ବଜାରକୁ ଆସିଲା ୫ମ ପିଢ଼ି ‘ହୋଣ୍ଡା ସିଟି’; ଜାଣନ୍ତୁ କଣ ରହିଛି ସ୍ବତନ୍ତ୍ରତା

ନୂଆଦିଲ୍ଲୀ/ଭୁବନେଶ୍ୱର,୧୬।୭: ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ ଏହାର ଅନ୍ୟତମ ଲୋକପ୍ରିୟ ମଡେଲ ହୋଣ୍ଡା ସିଟିର ପଞ୍ଚମ ପିଢ଼ିକୁ ଭାରତ ବଜାରରେ ଶୁଭାରମ୍ଭ କରାଯାଇଛି। ହୋଣ୍ଡା କାର୍‌ସ ଇଣ୍ଡିଆର ସିଇଓ ତଥା ସଭାପତି ଗାକୁ ନାକାନିସି ଏବଂ ସେଲ୍‌ସ ଓ ମାର୍କେଟିଂ ବିଭାଗ ବରିଷ୍ଠ ଉପସଭାପତି ତଥା ନିର୍ଦ୍ଦେଶକ ରାଜେଶ ଗୋଏଲ ଏହାକୁ ବଜାର ପ୍ରବେଶ କରାଇଥିଲେ। ମଧ୍ୟମ ବର୍ଗ ସେଡାନ ସେଗ୍‌ମେଣ୍ଟରେ ଗ୍ରାହକଙ୍କୁ ନୂତନ ଭାଲ୍ୟୁ ପ୍ରଦାନ ଦିଗରେ ନୂଆ ଯାନଟି ବିଶେଷ ସହାୟକ ହେବ ବୋଲି ସିଇଓ ନାକାନିସି କହିଛନ୍ତି। ନୂଆ ମଡେଲଟି ଗ୍ରାହକଙ୍କ ବିଶ୍ୱାସ ଜିତିବାରେ ସକ୍ଷମ ହେବା ନେଇ ଆଶାବାଦୀ ବୋଲି ଗୋଏଲ କହିଛନ୍ତି। ଭୁବନେଶ୍ୱରସ୍ଥିତ ହାଇଓ୍ବେ ହୋଣ୍ଡା ଶୋ’ରୁମ୍‌ରେ ଆଦିତ୍ୟ ଗ୍ରୁପ୍‌ ଏମ୍‌ଡି ଆଦିତ୍ୟ ପାତ୍ର ଏବଂ ହାଇଓ୍ବେ ହୋଣ୍ଡା ସିଇଓ ରାଜୀବ ପଣ୍ଡା ନୂଆ ଯାନଟିକୁ ଶୁଭାରମ୍ଭ କରିଥିଲେ। ସେହିଭଳି ଯାନଟିକୁ ସ୍ଥାନୀୟ ସେଣ୍ଟ୍ରାଲ ହୋଣ୍ଡା ଶୋ’ରୁମରେ ଏହାର ଏମ୍‌ଡି. ବିଶାଲ ଧାଓ୍ବନ ଉନ୍ମୋଚନ କରିଥିଲେ।
ଗ୍ରାହକମାନେ ଏଥିରେ ଆଲେକ୍ସା କନେକ୍ଟିଭିଟି ସୁବିଧା ପାଇପାରିବେ। ଏହା ଦେଶର ପ୍ରଥମ କନେକ୍ଟେଟ କାର୍‌ ବୋଲି କମ୍ପାନୀ ପକ୍ଷରୁ ସୂଚନା ରହିଛି। ହୋଣ୍ଡା କନେକ୍ଟ ସହ ଟେଲିମାଟିକ୍ସ କଣ୍ଟ୍ରୋଲ, ବିଏସ୍‌-୬ ଇଞ୍ଜିନ, ୧.୫ ଲିଟର କ୍ଷମତା ବିଶିଷ୍ଟ ଉଭୟ ପେଟ୍ରୋଲ ଏବଂ ଡିଜେଲ ଇଞ୍ଜିନ, ସମ୍ପୂର୍ଣ୍ଣ ଏଲ୍‌ଇଡି ହେଡ୍‌ ଲ୍ୟାମ୍ପ, ଜି ସେପ୍‌ ଏଲ୍‌ଇଡି ଟ୍ରେଲ ଲ୍ୟାମ୍ପ ଏଥିରେ ରହିଛି। ସେହିଭଳି ୧୭.୭ ସେମି ଏଚ୍‌ଡି ଫୁଲ୍‌ କଲର ଟିଏଫ୍‌ଟି ମିଟର ଓ୍ବିଥ୍‌ ଜି ମିଟର, ଲେନ୍‌ ଓ୍ବାଚ୍‌ କ୍ୟାମେରା, ଭେଇକିଲ ଷ୍ଟାବିଲିଟି ଆସିଷ୍ଟ, ଏଜାଇଲ ହ୍ୟାଣ୍ଡଲିଂ ଆସିଷ୍ଟ, ୫ କଲର ବିକଳ୍ପକୁ ଗ୍ରାହକ ଚୟନ କରିପାରିବେ। ଯାନଟିର ପେଟ୍ରୋଲ ଭାରିଆଣ୍ଟକୁ ହୋଣ୍ଡା ଡିଲରଶିପଗୁଡ଼ିକରେ ଡେଲିଭରି ଆରମ୍ଭ କରାଯାଇଛି। ଡିଜେଲ ଭାରିଆଣ୍ଟର ଡେଲିଭରି ଅଗଷ୍ଟରୁ ଆରମ୍ଭ ହେବ। ଏହି ଯାନଟିକୁ ଗ୍ରାହକ ଡିଲରଶିପ ସମେତ କମ୍ପାନୀର ଅନଲାଇନ ପ୍ଲାଟଫର୍ମ ‘ହୋଣ୍ଡା ଫ୍ରମ ହୋମ’ରୁ ଗ୍ରାହକ ବୁକିଂ କରିବାକୁ ସକ୍ଷମ ହେବେ। ଯାନଟିକର ଏକ୍ସ ଶୋ’ରୁମ ବଜାର ଦର ୧୦.୮୯ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଥିବା କମ୍ପାନୀ ପକ୍ଷରୁ ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପେଟିଏମ୍‌କୁ ଆଉ ଏକ ଝଟ୍‌କା

ନୂଆଦିଲ୍ଲୀ,୫।୫ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଦ୍ୱାରା ପେଟିଏମ ପେମେଣ୍ଟ ବ୍ୟାଙ୍କ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ପରେ ପେଟିଏମକୁ ଆଉ ଏକ ଝଟ୍‌କା ଲାଗିଛି। କମ୍ପାନୀର...

ଭାରତୀୟ ମସଲାରେ କୀଟନାଶକ ସମ୍ପର୍କିତ ସମସ୍ତ ଦାବିକୁ ଖଣ୍ଡନ କଲା ଏଫ୍‌ଏସ୍‌ଏସ୍‌ଏଆଇ

ନୂଆଦିଲ୍ଲୀ,୫।୫: ଭାରତୀୟ ମସଲାକୁ ନେଇ ଉପୁଯିତିବା ବିବାଦ ମଧ୍ୟରେ ସ୍ପତିକାରଣ ରଖିଛି ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ (ଏଫ୍‌ଏସ୍‌ଏସ୍‌ଏଆଇ)। ବିଭିନ୍ନ ଦେଶ...

ପିଆଜ ରପ୍ତାନି ଉପରୁ ହଟିଲା କଟକଣା

ଭୁବନେଶ୍ୱର,୫।୫(ଅନୁରାଧା ମହାରଣା): ଘରୋଇ ବଜାରରେ ପିଆଜ ଦରବୃଦ୍ଧିରେ ଲଗାମ ଲଗାଇବା ପାଇଁ କେନ୍ଦ୍ର ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ପୂର୍ବରୁ ପିଆଜ ରପ୍ତାନି ଉପରେ ସରକାର...

ଉତ୍କଳ ହସ୍ପିଟାଲରେ ପ୍ରଥମ କ୍ୟାଡେଭେରିକ୍‌ ଲିଭର ଟ୍ରାନ୍ସପ୍ଲାଣ୍ଟ

ଭୁବନେଶ୍ୱର,୫।୫ (ଅଭୟ ଦାଶ):ରାଜ୍ୟର ଅଗ୍ରଣୀ ଘରୋଇ ଚିକିତ୍ସାଳୟ ତଥା ଭୁବନେଶ୍ୱରର ନୀଳାଦ୍ରି ବିହାରସ୍ଥିତ ଉତ୍କଳ ହସ୍ପିଟାଲରେ ରାଜ୍ୟର ପ୍ରଥମ କ୍ୟାଡେଭେରିକ୍‌ ଲିଭର ଟ୍ରାନ୍ସପ୍ଲାଣ୍ଟ ସର୍ଜରି ସଫଳତାର...

ହଳଦୀ ଏବଂ ଲଙ୍କାଗୁଣ୍ଡରେ ମିଶୁଛି ପୋଷାକ ରଙ୍ଗ

ନୂଆଦିଲ୍ଲୀ,୫।୫: ବଜାରରେ ଏବେ ପ୍ରାୟ ସବୁ କିଛି ଭେଜାଲ। ମସଲା ହେଉ କିମ୍ବା ଅନ୍ୟ କୌଣସି ଖାଦ୍ୟପଦାର୍ଥ ସବୁ ଥିରେ ମାତ୍ରାଧିକ କେମିକାଲ। ଏସବୁ ଖାଇବା...

ମାଲାବାରର ଅକ୍ଷୟ ତୃତୀୟା କଲେକ୍ସନ

ଭୁବନେଶ୍ୱର,୪।୫: ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା କଲେକ୍ସନ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଶହୀଦ ନଗରସ୍ଥିତ ମାଲାବାରର ଏକ୍ସକ୍ଲୁସିଭ...

ଲାକ୍‌ମୀ ଏକାଡେମୀର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୪।୫: ଲାକ୍‌ମୀ ଏକାଡେମୀର ୨ୟ ବାର୍ଷିକ ଉତ୍ସବ ଶୁକ୍ରବାର ଶହୀଦ ନଗରସ୍ଥିତ ଏକାଡେମୀ ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ ଓଲିଉଡ୍‌ ଅଭିନେତ୍ରୀ ଶୀତଲ ପାତ୍ର...

ଖିମ୍‌ଜୀ ଜୁଏଲର୍ସର ଗ୍ରେଟ୍‌ ଅକ୍ଷୟ ତୃତୀୟା ସେଲ୍‌

ଭୁବନେଶ୍ୱର,୪।୫ (ଅଭୟ ଦାଶ): ରାଜ୍ୟର ସର୍ବପୁରାତନ ତଥା ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ‘ଖିମ୍‌ଜୀ ଜୁଏଲର୍ସ’ର ବହୁ ପ୍ରତୀକ୍ଷିତ ଗ୍ରେଟ୍‌ ଅକ୍ଷୟ ତୃତୀୟା ସେଲ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri