Posted inଖେଳ

ଧୋନୀଙ୍କୁ ନେଇ ଭୋଗ୍‌ଲେଙ୍କ ଭିନ୍ନ ମତ

ମୁମ୍ବାଇ, ୨୯।୩- ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ ନେଇ ଅନିଶ୍ଚିତତା ଧିରେ ଧିରେ ବଢ଼ିବାରେ ଲାଗିଛି। ୨୦୨୦ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ପ୍ରଭାବୀ ପ୍ରଦର୍ଶନ କରି ଅଷ୍ଟ୍ରେଲିଆରେ ହେବାକୁଥିବା ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳରେ ସେ ସ୍ଥାନ ପାଇବେ ବୋଲି ଆଶା କରାଯାଉଥିଲା। ଧୋନୀ ଚେନ୍ନାଇ ସୁପରକିଙ୍ଗ୍ସ ଦଳର ଅଧିନାୟକ ପଦ ମଧ୍ୟ ବଜାୟ ରଖିଥିଲେ। ମାତ୍ର କୋଭିଡ-୧୯ ସଂକ୍ରମଣ ଯୋଗୁ ଏବେ ସାରା ଭାରତ ଲକ୍‌ଡାଉନ୍‌ ଥିବାରୁ ବ୍ୟୟବହୁଳ ଆଇପିଏଲ ଆରମ୍ଭ ହେବାନେଇ ଆଶଙ୍କା ବଢ଼ିବାରେ ଲାଗିଛି। ମାର୍ଚ୍ଚ ୨୯ରେ ଆରମ୍ଭ ହେବାକୁଥିବା ଆଇପିଏଲକୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆ ଯାଇଛି। ମାତ୍ର ଏହି ପ୍ରତିଯୋଗିତା ଏପ୍ରିଲରେ ମଧ୍ୟ ଆରମ୍ଭ ହେବା କମ୍‌ ସମ୍ଭାବନା ରହିଛି। ଏପରିକି ଅନ୍ୟ ବଡ଼ ପ୍ରତିଯୋଗିତା ପରି ଏହା ବାତିଲ ହେବା ସ୍ଥିତିରେ ମଧ୍ୟ ରହିଛି। ଏପରି ସ୍ଥିତିରେ ଧୋନୀ ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବା କଷ୍ଟକର ବୋଲି ଆଲୋଚନା ହେଉଛି। ଧୋନୀ ଶେଷଥରପାଇଁ ଗତବର୍ଷ ଆଇସିସି ବିଶ୍ୱକପରେ ଭାରତ ପକ୍ଷରୁ ଖେଳିଥିଲେ।
ପ୍ରତିଷ୍ଠିତ କ୍ରିକେଟ ଭାଷ୍ୟକାର ହର୍ଷ ଭୋଗ୍‌ଲେ ମଧ୍ୟ ସମାନ ମତ ଦେଇଛନ୍ତି। ”ଧୋନୀ କ’ଣ ଚିନ୍ତା କରୁଛନ୍ତି ତାହା ଜାଣିବା ଅସମ୍ଭବ। ସେ ସମ୍ପର୍କରେ ଆଭାସ ପାଇବା ମଧ୍ୟ ସମ୍ଭବ ନୁହେଁ। ଆଗାମୀ ଦିନରେ କ’ଣ ନିଷ୍ପତ୍ତି ନେବେ ତାହା ସେ କେବଳ ଜାଣିଛନ୍ତି। ତେବେ ଅଧିନାୟକ ପଦ କିମ୍ବା ଟେଷ୍ଟ କ୍ରିକେଟ ଛାଡ଼ିବାପରି ତାଙ୍କ ପ୍ରସ୍ଥାନ ମଧ୍ୟ ସେପରି ଭଲଭାବେ ହେବ ନାହିଁ ବୋଲି ମୁଁ ଅନୁଭବ କରୁଛି। ଧୋନୀ କ୍ରିକେଟ ଛାଡ଼ିଛନ୍ତି ବୋଲି ହଠାତ ଦିନେ ଶୁଣିବାକୁ ମିଳିପାରେ। ଭାରତୀୟ ଦଳକୁ ତାଙ୍କର ପ୍ରତ୍ୟାବର୍ତ୍ତନ ସମ୍ଭାବନା ଶେଷ ହୋଇଯାଇଛି ବୋଲି ଅନୁଭବ ହେଉଛି। ଆଇପିଏଲରେ ପ୍ରଭାବୀ ପ୍ରଦର୍ଶନ କରିଥିଲେ କିଛି ସମ୍ଭାବନା ରହିଥାନ୍ତା। ସାମ୍ପ୍ରତିକ ସ୍ଥିତିରେ ଧୋନୀ ଆଇସିସି ବିଶ୍ୱକପ ପାଇଁ ସେପ୍ଟେମ୍ବର-ଅକ୍ଟୋବର କିମ୍ବା ଅକ୍ଟୋବର-ନଭେମ୍ବରକୁ ଅପେକ୍ଷା କରିବେ ଭାବି ପାରୁନି“ ବୋଲି ଭୋଗ୍‌ଲେ ପ୍ରକାଶ କରିଛନ୍ତି। ତେବେ ସେ ଚେନ୍ନାଇ ଫ୍ରାଞ୍ଚାଇଜ୍‌ ପକ୍ଷରୁ ଆଇପିଏଲ ଖେଳିବା ଜାରି ରଖିବା ସମ୍ଭାବନା ଅଛି ବୋଲି ଭୋଗ୍‌ଲେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗିଲେସ୍ପିଙ୍କ ବଡ଼ ବୟାନ: ପାକିସ୍ତାନ କ୍ରିକେଟ କୋଚ୍‌ ପଦବୀ ଛାଡ଼ିବାର କହିଲେ କାରଣ…

କରାଚୀ,୨ା୧: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଜାସନ ଗିଲେପ୍ସିଙ୍କୁ କାହିଁକି ପାକିସ୍ତାନ କ୍ରିକେଟ ଦଳର କୋଚ୍‌ ପଦବୀ ଛାଡ଼ିବାକୁ ପଡ଼ିଥିଲା, ସେ ତାହାର କାରଣ ଦର୍ଶାଇଛନ୍ତି। ସୋସିଆଲ...

ବିସିସିଆଇରୁ ଏତେ ଟଙ୍କା ପେନସନ ପାଆନ୍ତି ଏମଏସ ଧୋନୀ, ପ୍ରତି ମାସରେ ଆସୁଛି…

ନୂଆଦିଲ୍ଲୀ,୨।୧: ଭାରତକୁ ଦୁଇଟି ବିଶ୍ୱକପ ବିଜୟୀ କରାଇଥିବା ମହେନ୍ଦ୍ର ସିଂ ଧୋନୀ ହୁଏତ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି, କିନ୍ତୁ ଭାରତୀୟ କ୍ରିକେଟ ସହିତ ତାଙ୍କର...

IND vs BAN: ଚଳିତ ବର୍ଷ ବାଂଲାଦେଶ ଗସ୍ତ କରିପାରେ ଭାରତୀୟ ଟିମ, BCCIକୁ ନିମନ୍ତ୍ରଣ, ସେପ୍ଟେମ୍ବରରେ…

ନୂଆଦିଲ୍ଲୀ,୨।୧: ବାଂଲାଦେଶ କ୍ରିକେଟ ବୋର୍ଡ (BCB) ଶୁକ୍ରବାର ଘୋଷଣା କରିଛି ଯେ ଭାରତୀୟ ଦଳ ଚଳିତ ବର୍ଷ ସେପ୍ଟେମ୍ବରରେ ବାଂଲାଦେଶ ଗସ୍ତ କରିବ, ଯେଉଁଠାରେ ଦୁଇ...

ମୁମ୍ବାଇ ଇଣ୍ଡିଆନ୍ସ ଲଞ୍ଚ କଲା ନୂଆ ଜର୍ସି, ଗତ ସିଜନଠାରୁ କେତେ ଭିନ୍ନ, ଜାଣନ୍ତୁ…

ନୂଆଦିଲ୍ଲୀ,୨।୧: ମୁମ୍ବାଇ ଇଣ୍ଡିଆନ୍ସ ମହିଳା ପ୍ରିମିୟର ଲିଗ ୨୦୨୬ ପାଇଁ ସେମାନଙ୍କର ନୂତନ ଜର୍ସି ଉନ୍ମୋଚନ କରିଛି। ଦଳଟି ସେମାନଙ୍କର ଅଫିସିଆଲ ସୋସିଆଲ ମିଡିଆରେ ଏକ...

ରିଅଲ ମାଡ୍ରିଡ୍‌ର ବଢ଼ିଲା ଚିନ୍ତା: ଏମ୍‌ବାପେ ଆହତ

ପ୍ୟାରିସ,୨ା୧: ରିଅଲ ମାଡ୍ରିଡ୍‌ ଫରଓ୍ବାର୍ଡ କିଲିଆନ ଏମ୍‌ବାପେଙ୍କ ବାମ ଆଣ୍ଠୁ ଆଘାତ ଲାଗିଛି। ଏ ନେଇ ସ୍ପାନିଶ କ୍ଲବ ପକ୍ଷରୁ କୁହାଯାଇଛି। ତେବେ ତାଙ୍କୁ ରିକଭର...

ଆଖିରେ ଆଖିଏ ଲୁହ ନେଇ ବିଦାୟ ନେଲେ ଏହି କ୍ରିକେଟର, ଖୋଲିଲେ ଗୁମର

ନୂଆଦିଲ୍ଲୀ,୨।୧: ପାକିସ୍ତାନରେ ଜନ୍ମିତ ଅଷ୍ଟ୍ରେଲିୟ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଉସମାନ ଖ୍ବାଜା ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ଶେଷ ଥର ପାଇଁ ସିଡନୀ କ୍ରିକେଟ...

ଏହା ଡବଲ ଗେମ୍‌…, କ୍ରିକେଟର୍ସଙ୍କ ସହ ହ୍ୟାଣ୍ଡସେକ୍‌ ପାଇଁ କାହିଁକି ନାହିଁ ଅନୁମତି? ଜୟଶଙ୍କରଙ୍କ ସହ PAK ସ୍ପିକରଙ୍କ ହାତ ମିଳାଇବାକୁ ନେଇ…

ଇସଲାମାବାଦ/ନୂଆଦିଲ୍ଲୀ,୨।୧: ପାକିସ୍ତାନୀ ବିଶେଷଜ୍ଞ କମର ଚିମା ଢାକାରେ ପାକିସ୍ତାନ ଜାତୀୟ ପରିଷଦର ବାଚସ୍ପତି ଆୟାଜ ସାଦିକଙ୍କ ସହ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କରଙ୍କ ହାତ...

‘କେହି ଟି-୨୦ ବିଶ୍ୱକପ ଦେଖିବେ ନାହିଁ…’ ଆଇସିସି ଉପରେ ବର୍ଷିଲେ ଅଶ୍ୱିନ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨।୧: ପୂର୍ବତନ ଭାରତୀୟ କ୍ରିକେଟ କିମ୍ବଦନ୍ତୀ ରବିଚନ୍ଦ୍ରନ ଅଶ୍ୱିନ ଆଇସିସି ଟି-୨୦ ବିଶ୍ୱକପ ୨୦୨୬ ସମ୍ପର୍କରେ ନିଜର ନିରାଶା ପ୍ରକାଶ କରିଛନ୍ତି। ଅଶ୍ୱିନ କହିଛନ୍ତି ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri