ଏଇ ଭାରତରେ

ନିଜ ବୃତ୍ତିଗତ ଦାୟିତ୍ୱ ସୁଚାରୁ ରୂପେ ନିର୍ବାହ କରିବା ସହ ସମାଜ ତଥା ପରିବେଶ ପାଇଁ କାର୍ଯ୍ୟ କରୁଥିବା ବ୍ୟକ୍ତି କମ୍‌ ଦେଖିବାକୁ ମିଳନ୍ତି। ଏମାନଙ୍କ ମଧ୍ୟରେ ସିକିମର ଲୋମାସ ଧୁଙ୍ଗଲ ଜଣେ। ବୃତ୍ତିରେ ଶିକ୍ଷକ। ବୟସ ତାଙ୍କର ୩୫। ମାଖା ଗାଁର ସରକାରୀ ଉନ୍ନୀତ ମାଧ୍ୟମିକ ସ୍କୁଲ୍‌ରେ ସେ ଗଣିତ ଓ ବିଜ୍ଞାନ ପଢାନ୍ତି। ପୁର୍‌ସତ ପାଇବା କ୍ଷଣି ଲାଗିପଡନ୍ତି ସମାଜ ମଙ୍ଗଳରେ। ୨୦୧୫ରେ ପ୍ରଦୂଷଣ ରୋକିବା ପାଇଁ ‘ହରିଓମାଖା- ସିକିମ୍‌ ଏଗ୍ନେଷ୍ଟ ପଲ୍ୟୁଶନ’ ପ୍ରୋଜେକ୍ଟ ଆରମ୍ଭ କରିଥିଲେ। ଏହା ମାଧ୍ୟମରେ ପିଲାମାନଙ୍କ ସହ ମିଶି ସେ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ପ୍ଲାଷ୍ଟିକ ବ୍ୟାଗଗୁଡିକର ଅପ୍‌ସାଇକ୍ଲିଂ କରି ଏବେସୁଦ୍ଧା ଧୁଙ୍ଗଲ ୮୫ ହଜାର ପ୍ଲାଷ୍ଟିକ ପ୍ୟାକେଟର ଅପ୍‌ସାଇକ୍ଲିଂ କରି ୬,୧୦୦ ବୁକ୍‌ କଭର୍‌ ବା ବହି ମଲାଟ ପ୍ରସ୍ତୁତ କରିପାରିଛନ୍ତି। ଏହାକୁ ବିକ୍ରି କରି ସେ ସ୍କୁଲ୍‌ ପାଇଁ ପାଣ୍ଠି ଯୋଗାଡ କରୁଛନ୍ତି। ଏଥିରୁ କିଛି ଅଂଶ ଅର୍ଥାଭାବରୁ ଉଚ୍ଚତର ଶିକ୍ଷା ପାଇବାରୁ ବଞ୍ଚିତ ହେଉଥିବା ପିଲାମାନଙ୍କୁ ବି ସାହାଯ୍ୟ କରୁଛନ୍ତିି। ଅପ୍‌ସାଇକ୍ଲିଂର ପ୍ରଥମ ପର୍ଯ୍ୟାୟ ଫେବୃୟାରୀ ୨୦୧୫ରୁ ଡିସେମ୍ବର ୨୦୧୯ ମଧ୍ୟରେ ଶେଷହୋଇଛି। ଏହି ସମୟରେ ସେ ସିକିମର ୨୦ରୁ ଅଧିକ ସ୍କୁଲ ଓ ଶିକ୍ଷାନୁଷ୍ଠାନର ପିଲାମାନଙ୍କୁ ସାମିଲ କରି ୫୫, ୦୦୦ ପ୍ଲାଷ୍ଟିକ ପ୍ୟାକେଟର ଅପସାଇକ୍ଲିଂ ଶେଷ କରିଛନ୍ତି। ଏଥିରେ ସେ ୪ ହଜାରରୁ ଊର୍ଦ୍ଧ୍ୱ ନୋଟ୍‌ବୁକ୍‌ ପାଇଁ କଭର୍‌ ପ୍ରସ୍ତୁତ କରିବାରେ ସକ୍ଷମ ହୋଇପାରିଛନ୍ତି। ଏବେ ୧୦ଟି ସରକାରୀ ଓ ବେସରକାରୀ ସ୍କୁଲକୁ ସେମାନଙ୍କ ପାଖରେ ଥିବା ଗାଁଗୁଡିକରୁ ପ୍ଲାଷ୍ଟିକ୍‌ ପ୍ୟାକେଟ ସଂଗ୍ରହ କରି ଦେବା ଲାଗି ଅନୁରୋଧ କରିଛନ୍ତି ଧୁଙ୍ଗଲ। କେବଳ ଏତିକି ନୁହେଁ ମାଖା ପାଖରେ ଥିବା ଏକ ସ୍ବୟଂ ସହାୟିକା ଗୋଷ୍ଠୀ (ଏସ୍‌ଏଚ୍‌ଜି )ର ମହିଳାମାନଙ୍କୁ କଭର୍‌ ପ୍ରସ୍ତୁତ କରିବାରେ ନିୟୋଜିତ କରିଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ସେ ୧୦ଟି ଏସ୍‌ଏଚଜି ଓ ଏନ୍‌ଜିଓ ସହାୟତାରେ ୫ ଲକ୍ଷ ପ୍ଲାଷ୍ଟିକ ବ୍ୟାଗ୍‌ର ଅପସାଇକ୍ଲିଂ କରିବାର ଯୋଜନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri