ବିପଦରେ ଅଲିଭ୍‌ରିଡ୍‌ଲେ କଇଁଛଙ୍କ ଅଣ୍ଡାଦାନ, କଟକଣା ସତ୍ତ୍ୱେ ପଶି ଆସୁଛନ୍ତି…

କେନ୍ଦ୍ରାପଡ଼ା,୧୩ା୩ (ଜଗନ୍ନାଥ ଧଳ): ବିରଳ ଅଲିଭ୍‌ରିଡ୍‌ଲେ କଇଁଛଙ୍କ ପ୍ରଜନନ ସ୍ଥଳ ଗହୀରମଥା ଏବେ ପ୍ରକୃତିର କ୍ରୋଧ ସହ କୃତ୍ରିମ ବିପଦ ସହିତ ଲଢ଼ୁଛି। ବିଶ୍ୱପ୍ରସିଦ୍ଧ ଏହି ଏନ୍ତୁଡ଼ିଶାଳରେ ଶାବକ ଜନ୍ମ ନେବା ପୂର୍ବରୁ ବହୁ ସଂଖ୍ୟାରେ ମରିବା ସୁନିଶ୍ଚିତ ହୋଇଯାଉଛି। ସମୁଦ୍ର ତଟକ୍ଷୟ ପ୍ରଜନନ ସ୍ଥଳକୁ ସଂକୁଚିତ କରୁଛି। ସେହିପରି ୧୪୩୫ ବର୍ଗ କି.ମି.ସାମୁଦ୍ରିକ ଅଞ୍ଚଳକୁ ଗତ ନଭେମ୍ବରଠାରୁ ମେ’ ମାସ ପର୍ଯ୍ୟନ୍ତ କଟକଣା ସତ୍ତ୍ୱେ ମତ୍ସ୍ୟଜୀବୀମାନେ ପଶି ଆସୁଛନ୍ତି। ବୋଟ, ଟ୍ରଲର ଓ ଜାଲ ମାଧ୍ୟମରେ ମା’ କଇଁଛ ମରୁଛନ୍ତି। ଫଳରେ ଗହୀରମଥା ସାମୁଦ୍ରିକ ଅଞ୍ଚଳରେ ବିକ୍ଷିପ୍ତ ଭାବେ ମୃତ କଇଁଛ ଦେଖିବାକୁ ମିଳୁଛି।
ଏ ସମ୍ପର୍କରେ ପ୍ରକୃତିପ୍ରେମୀ ମନୋଜ କୁମାର ନାୟକ କହିଛନ୍ତି, ଗତ ନଭେମ୍ବରରୁ ଆସନ୍ତା ମେ’ ପର୍ଯ୍ୟନ୍ତ ଗହୀରମଥାର ସାମୁଦ୍ରିକ ଅଞ୍ଚଳକୁ ବିରଳ ଅଲିଭ୍‌ରିଡ୍‌ଲେଙ୍କ ଅଣ୍ଡାଦାନ ପାଇଁ କଟକଣା ହୋଇଛି। ଏହି ସମୟରେ ବନ ବିଭାଗ, ସାମୁଦ୍ରିକ ଥାନା ଓ ତଟରକ୍ଷା ବାହିନୀ ପକ୍ଷରୁ ସମୁଦ୍ରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା କଥା। ଅବାଧ ଭାବେ ବୋଟ୍‌, ଟ୍ରଲର ଚଳାଚଳ ଫଳରେ ବନ ବିଭାଗ ରିପୋର୍ଟଠାରୁ ବହୁ ଅଧିକ କଇଁଛଙ୍କ ମୃତ୍ୟୁ ହୋଇଛି। ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ସତ୍ତ୍ୱେ ଅଧିକାଂଶ ବୋଟ୍‌, ଟ୍ରଲରରେ ଟିଇଡି (ଟର୍ଟଲ ଏକ୍ସକ୍ଲୁଡର ଡିଭାଇସ୍‌) ବ୍ୟବହାର ହେଉନାହିଁ। ସେହିପରି ବନ ବିଭାଗ ବୋଟ୍‌ଗୁଡିକ ଅଧିକାଂଶ କମ୍‌ ଶକ୍ତିସମ୍ପନ୍ନ। ଏଥିସହିତ ବୋଟ୍‌ଗୁଡିକ ଖରାପ ରହୁଛି। ପୂର୍ବରୁ କଟକଣା ଅବଧି ମଧ୍ୟରେ ଜବତ ବୋଟ ଟ୍ରଲର ଛାଡ଼ ପାଉ ନ ଥିଲେ। ଏବେ ଜବତ ବୋଟ୍‌ଗୁଡିକ କୋର୍ଟରୁ ତୁରନ୍ତ ରିଲିଜ୍‌ ହେଉଥିବାରୁ ମାଲିକମାନେ ମାଛଧରା କାର୍ଯ୍ୟରେ ଲଗାଇବାକୁ ସକ୍ଷମ ହେଉଛନ୍ତି।
ବରିଷ୍ଠ ଭାଜପା ନେତା ଭୁବନମୋହନ ଜେନା କହିଛନ୍ତି, କଇଁଛଙ୍କ ଅଣ୍ଡାଦେବା ସ୍ଥାନ ଏବେ ସଙ୍କଟରେ ଅଛି। ବାବୁବାଲି, ମାଦଳି ଓ ଏକକୁଳା ଆଦିରେ ତଟକ୍ଷୟ ଜାରି ରହିଛି। ବନ ବିଭାଗ ଏହି ଅଞ୍ଚଳର ତଟକ୍ଷୟ ପ୍ରତି ସ୍ବତନ୍ତ୍ର ଯୋଜନା ମାଧ୍ୟମରେ ସୁରକ୍ଷା ଯୋଗାଇବା କଥା। ତେବେ ଏ ନେଇ କୌଣସି ତପତ୍ରତା ନାହିଁ।
ପରିବେଶବିତ୍‌ ହେମନ୍ତ କୁମାର ରାଉତ କହିଛନ୍ତି, ପୂର୍ବରୁ ଚନ୍ଦ୍ରଭାଗା ଓ ହରଚଣ୍ଡୀ ତଟାଞ୍ଚଳକୁ ଅଲିଭ୍‌ରିଡ୍‌ଲେ ଆସୁଥିଲେ। ପରିବେଶ ନଷ୍ଟ ଓ ବେଆଇନ ଟ୍ରଲର ଚଳାଚଳ ଯୋଗୁ ୨୦୧୨ରୁ ଏହି ଅଞ୍ଚଳରେ ସମୂହ ଅଣ୍ଡାଦାନ ହେଉନାହିଁ। ପ୍ରାୟ ୧୦୦୦ ଅଣ୍ଡାରୁ ମାତ୍ର ଗୋଟିଏ ଏହି ବିରଳ କଇଁଛ ପ୍ରାପ୍ତବୟସ୍କ ହେଉଥିବାରୁ ଏହାର ସୁରକ୍ଷା ଜରୁରୀ ହୋଇଛି। ସାମୁଦ୍ରିକ ଅଞ୍ଚଳରେ ବେଆଇନ ଭାବେ ଗିଲ ନେଟର ବ୍ୟବହାର, ସଂରକ୍ଷିତ ଭିତରକନିକା ଅଞ୍ଚଳରେ ବେଆଇନ ବସବାସ ଓ ଚିଙ୍ଗୁଡିଘେରି ଅଲିଭ୍‌ରିଡ୍‌ଲେଙ୍କ ପାଇଁ ବିପଦ ହୋଇଛି ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ଗହିରମଥା ରେଞ୍ଜ ଅଧିକାରୀ କପିଳେନ୍ଦ୍ର ପ୍ରଧାନ କହିଛନ୍ତି, କଇଁଛଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଇଛି। ଗତ ୪ ମାସ ମଧ୍ୟରେ ୪୯ ବୋଟ୍‌, ଟ୍ରଲର ସମେତ ୩୫୪ ବେଆଇନ ପ୍ରବେଶକାରୀଙ୍କୁ ଗିରଫ କରାଯାଇଛି। ବାବୁବାଲି ଓ ମାଦେଳିରେ ସ୍ବତନ୍ତ୍ର କ୍ୟାମ୍ପ୍‌ ସହିତ ସାମୁଦ୍ରିକ ପାଟ୍ରୋଲିଂ ହେଉଛି। ବିଭାଗର ଶତାଧିକ କର୍ମଚାରୀ ଏଥିରେ ଦିନରାତି ନିୟୋଜିତ ହୋଇଛନ୍ତି। ବିକ୍ଷିପ୍ତ ଭାବେ ଅଣ୍ଡାଦାନ କରିଥିବା ୪୬ କଇଁଛ ବସାରୁ ଅଣ୍ଡା ସଂଗ୍ରହ କରାଯାଇ ହ୍ୟାଚେରିରେ ରଖାଯାଇଛି। ତଟରକ୍ଷୀ ବାହିନୀ ଓ ସାମୁଦ୍ରିକ ଥାନାରୁ ଅଧିକ ସହଯୋଗ ଆଶା ରଖିଥିବା ରେଞ୍ଜ ଅଧିକାରୀ ପ୍ରଧାନ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟା କରିବା ପରେ ବାଇକ୍‌ ସହ ମୃତଦେହ ଫିଙ୍ଗି ଦେଇଥିଲେ ୧୨ ଅଭିଯୁକ୍ତ, ଆଜି ପୂରା ଘଟଣାର ପର୍ଦ୍ଦାଫାଶ କରି…

ଗୁଣପୁର,୧୭ା୯(ସୁଜାତା ପାଢ଼ୀ/ସଙ୍କେତ ପାତ୍ର): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଜଗନ୍ନାଥପୁର ପଞ୍ଚାୟତର ନୂଆଲବା ଗ୍ରାମ ନିକଟରେ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଥିଲା।…

ଆଉ ୫ ବର୍ଷ ପାଇଁ ଟାଟାର ନେତୃତ୍ୱ ନେବେ ଏନ. ଚନ୍ଦ୍ରଶେଖରନ; ଟାଟା ସନ୍ସ ବୋର୍ଡର ମଞ୍ଜୁରୀ

ନୂଆଦିଲ୍ଲୀ,୧୭।୯: ମୁମ୍ବାଇରେ ଗୁରୁବାର ଟାଟା ଗ୍ରୁପ୍ର ବୋର୍ଡ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଗ୍ରୁପର ଅଧ୍ୟକ୍ଷ ପଦ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା: ଏନ. ଚନ୍ଦ୍ରଶେଖରନ…

ପାକିସ୍ତାନ କ୍ରିକେଟରେ ହଇଚଇ: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମହମ୍ମଦ ରିଜୱାନ

ଇସଲାମାବାଦ,୧୭।୯: ସମ୍ପ୍ରତି ଶେଷ ହୋଇଥିବା ପାକିସ୍ତାନ-ଇଂଲଣ୍ଡ ଟେଷ୍ଟ ସିରିଜ ବିବାଦ ଘେରରେ ରହିଥିଲା। ଦ୍ୱିତୀୟ ଟେଷ୍ଟ ମ୍ୟାଚ ପରେ, ମହମ୍ମଦ ରିଜୱାନ, ଇମାମ-ଉଲ-ହକ ଏବଂ ସଲମାନ ଆଘାଙ୍କ…

ଦିଗପହଣ୍ଡିରେ ଆଶ୍ଚର୍ଯ୍ୟଜନକ ଘଟଣା; ସ୍ୱପ୍ନାଦେଶ ପରେ ମାଟିତଳୁ ମିଳିଲା ମା’ କାଳୀଙ୍କ ମୂର୍ତ୍ତି, ଗାଁ ଲୋକଙ୍କ ପୂଜାର୍ଚ୍ଚନା

ଦିଗପହଣ୍ଡି,୧୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ବି.ଯୁଧିଷ୍ଠିର ରେଡ୍ଡୀଙ୍କ ଘର…

ଛତ୍ରପୁର ସହରରେ କୁକୁର-ମାଙ୍କଡ଼ଙ୍କ ଉପଦ୍ରବ, ନିୟନ୍ତ୍ରଣ ପାଇଁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି…

ଛତ୍ରପୁର,୧୭ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଜିଲାର ସଦରମହକୁମା ଛତ୍ରପୁର ସହରରେ ବୁଲା କୁକୁର ଓ ମାଙ୍କଡ଼ଙ୍କ ଉପଦ୍ରବ ଦିନକୁ ଦିନ ବଢ଼ୁଥିବା ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି।…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ଯଜ୍ଞ କଲେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା; ସିଜେପି (CJP)କହିଲା, ’ଆମେ ସେମାନଙ୍କଠାରୁ ଏଭଳି ନାଟକର…’

ନୂଆଦିଲ୍ଲୀ,୧୭।୯: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ ଅବସରରେ ଆୟୋଜିତ ‘୧୦୮-କୁଣ୍ଡୀୟ ଯଜ୍ଞ’ରେ ଅଂଶଗ୍ରହଣ କରିଥିଲେ। ଏହି ଘଟଣାକୁ ନେଇ ବର୍ତ୍ତମାନ…

ବ୍ରେକଅପ୍‌ ଚର୍ଚ୍ଚା ଭିତରେ ମୁହଁ ଖୋଲିଲେ ଆକୃତି ଅଗ୍ରୱାଲ, ପୃଥ୍ବୀ ଶ’ଙ୍କୁ ନେଇ କହିଲେ…

ନୂଆଦିଲ୍ଲୀ,୧୭।୯: ଟିମ୍‌ ଇଣ୍ଡିଆରୁ ଦୀର୍ଘ ସମୟ ଧରି ଦୂରେ ଥିବା ଭାରତୀୟ ଓପନର ବ୍ୟାଟର ପୃଥ୍ୱୀ ଶ’ଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।…

ମୋଦିଙ୍କ ଜନ୍ମଦିନକୁ ନେଇ କଡ଼ା ସମାଲୋଚନା କଲେ ଭାଇ ବୀରେନ୍ଦ୍ର, କହିଲେ ମୋଦି କୌଣସି ମହାପୁରୁଷ ନୁହେଁ…

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଭାଜପା ଦ୍ୱାରା ଆୟୋଜିତ ‘ଆଶୀର୍ବାଦ କା ଦିୟା’ (ଆଶୀର୍ବାଦର ଦୀପ) କାର୍ଯ୍ୟକ୍ରମକୁ ନେଇ ଆରଜେଡି (RJD) ବିଧାୟକ ଭାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?