ଗଞ୍ଜାମ, ଖୋର୍ଦ୍ଧା ଜିଲାରେ ସର୍ବାଧିକ ସକ୍ରିୟ ସଂକ୍ରମିତ

ଭୁବନେଶ୍ୱର, ୪ା୬ (ବ୍ୟୁରୋ)- ରାଜ୍ୟର ଦୁଇ ଜିଲା ଗଞ୍ଜାମ ଓ ଖୋର୍ଦ୍ଧାରେ ସର୍ବାଧିକ ସକ୍ରିୟ ସଂକ୍ରମିତଙ୍କ ରହିଛନ୍ତି। ଶେଷ ୨୪ ଘଣ୍ଟାରେ ଆଉ ୯୦ଜଣ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୫ ଓ ଗଞ୍ଜାମ ଜିଲାରୁ ୨୨ଜଣ ରହିଛନ୍ତି। ଫଳରେ ଏବେ ଗଞ୍ଜାମରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୬୪ ଓ ଖୋର୍ଦ୍ଧାରେ ୧୧୪ ରହିଛି। ଅନ୍ୟ ଜିଲାଗୁଡ଼ିକରେ ଏହି ସଂଖ୍ୟା ଶହେ ତଳକୁ ରହିଥିବା ଗୁରୁବାର ରାଜ୍ୟ ସରକାରଙ୍କ କୋଭିଡ୍‌ ଡ୍ୟାସ୍‌ବୋର୍ଡ ତଥ୍ୟରୁ ଜଣାପଡ଼ିଛି। ଅନ୍ୟପକ୍ଷରେ ଚିହ୍ନଟ ନୂଆ ଆକ୍ରାନ୍ତ ୧୩ ଜିଲାରୁ ରହିଥିବାବେଳେ ଖୋର୍ଦ୍ଧା ଜିଲା ପୁଣି ଚର୍ଚ୍ଚାକୁ ଆସିଛି। ଏଠାରେ ଏବେ ଫେରନ୍ତା ପ୍ରବାସୀଙ୍କ ସଂଖ୍ୟା ୩ହଜାର ଛୁଇଁଛି। କ୍ୱାରାଣ୍ଟାଇନ୍‌ ସେଣ୍ଟର ଓ ଲୋକାଲ ପଜିଟିଭ୍‌ କେସ୍‌କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୯୫ରେ ପହଞ୍ଚତ୍ଛି। ସକ୍ରିୟ ଥିବା ୧୧୪ଜଣ ସଂକ୍ରମିତଙ୍କ ମଧ୍ୟରୁ ୯୯ଜଣ ଖୋର୍ଦ୍ଧା ଉପଖଣ୍ଡର ଓ ୧୫ଜଣ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳର ବୋଲି ଜଣାପଡିଛି।
ତେବେ ସବୁଠାରୁ ଉଦ୍‌ବେଗର ବିଷୟ ହେଲା, ଭୁବନେଶ୍ୱରରେ ଆଉ ୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହୋମ୍‌ କ୍ୱାରାଣ୍ଟାଇନ୍‌ ଥିବା ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ ପୂର୍ବରୁ ଚିହ୍ନଟ ହୋଇଥିବା ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି। ଅନ୍ୟ ୩ଜଣ କରୋନା ଆକ୍ରାନ୍ତ ଲୋକାଲ କେସ୍‌ ଅନ୍ତର୍ଭୁକ୍ତ। ଏମାନଙ୍କ ମଧ୍ୟରେ ଏମ୍ସର ଜଣେ କର୍ମଚାରୀ ଥିବାବେଳେ ଆଇଗିଣିଆ ଓ ଡୁମୁଡୁମାରୁ ଜଣେ ଲେଖାଏ ଆକ୍ରାନ୍ତ ରହିଛନ୍ତି। ସୂଚନା ଓ ଲୋକଙ୍କ ସମ୍ପର୍କ ବିଭାଗ, ବିଏମ୍‌ସି ଓ ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ଟୁଇଟ୍‌ ଯୋଗେ ଏହି ସୂଚନା ଦିଆଯାଇଛି।
ସେହିପରି ନୂଆ ୯୦ ଆକ୍ରାନ୍ତଙ୍କ ମଧ୍ୟରୁ ଢେଙ୍କାନାଳରୁ ୧୦, ଭଦ୍ରକରୁ ୯, ନୟାଗଡରୁ ୭, ସୁନ୍ଦରଗଡ ଓ କଟକରୁ ୫, ପୁରୀରୁ ୨ ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୋଳ, ବାଲେଶ୍ୱର, କଳାହାଣ୍ଡି, ସମ୍ବଲପୁର ଏବଂ ବରଗଡରୁ ଜଣେ ଲେଖାଏ ରହିଛନ୍ତି। ୭୯ଜଣ କ୍ୱାରାଣ୍ଟାଇନ୍‌ରୁ ଓ ୧୧ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି। ଏମାନଙ୍କୁ ମିଶାଇ ଏବେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨୪୭୮କୁ ବୃଦ୍ଧି ପାଇଛି।
ସେପଟେ ରାଜ୍ୟରେ ଗୁରୁବାର ଆଉ ୬୫ ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୪୮୧ରେ ପହଞ୍ଚତ୍ଛି। ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ୧୪ଜଣ, ଜଗତ୍‌ସିଂହପୁର ଓ କେନ୍ଦ୍ରାପଡାରୁ ୧୦ଜଣ ଲେଖାଏ, ଭଦ୍ରକରୁ ୮ଜଣ ଓ କେନ୍ଦୁଝରରୁ ୭ ଜଣ, ବଲାଙ୍ଗୀରରୁ ୬ଜଣ, ଖୋର୍ଦ୍ଧାରୁ ୩ଜଣ, ବାଲେଶ୍ୱର ଓ ଯାଜପୁରରୁ ୨ଜଣ ଲେଖାଏ, ଢେଙ୍କାନାଳ, ଝାରସୁଗୁଡା ଓ କନ୍ଧମାଳରୁ ଜଣେ ଲେଖାଏ ସୁସ୍ଥ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

କିସ୍‌ରେ ୯ମ ଶ୍ରେଣୀ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ: ମା’ ଆଣିଲେ ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୧୩॥୧୨: ଭୁବନେଶ୍ୱର କିସ୍‌ରେ ୯ମ ଶ୍ରେଣୀ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ ଛାତ୍ର କେନ୍ଦୁଝର ଟାଉନ ଥାନା ଟିକରଗୁମୁରା ଗାଁର।ଛାତ୍ରଙ୍କ ଶରୀରରେ କ୍ଷତ ଚିହ୍ନ...

ବିଜେବି କଲେଜ ପିଅନଙ୍କୁ ହତ୍ୟା ଅଭିଯୋଗ

ଭୁବନେଶ୍ୱର,୧୩ା୧୨(ସତ୍ୟଜିତ୍‌ ରାଉତ): ବିଜେବି କଲେଜର ଜଣେ ପିଅନଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସେ ହେଲେ ୟୁନିଟ୍‌-୯ କ୍ୱାର୍ଟର୍ସ ନଂ.୧ଆର୍‌/୨ରେ ରହୁଥିବା ନନ୍ଦନକାନନ ଥାନା ଅନ୍ତର୍ଗତ...

ସାରା ଦେଶରେ ଓଡ଼ିଶାର ବିଧାୟକଙ୍କ ଦରମା ସବୁଠାରୁ ଅଧିକ, ଜାଣନ୍ତୁ କେତେ…

ଭୁବନେଶ୍ୱର,୧୨।୧୨: ସାରା ଦେଶରେ ଓଡ଼ିଶାର ବିଧାୟକଙ୍କ ଦରମା ସବୁଠାରୁ ଅଧିକ। ସବୁଠାରୁ ବଡ଼ କଥା ହେଉଛି ଅଟୋମେସନ ପ୍ରୋସେସରେ ପ୍ରତି ୫ ବର୍ଷରେ ବିଧାୟକଙ୍କ ଦରମା...

ମୋକିମ୍‌ଙ୍କୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ଏଥର ଦିଲ୍ଲୀରେ …

ଭୁବନେଶ୍ୱର,୧୨।୧୨: ମୋକିମଙ୍କ ଚିଠି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ପ୍ରତିକ୍ରିୟା ରଖିଛନ୍ତି। ଓଡ଼ିଶାରେ ବିବାଦ, ଦିଲ୍ଲୀରେ ସମାଧାନ ହେବ କହିଲେ ରାମଚନ୍ଦ୍ର କାଡାମ। ଓଡ଼ିଶା...

ଓଡ଼ିଶା ଆସିବେ CJI: ପ୍ରଥମ ଥର ପାଇଁ…

ଭୁବନେଶ୍ୱର,୧୨।୧୨: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଆସନ୍ତା ରବିବାର ଓଡ଼ିଶା ଆସିବେ । CJI ଭାବେ ଶପଥ ଗ୍ରହଣ କରିବା ପରେ ପ୍ରଥମ ଥର...

ମୁଖ୍ୟମନ୍ତ୍ରୀଙ୍କୁ ଦିଆଗଲା ମାଲକାନଗିରି ରିପୋର୍ଟ

ଭୁବନେଶ୍ୱର,୧୨ା୧୨: ମାଲକାନଗିରି ହିଂସାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଦିଆଯାଇଛି ରିପୋର୍ଟ। ମୁଖ୍ୟମନ୍ତ୍ରୀଙ୍କୁ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଏହି ରିପୋର୍ଟ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ କେଭି...

ଥରୁଛି ସାରା ରାଜ୍ୟ, କନ୍ଧମାଳରେ ସର୍ବନିମ୍ନ ତାପମାତ୍ରା ରହିଛି…

ଭୁବନେଶ୍ୱର,୧୨ା୧୨: ଶୀତରେ ଥରୁଛି ସାରା ରାଜ୍ୟ। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। କନ୍ଧମାଳ ଜିଲା ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୩.୧ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ କୋରାପୁଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri