ଅଜନା ରୋଗ୍‌ରେ ପୀଡ଼ିତ ଅଭିଜିତ: ଚିକିତ୍ସା ଲାଗି ଟଁକା ବାଧକ

ବୌଦ୍ଧ,୩।୬(ସ୍ବ.ପ୍ର):  ମା’ବାପ୍‌ ପୁଓଟେ ପାଏବାର ଲାଗି କେତେ ଉପାସ, ପୂଜାପାଠ୍‌ କଲେ। ଶେଷେ ପୁଓଟେ ପାଏଲେ। ହେଲେ ପୁଓ ଜନମ ହେବାର ମାସକେତେ ଉତାରୁ କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ପୀଡ଼ିତ ହେଲା। ମା’ବାପ୍‌ ଲାଗ୍‌ ବରମସ କରି ପୁଓର ଚିକିତ୍ସା କରେଇ ନିରାଶ ହେଲେ। ଏହେଦେ ଟଁକା ପଏସା ଅଭାବୁ ମା’ବାପ୍‌ ଉପେ ଶୂଇନ୍‌ ହେଇ ଭଗବାନ ଭରସାରେ ପୁଓକେ ଘରେ ପକେଇ ରଖିଛନ୍‌। ଏନ୍‌ତା ଗୁଟେ ଦୁଖଦ୍‌ ଘଟନା ଦେଖ୍‌ବାକେ ମିଲିଛେ ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ କରଞ୍ଜକଟା ପଁଚେତ୍‌ର କରଞ୍ଜକଟା ଗାଁରେ।
ସୂଚନା ଅନ୍‌ସାରେ କରଞ୍ଜକଟା ଗାଁର ଜୀବର୍ଦ୍ଧନ କହଁର। ସେ ନିହାତି ଗରିବ୍‌ ଆର ଆଦିବାସୀ ସମାଜର। କୁଲିମଜୁରି କରି ନିଜର କୁଟୁମ ପୁଷୁଛନ୍‌। ଏନ୍‌ତାଥି ଜୀବର୍ଦ୍ଧନ ଆର ତାକର ମାଏକିନା ପୁଓଟେ ପାଏବାର ଲାଗି କେତେ ପୂଜାପାଠ୍‌ କରିଥିଲେ। ଭଗବାନ ଡାକ୍‌ ଶୁନି ଆଏଜ୍‌କେ ୫ ବଛର ତଲେ ତାକର କୁଲେ ଗୁଟେ ପୁଓ ଦେଇଥିଲେ। ମା’ବାପ୍‌ ଖୁସିରେ ପୁଓର ନାଁ ଅଭିଜିତ ରଖିଥିଲେ। ହେଲେ ଅଭିଜିତ ଜନମ ହେବାର ମାସକେତେ ଉତାରୁ କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ପୀଡ଼ିତ ହେଲେ। ରୋଗ୍‌ ପରଭାବରେ ତାକର ହାତଗୋଡ଼ ସଁପୁର ହେଇଯିବାର ସଂଗେ ବେଁକ୍‌, ଅଁଟା ବଁକା ହେଇଗଲା। ଅଭିଜିତ ଯାହାକେ ହେଲେ ଭକାଛାଡ଼ନୁ ଦେଖୁଛନ୍‌, ହେଲେ ସେ ଚାଲବୁଲ କି କଥା କହି ନାଇଁ ପାରବାର। ସବୁବେଲେ ଖଟେ ପଡ଼ିରହିଛନ୍‌, କେତେବେଲେ କେନ୍‌ତା ଅଝଟ୍‌ ହେଲେ ମା’ବାପ୍‌ ତାହାକୁ ପାଇ କରି ବୁଲଉଛନ୍‌। ପୁଓର ଏନ୍‌ତା ଅବସ୍‌ତା ଦେଖି ମା’ବାପ୍‌ ଦୁଖେ ଭାଂଗିପଡ଼ଲେ। ଥାନୀୟ ସ୍ବାସ୍ଥ୍ୟ କେନ୍ଦ୍ରନୁ ମୂଲ କରି ଜିଲା ଡାକ୍‌ତରଖାନାରେ ଦେଖାଲେ, ହେଲେ କିଛି ଲାଭ ନାଇଁ ହେଲା। ଇଆଡ଼େ ଜୀବର୍ଦ୍ଧନ ଫିଦିନ ସଖାଲ ପାଏଲେ ବାହା ଜାଂଗଲ ମାଜଲେ ଯାଇ ଘରର ଚୁଲି ଜଲୁଛେ। ଏନ୍‌ତା ଅବସ୍‌ତାରେ ଜୀବର୍ଦ୍ଧନ ଧାରଉଧାର କରି ପୁଓକେ କଟକ, ଭୁବନେଶ୍ୱର ଆର ବ୍ରହ୍ମପୁର ଡାକ୍‌ତରଖାନା ନେଇ ଚିକିସତ୍ା କରେଇ ନିରାଶ ହେଲେ। ହେଲେ ଏହେଦେ ଟଁକା ପଏସା ଅଭାବୁ ମା’ବାପ୍‌ ପୁଓକେ ଘରେ ପକେଇ ରଖିଛନ୍‌ ଆର ତାର ଦୁଖ୍‌ ଦେଖି ସବୁବେଲେ ଆଁଖିରୁ ଲହ ଝରଉଛନ୍‌। ଏନ୍‌ତାଥି ଜୀବର୍ଦ୍ଧନ ନିରାଶ ହେଇ ଅଭିଜିତର ଚିକିସତ୍ା ସାହାଯ୍‌ ଲାଗି ଗଣମାଧ୍ୟମ ଜରିଆରେ ଜିଲା ପରଶାସନକେ ଗୁହାରି କରିଛନ୍‌। ଇ ଦିଗେ ଜିଲା ପରଶାସନ ଦୁରୁଷ୍‌ଟି ଦେଇ ଗରିବ୍‌ ପରିବାରକେ ଚିକିତ୍ସା ସାହାଯ୍‌ ଯୁଗେଇ ଦେବାକେ ଜନସାଧାରନରେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ଟୋକନ ସମସ୍ଯାକୁ ନେଇ ଚାଷୀଙ୍କ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ବାଦ୍ ପଡ଼ିଛି ଜାତୀୟ ରାଜପଥ ଓ ରେଳ ରୋକ

ସମ୍ବଲପୁର,୧୯।୧୨(ପ୍ରମୋଦ ବହିଦାର): ଟୋକନ ସମସ୍ୟାକୁ ନେଇ ଶୁକ୍ରବାର ଚାଷୀଙ୍କ ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ଜାରି ରହିଛି । ଚାଷୀମାନେ ସକାଳ ୬ଟାରୁ ସହରର...

ପାରିବାରିକ ବିବାଦର କରୁଣ ପରିଣତି, ସ୍ବାମୀଙ୍କୁ ଗାମୁଛାରେ ହତ୍ୟାକଲେ ସ୍ତ୍ରୀ

ସମ୍ବଲପୁର,୧୮।୧୨(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ଏମସିଏଲ ଜାଗୃତିବିହାର ଠାରେ ଜଣେ ଏମସିଏଲ କର୍ମଚାରୀଙ୍କୁ ତାଙ୍କ ଧର୍ମପତ୍ନୀ ତଣ୍ଟି ଚିପି ହତ୍ୟା କରିଛନ୍ତି । ମୃତ...

ଶୁକ୍ରବାର ସମ୍ବଲପୁର ବନ୍ଦକୁ ସମର୍ଥନ କରି ଶତାଧିକ ଚାଷୀଙ୍କ ବାଇକ୍‌ ରାଲି

ସମ୍ବଲପୁର,୧୮ା୧୨(ପ୍ରମୋଦ ବହିଦାର): ଖରିଫ ଧାନ ବିକ୍ରି ପାଇଁ ଟୋକନ ବଣ୍ଟନ ସମସ୍ୟା ବିରୋଧରେ ଚାଷୀ ସଂଗଠନ ପକ୍ଷରୁ ଶୁକ୍ରବାର ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି। ସମ୍ବଲପୁର...

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଟୋକନ ସମସ୍ୟାକୁ ନେଇ ଚାଷୀଙ୍କ ଅଭିନବ ପ୍ରତିବାଦ: ଖୁଚୁରା ଧାନ ବିକିଲେ ଚାଷୀ

ସମ୍ବଲପୁର,୧୬।୧୨(ପ୍ରମୋଦ ବହିଦାର): ଧାନ ବିକ୍ରି ପାଇଁ ଚାଷୀଙ୍କୁ ଟୋକନ ମିଳିବା ସମସ୍ୟାକୁ ନେଇ ମଙ୍ଗଳବାର ସମ୍ବଲପୁରଠାରେ ଚାଷୀଙ୍କ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଚାଷୀମାନେ ପ୍ରଥମେ...

ଧାନ ସଂଗ୍ରହରେ ଅଚଳାବସ୍ଥା ଜାରି: ଜାତୀୟ ରାଜପଥରେ ଗର୍ଜିଲେ ଚାଷୀ

ସମ୍ବଲପୁର,୧୨।୧୨(ପ୍ରମୋଦ ବହିଦାର): ସମ୍ବଲପୁରରେ ଟୋକନ ମିଳିବା ବିଳମ୍ବକୁ ନେଇ ତାତି ଉଠିଛନ୍ତି ଚାଷୀ। ଉତ୍ତ୍ୟକ୍ତ ଚାଷୀ ଶୁକ୍ରବାର ପୂର୍ବାହ୍ନରୁ ସମ୍ବଲପୁର ସହରର ୨କୁ ନେଇ ଚାଷୀ...

ଭିସୁଟ୍‌ ଛାତ୍ରୀଙ୍କୁ ନିର୍ଯାତନା, ଛାତ୍ର ଅଟକ

ସମ୍ବଲପୁର,୪ା୧୨: ଭିସୁଟ୍‌ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ଜଣେ ଛାତ୍ର ଅଟକ ଅଛନ୍ତି। ଛାତ୍ରୀଙ୍କୁ ଛାତ୍ର ଜଣଙ୍କ ପ୍ରବଳ ମାଡ଼ ମାରିଥିବା ବୁର୍ଲା...

ମା’ର ମର୍ଡର ଦେଖିଦେବାରୁ ଆମ ଭାଣିଜୀକୁ ମାରିଦେଲେ, ଏମିତି ଅଭିଯୋଗ ଆଣି ମାମୁ-ମାଇଁ କହିଲେ…

ସମ୍ବଲପୁର,୪ା୧୨(ପ୍ରମୋଦ ବହିଦାର): ଅଇଁଠାପାଲି ଥାନା ଅନ୍ତର୍ଗତ ଶାନ୍ତିନଗର ଗଳିର ଏକ ନାଳରୁ ବୁଧବାର ସକାଳେ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସେ ହେଉଛନ୍ତି ଶାନ୍ତିନଗର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri