ଢେଙ୍କାନାଳରେ ଅର୍ଥମନ୍ତ୍ରୀ: ‘ଚୋରା ମଦ ବିକ୍ରି ସମ୍ପୂର୍ଣ୍ଣ ନିଷେଧ କର’

ଢେଙ୍କାନାଳ ଅଫିସ, ୩୦।୧୧ – କଲିକତାରୁ ବିପୁଳ ପରିମାଣରେ ନକଲି ମଦ ଓଡ଼ିଶାକୁ ଆସୁଛି। ଚୋରା ମଦ ବ୍ୟବସାୟୀମାନେ ଏହାକୁ ବିଭିନ୍ନ ଅଞ୍ଚଳକୁ ପହଞ୍ଚାଉଛନ୍ତି। ଏହାକୁ ରୋକିବାକୁ ଅବକାରୀ ବିଭାଗ ସ୍ବତନ୍ତ୍ର ଦୃଷ୍ଟି ଦେବା ଜରୁରୀ। ଢେଙ୍କାନାଳରେ ଚୋରା ମଦ ପ୍ରସ୍ତୁତି ଏବଂ ବିକ୍ରିକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା ଦିଗରେ ବିଭାଗୀୟ ଅଧିକାରୀମାନେ ପଦକ୍ଷେପ ନେବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ଅର୍ଥ ଏବଂ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ଶୁକ୍ରବାର ଦିନିକିଆ ଢେଙ୍କାନାଳ ଗସ୍ତରେ ଆସିଥିବାବେଳେ ସ୍ଥାନୀୟ ସର୍କିଟ ହାଉସ୍‌ରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ ଏହା କହିଥିଲେ।
ଏହି ଅବସରରେ ସେ ଫ୍ଲାଇଂ ସ୍କ୍ବାଡ୍‌ ଧରପଗଡ଼, ଗୋଇନ୍ଦା ସକ୍ରିୟତା, ବିଷାକ୍ତ ମଦ ଦ୍ୱାରା ଯେପରି ଜୀବନହାନି ନ ହୁଏ ସେଥିପ୍ରତି ଗୁରୁତ୍ୱାରୋପ କରିଥିଲେ। ଏଥିସହ ଜିଲାର ୮ ବ୍ଲକରେ ଥିବା ୧୬ଟି ଠିପି ବନ୍ଦ ବିଦେଶୀ ମଦ ଦୋକାନର ବିବରଣୀ ଦେବାକୁ ସେ ଅବକାରୀ ଅଧୀକ୍ଷକ ମନୋଜ କୁମାର ସେଠୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅବକାରୀ ଓ ପୋଲିସ ବିଭାଗ ମିଳିତ ଭାବେ କାର୍ଯ୍ୟକଲେ ପାନ ଓ ତେଜରାତି ଦୋକାନରେ ମଦ ବିକ୍ରି ବନ୍ଦ ହୋଇପାରିବ ବୋଲି ମନ୍ତ୍ରୀ ଦୃଢ଼ ଆଶାପୋଷଣ କରିଛନ୍ତି। ଭୁବନ ଅଞ୍ଚଳରେ ବିଦେଶୀ ବ୍ରାଣ୍ଡ୍‌ ନାମରେ ଅଧିକ ଚୋରା ବିଦେଶୀ ମଦ ବିକ୍ରି ହେଉଛି। କଫ୍‌ ସିରପ୍‌ ନିଶାରେ ଯୁବପିଢ଼ି କବଳିତ ହେଉଛନ୍ତି। ଏହାକୁ ରୋକିବା ଅତ୍ୟାବଶ୍ୟକ ହୋଇପଡ଼ିଛି। ସନ୍ଦିଗ୍ଧ ସ୍ଥାନଗୁଡ଼ିକରେ ଡ୍ରଗ୍‌ ଇନ୍ସପେକ୍ଟର ଏବଂ ପୋଲିସ ଅଧିକାରୀ ଚଢ଼ାଉ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ଗଞ୍ଜେଇ ଚାଷ ସମ୍ପୂର୍ଣ୍ଣ ବନ୍ଦ କରାଯିବ। ଏଥିପାଇଁ ବ୍ୟାପକ ଧରପଗଡ଼ ଆରମ୍ଭ ହୋଇଛି। ଏହି ଅବସରରେ ନୂତନ ଅବକାରୀ ଜିଲା କାର୍ଯ୍ୟାଳୟ ନିର୍ମାଣ କରିବାକୁ ମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ। ଅବକାରୀ କମିଶନର ଅଞ୍ଜନ କୁମାର ମାଣିକ୍‌ ବିଭାଗୀୟ ସମସ୍ୟା, ସମାଧାନ ଏବଂ ଆଇନ ସମ୍ପର୍କିତ ବାଧା, ଅଭିଯୁକ୍ତଙ୍କ ଦଣ୍ଡବିଧାନ ବିଷୟରେ ଆଲୋକପାତ କରିଥିଲେ। ଏସ୍‌ପି ଅନୁପମା ଜେମ୍ସ ଉପସ୍ଥିତ ଥିଲେ।
ଦ୍ୱିତୀୟ ପର୍ଯ୍ୟାୟରେ ଜିଲାର ଅର୍ଥ ବିଭାଗର ସମୀକ୍ଷା କରାଯାଇଥିଲା। ଜିଏସ୍‌ଟିରେ ଅଧିକ ଉପଭୋକ୍ତାଙ୍କୁ ଅନ୍ତର୍ଭୁକ୍ତ କରିବା, ଏ ନେଇ ଆଇନଜୀବୀଙ୍କୁ ପ୍ରଶିକ୍ଷଣ, ଠିକାଦାରଙ୍କ କାର୍ଯ୍ୟ ଆକଳନ କରି ଜିଏସ୍‌ଟି ଆଦାୟ, ସେବା ପ୍ରଦାନକାରୀଙ୍କଠାରୁ ଟିକସ ଆଦାୟ, ନିୟମିତ ଯାନବାହନ ତନଖି, ଗୋଦାମ ଯାଞ୍ଚ କରି ଟିକସ ବୃଦ୍ଧି ପାଇଁ ମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଥିଲେ। ଜିଲାର ବିଭିନ୍ନ ସ୍ଥାନରେ ନକଲି ବିଲ୍‌ କରାଯାଇ ଟିକସ ଠକେଇ କରାଯାଉଛି। ସେସବୁ ସ୍ଥାନରେ ଯାଞ୍ଚ କଡ଼ାକଡ଼ି କରିବାକୁ ବିଧାୟକ ସୁଧୀର କୁମାର ସାମଲ ପରାମର୍ଶ ଦେଇଛନ୍ତି। କାର୍ଯ୍ୟକ୍ରମରେ ଜିଲା ଭୂମେଶ ଚନ୍ଦ୍ର ବେହେରା, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଅଞ୍ଜନ ଦାସ, ଡିଏଫ୍‌ଓ ବିମଳ ପ୍ରସନ୍ନ ଆଚାର୍ଯ୍ୟ, ସିଡିଏମ୍‌ଓ ଡା. ନିରଞ୍ଜନ ମିଶ୍ର, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହେମନ୍ତ କୁମାର ନାୟକଙ୍କ ସମେତ ଜିଲା ବାଣିଜ୍ୟକର ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଢେଙ୍କାନାଳ ସର୍କଲ ଡେପୁଟି କମିଶନର ଅଶୋକ କୁମାର ମହାନ୍ତି ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ

ଢେଙ୍କାନାଳ,୨୮ା୪(ରତନ ନାୟାର)ଢେଙ୍କାନାଳ ଜିଲା ହିନ୍ଦୋଳ ବିଧାନସଭା କ୍ଷେତ୍ରରୁ ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ିବେ ବିଧାୟିକା ସୀମାରାଣୀ ନାୟକ। ଶନିବାର ଭାଜପା ପକ୍ଷରୁ ତାଙ୍କୁ ପ୍ରାର୍ଥୀ...

୨୦ ଦିନ ହେଲା କଳାକୃତି ଗ୍ରାମରେ ବିଦ୍ୟୁତ୍‌ ଠପ୍‌

ଢେଙ୍କାନାଳ,୨୮ା୪(ରତନ ନାୟାର)ଢେଙ୍କାନାଳ ଜିଲା ସଦର ବ୍ଲକର ସବୁଜିମାମୟ ସପ୍ତଶଯ୍ୟା ରାଜ୍ୟ ଏବଂ ଜିଲାର ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ। ସପ୍ତଶଯ୍ୟା ପଞ୍ଚାୟତର ନବଜୀବନପୁର ସଦେଇବେରେଣୀ ଗ୍ରାମ...

କାଠଫାଳିଆରେ ମା’ଙ୍କୁ ପିଟିପିଟି ମାରିଦେଲେ ଝିଅ

ଭୁବନ,୨୭ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ମଝିପାଳ ଗ୍ରାମରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଝିଅର କାଠଫାଳିଆ ମାଡ଼ରେ ମାଆଙ୍କ ମୃତ୍ୟୁ ଘଟିଛି।...

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ ନେଇ ଜୋର୍‌ଦାର ଚର୍ଚ୍ଚା

ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ସଦର...

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri