ସିଲେରୁ ନଦୀରେ ଡଙ୍ଗା ବୁଡି ନିଖୋଜ ଘଟଣା: ୪ ଦିନ ପରେ ୨ ମହିଳାଙ୍କ ମୃତଦେହ ଉଦ୍ଧାର

ମାଲକାନରି, ୬ା୬ (ସ୍ବ.ପ୍ର.)- ସିଲେରୁ ନଦୀରେ ଡଙ୍ଗାବୁଡି ନିଖୋଜ ଥିବା ୨ ମହିଳାଙ୍କ ମୃତଦେହ ଗୁରୁବାର ଉଦ୍ଧାର ହୋଇଛି। ଫଳରେ ଗତ ୪ ଦିନ ଧରି ଏନେଇ ଲାଗି ରହିଥିବା ଅନିଶ୍ଚିତତା ଦୂର ହୋଇଛି। ଖବରରୁ ଜଣାପଡିଛି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ତହସିଲ ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତ ବଚଲୁର ଗ୍ରାମର ସତୀ ବାବୁ ତାଙ୍କ ସ୍ତ୍ରୀ ପାର୍ବତୀ ଦୁଇ ବର୍ଷର ଝିଅ ଦିବ୍ୟଶ୍ରୀକୁ ଧରି ଆନ୍ଧ୍ର ପ୍ରଦେଶର ସିଲେରୁ ସାପ୍ତାହିକ ହାଟକୁ ରବିବାର ଆସିଥିଲେ। ଉଭୟେ ହାଟ ସାରି ସନ୍ଧ୍ୟାରେ ବଙ୍ଗଳାକ୍ୟାମ୍ପଠାରୁ ଦେଶୀ ଡଙ୍ଗାରେ ସିଲେରୁ ନଦୀ ପାର ହୋଇ ନିଜ ଗ୍ରାମ ବଚଲୁରକୁ ଫେରୁଥିଲେ। ଏହି ସମୟରେ ଝଡ ତୋଫାନ ହେବାରୁ ପାଙ୍ଗାମପାଡୁଠାରେ ଡଙ୍ଗାଟି ବୁଡି ଯାଇଥିଲା। ସତୀବାବୁ ଓ ତାଙ୍କ ସ୍ତ୍ରୀ ପହଁରି ପହଁରି କୌଣସି ପ୍ରକାରେ କୂଳକୁ ଚାଲି ଆସିଥିଲେ। ମାତ୍ର ଡଙ୍ଗାରେ ଥିବା ଝିଅ ଏବଂ ଅନ୍ୟ ୨ ମହିଳା ପାଣିରେ ବୁଡି ଯାଇଥିଲେ। ରବିବାର ସନ୍ଧ୍ୟାରେ ଦୁଇବର୍ଷର ଝିଅ ଦିବ୍ୟଶ୍ରୀଙ୍କ ମୃତଦେହ ମିଳିଥିଲା। ମାତ୍ର ୨ ମହିଳା ନିଖୋଜ ଥିଲେ। ୪ ଦିନ ଧରି ଅଗ୍ନିଶ୍ରମ ବିଭାଗ ଓ ଓଡ୍ରାଫ ଟିମ ମହିଳାଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଚଳାଇଥିଲେ। ଗୁରୁବାର ଭୋରୁ ପାଙ୍ଗାମପାଡୁ ନଦୀଘାଟଠାରୁ ୨ କିଲୋମିଟର ଦୂର ଏକ ଗଛ ଡାଳରେ ମହିଳାଙ୍କ ମୃତଦେହ ଲାଗିଥିବା ଦେଖିବାକୁ ମିଳିଥିଲା। ଉଭୟ ମୃତଦେହ ଉଦ୍ଧାର କରି କୂଳକୁ ଅଣାଯାଇଛି। ମୃତଦେହ ୨ଟି ପଚି ଯାଇଥିବାରୁ ଏହାକୁ ବ୍ୟବଚ୍ଛେଦ ଲାଗି ଚିତ୍ରକୋଣ୍ଡା ଆଣିବା ସମ୍ଭବ ହୋଇ ନ ଥିଲା। ଫଳରେ ତହସିଲଦାର ଟି.ପଦ୍ମନାଭ ଦୋରାଙ୍କ ଉପସ୍ଥିତିରେ ସେଠାରେ ମୃତଦେହ ଚିହ୍ନ୍ନଟ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଡଙ୍ଗାବୁଡି ମୃତ୍ୟୁବରଣ କରିଥିବା ପରିବାର ଲୋକଙ୍କୁ ୪ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ମିଳିବ ବୋଲି ତହସିଲଦାର ଦୋରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

୧ ଲକ୍ଷ ଟଙ୍କାର ଋଣ ୭୪ ଲକ୍ଷରେ ପହଞ୍ଚିଲା: ପରିଶୋଧ କରିବାକୁ କିଡନୀ ବିକ୍ରି କଲେ ଚାଷୀ

ଭୁବନେଶ୍ୱର,୧୬।୧୨: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାର ଜଣେ ଚାଷୀଙ୍କୁ ବେଆଇନ ମହାଜନମାନଙ୍କଠାରୁ ନେଇଥିବା ୧ ଲକ୍ଷ ଟଙ୍କାର ଋଣ ଶେଷରେ ଦିନକୁ ୧୦,୦୦୦ ଟଙ୍କା ସୁଧ ସହିତ...

ମାର୍ଚ୍ଚ ୨୬ରୁ ମେ ୩୧ ମଧ୍ୟରେ ହେବ ଆଇପିଏଲ୍‌

ମୁମ୍ୱାଇ, ୧୬ା୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମି ସଂସ୍କରଣ ମାର୍ଚ୍ଚ ୨୬ରୁ ମେ ୩୧ ଓ୍ୱିଣ୍ଡୋରେ ଖେଳାଯିବ। ମାତ୍ର ଆରସିବିର ଘରୋଇ ଗ୍ରାଉଣ୍ଡ ବେଙ୍ଗାଲୁରୁରେ...

ଅଭିନବ ଉପାୟରେ ଠକେଇ, ଫୋନ୍‌ପେରେ ଡେମୋ ଦେଖାଇଲେ…

ଛତ୍ରପୁର,୧୬ା୧୨(ଦିଲ୍ଲୀପ ସାମଲ): ନକଲି ଫୋନ ପେ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଠକେଇ କରୁଥିବା ଅଭିଯୋଗର ତଦନ୍ତ ପରେ ଛତ୍ରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri