Posted inଖେଳ

ଏଆଇଏଫ୍‌ଏଫ୍‌-ସାଇକୁ କୋଚ୍‌ଙ୍କ ପ୍ରଶଂସା

ନୂଆଦିଲ୍ଲୀ, ୪।୫: ଅଲ୍‌ଇଣ୍ଡିଆ ଫୁଟବଲ ଫେଡେରେଶନ(ଏଆଇଏଫ୍‌ଏଫ୍‌) ଏବଂ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ(ସାଇ) ପକ୍ଷରୁ ମିଳିତଭାବେ ଆୟୋଜିତ ଅନ୍‌ଲାଇନ୍‌ କୋଚିଂ ରିଫ୍ରେଶର କୋର୍ସ ବେଶ୍‌ ଉପାଦେୟ ହୋଇଛି। ଏଥିରେ ଭାଗ ନେଇଥିବା କୋଚ୍‌ମାନେ ଏଆଇଏଫ୍‌ଏଫ୍‌ ଓ ସାଇର ଉଦ୍ୟମକୁ ପ୍ରଶଂସା କରିଛନ୍ତି। ତୃଣମୂଳ ସ୍ତରରୁ ଏହି ଗେମ୍‌ ସମ୍ପର୍କରେ ଜଟିଳ ଜ୍ଞାନ ଆହରଣ ହୋଇପାରିଛି ବୋଲି ସେମାନେ କହିଛନ୍ତି । ଦେଶର ୮୮୪ କୋଚ୍‌ ଏହି ପ୍ରୋଗ୍ରାମ ପାଇଁ ନାମ ପଞ୍ଜୀକରଣ କରିଥିଲେ। ଏପ୍ରିଲ ୨୦ରୁ ଏହା ଆରମ୍ଭ ହୋଇ ମେ’ ୨ରେ ଶେଷ ହୋଇଥିଲା।
”ଲକ୍‌ଡାଉନ୍‌ ସ୍ଥିତିରେ ମୁଁ କିପରି ସମୟ କାଟିବି ଚିନ୍ତା କରୁଥିଲି। ଏହି କୋର୍ସ ସମ୍ପର୍କରେ ଜାଣିବା ମାତ୍ରେ ସଙ୍ଗେସଙ୍ଗେ ଗ୍ରହଣ କଲି। ସେସନ ସମୟରେ ଯେଉଁ ବିଷୟରେ ଆଲୋଚନା ହୋଇଥିଲା ପ୍ରକୃତରେ ତାହା ମୋତେ ସତେଜ କରିଛି। ଚିନ୍ତାଧାରା ବାହାରେ ଥିବା ଅନେକ କଥା ଜାଣିବାକୁ ପାଇଲି“ ବୋଲି ଭବାନୀପୁର ଏଫସି ମୁଖ୍ୟ କୋଚ୍‌ ତଥା ପୂର୍ବତନ ମୋହନବାଗାନ ଖେଳାଳି ଶଙ୍କରଲାଲ ଚକ୍ରବର୍ତ୍ତୀ ପ୍ରକାଶ କରିଛନ୍ତି। ସେହିପରି ପୂର୍ବତନ ଗୋଲକିପର ତଥା ଭାରତୀୟ ୨୩ ବର୍ଷରୁ କମ୍‌ ଗୋଲକିପିଂ କୋଚ୍‌ ତନ୍ମୟ ବାସୁ ମଧ୍ୟ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି। ଏହା କୋଚ୍‌ମାନଙ୍କୁ ସେମାନଙ୍କ କୋଚିଂ ପ୍ରଣାଳୀ ସମ୍ପର୍କରେ ଚିନ୍ତା କରିବାକୁ ବାଧ୍ୟ କରିବ ବୋଲି ସେ କହିଛନ୍ତି। ”ଆମେ ସାଧାରଣତଃ ପଡ଼ିଆରେ ନିଜ ନିଜ ଦଳ ସହ ବ୍ୟସ୍ତ ରହିଥାଉ। ଆମେ ଟ୍ରେନିଂ ଶୈଳୀରେ ପରିବର୍ତ୍ତନ ସମ୍ପର୍କରେ ଚିନ୍ତା କରିବାକୁ କେବେ ସମୟ ପାଇ ନ ଥାଉ। ମାତ୍ର ଏହି କୋର୍ସ ଆମକୁ ଅନେକ କଥା ଶିଖାଇଛି“ ବୋଲି ବାସୁ କହିଛନ୍ତି । ଏଆଇଏଫ୍‌ଏଫ୍‌ କୋଚିଂ ଇନ୍‌ଷ୍ଟ୍ରକ୍ଟରଙ୍କ ସହ ଭାରତୀୟ ସିନିୟର ଫୁଟବଲ ଦଳର ମୁଖ୍ୟ କୋଚ୍‌ ଇଗର ଷ୍ଟିମାକ, ଏଆଇଏଫ୍‌ଏଫ୍‌ ବୈଷୟିକ ନିର୍ଦ୍ଦେଶକ ଇାସକ୍‌ ଦୋରୁ, ଏଆଇଏଫ୍‌ଏଫ୍‌ କୋଚ୍‌ ଏଜୁକେଶନ ମୁଖ୍ୟ ସାଭିଓ ମାଡେଇରା ପ୍ରମୁଖ ବକ୍ତୃତା ଦେଇଥିଲେ। କୋଚ୍‌ମାନଙ୍କୁ ଉତ୍ସାହିତ କରିବା ପାଇଁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ସେସନରେ ଭାଗନେଇ ତୃଣମୂଳ ସ୍ତରରେ ଫୁଟବଲର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ଶୁବମନ ଗିଲଙ୍କ ସହ ହୋଇଛି ଧୋକା! ଓ୍ବାର୍ଲଡକପ ଟିମ୍‌ରୁ ବାଦ ଦିଆଯିବା ପରେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ଘୋଷଣା କରିଥିଲେ, ସେତେବେଳେ ଶୁବମନ ଗିଲଙ୍କ ନାମ ତାଲିକାରେ...

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

କାହିଁକି ବାଦ୍‌ ପଡ଼ିଲେ ଗିଲ୍‌: ମୁହଁ ଖୋଲିଲେ ଅଗରକର

ମୁମ୍ବାଇ, ୨୦ା୧୨: ୨୦୨୬ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ ଲାଗି ଶନିବାର ଭାରତୀୟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟେଷ୍ଟ ଦଳର...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

୭୫୩ ଦିନ ପରେ ସରିଲା ବନବାସ, ଟିମ୍‌ ଇଣ୍ଡିଆ ପାଇଁ କେମିତି ଚୟନ ହେଲେ ଇଶାନ କିଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୱିକେଟକିପର-ବ୍ୟାଟ୍ସମ୍ୟାନ ଇଶାନ କିଶାନ ଦୁଇ ବର୍ଷ ପରେ ଦଳକୁ ଫେରିଛନ୍ତି। ଇଶାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri