ବ୍ରହ୍ମପୁର ଅଫିସ,୧୯ା୧-ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁର ରେଳଷ୍ଟେଶନ ଉପରେ ପ୍ରତିଦିନ ହଜାର ହଜାର ଲୋକ ନିର୍ଭର କରନ୍ତି। ଏହି ଷ୍ଟେଶନ ଦେଇ ବହୁ ଟ୍ରେନ ଚଳାଚଳ କରୁଛି। ଏଠାରୁ ଯାତ୍ରୀମାନେ ଭୁବନେଶ୍ୱର ଦେଇ କଲିକତା ଓ ଦିଲ୍ଲୀ ଯିବା ପାଇଁ ଏବଂ ଆନ୍ଧ୍ରପ୍ରଦେଶ ଦେଇ ସୁରଟ, ମୁମ୍ବାଇ, ତାମିଲନାଡୁ ଆଦିକୁ ଯାଇଥାନ୍ତି। ଦୈନିକ ବହୁ ଯାତ୍ରୀ ବିଭିନ୍ନ ସ୍ଥାନକୁ ଯିବାପାଇଁ ବ୍ରହ୍ମପୁର ରେଳଷ୍ଟେଶନକୁ ଆସୁଛନ୍ତି। ତେବେ ଏଠାରେ ଅସହାୟ ତଥା ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ୁଥିବାରୁ ଯାତ୍ରୀମାନେ ସୁରକ୍ଷିତ ମଣୁ ନଥିବା ଅଭିଯୋଗ ହେଉଛି। ବିଶେଷକରି ମହିଳା ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ଦିଗରେ କେହି ବି ଦୃଷ୍ଟି ଦେଉନାହାନ୍ତି।
ଶନିବାର ସକାଳେ ଭୁବନେଶ୍ୱର ଯିବା ପାଇଁ ଜଣେ ଯୁବତୀ ବ୍ରହ୍ମପୁର ରେଳଷ୍ଟେଶନକୁ ଆସିଥିଲେ। ସେ ଟିକେଟ ପାଇଁ କାଉଣ୍ଟରକୁ ଯାଉଥିବା ବେଳେ ଜଣେ ମାନସିକ ବିକାରଗ୍ରସ୍ତ ଯୁବକ ତାଙ୍କୁ ଭିଡି ନେଇଥିଲେ। ଏହାଦେଖି ସେଠାରେ ଥିବା ଲୋକେ ସମ୍ପୃକ୍ତ ମାନସିକ ବିକାରଗ୍ରସ୍ତଙ୍କୁ ଟାଣିଆଣି ରାସ୍ତାରେ ଛାଡ଼ିଥିଲେ। ପରେ ଯୁବତୀ ଜଣକ କାଉଣ୍ଟରରୁ ଟିକେଟ ନେଇ ଟ୍ରେନ ଆସିବା ପରେ ଭୁବନେଶ୍ୱର ଯାଇଥିଲେ। ଏପରି ଘଟଣା ଥରକୁ ଥର ହେଉଥିବାରୁ ମହିଳାଯାତ୍ରୀମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ସରକାର ମହିଳା ଓ ଯୁବତୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଉଥିବା କହୁଥିବା ବେଳେ ଏଠାରେ କାର୍ଯ୍ୟରତ ଅଧିକାରୀମାନଙ୍କ ଖାମଖିଆଲ ନୀତି ଯୋଗୁ ଏଭଳି ଅଭାବନୀୟ ଘଟଣା ଘଟୁଛି। ରେଳଷ୍ଟେଶନରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ସରକାରୀ ରେଳବାଇ ପୋଲିସ (ଜିଆରପି) ଓ ରେଳ ସୁରକ୍ଷା ବଳ (ଆର୍ପିଏଫ) ରହିଥିଲେ ମଧ୍ୟ ଏଭଳି କ୍ଷେତ୍ରରେ ମାନସିକ ଦିବ୍ୟାଙ୍ଗମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁ ନାହାନ୍ତି। ଅନ୍ୟପକ୍ଷରେ ମାନସିକ ବିକାରଗ୍ରସ୍ତଙ୍କ ଥଇଥାନ ପାଇଁ ସହରରେ ସରକାର ଅନେକ ଯୋଜନା କରିଛନ୍ତି। ହେଲେ ପ୍ରଶାସନ ଏଥିପ୍ରତି ଆନ୍ତରିକତା ଦେଖାଉ ନଥିବା ଦେଖିବାକୁ ମିଳିଛି। ଯଦ୍ଦ୍ବାରା ମାନସିକ ଅନଗ୍ରସରମାନେ ବସଷ୍ଟାଣ୍ଡ ଓ ରେଳଷ୍ଟେଶନରେ ଘୂରି ବୁଲୁଛନ୍ତି। ମହିଳାଯାତ୍ରୀଙ୍କୁ ସେମାନେ ସର୍ବସାଧାରଣରେ ଅସଦାଚରଣ ଉଦ୍ୟମ କରୁଥିଲେ ମଧ୍ୟ ଉଭୟ ପୋଲିସ, ପ୍ରଶାସନ ନୀରବଦ୍ରଷ୍ଟା ସାଜୁଛନ୍ତି। ପୀଡ଼ିତା ଲଜ୍ଜିତ ହୋଇ ଚୁପ ରହୁଛି। ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ନ ନେଲେ ଆଗାମୀ ଦିନରେ ମହିଳା ଯାତ୍ରୀମାନେ ଏହି ମାନସିକ ବିକାରଗ୍ରସ୍ତମାନଙ୍କ ଦ୍ୱାରା ବଳାତ୍କାରର ଶିକାର ହେବେ ଏବଂ ସରକାର ଏଥିପାଇଁ ଦାୟୀ ରହିବେ ବୋଲି ଭାଜପା ପୂର୍ବତନ ଜିଲା ସଭାପତି କାହ୍ନୁ ଚରଣ ପତି କହିଛନ୍ତି। ଏ ନେଇ ଜିଆରପି ଥାନାଧିକାରୀ ସୁକାନ୍ତ ଭୋଇ ଯାତ୍ରୀଙ୍କ ସୁରକ୍ଷା ପ୍ରତି ପୋଲିସ ଯଥେଷ୍ଟ ଧ୍ୟାନ ଦେଉଛ ବୋଲି କହିଛନ୍ତି। ଶନିବାର ଷ୍ଟେଶନରେ ଘଟିଥିବା ଘଟଣା ସମ୍ପର୍କରେ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ସେ କହିଛନ୍ତି।
ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି
ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...
ଟାଟା ପାଓ୍ବାରରେ ଚାଲିଛି ଛଟେଇ: ପ୍ରତିବାଦରେ ଏସ୍ଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
ଭଞ୍ଜନଗର,୧୦ା୧୨(ବାବୁଲା ପ୍ରଧାନ): ଟାଟା ପାଓ୍ବାରରେ ଆଉଟସୋର୍ସିଂ କର୍ମଚାରୀଙ୍କୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ପରୋକ୍ଷରେ ଠିକାଦାର ସଂସ୍ଥା ଉପରେ ଚାପ ପକାଇ ବିଭିନ୍ନ ସମୟରେ ଛଟେଇ କରୁଛନ୍ତି।...
ଏଣିକି ଛାତ୍ରୀଛାତ୍ର ହେବେ ଆତ୍ମନିର୍ଭରଶୀଳ: କେନ୍ଦ୍ର ସରକାରଙ୍କ ଯୋଜନା ଅନୁଯାୟୀ…
ଭଞ୍ଜନଗର,୧୦।୧୨(ବାବୁଲା ପ୍ରଧାନ): କଲେଜ ପଢୁଥିବା ଛାତ୍ରୀଛାତ୍ରମାନେ ପାଠ ପଢା ସରିବା ପରେ କିଭଳି ଆତ୍ମନିର୍ଭରଶୀଳ ହୋଇପାରିବେ ସେଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ଯୋଜନା କାର୍ଯ୍ୟକାରୀ...
ସମସ୍ତେ ଆତ୍ମସମ୍ମାନର ସହ ବଞ୍ଚିବା ଜରୁରୀ: ମାନବାଧିକାରକୁ ଗୁରୁତ୍ୱାରୋପ
ପୁରୁଷୋତ୍ତମପୁର,୧୦/୧୨(ସବିତା ମଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବିଚାର ବିଭାଗୀୟ ଅଦାଲତର ତାଲୁକା ଆଇନସେବା ପ୍ରାଧିକରଣ କମିଟି ପକ୍ଷରୁ ତାରାତାରିଣୀ କଲେଜ ପରିସରରେ ବୁଧବାର ମାନବ ଅଧିକାର...
୧୬ ବର୍ଷ ପରେ ହତ୍ୟା ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
ଭଞ୍ଜନଗର,୧୦/୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନୂଆଁପଲ୍ଲୀ ଗ୍ରାମର ଟୁକୁନା ନାଇକଙ୍କୁ ପୋଲିସ ଏକ ହତ୍ୟା ମାମଲାରେ ସୋମବାର ଗିରଫ କରିଛି। ଏହାପରେ ତାଙ୍କୁ...
ଭଞ୍ଜନଗରରେ ଖୁସିର ଲହରୀ: ପ୍ରଦ୍ୟୁମ୍ନ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି
ଭଞ୍ଜନଗର,୧୦।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ୍ନ କୁମାର ନାୟକଙ୍କୁ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ଭାବେ ମଙ୍ଗଳବାର ନିଯୁକ୍ତି ଦିଆଯାଇଛି। ଏହି ଖବର...
ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍: ଆଉ ତା’ପରେ ଘଟିଗଲା…
ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...
ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…
ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...
Archives


