Posted inRasifala

ରାଶିଫଳ: ଶନିବାର, ଅଗଷ୍ଟ ୧ ତାରିଖ – Daily Horoscope

ମେଷ
ଗୁରୁକ୍ଷେତ୍ରସ୍ଥ ମଙ୍ଗଳ ଓ ରାଶି ଗୁରୁଦୃଷ୍ଟ ଯୋଗୁଁ ସ୍ବାସ୍ଥ୍ୟରେ ଉନ୍ନତି, ନୂତନ କର୍ମାରମ୍ଭରେ କାର୍ଯ୍ୟସିଦ୍ଧି ହେବ। ଆଦୌ ଭଲ ସମ୍ପର୍କ ନ ଥିବା ବ୍ୟକ୍ତିମାନେ ଖାଲରେ ପକାଇବାକୁ ଚେଷ୍ଟାକଲେ ମଧ୍ୟ ସଫଳ ହେବେ ନାହିଁ। ମନରେ ଅସ୍ଥିରତା ସୃଷ୍ଟି ହେଲେ ସୁଦ୍ଧା କାମକୁ ପୂରାଦମରେ କରିବା ପାଇଁ ନିଷ୍ପତ୍ତି ନେବେ।
ବୃଷ
ବୃଷ
ଶନି ଦୃଷ୍ଟିରେ ରବି ପାରିବାରିକ ଅଶାନ୍ତି, ଯାନବାହନରେ ସମସ୍ୟା ଓ ଆକସ୍ମିକ କଳହର କାରଣ ହୋଇପାରେ। ଆପଣଙ୍କ ପ୍ରତି ଅନ୍ୟମାନଙ୍କ ଭୁଲ୍‌ ଧାରଣା ଯୋଗୁଁ ଭଲ କାମ କରି ମଧ୍ୟ ନିନ୍ଦା ଶୁଣିବେ। ଘର କାମ ଛାଡି ବାହାର କାମରେ ବେଶି ସମୟ କଟାଇବାକୁ ପଡିବ।
ମିଥୁନ
ମିଥୁନ
ବୁଧ ଯୁକ୍ତ ଶୁକ୍ର ହେତୁ ବନ୍ଧୁଙ୍କ ପରାମର୍ଶ ଅନୁଯାୟୀ କାମକଲେ ଉପକୃତ ହୋଇପାରନ୍ତି। ସାମାଜିକ ସ୍ତରରେ ତଥା କଚେରୀ ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ବାଣିଜ୍ୟ, ବ୍ୟବସାୟରେ ଆଖିଦୃଷ୍ଟିଆ ସଫଳତା ହାସଲ କରିପାରିବେ ନାହିଁ। ଘରର ଅଭାବ ଅସୁବିଧା ନେଇ ଦୁଃଖିତ ରହିପାରନ୍ତି।
କର୍କଟ
କର୍କଟ
ମୂଳା ନକ୍ଷତ୍ରସ୍ଥ ଚନ୍ଦ୍ର ଷଷ୍ଠଭାବରେ ସ୍ବାସ୍ଥ୍ୟହାନି,ଅଶାନ୍ତି ଓ କାମରେ ବିରୋଧାଭାସ ସୃଷ୍ଟିକରିବ। ଅଫିସ୍‌ରେ ବାକି ରହିଥିବା କାମକୁ ଶେଷ କରିବା ପରେ ମଧ୍ୟ ଫରୁସୁତ୍‌ ମିଳିବନାହିଁ। ପାରିବାରିକ ଦୃଷ୍ଟିକୋଣରୁ ଦିନଟି ମନ୍ଦ ନ ହେଲେ ମଧ୍ୟ ଉତ୍ସାହଜନକ ନ ହୋଇପାରେ। ଘର ସମସ୍ୟାନେଇ ପରିବାର ସହ ଆଲୋଚନା କରିପାରନ୍ତି।
ସି˚ହ
ସି˚ହ
ପ୍ରତ୍ୟେକ କ୍ଷେତ୍ରରେ ନକାରାମତ୍କ ଚିନ୍ତାଧାରା ମନକୁ ବିବ୍ରତ କରିବ ନାହିଁ। ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବାପାଇଁ ବାଧ୍ୟ ହେବେ। ପାରିବାରିକ କ୍ଷେତ୍ରରେ ଅଶାନ୍ତ ମନ ଦିନ ଗୋଟାଏ ପରେ ଶାନ୍ତ ହେବ। ସ୍ବଗୃହୀ ଶନିଯୋଗୁଁ ଶତ୍ରୁ ଉପଦବ୍ର କ୍ରମଶଃ ହ୍ରାସ ପାଇବ।
କନ୍ୟା
କର୍ମକ୍ଷେତ୍ରରେ ଫାଇଲ୍‌ କାମ ବୃଦ୍ଧି ପାଇବା କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ। ମଙ୍ଗଳ ଧନସ୍ଥାନକୁ ଦେଖୁଥିବାରୁ ଅର୍ଥ ସମ୍ପର୍କ, ଜମିଜମା ସୀମକୁ କେନ୍ଦ୍ରକରି ବିବାଦ ଲାଗିପାରେ। ଭଲ ସମ୍ପର୍କ ନଥିବା ପାଖ, ପଡୋଶୀ ମାନେ ସମାଲୋଚନା କରିବେ। କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି।
ତୁଳା
ତୁଳା
ପାପଯୁକ୍ତ ବୁଧ ହେତୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ଆଜି ଦିନ ଭିତରେ ମାତ୍ରାଧିକ ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିବେ। ଗୁରୁଜନଙ୍କ ପରାମର୍ଶରେ ପାରିବାରିକ ସମସ୍ୟାର ସମାଧାନ ହୋଇଯିବ।
ବିଛା
ବିଛା
ଆନୁଷ୍ଠାନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ଇଚ୍ଛା ନ ଥିଲେ ହେଁ ଟଙ୍କା ଖର୍ଚ୍ଚକରିବାକୁ ପଡିପାରେ। ଅସାବଧାନତା କାରଣରୁ ହାତ କିମ୍ବା ଗୋଡରେ ଆଘାତ ଲାଗିପାରେ। ସାମାଜିକ ସ୍ତରରେ ଲୋକସମ୍ପର୍କ ବୃଦ୍ଧିପାଇବ।
ଧନୁ
ଧନୁ
ଶନିଙ୍କ ଶୁଭପ୍ରଭାବରୁ ବନ୍ଧୁମାନଙ୍କ ସାହାଯ୍ୟରେ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ। ବ୍ୟବସାୟିକ ସ୍ତରରେ ପ୍ରତିଯୋଗିତା ମନୋଭାବ ଉପୁଜି ପାରେ। ମିତ୍ରବନ୍ଧୁଙ୍କ ସାହାଯ୍ୟରେ ପାରିବାରିିକ ସମସ୍ୟାର ସରଳ ସମାଧାନ କରିବେ। ଆଶା ପୂରଣ ହେବାରେ ଜଣେ ସହକର୍ମୀଙ୍କ ଅବଦାନ ରହିବ।
ମକର
ମକର

ବାଧକାଧିପ ମଙ୍ଗଳଜନିତ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ସୃଷ୍ଟିହେବ। ବନ୍ଧୁସମ୍ପର୍କହାନି କାରଣରୁ ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ। ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖା ଦେଇପାରେ। ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିବେ।

କୁମ୍ଭ
କୁମ୍ଭ
ପୂର୍ବାଲୋଚନା ଅନୁଯାୟୀ ଆଜିର କାମଗୁଡିକ ସବୁ ଠିକ୍‌ ଠିକ୍‌ ହୋଇଯିବ। ଦ୍ୱାଦଶସ୍ଥ ରାଶ୍ୟାଧିପତି କାରଣରୁ ସତ୍‌ସଙ୍ଗ ଓ ଭ୍ରମଣ ସୁଯୋଗ ପାଇବେ। ସାମୟିକ ଭାବରେ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି। ନିଜ ଲୋକମାନଙ୍କଠାରୁ ସ୍ନେହ, ଶ୍ରଦ୍ଧା ହରାଇବେ।
ମୀନମୀନ

ଚତୁର୍ଥସ୍ଥ ପାପଗ୍ରହ ଯୋଗୁଁ ପାରିବାରିକ କ୍ଷେତ୍ରରେ ଅଶାନ୍ତି ଲାଗି ରହିବ। କର୍ମ କ୍ଷେତ୍ରରେ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ। ବନ୍ଧୁଙ୍କ ସହ ଆଲୋଚନା ଅନୁଯାୟୀ ଆଜିର କାମ ଗୁଡିକ ସବୁ ଠିକ୍‌ ଠିକ୍‌ ହୋଇଯିବ। ହଠାତ୍‌ ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ଆଜି ଏହି 3 ରାଶି ଉପରେ ରହିବ ଶନିଦେବଙ୍କ କୃପା, ଆସିବ ଖୁସିର ସମୟ

ନୂଆଦିଲ୍ଲୀ,୨୦ା୧୨: ଆଜି ଏକ ସ୍ପଷ୍ଟ ଭାବପ୍ରବଣ ଏବଂ ମାନସିକ ପରିବର୍ତ୍ତନର ସଙ୍କେତ ଦେଉଛି। ଶୁକ୍ର ଧନୁ ରାଶିରେ ପ୍ରବେଶ କରିବା ଏବଂ ଚନ୍ଦ୍ର ସେଠାରେ ପୂର୍ବରୁ...

ରାଶିଫଳ: ଶନିବାର, ଡିସେମ୍ବର ୨୦ ତାରିଖ – Daily Horoscope

ମେଷ ଘରର ଅସଜଡା ପରିସ୍ଥିତିକୁ ସଜାଡ଼ିବାକୁ ଯାଇ ମାନସିକ ସ୍ଥିତି ବିକ୍ଷିପ୍ତ ରହିବ। ଦ୍ୱିଜା ନକ୍ଷତ୍ରର ଗତକାଲିର ଟେନ୍‌ସନ ଆଜି କମିଯାଇପାରେ। ଜମିଜମା, ପୁରାତନ ଗାଡ଼ି...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହେବେ। ପ୍ରତ୍ୟାବର୍ତ୍ତନ ପଥରେ ଦୀର୍ଘ ସମୟ ଅପେକ୍ଷାନ୍ତେ ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ...

ପୌଷ ଅମବାସ୍ୟାରେ ଖୋଲିବ ଏହି 3 ରାଶିର ଭାଗ୍ୟ, ସବୁ କ୍ଷେତ୍ରରେ ମିଳିବ ସଫଳତା

ନୂଆଦିଲ୍ଲୀ,୧୯ା୧୨: ଆଜି ପବିତ୍ର ପୌଷ ଅମବାସ୍ୟା । ଆଜି ଭାବପ୍ରବଣ ଗଭୀରତା ଏବଂ ନବୀକରଣ ଶକ୍ତିର ଦିନ। ଆଜି ଶାନ୍ତ ଏବଂ ସଚ୍ଚୋଟ ଆଲୋଚନା, ଅତୀତର...

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

ରାଶିଫଳ: ସୋମବାର , ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜିର ସପ୍ତମସ୍ଥ ଚନ୍ଦ୍ର ଏବଂ ଉଚ୍ଚାରୋହୀ ରାଶ୍ୟାଧିପତିଙ୍କ କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କେତୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ସମସ୍ୟା ବିବ୍ରତ କରିପାରେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri