Posted inଖେଳ

ମାଗଣା ଖାଦ୍ୟ ଯୋଗାଇଲେ ଅମ୍ପାୟର ଆଲିମ ଦାର୍‌

ଲାହୋର,୨୭।୩(ପି.ଟି)- ପାକିସ୍ତାନର ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଏଲିଟ ପ୍ୟାନେଲ ଅମ୍ପାୟର ଆଲିମ ଦାର୍‌ ତାଙ୍କ ବଦାନ୍ୟତା ପାଇଁ ଚର୍ଚ୍ଚାକୁ ଆସିଛନ୍ତି। କରୋନା ଭାଇରସ୍‌ ସଂକ୍ରମଣ କାରଣରୁ ଚାକିରି ହରାଇଥିବା ବେକାର ଲୋକମାନଙ୍କୁ ସେ ତାଙ୍କ ରେଷ୍ଟୁରାଣ୍ଟରେ ମାଗଣାରେ ଖାଦ୍ୟ ଯୋଗାଇଛନ୍ତି। ପାକିସ୍ତାନରେ ଏକ ହଜାରରୁ ଊର୍ଦ୍ଧ୍ୱ ଲୋକ କରୋନା ଭାଇରସ୍‌ ସଂକ୍ରମଣର ଶିକାର ହୋଇଛନ୍ତି। ଏବେ ପାକିସ୍ତାନରେ ଲକ୍‌ ଡାଉନ ଜାରି ହୋଇଛି। ଫଳରେ କେତେକ ଲୋକ ଚାକିରି ହରାଇଥିଲେ। ଲାହୋରର ପିଆ ରୋଡ୍‌ରେ ଦାର୍‌ଙ୍କର ଏକ ରେଷ୍ଟୁରାଣ୍ଟ ରହିଛି। ଏହାର ନାମ ଡାର୍ସ ଡେଲିଟୋ ରଖାଯାଇଛି। ଯେଉଁମାନେ ରୋଜଗାର ହରାଇଛନ୍ତି ସେମାନେ ମୋ ରେଷ୍ଟୁରାଣ୍ଟକୁ ଆସି ମାଗଣାରେ ଖାଦ୍ୟ ଖାଇପାରିବେ ବୋଲି ଦାର ଟୁଇଟ୍‌ କରି ଏକ ଭିଡିଓ ମେସେଜ୍‌ରେ କହିଛନ୍ତି। ଦାର ତାଙ୍କ କ୍ୟାରିୟରରେ ପାଖାପାଖି ୪୦୦ ଅନ୍ତର୍ଜାତୀୟ ମ୍ୟାଚ୍‌ ପରିଚାଳନା କରିଛନ୍ତି। ସେ ମଧ୍ୟ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଛନ୍ତି। ପାକିସ୍ତାନ ସମେତ ସାରା ବିଶ୍ୱ କରୋନା ଭାଇରସ୍‌ ଏକ ମହାମାରୀର ରୂପ ନେଇଛି ବୋଲି ଦାର କହିଛନ୍ତି। ଏହି ଭାଇରସର ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ମାନିବାକୁ ସେ ସମସ୍ତ ଜନସଧାରଣଙ୍କୁ ଅନୁରୋଧ କରିଛନ୍ତି। ପୂର୍ବରୁ ପୂର୍ବତନ ପାକିସ୍ତାନ କ୍ରିକେଟର ଶାହିଦ ଆଫ୍ରିଦି ମଧ୍ୟ କରୋନା ଭାଇରସ ବିପକ୍ଷ ଲଢେଇରେ ସାମିଲ ହୋଇଛନ୍ତି। ସେ ତାଙ୍କ ଫାଉଣ୍ଡେଶନ ମାଧ୍ୟମରେ ସମାଜମଙ୍ଗଳ କାର୍ଯ୍ୟ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରିଅଲ ମାଡ୍ରିଡ୍‌ର ବଢ଼ିଲା ଚିନ୍ତା: ଏମ୍‌ବାପେ ଆହତ

ପ୍ୟାରିସ,୨ା୧: ରିଅଲ ମାଡ୍ରିଡ୍‌ ଫରଓ୍ବାର୍ଡ କିଲିଆନ ଏମ୍‌ବାପେଙ୍କ ବାମ ଆଣ୍ଠୁ ଆଘାତ ଲାଗିଛି। ଏ ନେଇ ସ୍ପାନିଶ କ୍ଲବ ପକ୍ଷରୁ କୁହାଯାଇଛି। ତେବେ ତାଙ୍କୁ ରିକଭର...

ନୂଆବର୍ଷରେ ଖୁସି ଖବର, ଶସ୍ତା ହେଲା ଘରୋଇ ଗ୍ୟାସ

ନୂଆଦିଲ୍ଲୀ,୨।୧: ନୂଆବର୍ଷ ଆରମ୍ଭ ହେବା ପୂର୍ୱରୁ, ଗ୍ୟାସ ଗ୍ରାହକଙ୍କ ପାଇଁ ଏକ ଖୁସି ଖବର। ସାର୍ୱଜନୀନ କ୍ଷେତ୍ରର କମ୍ପାନୀ ଗେଲ ଗ୍ୟାସ ଲିମିଟେଡ ଘରୋଇ ରୋଷେଇ...

ଉଠୁଛିପଡ଼ୁଛି ବଡ଼ଦାଣ୍ଡ: ମେଡିକାଲ ଛକରେ ମୃତଦେହ ରଖି…

ପୁରୀ,୨।୧(ଅଜିତ୍‌ ମହାନ୍ତି): ପୁରୀ ଦୁର୍ଘଟଣାରେ ୫ ବର୍ଷୀୟ ନାବାଳକର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ମେଡିକାଲ ଛକରେ ମୃତଦେହ ରଖି ସ୍ଥାନୀୟ ଲୋକ ଧାରଣାରେ ବସିଛନ୍ତି।...

ପୁରୀ ବଡ଼ଦାଣ୍ଡରେ ନାବାଳକଙ୍କ ମୃତ୍ୟୁ: ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୀ,୨।୧: ପୁରୀ ବଡ଼ଦାଣ୍ଡରେ ବୋଲେରୋ ଓ ସ୍କଟି ଧକ୍କାରେ ନାବାଳକଙ୍କ ମୃତ୍ୟୁ ହୋଇଛି। ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ...

ଏହି ନୂଆବର୍ଷରେ ଘର ତିଆରି ହେବ ମହଙ୍ଗା, ବୃଦ୍ଧି ପାଇବ ସିମେଣ୍ଟ ଦର, ବ୍ୟାଗ୍‌ ପିଛା…

ନୂଆଦିଲ୍ଲୀ,୨ା୧: ନୂଆବର୍ଷ ଅବସରରେ ମୁଦ୍ରାସ୍ଫୀତି ସମ୍ପର୍କରେ ନିରାଶାଜନକ ଖବର ଆସିଛି। ପ୍ରକୃତରେ କମ୍ପାନୀଗୁଡ଼ିକ ସିମେଣ୍ଟର ମୂଲ୍ୟ ବୃଦ୍ଧି କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏକ ରିପୋର୍ଟ ଅନୁଯାୟୀ,...

୧୫ ଅଗଷ୍ଟରୁ ଚାଲିବ ଦେଶର ପ୍ରଥମ ବୁଲେଟ ଟ୍ରେନ, ଜାଣନ୍ତୁ କେତେ ହେବ ଏହାର ଭଡ଼ା

ନୂଆଦିଲ୍ଲୀ,୨।୧: ଭାରତୀୟ ରେଲଓ୍ବେ ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ବ୍ୟବସ୍ଥା, ଏବଂ ଲକ୍ଷ ଲକ୍ଷ ଯାତ୍ରୀ ପ୍ରତିଦିନ ଟ୍ରେନରେ ଯାତ୍ରା କରନ୍ତି। ସମୟ ସହିତ, ରେଲଓ୍ବେ...

LICକୁ ଲାଗିଲା ଝଟକା: ୨ ଦିନରେ ବୁଡିଗଲା ୧୧୪୦୦ କୋଟି ଟଙ୍କା, ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୧: ସରକାରଙ୍କ ସିଗାରେଟ୍‌ ବିଡ଼ି ଏବଂ ପାନ ମସଲା ଗୁଟଖାର ମୂଲ୍ୟ ବୃଦ୍ଧି ନିଷ୍ପତ୍ତି ପରେ, ITC ଶେୟାରରେ ତୀବ୍ର ହ୍ରାସ ଘଟୁଛି। ଏହା ଉଲ୍ଲେଖନୀୟ...

ହାଇ ରିଟର୍ଣ୍ଣ ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକେଇ: ଅଭିଯୁକ୍ତଙ୍କୁ ବାନ୍ଧିଲା EOW

ଭୁବନେଶ୍ୱର,୨।୧: ଗ୍ରାହକଙ୍କୁ ହାଇ ରିଟର୍ଣ୍ଣର ଲୋଭ ଦେଖାଇ ଟଙ୍କା ଠକେଇ କରିଥିବା ଅଭିଯୋଗରେ EOW ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri