ଜୁନାଗଡ଼ ରୋଡ୍‌ରୁ ହାଓ୍ବଡା ଇସ୍ପାତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କଲେ ଏମ୍‌ପି: ୨୨ରୁ ଗଡ଼ିବ ଟ୍ରେନ୍‌…

ଜୁନାଗଡ଼,୧୯।୨(ସୁନୀଲ କୁମାର ସିଂହ/ଅଂଶୁମାନ ଯୋଶୀ)- ପଶ୍ଚିମ ଓଡ଼ିଶାରେ ରେଳ ସଂଯୋଗକୁ ସୁଦୃଢ଼ ​​କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ହାଓ୍ବଡା-ଟିଟଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସ୍ ଜୁନାଗଡ଼ ରୋଡ୍ ପର୍ଯ୍ୟନ୍ତ ସମ୍ପ୍ରସାରିତ ହୋଇଛି। ଏହି ସମ୍ପ୍ରସାରଣ ବଲାଙ୍ଗୀର ଏବଂ କଳାହାଣ୍ଡି ଜିଲାର ଜନସାଧାରଣଙ୍କ ପାଇଁ ଅଧିକ ଯାତ୍ରୀ ସୁବିଧା, ଉନ୍ନତ ସୁଗମତା ଏବଂ ନୂତନ ସୁଯୋଗ ଆଣିବ। ଏହି ପରିପ୍ରେକ୍ଷୀରେ ଜୁନାଗଡ଼ ରୋଡ୍ ଏବଂ ଟିଟଲାଗଡ଼ ମଧ୍ୟରେ ବିସ୍ତାରିତ ଅଂଶର ଉଦଘାଟନୀ ଟ୍ରେନ୍କୁ ଗୁରୁବାର ଅପରାହ୍ନରେ ଜୁନାଗଡ଼ ରୋଡ୍ ଷ୍ଟେଶନରେ ଶୁଭାରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଲୋକସଭା ଏମ୍‌ପି ମାଳବିକା ଦେବୀ ଯୋଗଦେଇ ପତକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ଏହି ସମୟରେ ବରିଷ୍ଠ ମଣ୍ଡଳ ବାଣିଜ୍ୟିକ ପ୍ରବନ୍ଧକ ଗରିମା ତିୱାରୀ ପୂର୍ବତନ ଏମପି ଅର୍କ କେଶରୀ ଦେଓ, ପୂର୍ବତନ ନଗରପାଳ ମୁକେଶ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ। ପରେ ଏମ୍‌ପି ଦେବୀ ଜୁନାଗଡ଼ ରୋଡ଼ରୁ ଭବାନୀପାଟଣା ପର୍ଯ୍ୟନ୍ତ ଏହି ଟ୍ରେନ୍ରେ ଯାତ୍ରା କରିଥଲେ ।ସମ୍ପ୍ରସାରିତ ଏହି ହାଓ୍ବଡା-ଟିଟଲାଗଡ଼ – ଜୁନାଗଡ଼ ରୋଡ ଇସ୍ପାତ ଏକ୍ସପ୍ରେସ ଟିଟଲାଗଡ଼ ଏବଂ ଜୁନାଗଡ଼ ରୋଡ ମଧ୍ୟରେ କେସିଙ୍ଗା, ଲାଞ୍ଜିଗଡ଼ ରୋଡ ଏବଂ ଭବାନୀପାଟଣା ଷ୍ଟେଶନରେ ରହଣି କରିବ। ଟ୍ରେନ୍ ନମ୍ବର ୧୨୮୭୧ (ହାଓ୍ବଡା-ଟିଟଲାଗଡ଼ ଏକ୍ସପ୍ରେସ୍) ଏବେ ଜୁନାଗଡ଼ ରୋଡ୍ ପର୍ଯ୍ୟନ୍ତ ଚାଲିବ। ଯାହାକି ୨୧.୦୨.୨୦୨୬ ରୁ ହାଓ୍ବଡାରୁ ଆରମ୍ଭ ହେବ। ସେହିପରି ଟ୍ରେନ ନମ୍ବର ୧୨୮୭୨ (ଟିଟଲାଗଡ଼-ହାଓ୍ବଡା ଏକ୍ସପ୍ରେସ) ୨୨.୦୨.୨୦୨୬ ରୁ ଜୁନାଗଡ଼ ରୋଡରୁ ଆରମ୍ଭ ହେବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାକୁ ଅବହେଳା: ଖୋର୍ଦ୍ଧା-ନୟାଗଡ଼ ୪ ଲେନ୍‌ ପ୍ରସ୍ତାବ ଖାରଜ କଲେ ସରକାର

ଖୋର୍ଦ୍ଧା,୨୧ା୫: ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କ ଅବହେଳା। ଖୋର୍ଦ୍ଧା-ନୟାଗଡ଼ ୪ ଲେନ୍‌ ଜାତୀୟ ରାଜପଥ ପ୍ରକଳ୍ପ ପ୍ରସ୍ତାବକୁ ଖାରଜ କରିଦେଇଛନ୍ତି କେନ୍ଦ୍ର ସରକାର। ରାସ୍ତାକୁ ୨ରୁ ୪-ଲେନ୍‌…

ସ୍ୱାସ୍ଥ୍ୟକର୍ମଚାରୀ ଅଭାବକୁ ନେଇ ତାତିଲେ ଗ୍ରାମବାସୀ, ଦୋକାନ ବନ୍ଦ କରି ରାସ୍ତାରେ ବସିଲେ

ଗଜପତି,୨୧।୫(ଗିରିଧାରୀ ପରିଛା): ଡାକ୍ତର, ଫାର୍ମାସିଷ୍ଟ ଓ ସ୍ୱାସ୍ଥ୍ୟକର୍ମଚାରୀ ଅଭାବ ହେତୁ ଗୋଶାଣି ବ୍ଲକ ଗାରାବନ୍ଧ ଗ୍ରାମରେ ରାଜରାସ୍ତାକୁ ଓହ୍ଲାଇଲେ ଲୋକେ । ଦୋକାନ ବନ୍ଦ କରିବା ସହିତ…

ଘରୋଇ ହଷ୍ଟେଲର ୩ ମହଲା ଛାତରୁ ପଡି ସ୍କୁଲ ଛାତ୍ର ଗୁରୁତର, କଟକ ମେଡିକାଲରେ ଭର୍ତ୍ତିି

ନୀଳଗିରି, ୨୧।୫(ପ୍ରଶାନ୍ତ କୁମାର ବିଶ୍ବାଳ): ଘରୋଇ ମେସର ୩ ମହଲା ଛାତରୁ ଖସି ଛାତ୍ର ଗୁରୁତର ହୋଇ କଟକ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ଛାତତ୍ର ଜଣଙ୍କ ନୀଳଗିରି…

ବିଜ୍ଞାନରେ ଏତିକି ନମ୍ବର ରଖି ଦୁଇ ଜଣ ହେଲେ ବ୍ଲକ ଟପ୍ପର : ସଫଳତା ପାଇଁ ଅଧ୍ୟାପକ, ପରିବାରଙ୍କୁ ଦେଲେ ଶ୍ରେୟ

ଛତ୍ରପୁର,୨୧।୫(ଦିଲ୍ଲୀପ ସାମଲ): ପ୍ରକାଶ ପାଇଛି ଯୁକ୍ତ୨ ରେଜଲ୍ଟ । ଏହି ଅବସରରେ ବିଜ୍ଞାନ ବିଭାଗରେ ଦୁଇ ଛାତ୍ର ଛତ୍ରପୁର ବ୍ଲକ ଟପ୍ପର ହୋଇଛନ୍ତି । ଗୋବିନ୍ଦପୁର ସ୍ଥିତ…

ଯୁକ୍ତ ୨ ପରୀକ୍ଷାରେ ୯୯.୫% ନମ୍ବର ରଖି ସଫଳତା ପାଇଲେ କୁନ୍ତୀ, ଚାରିଆଡୁ ଆସୁଛି ଶୁଭେଚ୍ଛା

ବୀରମହାରାଜପୁର,୨୧।୫ (ଯୁଗଳ କିଶୋର ମିଶ୍ର ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦ୍ବାଦଶ ଶ୍ରେଣୀ (ଯୁକ୍ତ୨) ପରୀକ୍ଷା ବୁଧବାର ପ୍ରକାଶ ପାଇଛି । ସୁବର୍ଣ୍ଣପୁର…

ଦୁର୍ଗାମାଧବ ରାଜ୍ୟରେ ଦ୍ୱିତୀୟ: ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ,୨୧।୫(ବିଦ୍ୟାଧର ସାହୁ): ଚଳିତବର୍ଷ ଯୁକ୍ତଦୁଇ ବିଜ୍ଞାନରେ ରାଜ୍ୟରେ ୨ୟ ସ୍ଥାନ ଅଧିକାର କରିଛନ୍ତି ଦୁର୍ଗାମାଧବ ବାରିକ l ଗଞ୍ଜାମ ସହର ଦୁର୍ଗାଦେବୀ ସାହି ବାସିନ୍ଦା ତଥା ଶିକ୍ଷକ…

୧୫୦ବର୍ଷ ପୂର୍ବଠାରୁ ବଳିଯିବ ୨୦୨୬ର ମହାପ୍ରଳୟ! ଚମକାଇଲା ପାଣିପାଗ ରିପୋର୍ଟ

ଭୁବନେଶ୍ୱର,୨୧।୫: ଗୋଟିଏ କଥା ନିଶ୍ଚିତ; ଏବର୍ଷ ଅଧିକ ଗରମ ହେବ କାରଣ ‘ଏଲ ନିନୋ’ ନିଜର ଉପସ୍ଥିତି ଜାହିର କରିବ। ଆପଣ ଏହା ପୂର୍ୱରୁ ଶୁଣିଥିବେ, କିନ୍ତୁ…

ଗୋଡାଇ ଗୋଡାଇ ଅପରାଧୀଙ୍କୁ ଏନକାଉଣ୍ଟର କଲା ପୋଲିସ: ପୋଲିସ ଡିଜିଙ୍କ ଚରମବାଣୀ ପରେ…

ବ୍ରହ୍ମପୁର, ୨୧/୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଗିରିରୋଡ ଆକ୍ରମଣ ଘଟଣାରେ ଅଭିଯୁକ୍ତ ମୁକେଶ ସାହୁକୁ ଏନକାଉଣ୍ଟର କରାଯାଇଛି। ଡିଜିଙ୍କ ଚରମବାଣୀ ପରେ ଅପରାଧୀଙ୍କୁ କାଉଣ୍ଟର ପାଇଁ ଏନକାଉଣ୍ଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri