ରାଜ୍ୟ ପାଇବେ ୩୫ ହଜାର କୋଟିର ଜିଏସ୍‌ଟି କ୍ଷତିପୂରଣ

ନୂଆଦିଲ୍ଲୀ,୧୦-୨: ରାଜ୍ୟଗୁଡିକ ଶୀଘ୍ର ଆଉ ୩୫ ହଜାର କୋଟି ଟଙ୍କାର ଜିଏସ୍‌ଟି କ୍ଷତିପୂରଣ ଶୀଘ୍ର ପାଇବେ। ଜିଏସ୍‌ଟି ଲାଗୁ ହେବା ପରେ ରାଜ୍ୟ ସହୁଥିବା ରାଜସ୍ବ କ୍ଷତିକୁ ଭରଣା କରିବା ଲାଗି କେନ୍ଦ୍ର ସରକାର ଏଭଳି ବ୍ୟବସ୍ଥା କରିଛନ୍ତି। ଜିଏସ୍‌ଟି ଆସିବା ପରେ ରାଜ୍ୟଗୁଡିକର ରାଜସ୍ବରେ ବାର୍ଷିକ ୧୪% ବୃଦ୍ଧି ନ ହେବା କ୍ଷେତ୍ରରେ ରାଜ୍ୟଗୁଡିକ କେନ୍ଦ୍ର ସରକାର ୫ ବର୍ଷ ଲାଗି ନିଶ୍ଚିତ କ୍ଷତିପୂରଣ ଦେବାର ବ୍ୟବସ୍ଥା ରହିଛି। ୨୦୧୫-୧୬କୁ ଏଥି ଲାଗି ମୂଳ ବର୍ଷ ବୋଲି ଧରାଯାଇଛି। ୨୦୧୭-୧୮, ୨୦୧୮-୧୯ ଏବଂ ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ୪ ମାସରେ କ୍ଷତିପୂରଣ ପ୍ରଦାନ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ କୌଣସି ମତ ପାର୍ଥକ୍ୟ ଦେଖା ଯାଇନାହିଁ। ଏବେ ଜିଏସ୍‌ଟି କ୍ଷତିପୂରଣ ସେସ୍‌ରୁ ସରକାର ପାଉଥିବା ରାଜସ୍ବରେ ରାଜ୍ୟଗୁଡିକୁ ଅର୍ଥ ପ୍ରଦାନ କରିବା ପର୍ଯ୍ୟାପ୍ତ ହେଉନାହିଁ। ଗତ ବର୍ଷ ଅଗଷ୍ଟରୁ ଠିକ୍‌ ସମୟରେ କ୍ଷତିପୂରଣ ଅର୍ଥ ପ୍ରଦାନ କରିବାରେ କେନ୍ଦ୍ର ସରକାର ଅସୁବିଧା ସାମ୍ନା କରିବା ଯୋଗୁ ଅର୍ଥ ପ୍ରଦାନରେ ବିଳମ୍ବ ହେଉଛି। ଏହାକୁ ନେଇ ଗତ ଡିସେମ୍ବର ମାସରେ କିଛି ରାଜ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ।
ଅଗଷ୍ଟ-ସେପ୍ଟେମ୍ବର ଲାଗି କେନ୍ଦ୍ର ସରକାର ରାଜ୍ୟଗୁଡିକୁ ୩୫,୨୯୮ କୋଟି ଟଙ୍କାର କ୍ଷତିପୂରଣ ପ୍ରଦାନ କରିଛନ୍ତି। ୨ଟି କିସ୍ତିରେ ଶୀଘ୍ର ରାଜ୍ୟଗୁଡିକୁ ଅର୍ଥ ଯୋଗାଇ ଦିଆଯିବାର ଯୋଜନା ରହିଛି। ପ୍ରଥମ କିସ୍ତି ଅକ୍ଟୋବର-ନଭେମ୍ବର ମାସ ଲାଗି ରହିବ ବୋଲି ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ୨୦୧୭-୧୮ ଏବଂ ୨୦୧୮-୧୯ ଜିଏସ୍‌ଟି କ୍ଷତିପୂରଣ ବାବଦ ଆଦାୟ ହୋଇଥିବା ଅର୍ଥର ବଳକାକୁ କନସୋଲିଡେଟେଡ ଫଣ୍ଡ ଅଫ୍‌ ଇଣ୍ଡିଆ ବା ଏକୀକୃତ ପାଣ୍ଠିରେ ଜମା ରଖାଯାଇଛି। ଏହି ପାଣ୍ଠି ଅର୍ଥକୁ ପୁଣି ଥରେ ଜିଏସ୍‌ଟି କ୍ଷତିପୂରଣ ପାଣ୍ଠିକୁ ସ୍ଥାନାନ୍ତର କରାଯିବ ବୋଲି ଅଧିକାରୀ କହିଛନ୍ତି। ଦୁଇଟି ପର୍ଯ୍ୟାୟରେ ରାଜ୍ୟଗୁଡିକୁ କ୍ଷତିପୂରଣ ପ୍ରଦାନ କରିବା ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ମଧ୍ୟ ଘୋଷଣା କରିଥିଲେ।
ବର୍ତ୍ତମାନ ଜିଏସ୍‌ଟି ବ୍ୟବସ୍ଥାରେ ୫,୧୨ ,୧୮ ଏବଂ ୨୮% ସ୍ଲାବରେ ଟିକସ ଆଦାୟ କରାଯାଉଛି। ସର୍ବୋଚ୍ଚ ଟିକସ ସ୍ଲାବରେ ରହିଥିବା ଲକଜ୍ୟୁରୀ ଏବଂ ଅବଗୁଣକାରୀ ସାମଗ୍ରୀ ଉପରେ ସେସ୍‌ ଲାଗୁ କରାଯାଉଛି। ଏହି ଅର୍ଥକୁ ରାଜ୍ୟଗୁଡିକୁ ଜିଏସ୍‌ଟି କ୍ଷତିପୂରଣ ଭାବେ ପ୍ରଦାନ କରାଯାଉଛି। ୨୦୧୭ ଜୁଲାଇ ପହିଲା ପରାଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ କେନ୍ଦ୍ର ସରକାର ରାଜ୍ୟଗୁଡିକୁ ଜିଏସ୍‌ଟି କ୍ଷତିପୂରଣ ଭାବେ ୨.୧୧ ଲକ୍ଷ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଜୁଲାଇ ୨୦୧୭ରୁ ମାର୍ଚ୍ଚ ୨୦୧୮ ମଧ୍ୟରେ ୪୮,୭୮୫ କୋଟି, ୨୦୧୮ ଏପ୍ରିଲରୁ ୨୦୧୯ ମାର୍ଚ୍ଚ ମଧ୍ୟରେ ୮୧,୧୪୧ କୋଟି ରାଜ୍ୟଗୁଡିକ ଲାଭ କରିଛନ୍ତି। ଗତ ବର୍ଷ ଏପ୍ରିଲ-ମେ, ଜୁନ-ଜୁଲାଇ ଯଥାକ୍ରମେ ୧୭,୭୮୯ କୋଟି ଏବଂ ୨୭,୯୫୬ କୋଟି ଟଙ୍କା ରାଜ୍ୟଗୁଡିକୁ ଦିଆଯାଇଛି। ୨୦୧୯ ଅଗଷ୍ଟ-ସେପ୍ଟେମ୍ବରରେ ୩୫,୨୯୮ କୋଟି ଟଙ୍କା ଦିଆଯାଇଛି। ରାଜସ୍ବ ସଚିବ ଅଜୟ ଭୂଷଣ ପାଣ୍ଡେ କହିଛନ୍ତି ଯେ, ୨୦୨୦-୨୧ରେ ୧୨% ରାଜସ୍ବ ଅଭିବୃଦ୍ଧି ହାସଲ କରିବା ସମ୍ଭବ ହେବ। ଏହି ଆଧାରରେ ଜିଏସ୍‌ଟିରେ ଉନ୍ନତି ଆସିଲେ ରାଜ୍ୟଗୁଡିକୁ କ୍ଷତିପୂରଣ ପ୍ରଦାନ କରିବା ସୁବିଧା ହେବ। ରାଜସ୍ବରେ ଉନ୍ନତି ଆସିଲେ ଟିକସ ହାରରେ ହ୍ରାସ ନେଇ ବିଚାର କରାଯିବ। ଅନୁପାଳନ ବଢିଲେ ଟିକସ ଢାଞ୍ଚାରେ ମଧ୍ୟ ପରିବର୍ତ୍ତନ ଆସିପାରେ। ମାସିକ ଅନ୍ତତଃ ପକ୍ଷେ ୧ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ କରିବାକୁ ସରକାର ଲକ୍ଷ୍ୟ ରଖିଥିବା ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅବସରବେଳେ ଦରକାର ୧କୋଟି ଟଙ୍କା? ଏହି ଫର୍ମୂଲାରେ ୫ମାସରେ ମିଳିଯିବ ଟଙ୍କା, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୩।୧୨:ଲୋକମାନେ ପ୍ରାୟତଃ ଅବସର ସମୟରେ କୋଟି କୋଟି ଟଙ୍କାର କର୍ପସ ପାଇବାର ସ୍ୱପ୍ନ ଦେଖନ୍ତି, କିନ୍ତୁ କେବଳ କିଛି ଲୋକ ଏହି ସୱପ୍ନକୁ ପୂରଣ କରିପାରିବେ।...

ଏପ୍ରିଲ ପରେ ବନ୍ଦ ହୋଇଯିବ ଏହି ୬ଟି ବଡ଼ ବ୍ୟାଙ୍କ? ଆକାଉଣ୍ଟ ଥିଲେ କଣ କରିବେ…

ନୂଆଦିଲ୍ଲୀ,୨୩।୧୨: କେନ୍ଦ୍ର ସରକାର ପୁଣିଥରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ପାଇଁ ପ୍ରସ୍ତୁତି କରୁଛନ୍ତି। ରିପୋର୍ଟ ଅନୁଯାୟୀ ସରକାର ଛଅଟି ବଡ଼ ସରକାରୀ ବ୍ୟାଙ୍କକୁ ପରସ୍ପର...

8th Pay Commissionକୁ ନେଇ ଆସିଲା ବଡ଼ ଅପ୍‌ଡେଟ: ଜାନୁଆରୀରେ ବଢିଯିବ…

ନୂଆଦିଲ୍ଲୀ,୨୩।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ୨୦୨୬ ବର୍ଷ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବାକୁ ଯାଉଛି। ୭ମ ବେତନ କମିଶନର ଅବଧି ୩୧...

Gold Price Today : ୨୪ ଶହ ଟଙ୍କା ବଢ଼ିଲା ସୁନା ଦର, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦାମ୍

ନୂଆଦିଲ୍ଲୀ,୨୩।୧୨: ଚଳିତ ବର୍ଷ ସୁନା ମୂଲ୍ୟରେ ତୀବ୍ର ବୃଦ୍ଧି ଘଟିଛି। ଡିସେମ୍ବର ୨୨ ତାରିଖରେ ବିଶ୍ୱ ସୁନା ମୂଲ୍ୟ ପ୍ରଥମ ଥର ପାଇଁ ପ୍ରତି ଆଉନ୍ସ...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ନୂଆ ବର୍ଷ ପୂର୍ବରୁ EPFO ଜାରି କଲା ନୂଆ ଗାଇଡଲାଇନ୍‌, ଜାଣିରଖନ୍ତୁ…

ନୂଆଦିଲ୍ଲୀ,୨୨।୧୨: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) କର୍ମଚାରୀ ପେନସନ ଯୋଜନା (EPS) ସହିତ ଜଡିତ ଭୁଲ କିମ୍ବା ଅସମ୍ପୂର୍ଣ୍ଣ ଯୋଗଦାନର ମାମଲାଗୁଡ଼ିକର ସମାଧାନ ପାଇଁ...

UPI ପେମେଣ୍ଟରେ ନୂତନ ସୀମା ନିର୍ଣ୍ଣୟ କରିବ NPCI, ଏପରି ହେଉଛି ଠକେଇ

ନୂଆଦିଲ୍ଲୀ,୨୨।୧୨: ୟୁନିଫାଇଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (UPI) ମାଧ୍ୟମରେ ହେଉଥିବା ଆର୍ଥିକ ଜାଲିଆତିକୁ ରୋକିବା ପାଇଁ ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ଏକ ଗୁରୁତ୍ୱପୂର୍ଣ୍ଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri