‘କରୋନା ସହ ଆସିଛି ସୂଚନା ମହାମାରୀ’

ଭୁବନେଶ୍ୱର,୧୬ା୭(ବ୍ୟୁରୋ): ଆମେ ସମସ୍ତେ ଏକ ବୈଶ୍ୱିକ ସଙ୍କଟ ମଧ୍ୟଦେଇ ଗତି କରୁଛୁ। ବର୍ତ୍ତମାନ କରୋନା ମହାମାରୀ ସହ ତାଳଦେଇ ସୂଚନା ମହାମାରୀ (ଇନ୍‌ଫୋଡେମିକ) ମଧ୍ୟ ଦେଖାଦେଇଛି। ଗଣମାଧ୍ୟମ କେତେକ କ୍ଷେତ୍ରରେ ଅନିୟନ୍ତ୍ରିତ ହୋଇପଡ଼ିଛି, ଯାହା ଏହାର ଛବିକୁ ପ୍ରଭାବିତ କରିବା ସହିତ ବିଶ୍ୱସନୀୟତା ହରାଇବା ଭଳି ଦୃଶ୍ୟମାନ ହେଉଛି। ଏଭଳି ସମୟରେ ଗଣମାଧ୍ୟମ ଦାୟିତ୍ୱସମ୍ପନ୍ନ ହୋଇ ଖବର ପ୍ରସାରଣ କରିବା ଆବଶ୍ୟକ। ଅସମ୍ପୂର୍ଣ୍ଣ ତଥ୍ୟ ଉପରେ ଅତ୍ୟଧିକ ଖବର ପ୍ରସାରଣ ଦ୍ୱାରା ଜନସାଧାରଣଙ୍କ ଉପରେ ମାନସିକ ଚାପ ସୃଷ୍ଟି ହେବା ଆଶଙ୍କା ରହିଛି। ଗଣମାଧ୍ୟମରେ କେବଳ କୋଭିଡ୍‌-୧୯ ମହାମାରୀ ସମ୍ପର୍କରେ ଖବର ପ୍ରସାରଣ କରା ନ ଯାଇ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ମଧ୍ୟ ଜୋର୍‌ ଦିଆଯିବା ଆବଶ୍ୟକ ବୋଲି ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ସମ୍ପାଦକ ତଥାଗତ ସତପଥୀ କହିଛନ୍ତି।
ଭୁବନେଶ୍ୱର ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପକ୍ଷରୁ ‘କୋଭିଡ୍‌-୧୯ ପରିଚାଳନାରେ ଗଣମାଧ୍ୟମ’ର ଭୂମିକାକୁ ନେଇ ଆୟୋଜିତ ୱେବିନାରରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ସତପଥୀ କହିଲେ, କରୋନା ସମ୍ପର୍କିତ ଖବର ନିଶ୍ଚିତ ଭାବେ ପ୍ରକାଶ ପାଉ। ମାତ୍ର ଏସବୁ ଖବର ଉପରେ ଅତ୍ୟଧିକ ଗୁରୁତ୍ୱ ଦିଆଯିବା ଉଚିତ ନୁହେଁ ବୋଲି ସେ କହିଥିଲେ।
ପିଆଇବିର ଅତିରିକ୍ତ ମହାନିର୍ଦ୍ଦେଶକ ଶୈଳେଶ କୁମାର ମାଲବ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଓ୍ବେବିନାରରେ ଓଡ଼ିଶା ଗଣମାଧ୍ୟମର ବରିଷ୍ଠ ସାମ୍ବାଦିକମାନେ ଅଂଶଗ୍ରହଣ କରିଥିଲେ। ସ୍ବତନ୍ତ୍ର ଅତିଥିଭାବେ ଯୋଗଦେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର କହିଲେ, କରୋନା ମହାମାରୀ ସମୟରେ ଗଣମାଧ୍ୟମ ଏକ ପ୍ରଶଂସନୀୟ ଭୂମିକା ନିର୍ବାହ କରୁଛି। ବର୍ତ୍ତମାନର ଆହ୍ବାନପୂର୍ଣ୍ଣ ସମୟରେ ସରକାରୀ ବ୍ୟବସ୍ଥା ଚାପଗ୍ରସ୍ତ ରହିଛି। ଗଣମାଧ୍ୟମ ସୂଚନା ପ୍ରସାରଣ ମାଧ୍ୟମରେ ବ୍ୟବସ୍ଥାକୁ ସହଯୋଗ ଯୋଗାଇ ଦେଉଛି। ତେବେ ଗଣମାଧ୍ୟମ ନକାରାତ୍ମକ ନୁହେଁ, ବରଂ ସକାରାତ୍ମକ ଖବର ପ୍ରସାରଣ କଲେ ଖୁବଶୀଘ୍ର ମହାମାରୀର ସଙ୍କଟ ଦୂର ହେବ। ସରକାର ଓ ପ୍ରଶାସନ ଗଣମାଧ୍ୟମ ସହ ରହିଛି ବୋଲି ସେ କହିଥିଲେ। ଆଲୋଚକ ଭାବେ ଯୋଗଦେଇ ‘ସମ୍ବାଦ’ର ଫିଚର ସମ୍ପାଦକ ଗୌରହରି ଦାସ କହିଲେ, ଗଣମାଧ୍ୟମ ବିଶେଷକରି ଖବରକାଗଜ ସଂସ୍ଥାଗୁଡ଼ିକ ଏବେ ଗୁରୁତର ସଙ୍କଟ ଦେଇ ଗତି କରୁଛି। ତିଷ୍ଠି ରହିବା ଲାଗି ସଂଘର୍ଷ କରୁଛନ୍ତି। ଏଭଳି ସମୟରେ କେବଳ ନକାରାତ୍ମକ ଖବର ପ୍ରସାରଣ ନ କରି ସକାରାତ୍ମକ ସୂଚନା ଲୋକଙ୍କ ନିକଟରେ ପହଞ୍ଚାଇବା ଉଚିତ ବୋଲି ସେ କହିଥିଲେ। କରୋନାର ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସୂଚନା ପ୍ରସାରଣ ନିରପେକ୍ଷ ଏବଂ ବିଶ୍ୱସନୀୟ ହେବା ଜରୁରୀ ବୋଲି ବରିଷ୍ଠ ସାମ୍ବାଦିକ ତଥା ‘ଓଡ଼ିଶା ବାଇଟ୍ସ’ ଏବଂ ‘ଓଡ଼ିଶା ସମ୍ବାଦ’ର ଗ୍ରୁପ୍‌ ସମ୍ପାଦକ ସନ୍ଦୀପ ମିଶ୍ର ଏବଂ ନନ୍ଦିଘୋଷ ଟିଭିର ସମ୍ପାଦକ ଶିଶିର ଭଟ୍ଟ ମିଶ୍ର କହିଥିଲେ।
ଶେଷରେ ପ୍ରଶ୍ନୋତ୍ତର ଅଧିବେଶନରେ ଛାପା ଗଣମାଧ୍ୟମର ଭବିଷ୍ୟତ ସଂକ୍ରାନ୍ତରେ ସତପଥୀ କହିଥିଲେ, ଛାପା ଗଣମାଧ୍ୟମର ଏକ ସ୍ବତନ୍ତ୍ର ବିଶ୍ୱସନୀୟତା ରହିଛି। କିଛି ଲୋକ ଡିଜିଟାଲ ଗଣମାଧ୍ୟମ ମୁହଁା ହୋଇଥିଲେ ବି ଭାରତ ଭଳି ଦେଶରେ ସବୁ ଲୋକଙ୍କ ପାଖରେ ଇଣ୍ଟରନେଟ ସଂଯୋଗ, କମ୍ପ୍ୟୁଟର, ସ୍ମାର୍ଟଫୋନ ଭଳି ସମ୍ବଳ ନ ଥିବାରୁ ଛାପା ଗଣମାଧ୍ୟମର ଗୁରୁତ୍ୱ ଅତି କମ୍‌ରେ ଆହୁରି ଦୁଇ ଦଶନ୍ଧି ପର୍ଯ୍ୟନ୍ତ ରହିବ ବୋଲି ସତପଥୀ କହିଥିଲେ। ଭୁବନେଶ୍ୱର ପିଆଇବିର ଗଣଯୋଗାଯୋଗ ଅଧିକାରୀ ପ୍ରଦୀପ କୁମାର ଚୌଧୁରୀ ଅତିଥି ପରିଚୟ ଦେବାସହ ୱେବିନାରକୁ ପରିଚାଳନା କରିଥିଲେ। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ରାଜ୍ୟର ବିଭିନ୍ନ କାର୍ଯ୍ୟାଳୟର ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି, ଛାତ୍ରୀଛାତ୍ର, ଗବେଷକ ଓ ବୁଦ୍ଧିଜୀବୀ ଏଥିରେ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହିଲଭିୟୁ ପାର୍କରେ ଟ୍ରେନ ଦୁର୍ଘଟଣା: ଟ୍ରାକ ବାହାରକୁ ଚାଲିଗଲା ବଗି

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ହିଲଭିୟୁ ପାର୍କରେ ଛୁଟିଦିନ ରହିଥିବାରୁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ...

ଜାତୀୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେବେ ଓଡ଼ିଆ ପୁଅ ଶିବପ୍ରସାଦ

ଗଞ୍ଜାମ,୨୫ା୧୨(ବିଦ୍ୟାଧର ସାହୁ): ଆସନ୍ତା ୬ ତାରିଖରେ ରାଇପୁର ଭିଲାଇ ରାଜକୁମାର କଲେଜରେ ଅନୁଷ୍ଠିତ ହେବ ନ୍ୟାଶନାଲ ଇଭେଣ୍ଟ କବାଡ଼ି। ଏହି ପ୍ରତିଯୋଗିତାରେ ଖେଳିବାକୁ ଓଡ଼ିଶାର ଦୁଇ...

ଶୀତକୁ ନାହିଁ ଖାତିର, ଦାରିଙ୍ଗବାଡ଼ିରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡ଼ି,୨୫ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପୁଣି ବଢ଼ିଲା ଶୀତର ପ୍ରକୋପ। ବିଭିନ୍ନ ସ୍ଥାନରେ ଘନକୁହୁଡି ସହ ଶୀତ ଦ୍ବିଗୁଣିତ ହୋଇଛି। ଗୁରୁବାର ସକାଳେ...

ଗୁଲୁଆଙ୍କ ଗୁମର ଖୋଲିଦେଲେ ସ୍ତ୍ରୀ: ନୂଆ ନୂଆ ଝିଅଙ୍କୁ ଧରି….

ଭୁବନେଶ୍ୱର,୨୫।୧୨: ଓଡ଼ିଆ କମେଡିଆନ୍‌ ଗୁଲୁଆଙ୍କ ସାଂସାରିକ ଜୀବନରେ ଆସିଛି ଝଡ଼। ଜୀବନ ପ୍ରତି ବିପଦ ଥିବା ଗୁଲୁଆ ଅଭିଯୋଗ କରିବା ପରେ ତାଙ୍କ ସ୍ତ୍ରୀ ତଥା...

VHT 2025: ବିଜୟ ହଜାରେ ଟ୍ରଫିରୁ ବାଦ ପଡ଼ିଲେ ବୈଭବ ସୂର୍ଯ୍ୟବଂଶୀ, କାରଣ…

ନୂଆଦିଲ୍ଲୀ,୨୫।୧୨: ବୈଭବ ସୂର୍ଯ୍ୟବଂଶୀଙ୍କ ଫ୍ୟାନ୍ସଙ୍କୁ ଝଟକା । ଅଣ୍ଡର-୧୯ ଏସିଆ କପରେ ଏକ ଚମତ୍କାର ଇନିଂସ ଖେଳିବା ପରେ, ବୈଭବ ବିଜୟ ହଜାରେ ଟ୍ରଫିରେ ମଧ୍ୟ...

ଜାଣନ୍ତି କି ସରକାରୀ ଅନୁମୋଦନ ପାଇଥିବା ୨ ବିମାନ କମ୍ପାନୀର ମାଲିକ କିଏ?

ନୂଆଦିଲ୍ଲୀ,୨୫ା୧୨: କେନ୍ଦ୍ର ସରକାର ଇଚ୍ଛା ପ୍ରକାଶ କରୁଥିବା ଏୟାରଲାଇନ୍ସ ସହିତ ଅନେକ ବୈଠକ କରିବା ପରେ ଭାରତରେ ନୂଆ ଏୟାରଲାଇନ୍ସକୁ କାର୍ଯ୍ୟ କରିବାକୁ ଅନୁମତି ଦେଇଛନ୍ତି।...

ସସପେନ୍ସ ଶେଷ! ୨୦୨୭ ବିଶ୍ୱକପ ଖେଳିବେ କି ବିରାଟ କୋହଲି, କୋଚ କରିଦେଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ଷ୍ଟାର କ୍ରିକେଟର୍‌ ବିରାଟ କୋହଲି ବିଜୟ ହଜାରେ ଟ୍ରଫିରେ ଏକ ଚମିତ୍କାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ଆନ୍ଧ୍ର ବିପକ୍ଷରେ ୧୩୧ ରନର ଏକ...

ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ…ସମୁଦ୍ରରେ ଭାସି ଆସିଲା ମହାପ୍ରଭୁଙ୍କ ବିଗ୍ରହ, ଦୟନୀୟ ଅବସ୍ଥାରେ ଉଦ୍ଧାର

ପୁରୀ ୨୫/୧୨( ଅଜିତ୍ କୁମାର ସାହୁ): ପୁଣି ମହାପ୍ରଭୁଙ୍କୁ ଅପମାନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ସମୁଦ୍ରରେ ଭାସିଵାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri