କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଏମସ୍‌ର କେନ୍ଦ୍ରୀୟ ଟିମ୍‌: ୧୬୫ ସ୍ବାବ୍‌ ରିପୋର୍ଟ ନେଗେଟିଭ୍‌

ବାହାନଗା,୩ା୫(ଡି.ଏନ୍‌.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ବିଷ୍ଣୁପୁର ଗ୍ରାମର ହୋଇଥିବା କଣ୍ଟେନମେଣ୍ଟ ଜୋନରେ ଭୁବନେଶ୍ୱରସ୍ଥିତ ଏମସ୍‌ର କେନ୍ଦ୍ରୀୟ ଟିମ୍‌ ତଦନ୍ତ ପାଇଁ ପହଞ୍ଚିଥିଲେ। ଏହି ୩ଜଣିଆ କେନ୍ଦ୍ରୀୟ ଟିମ୍‌ ସହିତ ବିଡିଓ ରଘୁନାଥ ମହାପାତ୍ର ଉପସ୍ଥିତ ରହି କରୋନା ସଂକ୍ରମିତଙ୍କ ଘରକୁ ଯାଇ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। କଲିକତାରୁ ଫେରି କ୍ୱାରାଣ୍ଟାଇନ୍‌ରେ ଥିବା କେତେକ ଲୋକଙ୍କ ଘରକୁ ଯାଇ ସେମାନେ ବୁଝାବୁଝି କରିଥିଲେ ା ପରେ ସଂଗୃହୀତ ସ୍ବାବ ବାବଦରେ ତଥ୍ୟ ସଂଗ୍ରହ କରିବା ସହିତ ସମସ୍ତଙ୍‌କର ସ୍ବାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। ଦୁଇ ଦିନରେ ସଂଗ୍ରହ ହୋଇଥିବା ୧୬୫ଜଣଙ୍କର ସ୍ବାବ ରିପୋର୍ଟ ନେଗେଟିଭ ରହିଛି ା ଗତ ୨୭ତାରିଖରେ ବିଷ୍ଣୁପୁର ଗ୍ରାମରେ ଜିଲାର ୧୬ ନମ୍ବର କରୋନା ସଂକ୍ରମଣ ଚିହ୍ନଟ ହେବା ପରେ ସେହି ରାତିରୁ ଜିଲାପାଳ ଗ୍ରାମର ସମସ୍ତ ପ୍ରବେଶ ପଥକୁ ସିଲ୍‌ କରି କଣ୍ଟେନମେଣ୍ଟ ଜୋନ ଘୋଷଣା କରିଥିଲେ। ୨୮ତାରିଖଠାରୁ ବିଷ୍ଣୁପୁର ପଞ୍ଚାୟତର ସମସ୍ତ ସାହିରେ ଲୋକଙ୍କ ସ୍ବାବ ସଂଗ୍ରହ କରାଯାଉଛି। ପ୍ରଥମ ଦିନରେ ସଂଗ୍ରହ କରାଯାଇଥିବା ୧୦୭ ସ୍ବାବ ଓ ଦ୍ୱିତୀୟ ଦିନ ସଂଗ୍ରହ ହୋଇଥିବା ୫୮ଜଣଙ୍କ ସ୍ବାବ ମିଶି ମୋଟ୍‌ ୧୬୫ଜଣଙ୍କ ରିପୋର୍ଟ ଶୁକ୍ରବାର ଓ ଶନିବାର ପ୍ରକାଶ ପାଇଛି ା ସମସ୍ତ ସ୍ବାବ ପରୀକ୍ଷଣ ରିପୋର୍ଟ ନେଗେଟିଭ ରହିଛି। ଏହା ଜଣାପଡିବା ପରେ ଗ୍ରାମବାସୀ ଆଶ୍ୱସ୍ଥ ହୋଇଛନ୍ତି। ତୃତୀୟ ଦିନରେ ୩୦ଜଣଙ୍କ ସ୍ବାବ ଓ ୪ର୍ଥ ଦିନରେ ୪୦ଜଣଙ୍କ ସ୍ବାବ ସଂଗ୍ରହ କରାଯାଇଛି ା
ତଥ୍ୟ ସଂଗ୍ରହ ପାଇଁ ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ଏଏନଏମ୍‌ ସମେତ ଜଣେ ନୋଡାଲ ଅଫିସରଙ୍କୁ ନିଯୁକ୍ତି କରାଯାଇଛି। ଏହି କର୍ମଚାରୀମାନେ ଗ୍ରାମର ଲୋକଙ୍କ ଘରକୁ ଯାଇ ସମସ୍ତ ତଥ୍ୟ ଆଣିବା ସହିତ ଯେଉଁମାନେ ଅନ୍ୟ ରାଜ୍ୟରେ ଥିଲେ ବା ଯେଉଁମାନଙ୍କୁ ଥଣ୍ଡା ହୋଇଛି ସେମାନଙ୍କ ନିକଟରୁ ସ୍ବାବ ସଂଗ୍ରହ କରାଯାଇ କେନ୍ଦ୍ରକୁ ଅଣାଯାଉଛି। ବାଲେଶ୍ୱରର ଭେଷଜ ବିଶେଷଜ୍ଞ ଡା. ମୃତ୍ୟୁଞ୍ଜୟ ମିଶ୍ରଙ୍କ ନେତୃତ୍ୱରେ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ରହି ସ୍ବାବ ସଂଗ୍ରହ କରୁଛନ୍ତି। ଗୋପାଳପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଅଭୟ କୁମାର ପଣ୍ଡା ସହାୟତା କରୁଛନ୍ତି। ଏଥିରେ ମାଇକ୍ରୋବାୟୋଲୋଜିର ଏକ୍ସପର୍ଟ, ଜଣେ ସ୍ବାସ୍ଥ୍ୟ ବିଭାଗର ସୁପରଭାଇଜରଙ୍କ ସମେତ ନୋଡାଲ ଅଫିସର ଭାବେ ନିଯୁକ୍ତି ପାଇଥିବା ସୌଭାଗ୍ୟ ମଞ୍ଜରୀ ତ୍ରିପାଠୀ ସହଯୋଗ କରୁଛନ୍ତି। ପଞ୍ଚାୟତର ୧୨ ପ୍ରବେଶ ପଥକୁ ପ୍ରଶାସନ ସିଲ୍‌ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଲେଡ଼ବନ୍ଧ ବୁଲାଣିରେ କାର-ବାଇକ୍‌ ମୁହାଁମୁହିଁ ଧକ୍କା: ମା’ ଗୁରୁତର, ଶିଶୁ ସହ ଦାଦା… 

ମୋହନା,୨୬।୧୨(ମନ୍ମଥ ମିଶ୍ର): ବୁଲାଣିରେ କାର- ବାଇକ ମୁହାଁ ମୁହିଁ ଧକ୍କା। ଜଣେ ମହିଳା ଗୁରୁତର। ସେ ହେଲେ ପ୍ରଭାବତୀ ମଳିକ(୨୦)। ତାଙ୍କ ଅବସ୍ଥା ଗୁରୁତର ଥିବାରୁ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri