୬ମାସ ପରେ ଉତ୍ପାଦନକ୍ଷମ ହେଲା ଫେରୋକ୍ରୋମ କାରଖାନା,ଠିକାସଂସ୍ଥାକୁ ଶ୍ରମିକ ଯୋଗାଣ ଦାୟିତ୍ୱ

ଯାଜପୁର ଅଫିସ,୧୧।୧୨- ଦୀର୍ଘ ୬ ମାସ ଧରି ବନ୍ଦ ପଡ଼ିଥିବା ଇଡକଲ ଫେରୋକ୍ରୋମ ଆଣ୍ଡ ଆଲୟେଜ ଲିଃ, ଇଫ୍‌କଲ୍‌ କାରଖାନା ମଙ୍ଗଳବାର ପୁଣି ପୂର୍ଣ୍ଣମାତ୍ରାରେ ଉପତ୍ାଦନକ୍ଷମ ହୋଇଛି। ଏଥିରେ କେତେକ ଠିକାସଂସ୍ଥାକୁ ଶ୍ରମିକ ନିୟୋଜନ ଦାୟିତ୍ୱ ଦିଆଯାଇଛି। ତେବେ ପୂର୍ବରୁ କାର୍ଯ୍ୟ କରୁଥିବା କେତେକ ଶ୍ରମିକଙ୍କୁ ଏବେ କାମ ଦେବାରେ ପାତରଅନ୍ତର ହେଉଥିବା ଅଭିଯୋଗ ଉଠିଛି। ଏହାକୁ ନେଇ ଶ୍ରମିକ ମହଲରେ ଅସନ୍ତୋଷ ବୃଦ୍ଧି ପାଇବା ସହ ଆନ୍ଦୋଳନର ଦାନା ବାନ୍ଧୁଛି। ଫେରୋକ୍ରୋମ କାରଖାନାରୁ ଉପତ୍ାଦିତ ହାଇକାର୍ବନ ଫେରୋକ୍ରୋମର ବିକ୍ରି ମୂଲ୍ୟ ଉପତ୍ାଦନ ଖର୍ଚ୍ଚ ଠାରୁ ଢେର କମ୍‌ ଥିବା ଆକଳନ କରି କାରଖାନାକୁ ବନ୍ଦ କରିବାକୁ ୨୯ା୦୫ା୨୦୧୯ରେ ନିଷ୍ପତ୍ତି ହୋଇଥିଲା। ତଦନୁଯାୟୀ ଗତ ଜୁନ ୧ତାରିଖରୁ କାରଖାନାର ୨ଟି ଯାକ ଫର୍ନେସକୁ ବନ୍ଦ କରିଦେବା ଫଳରେ ଉପତ୍ାଦନ କାର୍ଯ୍ୟରେ ନିୟୋଜିତ ୪୦୦ରୁ ଊର୍ଦ୍ଧ୍ୱ ଶ୍ରମିକ କାମ ହରାଇଥିଲେ। ଏଥିପୂର୍ବରୁ କାରଖାନାର ଏକମାତ୍ର ସୁକିନ୍ଦା କାଳିଆପାଣି କ୍ୟାପ୍‌ଟିଭ ମାଇନ୍ସ ତଳଙ୍ଗୀକୁ ସିଏମ୍‌ଡି ଏକ ଶ୍ରମିକ ସଂଗଠନର ଅଭିଯୋଗ କ୍ରମେ ୩ମାସିଆ ନୋଟିସ ଦେଇ ୧୧ା୧୧ା୨୦୧୮ରୁ ବନ୍ଦ କରି ଦେଇଥିଲେ। ଫଳରେ ୧ ଟନ୍‌ ହାଇକାର୍ବନ ଉପତ୍ାଦନରେ କ୍ରୋମ୍‌ ଓର ପାଇଁ ୨୮ ହଜାର ପାଖାପାଖି ଅଧିକ ଖର୍ଚ୍ଚ କରିବାକୁ ପରିସ୍ଥିତି ଉପୁଜିଥିଲା। ଖଣିକୁ ବନ୍ଦ କରିଦେବା ଉଭୟ ତଳଙ୍ଗୀ ଖଣି ଓ ଫେରୋକ୍ରୋମ କାରଖାନା ବନ୍ଦ ହେବାର ମୁଖ୍ୟ କାରଣ ବୋଲି ସେତେବେଳେ ମତପ୍ରକାଶ ପାଇଥିଲା। ଏହା ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିବା ସହିତ ଶ୍ରମିକ ଓ କର୍ମଚାରୀ ମହଲରେ ଘୋର ନୈରାଶ୍ୟ ଖେଳାଇ ଦେଇଥିଲା।
ଏବେ ମଧ୍ୟ ଫେରୋକ୍ରୋମର ବିକ୍ରି ମୂଲ୍ୟ ଯଥେଷ୍ଟ କମ୍‌ ରହିଛି। ଗତ ୧ ମାସ ମଧ୍ୟରେ ୩ ଥର ବଜାର ଦର ହ୍ରାସ ପାଇଛି। ଯଥା ଟନ ପିଛା ୬୭ ହଜାରରୁ ୬୫ହଜାର, ପୁଣି ୬୫ ହଜାରରୁ ୬୨ ହଜାର ଓ ଏବେ ୨/୩ ଦିନ ତଳେ ଆଉ ୧ହଜାର ହ୍ରାସ ପାଇ ୬୧ ହଜାରରେ ପହଞ୍ଚତ୍ଛି। ଲୋକାଲ ଟ୍ରାନ୍ସପୋର୍ଟିଂ ଖର୍ଚ୍ଚ ବାଦ ଦେଲେ କାରଖାନା ଟନ୍‌ ପିଛା ୫୯ ହଜାର ବିକ୍ରି ମୂଲ୍ୟ ପାଇବ। ଏଭଳି ନକାରାତ୍ମକ ସ୍ଥିତିରେ ଇଡ଼କଲର ଉଚ୍ଚ କର୍ତ୍ତୃପକ୍ଷ କାରଖାନା ଚଳାଇବାକୁ ଇଚ୍ଛୁକ ନ ଥିଲେ। କିନ୍ତୁ ଶ୍ରମିକଙ୍କ ସ୍ବାର୍ଥ ଦୃଷ୍ଟିରୁ କାରଖାନାକୁ ଚଳାଇବାକୁ ବାଧ୍ୟ ବୋଲି କାରଖାନା କର୍ତ୍ତୃପକ୍ଷ ମତପ୍ରକାଶ କରିଛନ୍ତି। କାରଖାନାରେ ଏବେ ୪/୫ ହଜାର ଟନ୍‌ ତଳଙ୍ଗୀ ଓର ଅଛି। ଏଠାରେ ଥିବା ୬.୫ ଏମ୍‌ଭିଏରୁ ୨୦ ଏମ୍‌ଟି ଏବଂ ୯ ଏମ୍‌ଭିଏ ଫର୍ନେସରୁ ୪୦ ଏମ୍‌ଟି, ଏପରି ମୋଟ ୨ଟି ଫର୍ନେସରୁ ଦୈନିକ ୬୦ ଏମ୍‌ଟି ଉପତ୍ାଦନ ହୋଇଥାଏ। ୬୦ଟନ ଉପତ୍ାଦନ ପାଇଁ ଟନ୍‌ ପିଛା ୨.୫ ଟନ୍‌ ହିସାବରେ ଦୈନିକ ୧୫୦ଟନ ଲୁହା ପଥର ଆବଶ୍ୟକ। ଏହିପରି ଚାଲିଲେ କାରଖାନାରେ ଗଚ୍ଛିତ ଥିବା ଲୁହା ପଥର ୪/୫ ମାସ ମଧ୍ୟରେ ଶେଷ ହୋଇଯିବ। ଏହିକ୍ରମରେ ଶ୍ରମିକ ନେତା ଦୁଷ୍ମନ୍ତ ରାଉତଙ୍କ ସମେତ ଶ୍ରମିକମାନେ କହିଛନ୍ତି ଯେ, ଆନ୍ଦୋଳନ କରିଥିବା ଶ୍ରମିକଙ୍କୁ ଖୋଜି ଖୋଜି କାମ ନ ଦେଇ ରାଜନୈତିକ ବୋଲ ମାନୁଥିବା ଶ୍ରମିକଙ୍କୁ ଅଗ୍ରାଧିକାର ଭିତ୍ତିରେ କାମ ଦିଆଯାଇଥିବା ଚର୍ଚ୍ଚା ହେଉଛି ା ଫର୍ନେସ ସାଇଟରେ ୫୯ଜଣ ଶ୍ରମିକଙ୍କୁ ଓ ରକ୍ଷଣାବେକ୍ଷଣ ସାଇଟରେ ୮୦ଜଣ ଶ୍ରମିକଙ୍କୁ ବାଛି ବାଛି ନିଆଯାଇଛି। ପୁଣି ନୂତନ ଟେଣ୍ଡରରେ ସମସ୍ତ ଶ୍ରମ ଆଇନକୁ ଜଳାଞ୍ଜଳି ଦିଆଯାଇ ୨୦ବର୍ଷରୁ ଊର୍ଦ୍ଧ୍ୱ ଅଭିଜ୍ଞତା ଥିବା ଶ୍ରମିକଙ୍କୁ ଅଣକୁଶଳୀ ଶ୍ରମିକ ଭାବେ ଖଟାଇ ଦୈନିକ ୩୦୦ଟଙ୍କାରୁ କମ୍‌ ଦେବାର ବ୍ୟବସ୍ଥା କରିଛନ୍ତି। ୪୦୦ ଶ୍ରମିକ କାମ ହରାଇଥିବା ବେଳେ ଏବେ ୨୦୦ରୁ କମ୍‌ ସଂଖ୍ୟକ ଶ୍ରମିକ ଲଗାଯିବାକୁ ଯୋଜନା କରାଯାଇଛି। ଅତୀତର ସମସ୍ତ ଦୁର୍ନୀତିର ପର୍ଦ୍ଦାଫାଶ ସହ କିପରି କାରଖାନା ସୁରୁଖୁରରେ ବେଶି ଦିନ ଚାଲିବ ସେଥିଲାଗି ରାଜ୍ୟର ୫-ଟି ସଚିବ ଓ ମୁଖ୍ୟମନ୍ତ୍ରୀ ଧ୍ୟାନ ଦେବାକୁ ଶ୍ରମିକ ନେତା ରାଉତ ଦାବି କରିଛନ୍ତି। ଏସଂକ୍ରାନ୍ତରେ ଫେରୋକ୍ରୋମ କାରଖାନାର ଏମ୍‌ଡି ବୀରକିଶୋର ସାହୁଙ୍କୁ ପଚାରିବାରେ ସେ କହିଛନ୍ତି ୫ଜଣ ଠିକାସଂସ୍ଥାକୁ ଶ୍ରମିକ ନିଯୁକ୍ତି ଦାୟିତ୍ୱ ଦିଆଯାଇଛି। ତେଣୁ କେଉଁ ଶ୍ରମିକମାନଙ୍କୁ କାମ ଦେବେ ତାହା ସଂପୃକ୍ତ ଠିକାସଂସ୍ଥା ବୁଝିବ। ଆଗାମୀ ଦିନରେ କାରଖାନାକୁ ସମ୍ପୂର୍ଣ୍ଣ ମାତ୍ରାରେ କାର୍ଯ୍ୟକ୍ଷମ କରାଯିବାକୁ ନିଷ୍ପତ୍ତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଙ୍କଡ଼କୁ ଝାମ୍ପିନେଲା କୁମ୍ଭୀର, ପଛେ ପଛେ ନଦୀରେ ପହଁରି ପହଁରି ଗଲେ ମାଙ୍କଡ଼ ପଲ, ଆଉ ତା’ ପରେ…

ମହାକାଳପଡ଼ା,୨୫ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ ମହାନଦୀ ଶାଖା ଖରିନାସୀ ନାଳରେ କୁମ୍ଭୀର ଏକ ମାଙ୍କଡ଼କୁ ଝାମ୍ପି ନଦୀ ଆରପାରିକୁ ନେଉଥିବା ବେଳେ ସାଥୀ ମାଙ୍କଡ଼...

କରଡା ଘାଟିରେ ଗାର୍ଡ ୱାଲ ନାହିଁ, କାମରେ ବିଳମ୍ବ କରୁଛି ଠିକା ସଂସ୍ଥା

ରାଇକିଆ,୨୫।୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ଚାରୋଟି ପ୍ରମୁଖ ପଞ୍ଚାୟତ କରଡ଼ା, ଇନ୍ଦ୍ରଗଡ଼, ବଡ଼ ବରବା ଏବଂ ରଣବା ରହିଛି ଘାଟି ତଳ...

ପ୍ରାଥମିକ ସ୍ତରରେ ମାତାପିତାଙ୍କ ଶିକ୍ଷା ପିଲାଙ୍କ ପାଇଁ ଭବିଷ୍ୟତରେ ଉଜ୍ବଳମୟ ହୋଇଥାଏ

କେସିଙ୍ଗା,୨୫।୧୨,( ତୁମେଶ୍ୱର ସାହୁ): ପିଲାଙ୍କ ଜନ୍ମ ଦିନରୁ ମାତାପିତାଙ୍କର ଯେଉଁ ଭଳି ଯତ୍ନ ଓ ଶିକ୍ଷା ମିଳି ଥାଏ, ତଦନୁଯାୟୀ ପିଲା ଭବିଷ୍ୟତରେ ଏକ ସୁନାଗରିକ...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri