Odisha Elections 2024
Posted inଜାତୀୟ

ଜାପାନୀ ଜ୍ୱର ନେଲାଣି ୪୧ ଶିଶୁଙ୍କ ଜୀବନ

ପାଟନା, ୧୩।୬: ବିହାରରେ ଏବେ ଜାପାନୀ ଜ୍ବର ବା ଏନ୍ସେଫାଲାଇଟିସ ଜ୍ବର ୪୧ ଜଣଙ୍କ ଶିଶୁଙ୍କ ଜୀବନ ଗଲାଣ। ଏବେ ଏହି ଜ୍ୱରରେ ପୀଡିତ ହୋଇ ଅନେକ ଶିଶୁ ହସ୍ବିଟାଲରେ ଚିକିତ୍ସିତ ହେଉଛନ୍ତି। ମୁଜାଫରପୁରରେ ପରିସ୍ଥିତି ଭୟାନକ ହୋଇଛି। ସ୍ଥାନୀୟ ଶ୍ରୀକୃଷ୍ଣ ମେମୋରିଆଲ ମେଡିକାଲ କଲେଜ ହସ୍ପିଟାଲରେ ମୋଟ ୯୪ଜଣ ଜାପାନୀ ଜ୍ୱରରେ ପୀଡିତ ହୋଇ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲାବେଳେ ସେମାନଙ୍କ ମଧ୍ୟ ୩୬ଜଣଙ୍କ ମୃତ୍ୟୁ ହୋଇଛି ବୋଲି ମେଡିକାଲ ପ୍ରଭାରୀ ସୁନୀଲ ଶାହି ସୂଚନା ଦେଇଛନ୍ତି। ଜ୍ୱର ଆତଙ୍କ ଯୋଗୁ କେନ୍ଦ୍ରର ଏକ ୭ଜଣିଆ ଟିମ ମୁଜାଫରପୁର ଯାତ୍ରା କରିଛନ୍ତି। ସୂଚନାଯୋଗ୍ୟ, ତିନି ବର୍ଷ ପୂର୍ବେ ମୁଜାଫରପୁର ଅଞ୍ଚଳରେ ଏହି ଜ୍ବର ଆତଙ୍କ ସୃଷ୍ଟି କରିଥିଲା । ଅସହ୍ୟ ଗରମ ଯୋଗୁଁ ଏହି ଜ୍ବର ହେଉଥିବାବେଳେ ମୌସୁମି ଆଗମନ ସହିତ ଏହାର ପ୍ରଭାବ ହ୍ରାସ ପାଇବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏହି ଜ୍ୱର ଆସିଲେ ମୁଣ୍ଡ, ହାତ ଗୋଡ ପ୍ରବଳ ବିନ୍ଧା ହେବା ସହ ଶୁଣିବା ଏବଂ କଥା କହିବାରେ କଷ୍ଟ ଅନୁଭବ ହୁଏ ବୋଲି ଡାକ୍ତରମାନେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗେମିଂ ଜୋନ୍‌ରେ ନିଆଁ: ୨୭ ମୃତ

ରାଜକୋଟ,୨୬ା୫: ଗୁଜରାଟର ରାଜକୋଟସ୍ଥିତ ଗେମିଂ ଜୋନ୍‌ରେ ଶନିବାର ଅପରାହ୍ନରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ୨୭ ଜଣଙ୍କ ମୃତ୍ୟୁ ଘଟିବା ସହ ୩ ଜଣ ଆହତ...

ୟୁପି, ଦିଲ୍ଲୀରେ କମ୍‌ ଭୋଟିଂ ଭାଜପାକୁ କ୍ଷତି

ନୂଆଦିଲ୍ଲୀ,୨୬ା୫ଲୋକ ସଭା ନିର୍ବାଚନ ଶେଷହେବାକୁ ଆଉ ମାତ୍ର ଗୋଟିଏ ପର୍ଯ୍ୟାୟ ବାକି ଥିବାବେଳେ ସବୁଠୁ ବଡ଼ ରାଜ୍ୟ ଉତ୍ତରପ୍ରଦେଶ ଏବଂ ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ମତଦାନ...

ଶିଶୁ ଡାକ୍ତରଖାନାରେ ଭୟଙ୍କର ଅଗ୍ନିକାଣ୍ଡ; ଆଖି ବୁଜିଲେ ୭ ନବଜାତକ, ଅନେକ ଗୁରୁତର

ନୂଆଦିଲ୍ଲୀ,୨୬।୫: ଦିଲ୍ଲୀର ବିବେକ ବିହାର ଅଞ୍ଚଳରେ ଥିବା ଏକ ଶିଶୁ ଡାକ୍ତରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୭ଜଣ ନବଜାତ ଶିଶୁ ଆଖି ବୁଜିଛନ୍ତି। ସେହିଭଳି ଅନେକଙ୍କ...

ଭାରତୀୟ ମହକାଶଚାରୀଙ୍କୁ ତାଲିମ ଦେବ ନାସା

ଓ୍ବାଶିଂଟନ,୨୫ା୫:  ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଆଇଏସ୍‌ଏସ୍‌)କୁ ମିଳିତ ମିଶନ ପଠାଇବା ନିମନ୍ତେ ଆମେରିକା ମହକାଶ ପ୍ରତିଷ୍ଠାନ ନାସା ଭାରତୀୟ ମହାକାଶଚାରୀମାନଙ୍କୁ ଅଗ୍ରୀମ ପ୍ରଶିକ୍ଷଣ ପ୍ରଦାନ କରିବ।...

ରାଜସ୍ଥାନର ଫଲୋଡ଼ିରେ ତାପମାତ୍ରା ୫୦ ଟପିଲା

ଜୟପୁର,୨୫ା୫: ରାଜସ୍ଥାନର ଯୋଧପୁର ଅନ୍ତର୍ଗତ ଫଲୋଡ଼ିରେ ଶନିବାର ତାପମାତ୍ରା ୫୦ ଡିଗ୍ରୀ ଅତିକ୍ରମ କରି ରାଜ୍ୟର ସବୁଠୁ ଉତ୍ତପ୍ତ ସ୍ଥାନର ରେକର୍ଡ ହାସଲ କରିଛି। ଶୁକ୍ରବାର...

କେଜରିଓ୍ବାଲଙ୍କ ଗିରଫବେଳେ କାହିଁକି ନିଖୋଜ ଥିଲେ ସ୍ବାତୀ ମାଲିଓ୍ବାଲ, ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୨୫।୫: ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମପି ସ୍ବାତୀ ମାଲିଓ୍ବାଲ ନିକଟରେ ବିବାଦ ଘେରରେ ଅଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଗିରଫବେଳେ ସେ...

ଆସୁଛି ବାତ୍ୟା ’ରେମାଲ’: ଆସନ୍ତାକାଲି ମଧ୍ୟାହ୍ନରୁ କୋଲକାତା ବିମାନବନ୍ଦର ୨୧ ଘଣ୍ଟା ପାଇଁ ବନ୍ଦ

କୋଲକାତା,୨୫ା୫: ବାତ୍ୟା ’ରେମାଲ ପ୍ରଭାବ ପାଇଁ ପଶ୍ଚିମବଙ୍ଗ ରବିବାର ଦିନ ୧୨ ଟା ଠାରୁ ସୋମବାର ସକାଳ ୯ ଟା ପର୍ଯ୍ୟନ୍ତ ୨୧ ଘଣ୍ଟା ପାଇଁ...

ଗେମିଂ ଜୋନ୍‌ରେ ନିଆଁ: ୨୦ ମୃତକଙ୍କ ମଧ୍ୟରେ ଅଛନ୍ତି ୧୨ ଶିଶୁ

ଗାନ୍ଧୀନଗର,୨୫ା୫: ଗୁଜରାଟର ରାଜକୋଟସ୍ଥିତ ଏକ ଗେମିଂ ଜୋନ୍‌ରେ ଶନିବାର ନିଆଁ ଲାଗିବାରୁ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri