ଆଦିବାସୀଙ୍କୁ ରୋଜଗାରର ଲୋଭ ଦେଖାଇ ଅଫିମ ଗଛକୁ ଚାଇନା ଶାଗ କହିଥିଲେ ମାଫିଆ, ଏବେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ…

କେନ୍ଦୁଝର,୧୯ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ବରଦାପାଳ ପଞ୍ଚାୟତ ତଳକମ୍ପଡିହୀ ଗାଁର ଜହ୍ଲା ସାହିରେ ବ୍ୟାପକ ପରିମାଣର ଅଫିମ ଚାଷକୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତରେ ପୋଲିସ, ବନ ଓ ଅବକାରୀ ବିଭାଗ ନଷ୍ଟ କରାଯାଇଛି। ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି କହିଛନ୍ତି ଅବକାରୀ ଅଧୀକ୍ଷକ।

ସୂଚନାଯୋଗ୍ୟ, କେନ୍ଦୁଝର ସଦର ଥାନାର ବରଦାପାଳ ପଞ୍ଚାୟତ ତଳକମ୍ପଡିହୀ ଗାଁର ଜହ୍ଲା ସାହିରେ ଅଫିମ ମାଫିଆମାନେ ନିରୀହ ଗରିବ ଆଦିବାସୀମାନଙ୍କୁ ଏହା ଚାଇନା ଶାଗ ଓ ଏହାକୁ ଚାଷ କଲେ ବ୍ୟାପକ ରୋଜଗାର ହେବାର ପ୍ରଲୋଭିତ କରି ଅଫିମ ଚାଷ କରିଥିଲେ। ଏପରିକି ଏହାର ମଞ୍ଜି ମଧ୍ୟ ସେମାନେ ଯୋଗାଇ ଦେଇଥିଲେ ଓ ଗାଁ ସାରା ଲୋକଙ୍କୁ ଏହା ଚାଷ କରିବାରୁ ପ୍ରବର୍ତ୍ତାଇ ଥିଲେ। ଗୁରୁବାର ଯେତେବେଳେ ଗାଁରେ ପୋଲିସ, ବନ ଓ ଅବକାରୀ ବିଭାଗର ଟିମ୍‌ ଏହା ଜିଲାରେ ଏକ ବଡ଼ ସଫଳତା ବୋଲି ଜଣାପଡ଼ିଛି। ଅଫିମ ଚାଷ ପାଇଁ ଗଛ ସବୁକୁ ଧାଡ଼ି ଧାଡ଼ି କରି ଲାଗାଯାଇଛି। ସେଥିରେ ପାଣି ଦେବା ପାଇଁ ସିଆର କରାଯାଇଛି। ଫଳର ଅଫିମ ଗଛ ସବୁ ହୃଷ୍ଟପୃଷ୍ଟ ହୋଇ ଫୁଲ ଓ ଫଳ ହେଲାଣି ଆଉ କିଛିଦିନ ପରେ ଅମଳ ହୋଇଥାନ୍ତା ଓ ମାଫିଆମାନେ ମାଲାମାଲ ହୋଇଥାନ୍ତେ।

ଗୁରୁବାର ବନ ବିଭାଗ, ଅବକାରୀ ବିଭାଗ ଏବଂ ପୋଲିସ ମିଳିତ ଭାବେ ଏସବୁ ଅଫିମ ଗଛ ସବୁକୁ କାଟି ଉପାଡ଼ି ନଷ୍ଟ କରି ଦେଇଛନ୍ତି। ଆଗକୁ ବିଭାଗ ତରଫରୁ ଏଭଳି ବେଆଇନ ଅଫିମ ଚାଷ ନଷ୍ଟ କରାଯିବ ବୋଲି ସୂଚନା ଦେଇଛି। କେନ୍ଦୁଝର ଜିଲାରେ ଯୋଡ଼ା, ବାଂଶପାଳ, ସଦର, ହରିଚନ୍ଦନପୁର ଆଦି ବ୍ଲକ ଅଞ୍ଚଳରୁ ଗତ କିଛି ମାସ ମଧ୍ୟରେ ବ୍ୟାପକ ଗଞ୍ଜେଇ ଓ ଅଫିମ ଚାଷକୁ ବନ, ପୋଲିସ ଓ ଅବକାରୀ ବିଭାଗ ନଷ୍ଟ କରିଥିଲେ ହେଁ, ଅଦ୍ୟାବଧି କାହାରିକୁ ଗିରଫ କରି ନ ପାରିବା କିମ୍ବା ଏହା ପଛରେ କାହାର ହାତ ଅଛି ଜାଣି ପାରୁ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ସେହିପରି ଏତେ ପରିମାଣରେ ଚାଷ ବିଭିନ୍ନ ଜଙ୍ଗଲ ପରିବେଷ୍ଟିତ ଅଞ୍ଚଳରେ ମାସ ମାସ ଧରି ହୋଇଥିଲେ କିଭଳି ଟେର୍‌ ପାଉନାହାନ୍ତି ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଏକ ମାଈ ହାତୀର ମୃତଦେହ ଠାବ: ବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ….

ରିଆମାଳ, ୨୨/୮ (ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ସେକ୍ସନ ଅନ୍ତର୍ଗତ ଚେଢ଼ଇମରା ଗ୍ରାମ ପଞ୍ଚାୟତର ଝରାବେରେଣୀ ଗ୍ରାମ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରୁ ବନ…

ଜୁଆ ଆଡ୍ଡାରେ ଚଢାଉ: ପୋଲିସ କର୍ମଚାରୀଙ୍କୁ ହତ୍ୟା ଉଦ୍ୟମ କରି ଗଲେ ଜେଲ୍

ଦିଗପହଣ୍ଡି,୨୨|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଡ଼ଭାର ଗ୍ରାମ ମା ‘ କାଳୀ ମନ୍ଦିର ନିକଟ ଆମ୍ବ ତୋଟାରେ ଚାଲିଥିବା ଜୁଆଆଡ୍ଡାରେ ପୋଲିସ ଟିମ୍…

ପୁଣି ଲଘୁଚାପ ସମ୍ଭାବନା: ୨୪ ଘଣ୍ଟାରେ ସ୍ପଷ୍ଟ ହେବ ଚିତ୍ର

ଭୁବନେଶ୍ୱର, ୨୨।୮: ଉତ୍ତର ବଙ୍ଗୋପସାଗର ଉପରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି। ଉତ୍ତର ବଙ୍ଗୋପସାଗର ସଂଲଗ୍ନ ପଶ୍ଚିମବଙ୍ଗ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ…

ଆପଣଙ୍କର ପାଖରେ ଅଛି କି ପୁରୁଣା ପାସ୍‌ବୁକ୍‌? ଡିସେମ୍ୱର ୩୧ ପୂର୍ବରୁ ଶୀଘ୍ର ବଦଳାନ୍ତୁ, ଆସିଲା ନୂଆ ନିୟମ…

ନୂଆଦିଲ୍ଲୀ,୨୨।୮: ଯଦି ଆପଣ ବି ବ୍ୟାଙ୍କିଙ୍ଗ୍ କାରବାର ପାଇଁ ଚେକ୍‌ବୁକ୍ (Chequebook) ବ୍ୟବହାର କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଦରକାରୀ ଖବର। ବାସ୍ତବରେ,…

୪ ବର୍ଷରୁ କମ ବୟସର ପିଲାମାନଙ୍କୁ ଦିଆଯିବ ନାହିଁ ଏହି ଥଣ୍ଡା-କାଶ ଔଷଧ: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୮: କେନ୍ଦ୍ର ସରକାର ଛୋଟ ପିଲାମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ସରକାର ୪ ବର୍ଷରୁ କମ ବୟସର ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ…

ଏହି ୫୨ ନେତା ପିନ୍ଧିବେ ୧୦ ଲକ୍ଷ ଟଙ୍କାର ଜ୍ୟାକେଟ୍‌: ପଛରେ ରହିଛି ଏମିତି କାରଣ

ଲକ୍ଷ୍ନୌ,୨୨।୮: ଉତ୍ତର ପ୍ରଦେଶରେ ରାଜନୈତିକ ନେତାଙ୍କ ସୁରକ୍ଷା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ରାଜ୍ୟର ୫୨ ନେତାଙ୍କୁ ବୁଲେଟପ୍ରୁଫ ଜ୍ୟାକେଟ ଯୋଗାଇ ଦିଆଯାଇଛି। ଏହି ସୁରକ୍ଷା…

ମୃତ୍ୟୁପରେ ରୋଗୀଙ୍କୁ ରେଫର କଲେ ଡାକ୍ତର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ

ତିହିଡି଼,୨୨।୮(ସଞ୍ଜିତ ବଳ):ଭଦ୍ରକ ଜିଲା ତିହିଡି଼ ଥାନା ଭାଟପ ପଞ୍ଚାୟତ ଅଧୀନ ବଉଳପାଳ ଗ୍ରାମର ମାୟାଧର ତ୍ରିପାଠୀ (୬୫)ନାମକ ଜଣେ ବୃଦ୍ଧଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ମୃତ୍ୟୁ ଘଟିଥିବା…

ଦୀପିକାଙ୍କୁ ନେଇ ବଢୁଛି ଚର୍ଚ୍ଚା: ‘ସ୍ପିରିଟ୍‌’ରୁ ବିଦା ହେବାକୁ ବଢିଲା ବିବାଦ

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ପ୍ରଭାସଙ୍କ ଫିଲ୍ମ ‘ସ୍ପିରିଟ୍‌’ରୁ ବିଦା ହେବାକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମର ନିର୍ମାତା ଅଭିନେତ୍ରୀଙ୍କ ବିଷୟରେ ଅନେକ ଅଭିଯୋଗ ଆଣିଛନ୍ତି। ସନ୍ଦୀପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri