ସାନିଟାଇଜର ଷ୍ଟାଣ୍ଡ ତିଆରି କଲେ ଶୁଭ୍ରଜ୍ୟୋତି

ପୁରୀ ଅଫିସ,୨୯ା୭: ଉଗ୍ରରୂପ ଧାରଣ କରିଛି ମହାମାରୀ କରୋନା। ପ୍ରତିଦିନ ହଜାର ହଜାର ଲୋକ ଏହି ପ୍ରାଣଘାତୀ ଭୂତାଣୁର ଶିକାର ହେଉଛନ୍ତି। ମୃତ୍ୟୁ ସଂଖ୍ୟା ବି ହୁ ହୁ ହୋଇ ବଢୁଛି। ଏ ପର୍ଯ୍ୟନ୍ତ କରୋନାଠୁ ରକ୍ଷା ପାଇବା ପାଇଁ କୌଣସି ଔଷଧ ବାହାରି ନ ଥିବାରୁ ସତର୍କତା ଏବଂ ସଚେତନତା ଉପରେ ଗୁରୁତ୍ୱ ଦିଆଯାଉଛି। ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ରକ୍ଷା ସହ ହାତକୁ ସାନିଟାଇଜ କରିବା ଦରକାର। ଏହାକୁ ଉପଲବ୍ଧି କରି ଜଣେ ଦଶମ ଶ୍ରେଣୀ ଛାତ୍ର ସାନିଟାଇଜର ପେଡାଲ ଷ୍ଟାଣ୍ଡ ତିଆରି କରିଛନ୍ତି। ସେ ହେଲେ ପୁରୀର ଘନଶ୍ୟାମ ହେମଲତା ବିଦ୍ୟାମନ୍ଦିର ଆବାସିକ ବିଦ୍ୟାଳୟରେ ପଢୁଥିବା ଶୁଭ୍ରଜ୍ୟୋତି ମହାନ୍ତି। ସେ ଏହି ସାନିଟାଇଜର ଷ୍ଟାଣ୍ଡ ନିର୍ମାଣ ପରେ ବିଦ୍ୟାଳୟର ନିର୍ଦ୍ଦେଶକ ତନ୍ମୟ କୁମାର ଜେନାଙ୍କୁ ପ୍ରଦାନ କରିଛନ୍ତି।
ଶୁଭ୍ରଜ୍ୟୋତି କହିଛନ୍ତି, ବର୍ତ୍ତମାନ କରୋନା ପାଇଁ ସ୍କୁଲ ବନ୍ଦ ରହିଛି। ସ୍କୁଲ ଖୋଲିବା ପରେ ଛାତ୍ରୀଛାତ୍ରମାନେ କିପରି ଜୀବାଣୁମୁକ୍ତ ହୋଇ ଶ୍ରେଣୀରେ ବସିବେ ସେଥିପାଇଁ ସେ ଚିନ୍ତା କରି ପାଦରେ ଚାଳନା କରାଯାଇପାରୁଥିବା ସାନିଟାଇଜର ପେଡାଲ ଷ୍ଟାଣ୍ଡ ତିଆରି କରିଛନ୍ତି। ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ସମୟରେ ଛାତ୍ରୀଛାତ୍ରମାନେ ହାତ ଧୋଇବାକୁ ତରଳ ସାବୁନ (ଲିକ୍ୟୁଇଡ୍‌ ସୋପ୍‌)କୁ ମଧ୍ୟ ଏହି ଷ୍ଟାଣ୍ଡ ମାଧ୍ୟମରେ ବ୍ୟବହାର କରିପାରିବେ। ଏଥିସହ ୫ ଲିଟର ଡବାରେ ଏକ ଅଟୋମେଟିକ ହ୍ୟାଣ୍ଡ ସାନିଟାଇଜର ମେଶିନ ତିଆରି କରିଥିଲେ। ମାତ୍ର କାନ୍ଥରେ ଟାଙ୍ଗିବାକୁ ଅସୁବିଧା ହେବାରୁ ୧ ଲିଟର ଡବା ଓ ୪ ଇଞ୍ଚର ପାଣି ପାଇପ କନେକ୍ଟର ବ୍ୟବହାର କରିଛନ୍ତି। ଏଥିରେ ରିଚାର୍ଜ ହୋଇ ପାରୁଥିବା ବ୍ୟାଟେରି ବ୍ୟବହାର କରାଯାଇଛି, ଯାହାକି ମୋବାଇଲ ଚାର୍ଜରରେ ଚାର୍ଜ ହୋଇପାରିବ। ଏହାବ୍ୟତୀତ ସେ ମୋଟା ଜରି, ଫିତା ଓ ଅଠାରେ ମାସ୍କ ପ୍ରସ୍ତୁତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

ଫେଲ ମାରିଲା ‘ମେଡ ଇନ ଚାଇନା’! ଥାଇଲ୍ୟାଣ୍ଡ ବିରୋଧରେ ପ୍ରୟୋଗ ସମୟରେ ଫାଟିଲା ରକେଟ ସିଷ୍ଟମ, ୮ ସେନା ମୃତ

ବ୍ୟାଙ୍କକ,୨୬।୧୨: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନାର JF-17 ଥଣ୍ଡର ଲଢୁଆ ବିମାନ ଲିବିଆକୁ ବିକ୍ରି କରିଥାଇପାରନ୍ତି, କିନ୍ତୁ ବାସ୍ତବତା ହେଉଛି ଚାଇନା ଅସ୍ତ୍ରଶସ୍ତ୍ରର...

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

ଓମ୍‌ସା ଆନ୍ଦୋଳନ: ଘଣ୍ଟାଏ ବନ୍ଦ ରହିବ ରୋଗୀ ସେବା

ଛତ୍ରପୁର,୨୬ା୧୨(ଦିଲୀପ ସାମଲ): ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଖାଲି ପଡିଥିବା ପଦବୀ ପୂରଣ ସହ ଡାକ୍ତରଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri