ସ୍ତ୍ରୀଙ୍କୁ ମାଡ଼ମାରି ଗଛରେ ଟାଙ୍ଗିଦେଲେ ସ୍ବାମୀ: ଡାଳ ଭିଙ୍ଗିଯିବାରୁ ବଞ୍ଚିଗଲେ ସ୍ତ୍ରୀ

ଆନନ୍ଦପୁର,୧୪।୬(ସ୍ବ.ପ୍ର.): ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ନଦୁଆଁ ଗ୍ରାମରେ ରଜ ଉତ୍ସବ ଚାଲିଥିବା ବେଳେ ଏକ ଅଘଟଣ ଘଟିଛି। ସ୍ତ୍ରୀଙ୍କୁ ମାଡ଼ମାରି ଗଛରେ ଟାଙ୍ଗି ଦେଇଥିଲେ ସ୍ବାମୀ। ତେବେ ଗଛ ଡାଳ ଭାଙ୍ଗିଯିବାରୁ ସ୍ତ୍ରୀ ବଞ୍ଚିଯାଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି।
ପ୍ରକାଶ ଯେ, ଭଦ୍ରକ ଜିଲା ଅଗରପଡ଼ା ଥାନା ଅନ୍ତର୍ଗତ ଘଣ୍ଟଗଡ଼ିଆ ଗାଁର ସ୍ବର୍ଗତ ଶଶିକାନ୍ତ ଦେହୁରୀଙ୍କ ବଡ଼ ଝିଅ ଗୌରୀଙ୍କ ସହ ପ୍ରାୟ ୭ବର୍ଷ ପୂର୍ବେ ଘସିପୁରା ଥାନା ନଦୁଆଁ ଗାଁର ମାଗୁଣି ଦେହୁରୀଙ୍କ ପୁଅ ପ୍ରମୋଦଙ୍କ ବିବାହ ହୋଇଥିଲା। ଉଭୟଙ୍କର ଏକ କନ୍ୟା ମଧ୍ୟ ଅଛନ୍ତି। ହେଲେ ପ୍ରମୋଦ ଗୌରୀଙ୍କୁ ବିଭିନ୍ନ ସମୟରେ ମାଡ଼ଗାଳି ଦେଉଥିଲେ। ଘସିପୁରା ଓ ଅଗରପଡ଼ା ଥାନାରେ ଏ ନେଇ ପୂର୍ବରୁ ଅଭିଯୋଗ ହୋଇ ଆପୋସ ସମାଧାନ ମଧ୍ୟ ହୋଇଥିଲା। ଗୌରୀଙ୍କ ମା’ ସସ୍ମିତାଙ୍କ କହିବା ଅନୁଯାୟୀ, ଗୁରୁବାର ସନ୍ଧ୍ୟାରେ ଝିଅର ଡ୍ରେସ୍‌ କିଣିବାକୁ କହି ପ୍ରମୋଦ ଗୌରୀଙ୍କୁ ଦେଓଗାଁ ବଜାରକୁ ନେବାକୁ କହିଥିଲେ। ହେଲେ ଦେଓଗାଁ ନେବା ପରିବର୍ତ୍ତେ ଝାଡ଼କୁଣ୍ଡି ନିକଟରେ ଥିବା ଏକ କାଜୁ ଜଙ୍ଗଲକୁ ନେଇ ସେଠାରେ ତାଙ୍କୁ ମାଡ଼ ମାରିବା ସହ ତଣ୍ଟି ଚିପି ଦେଇଥିଲେ। ଗୌରୀ ବେହୋସ ହେବାପରେ ପିନ୍ଧା ଓଢ଼ଣିରେ ତାଙ୍କୁ ଏକ ଗଛରେ ଟାଙ୍ଗିଦେଇ ପଳାଇଥିଲେ। ହେଲେ ଗଛର ଡାଳଟି ଭାଙ୍ଗି ପଡିବାରୁ ସେ ତଳେପଡ଼ି ଯାଇଥିଲେ। ଶୁକ୍ରବାର ସକାଳୁ ହୋସ ଆସିବାପରେ ଗାଁ ନିକଟକୁ ଯାଇଥିଲେ। ଗାଁ ଲୋକେ ତାଙ୍କୁ ଉଦ୍ଧାର କରିବା ସହ ବାପ ଘରକୁ ଖବର କରିଥିଲେ। ବାପଘର ଲୋକେ ପହଞ୍ଚି ଗୌରୀଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଖବର ପାଇ ଘସିପୁରା ପୋଲିସ୍‌ ପ୍ରମୋଦଙ୍କୁ ଖୋଜାଖୋଜି କରୁଛି । ହେଲେ ପ୍ରମୋଦ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏ ନେଇ ଥାନାରେ ଅଭିଯୋଗ ହୋଇ ନ ଥିଲେ ମଧ୍ୟ ପୋଲିସ ନିଜଆଡୁ ଘଟଣାର ଅନୁସନ୍ଧାନ ଜାରିରଖିଛି। ତଦନ୍ତ ପରେ ସତ୍ୟ ପଦାକୁ ଆସିବ ବୋଲି ଘସିପୁରା ଥାନା ଅଧିକାରୀ ବିରଞ୍ଚି ବାଗ୍‌ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ରବି-ଶୁଭ ଏବଂ ଶୁକ୍ଳ ଯୋଗ ନୂତନ ବର୍ଷ ଆରମ୍ଭ: ଏହି ୩ ରାଶି ଲୋକଙ୍କର ବଲ୍ଲେ-ବଲ୍ଲେ

ନୂତନ ବର୍ଷ ୨୦୨୬ ଆଜିଠାରୁ ଆରମ୍ଭ ହୋଇଛି। ଜ୍ୟୋତିଷ ଦୃଷ୍ଟିକୋଣରୁ, ଏହି ବର୍ଷର ପ୍ରଥମ ଦିନଟି ଗୁରୁତ୍ୱପୂର୍ଣ୍ଣ କାରଣ ଚନ୍ଦ୍ର ସକାଳୁ ସକାଳୁ ଗମନ କରିଥିବାବେଳେ,...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ: ଚା’ ବାଣ୍ଟି ଜଣାଇଲେ ଶୁଭେଚ୍ଛା

ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri