବୃଦ୍ଧି ହେବ? ଅଷ୍ଟମ ବେତନ କମିଶନରକୁ ନେଇ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୯।୧୨: ସପ୍ତମ ବେତନ କମିଶନର କାର୍ଯ୍ୟକାଳ ଡିସେମ୍ବର ୩୧, ୨୦୨୫ରେ ଶେଷ ହେବାକୁ ଯାଉଛି, ଏବଂ ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ...

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି େଓ଼୍ବଟିଂ ଟିକେଟ୍‌ ବିନା କରିପାରିବେ ଯାତ୍ରା!

ନୂଆଦିଲ୍‌ଲୀ,୧୯।୧୨: ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ େଓ଼୍ବଟିଂ ତାଲିକା କିମ୍ୱା RAC ଟିକେଟ ବିଷୟରେ ଚିନ୍ତିତ ଅଛନ୍ତି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri