ସଡ଼କ ପରିବହନ ସେବା ବିପର୍ଯ୍ୟସ୍ତ: ରୋଡ୍‌ ଟ୍ୟାକ୍ସ ଛାଡ଼ ହେଉ

ଭୁବନେଶ୍ୱର,୧୩।୭(ବ୍ୟୁରୋ): ମହାମାରୀ କରୋନା କେବଳ ସ୍ବାସ୍ଥ୍ୟ ନୁହେଁ, ବିଭିନ୍ନ କ୍ଷେତ୍ରରେ ଜୀବିକା ଉପରେ ପ୍ରଚଣ୍ଡ ପ୍ରହାର ଦେଇଛି। ରାଜ୍ୟ ଅର୍ଥନୀତିରେ ଯାତ୍ରୀ ପରିବହନ ସେବା ଏକ ବଡ ଅଂଶ। କରୋନା ସଂକ୍ରମଣ ଆଶଙ୍କା ଦେଖାଦେବା ଦିନ ଠାରୁ ଏହି କ୍ଷେତ୍ର ଏକ ପ୍ରକାର ଭୁଶୁଡିବା ସ୍ତରକୁ ଚାଲି ଆସିଛି। ଯାତ୍ରୀ ପରିବହନରେ ନିୟୋଜିତ ଥିବା ଘରୋଇ ବସ୍‌, ଅଟୋ ରିକ୍ସା ଏବଂ ଟ୍ୟାକ୍ସିଗୁଡିକ ଉପରେ ନିର୍ଭର କରି ଚଳୁଥିବା ଲୋକମାନଙ୍କର ଜୀବିକା ବିପନ୍ନ ହୋଇପଡିଛି। ଏଭଳି ସ୍ଥିତିରୁ ମୁକୁଳିବା ଲାଗି ରୋଡ୍‌ ଟ୍ୟାକ୍ସ ଛାଡ଼ କରିବା ସକାଶେ ବସ୍‌ ମାଲିକ ସଂଘ ପକ୍ଷରୁ ଦାବି କରାଯାଇଛି। ସରକାର ଏଥିପ୍ରତି ଦୃଷ୍ଟି ନ ଦେଲେ ସଡ଼କ ପରିବହନ ବ୍ୟବସ୍ଥା ଅଧିକ ବିପର୍ଯ୍ୟସ୍ତ ହେବାର ଆଶଙ୍କା ଉପୁଜିଲାଣି।
ଯାତ୍ରୀ ହେଉ ନ ଥିବାରୁ ମାଲିକମାନେ ବହୁ କ୍ଷତି ସହୁଛନ୍ତି। ବିଭିନ୍ନ ଜିଲାରେ ହେଉଥିବା ଲକ୍‌ଡାଉନ ଓ ଶଟ୍‌ଡାଉନ ବସ୍‌ ସେବାକୁ ଆହୁରି ବିପର୍ଯ୍ୟୟ ଆଡକୁ ଠେଲି ଦେଇଛି । ରାଜ୍ୟରେ ୧୪ ହଜାର ଘରୋଇ ବସ ଚଳାଚଳ କରୁଛି। ତେବେ କୋଭିଡ୍‌-୧୯ ଶଟ୍‌ଡାଉନ ଯୋଗୁ ମାର୍ଚ୍ଚ ୨୨ ତାରିଖଠାରୁ ଏହି ବସ ସେବା ପ୍ରାୟ ଅଢେଇ ମାସ କାଳ ବନ୍ଦ ରହିଥିଲା। ତେବେ ମେ ପହିଲାରୁ ବସ ଚଳାଚଳ କରିବାକୁ ରାଜ୍ୟ ସରକାର ଅନୁମତି ଦେଇଥିଲେ । ସରକାରୀ ଓ ଘରୋଇ ବସ ଚଳାଚଳ ଆରମ୍ଭ ହୋଇଥିଲେ ମଧ୍ୟ ତାହା ଆଉ ପୂର୍ବସ୍ଥିତିକୁ ଫେରିପାରୁ ନାହିଁ। ବସରେ ଯାତ୍ରୀ ସେବା ଏକ ପ୍ରକାର ଠପ ହୋଇଯାଇଛି। ବସରେ ୨୦ ପ୍ରତିଶତରୁ କମ ଯାତ୍ରୀ ଯାତାୟାତ କରୁଛନ୍ତି। ମେ ଓ ଜୁନରେ ଓଏସଆରଟିସି ୬୦ଟି ବସ ଚଳାଉଥିବା ବେଳେ ଜୁଲାଇରେ ୪୦କୁ ଖସି ଆସିଛି। ସେହିପରି ରାଜ୍ୟରେ ୧୪,୦୦୦ ଘରୋଇ ବସ୍‌ ମଧ୍ୟରୁ ୭୦୦ ବସ୍‌ ଚଳାଚଳ କରୁଥିଲା। ଜୁଲାଇ ମାସରେ ତାହା ୧୫୦କୁ ଖସି ଆସିଛି। ଗଞ୍ଜାମ, ରାଉରକେଲା, କଟକ, କେନ୍ଦୁଝର, ସୁନ୍ଦରଗଡ଼ ଆଦି ଜିଲାରେ ଶଟ୍‌ଡାଉନ ଘୋଷଣା ହେବା ଦ୍ୱାରା ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଏହା ଉପରେ ନିର୍ଭର କରୁଥିବା ୪୫ ହଜାରରୁ ଊର୍ଦ୍ଧ୍ୱ କର୍ମଚାରୀଙ୍କ ଭବିଷ୍ୟତ ଅନ୍ଧକାର ଭିତରକୁ ଚାଲି ଯାଇଛି। ବସ୍‌ ମାଲିକ, କର୍ମଚାରୀ ଏବଂ ପରୋକ୍ଷ ଭାବରେ ଏହା ଉପରେ ନିର୍ଭର କରୁଥିବା ଲୋକମାନଙ୍କ ପରିବାରକୁ ଯଦି ହିସାବ କରାଯାଏ ତେବେ ଯାତ୍ରୀ ପରିବହନ ସେବା ଉପରେ ନିର୍ଭର କରୁଥିବା ୪ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ମୁହଁରୁ ଆହାର ଯିବାକୁ ବସିଲାଣି। ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘର ସୂଚନା ଅନୁଯାୟୀ ଗତ ୩ ମାସ ଧରି ବସ୍‌ଗୁଡିକ ନ ଚାଲିବା ଯୋଗୁ ଦୈନିକ ବସ୍‌ମାଲିକଙ୍କୁ ସାଧାରଣ ବସ ପାଇଁ ୮ ହଜାର ଏବଂ ଦୂରଗାମୀ ବସ୍‌ ପାଇଁ ୧୨ ହଜାର ଟଙ୍କା କ୍ଷତି ସହିବାକୁ ପଡୁଛି। ଯାତ୍ରୀ ପରିବହନକୁ ସ୍ବାଭାବିକ କରିବାକୁ ସରକାର ଘୋଷଣା କରିବା ପରେ ଘରୋଇ ବସ୍‌ ମାଲିକମାନେ କ୍ଷତି ସତ୍ତ୍ୱେ ବିଭିନ୍ନ ରୁଟରେ ବସ୍‌ ଚଳାଉଛନ୍ତି।
ବସ୍‌ ଚଳାଇବା ଆରମ୍ଭ କରିବା ମାତ୍ରେ ଟିକସ ବାବଦରେ ବସ୍‌ ମାଲିକଙ୍କୁ ରାଜ୍ୟ ସରକାରଙ୍କୁ ମାସକୁ ୧୫ ହଜାର ଟଙ୍କା ଦେବାକୁ ପଡିଥାଏ। ଲଗାତର ଡିଜେଲ ଦର ବୃଦ୍ଧି ମଧ୍ୟ କ୍ଷତିକୁ ଆହୁରି ବଢାଇ ଦେଇଛି। ମାର୍ଚ୍ଚ ୨୧ରୁ ଜୁଲାଇ ୧ ତାରିଖ ମଧ୍ୟରେ ଡିଜେଲ ଦର ୧୫ ଟଙ୍କା ବୃଦ୍ଧିପାଇଛି। ଯଦିଓ ରାଜ୍ୟ ସରକାର ଦୁଇ ଥର ବସଭଡା ବଢାଇଛନ୍ତି ତେବେ ଯାତ୍ରୀ ଅଭାବରୁ ମାଲିକମାନଙ୍କର କ୍ଷତି ବଢି ଚାଲିଛି। ଏଭଳି ସ୍ଥିତି ଜାରି ରହିଲେ ଆଗାମୀ ଦିନରେ ବସ୍‌ ମାଲିକମାନେ ପରିବହନ ଶିଳ୍ପକୁ ଛାଡ଼ିବାକୁ ବାଧ୍ୟ ହେବେ। ପରିସ୍ଥିତି ସ୍ବାଭାବିକ ହେବା ଯାଏ ବସ୍‌ ସେବାକୁ ବଞ୍ଚାଇ ରଖିବା ପାଇଁ ରାଜ୍ୟ ସରକାର ରୋଡ୍‌ ଟ୍ୟାକ୍ସ ଛାଡ କରିବା ସହ ଡିଜେଲ ଲିଟର ପିଛା ୧୫ ଟଙ୍କା ରିହାତି ଦେବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। ଏଥିସହିତ ଅନ୍ୟ ରାଜ୍ୟ ସରକାର ଯେପରି ବସ କର୍ମଚାରୀଙ୍କୁ ସହଯୋଗ ହାତ ବଢାଇଛନ୍ତି ଓଡିଶା ସରକାର ପରିବହନ ଶିଳ୍ପକୁ ବଞ୍ଚାଇ ରଖିବା ଲାଗି ସେଭଳି ଉଦ୍ୟମ କରିବା ଆବଶ୍ୟକ ବୋଲି ସଂଘର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି।
କେବଳ ବସ ସେବା ନୁହେଁ ଅଟୋ ରିକ୍ସା ଏବଂ ଟ୍ୟାକ୍ସି ଉପରେ ନିର୍ଭର କରୁଥିବା ଲୋକମାନଙ୍କର ଜୀବିକା ମଧ୍ୟ ଦୋହଲି ଯାଇଛି। ରାଜ୍ୟରେ ପ୍ରାୟ ୧.୪୦ ଲକ୍ଷ ଅଟୋ ରିକ୍ସା ଏବଂ ପ୍ରାୟ ୧ ଲକ୍ଷ ଯାତ୍ରୀ ପରିବହନ ଟ୍ୟାକ୍ସି ଚଳାଚଳ କରୁଛି। ଏହା ଉପରେ ନିର୍ଭର କରୁଥିବା ୨ ଲକ୍ଷ ପରିବାରର ଜୀବିକା ମଧ୍ୟ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି।

ଅନ୍ୟପକ୍ଷରେ ଯାତ୍ରୀ ପରିବହନ ବିପର୍ଯ୍ୟସ୍ତ ହେବା ସହ ନୂତନ ଯାନବାହନ କ୍ରୟ ମଧ୍ୟ ହ୍ରାସ ପାଇଛି। ଏହାର ପ୍ରଭାବ ସିଧାସଳଖ ରାଜକୋଷ ଉପରେ ପଡିଛି। ନୂତନ ଯାନବାହନ ବିକ୍ରି ହ୍ରାସ ପାଇଥିବାରୁ ପଞ୍ଜୀକରଣ ଟିକସଠାରୁ ଆରମ୍ଭ କରି ରୋଡ୍‌ ଟ୍ୟାକ୍ସ ଆଦି କମିଯାଇଛି। ମିଳିଥିବା ସୂଚନା ଅନୁଯାୟୀ ୨୦୨୦ ଏପ୍ରିଲରୁ ଜୁଲାଇ ୧୦ ତାରିଖ ମଧ୍ୟରେ ପରିବହନ ବିଭାଗକୁ ମିଳୁଥିବା ୫୮ ପ୍ରତିଶତ ଟିକସ ହ୍ରାସ ପାଇଛି। ୨୦୧୯ ଏହି ସମୟ ମଧ୍ୟରେ ଟିକସ ଆଦାୟ ୩୮୬ କୋଟି ଟଙ୍କା ହୋଇଥିବା ବେଳେ ଚଳିତ ବର୍ଷ ମାତ୍ର ୧୫୮ କୋଟି ହୋଇପାରିଛି। ଆଗକୁ ପରିସ୍ଥିତି ନ ସୁଧୁରିଲେ ଟିକସ ହ୍ରାସ ପ୍ରକ୍ରିୟା ଜାରି ରହିବ ବୋଲି ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri