୧୪୫୦ କର୍ମଚାରୀ ଛଟେଇ କଲା ଅକ୍ସଫାମ୍‌

ନୂଆଦିଲ୍ଲୀ,୨୨।୫: କୋଭିଡ୍‌-୧୯ ବିଶ୍ୱରେ କାୟାବିସ୍ତାର କରିଥିବା ବେଳେ ଏହାର ପ୍ରଭାବ ଜାରି ରହିଛି। ଏଥିଯୋଗୁ ସାରା ବିଶ୍ୱର ଆର୍ଥତ୍କ କାର୍ଯ୍ୟକଳାପ ଠପ୍‌ ହୋଇ ରହିଛି। ବିଶ୍ୱସ୍ତରୀୟ ସାମାଜିକ ଅନୁଷ୍ଠାନ ଅକ୍ସଫାମ୍‌ ଏହାଦ୍ୱାରା ବ୍ୟାପକ ସମସ୍ୟାର ସମ୍ମୁଖୀନ ହୋଇଛି । ଉକ୍ତ ଅନୁଷ୍ଠାନ ପ୍ରାୟ ୧୪୫୦ କର୍ମଚାରୀ ଛଟେଇ କରିଥିବା ବେଳେ ଏହାର ଅଂଶୀଦାର ସଂସ୍ଥାଗୁଡିକର ପ୍ରାୟ ୭ଶହରୁ ଊର୍ଦ୍ଧ୍ୱ କର୍ମଚାରୀ ପ୍ରଭାବିତ ହେବେ ବୋଲି ଜଣାପଡିଛି। ଏହାବାଦ ୧୮ଟି ଦେଶରୁ କାର୍ଯ୍ୟାଳୟ ବନ୍ଦ କରି ଦେଇଥିବା ବିଷୟରେ ଅକ୍ସଫାମ୍‌ ପକ୍ଷରୁ ସୂଚନା ଦିଆଯାଇଛି। ମୋଟ୍‌ ୬୬ଟି ଦେଶରେ ଏହା ସେବା ଯୋଗାଇ ଦେଇ ଆସୁଥିଲା। କୋଭିଡ୍‌-୧୯ ସଂକ୍ରମଣ ଜନିତ ସମସ୍ୟା ଯୋଗୁ ୧୮ଟି ଦେଶରୁ ଅନୁଷ୍ଟାନ ତା’ର ସେବା ବନ୍ଦ କରିବା ପାଇଁ ନିଷ୍ପତ୍ତି କରିଛି। ଫଳରେ ୪୮ଟି ଦେଶ ଓ ୨୦ଟି ବୃହତ୍‌ ସଂସ୍ଥା ସହ ଅନୁଷ୍ଟାନ ପୂର୍ବ ପରି ସେବା ଜାରି ରଖିବ। ଅକ୍ସଫାମ ପକ୍ଷରୁ ସୂଚନା କୁହାଯାଇଛି ଯେ, ଥାଇଲାଣ୍ଡ, ଆଫଗାନିସ୍ତାନ, ଶ୍ରୀଲଙ୍କା, ପାକିସ୍ତାନ, ହାଇଟି, ତାଜିକିସ୍ତାନ, କ୍ୟୁବା, ପେରୁଗୁଏ, ଇଜିପ୍ଟ, ତାଞ୍ଜିନିଆ, ବୁରାଣ୍ଡି, ର୍ବାଣ୍ଡା, ସିଏରାଲେଓନ , ଲାଇବେରିଆ,ମୟୁରଟାନିଆ,ଡୋମିନିକାନ ରିପବ୍ଲିକ, ସୁଦାନ ଆଦି ଦେଶରୁ ସେବା ବନ୍ଦ କରିବା ପାଇଁ ନିଷ୍ପତ୍ତି ହୋଇଛି। କରୋନା ମହାମାରୀ ସମୟରେ ଅନୁଷ୍ଟାନ ନାନା ସମସ୍ୟା ଦେଇ ଗତି କରୁଛି ା ଏହି ସଙ୍କଟ ଯୋଗୁ ସେବା ଯୋଗାଣରେ ସମସ୍ୟା ସହ ଅନେକ କଟକଣା ସାମ୍ନା କରିବାକୁ ପଡୁଛି। ଏହାକୁ ଧ୍ୟାନରେ ରଖି ଛଟେଇ ଓ କାର୍ଯ୍ୟାଳୟ ବନ୍ଦ ନିଷ୍ପତ୍ତି ନିଆଯାଇଥିବା ଅକ୍ସଫାମ୍‌ ଇଣ୍ଡରନ୍ୟାଶନାଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଚେମା ଭେରା କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...

ନୂଆବର୍ଷରେ ମହଙ୍ଗା ଯୋଇଯିବ ଏହିସବୁ ଔଷଧ, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୬।୧୨:ସରକାର ଅତ୍ୟାବଶ୍ୟକ ଔଷଧ ପାଇଁ ସୁଲଭ ଏବଂ ନିରାପଦ କଞ୍ଚାମାଲ ସୁନିଶ୍ଚିତ କରିବା ପାଇଁ ନୂତନ ପଦକ୍ଷେପ ନେଉଛନ୍ତି, କିନ୍ତୁ ଔଷଧ ଶିଳ୍ପ ବିଶେଷଜ୍ଞମାନେ ଭୟ...

Gold Silver Price: ରେକର୍ଡ ଭାଙ୍ଗିଲା ସୁନା ଦର, ରୂପା ଏକାଥରେ ୮ ହଜାର…..

ନୂଆଦିଲ୍ଲୀ,୨୬।୧୨:  ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି କିନ୍ତୁ ସୁନା ଏବଂ ରୂପାର ଚମକ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ । ବର୍ଷର ଶେଷ ଦିନଗୁଡ଼ିକରେ...

୯ ଟଙ୍କା ଛୁଇଁଲାଣି ଅଣ୍ଡା ଦର: କେବେ ମିଳିବ ଆଶ୍ୱସ୍ତି, କାହିଁକି ହେଉଛି ମହଙ୍ଗା?

ଭୁବନେଶ୍ୱର,୨୬।୧୨: ଭାରତର ଅନେକ ସହରରେ ଗୋଟିଏ ଅଣ୍ଡା ଦର ୮ ଟଙ୍କା କିମ୍ବା ତା’ଠାରୁ ଅଧିକରେ ବିକ୍ରି ହେଉଥିବା ବେଳେ ଏହି ଶୀତଦିନେ ଅଣ୍ଡା ଦର...

Post Officeର ଏହି ସ୍କିମ୍‌ରେ କରନ୍ତୁ ନିବେଶ: ମିଳିବ ୧୭ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୬।୧୨: ଆଜିର ଦୁନିଆରେ ସମସ୍ତେ ଏକ ସୁରକ୍ଷିତ ଭବିଷ୍ୟତ ଚାହାଁନ୍ତି। ଯଦି ଆପଣ ଧୀରେ ଧୀରେ ଏକ ବଡ଼ ପାଣ୍ଠି ଗଠନ କରିବାକୁ ଚାହୁଁଛନ୍ତି, ତେବେ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri