Posted inଜାତୀୟ

ଗାଜର ଖାଇଲେ କମିବ ପ୍ରଦୂଷଣର ପ୍ରଭାବ: ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ,୪।୧୧: ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ସାଂଘାତିକ ହେବା ପରେ ଏବେ ଏହା ସମସ୍ତଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଦିଲ୍ଲୀ ସରକାର ଏହାକୁ ନେଇ ଅଡ୍‌-ଇଭିନ୍‌ ନମ୍ବର ଲାଗୁ କରିଥିବା ବେଳେ ପ୍ରଦୂଷଣର ମାତ୍ରା କମ୍‌ କରିବାକୁ ବିଭିନ୍ନ ସ୍ଥାନରେ ସୋମବାର ସକାଳୁ ପାଣି ପକାଯାଉଥିବା ଦେଖାଯାଇଛି। ରବିବାର ଦିଲ୍ଲୀର ପଦୂଷଣ ମାତ୍ରା ଏତେ ଅଧିକ ଦେଖି ସୋମବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଲୋକଙ୍କୁ ଗାଜର ଖାଇବାକୁ କହିଛନ୍ତି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏକ ଫଟୋ ସହ ହର୍ଷବର୍ଦ୍ଧନ ଟୁଇଟ୍‌ କରି ଲେଖିଛନ୍ତି, ଗାଜରରେ ଭିଟାମିନ୍‌ ଏ, ପୋଟାସିୟମ ଓ ଆଣ୍ଟିଅକ୍ସିଡାଣ୍ଟସ୍‌ ଭରପୁର ମାତ୍ରାରେ ଥିବାରୁ ଏହା ନାଇଟ୍‌ ବ୍ଲାଇଣ୍ଡସେନ୍‌ ସମସ୍ୟାକୁ ଦୂରେଇ ଦେଇଥାଏ। ସେହିପରି ଏହା ଶରୀରରେ ପ୍ରଦୂଷଣର ପ୍ରଭାବକୁ ମଧ୍ୟ କମ୍‌ କରିଥାଏ ବୋଲି ସେ କହିଛନ୍ତି। ତେବେ ହର୍ଷବର୍ଦ୍ଧନ ଜଣେ ଡାକ୍ତର ହୋଇଥିବାରୁ ତାଙ୍କର ଏଭଳି ଉକ୍ତି ଏବେ ଚର୍ଚ୍ଚାକୁ ଆସିଛି। କିନ୍ତୁ ଦିନକ ମଧ୍ୟରେ କେତେ ପରିମାଣର ଗାଜର ଖାଇବା ଦରକାର ସେ କଥା ସ୍ପଷ୍ଟ କରାଯାଇ ନାହିଁ। ଏହାକୁ ନେଇ ଚିକିତ୍ସକମାନେ ମତ ଦେଇଛନ୍ତି, ହର୍ଷବର୍ଦ୍ଧନ ଯାହା କହିଛନ୍ତି ତାହା କେତେକାଂଶରେ ଠିକ୍‌ ହୋଇପାରେ। ହେଲେ ଏହା ପ୍ରଦୂଷଣର ପ୍ରଭାବକୁ କେତେ ପରିମାଣରେ କମ୍‌ କରିବ ଓ ଦିନକୁ କେତେ ପରିମାଣରେ ଏହାକୁ ଖାଇବା ଆବଶ୍ୟକ ତାହା କହିବା କଷ୍ଟକର ବ୍ୟାପାର।


Enter your email to get our daily news in your inbox.

All Right Reserved By Dharitri.Com

‘ଟିଏମସି ଅପେକ୍ଷା ଭାଜପାକୁ ଭୋଟ୍ ଦେବା ଭଲ’ କହିଲେ ଅଧୀର ରଞ୍ଜନ ଚୌଧୁରୀ, କଂଗ୍ରେସ ଦେଲା ପ୍ରତିକ୍ରିୟା

କୋଲକାତା,୧ା୫: କଂଗ୍ରେସର ବରିଷ୍ଠ ନେତା ଆଧୀର ରଂଜନ ଚୌଧୁରୀ ବୁଧବାର ପଶ୍ଚିମବଙ୍ଗରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ ତୃଣମୂଳ କଂଗ୍ରେସକୁ ଭୋଟ୍ ଦେବା ଅପେକ୍ଷା...

ସୁପ୍ରିମକୋର୍ଟଙ୍କ ଆଦେଶ ପରେ ସିମ୍ବଲ ଲୋଡିଂ ୟୁନିଟ୍ ଗୁଡ଼ିକର ସଂରକ୍ଷଣ ପାଇଁ ନୂଆ ପ୍ରୋଟୋକଲ ଜାରି କଲେ ନିର୍ବାଚନ ଆୟୋଗ

କୋଲକାତା,୧ା୫: ଭାରତ ନିର୍ବାଚନ ଆୟୋଗ ଆଜି ସିମ୍ବଲ ଲୋଡିଂ ୟୁନିଟ୍ – ଏସଏଲୟୁ ପରିଚାଳନା ଓ ଭଣ୍ଡାରଣ ପାଇଁ ନୂଆ ପ୍ରୋଟୋକଲ ଜାରି କରିଛନ୍ତି ।...

ସଲମାନଙ୍କ ଘର ଉପରକୁ ଗୁଳିମାଡ଼ କରିଥିବା ଅଭିଯୁକ୍ତଙ୍କ ଆତ୍ମହତ୍ୟା

ମୁମ୍ବାଇ,୧ା୫: ବି’ ଟାଉନ୍‌ର ଭାଇଜାନ ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ...

‘କାଲି ସୁଦ୍ଧା ରାହୁଲ ଗାନ୍ଧୀ ଆମେଠିରୁ ନିଜ ନାମ ଘୋଷଣା ନ କଲେ ଆତ୍ମହତ୍ୟା କରିବି’

ନୂଆଦିଲ୍ଲୀ,୧।୫: କଂଗ୍ରେସ ଆମେଠୀ ଆସନରୁ ଏଯାବତ ପ୍ରାର୍ଥୀ ଘୋଷଣା କରିନାହିଁ। ଏହାକୁ ନେଇ ଦଳର ନେତାଙ୍କ ସହ କର୍ମୀମାନେ ଅସନ୍ତୁଷ୍ଟ ବ୍ୟକ୍ତ କରୁଛନ୍ତି। ରାହୁଲ ଗାନ୍ଧୀ...

ଭାଜପାରେ ସାମିଲ ହେଲେ ‘ଅନୁପମା’

ନୂଆଦିଲ୍ଲୀ,୧।୫: ଲୋକପ୍ରିୟ ଅଭିନେତ୍ରୀ ରୁପାଲୀ ଗାଙ୍ଗୁଲି ଭାଜପାରେ ସାମିଲ ହୋଇଛନ୍ତି। ଦିଲ୍ଲୀ ସ୍ଥିତ ପାର୍ଟି ମୁଖ୍ୟାଳୟରେ ସେ ଭାଜପାରେ ଯୋଗ ଦେଇଛନ୍ତି। ଏହି ଅବସରରେ ଦଳର...

ଏପ୍ରିଲରେ ରେକର୍ଡ ସଂଗ୍ରହ ଜିଏସ୍‌ଟି: ୨.୧୦ ଲକ୍ଷ କୋଟିରେ ପହଞ୍ଚିଲା

ନୂଆଦିଲ୍ଲୀ,୧।୫: ଏପ୍ରିଲ ମାସରେ ଦେଶରେ ଦ୍ରବ୍ୟ ଓ ସେବା କର(ଜିଏସ୍‌ଟି) ସଂଗ୍ରହ ରେକର୍ଡ ସୃଷ୍ଟି କରିଛି। ସମସ୍ତ ରେକର୍ଡ ଭାଙ୍ଗି ଏପ୍ରିଲ ୨୦୨୪ରେ ଜିଏସ୍‌ଟି ସଂଗ୍ରହ...

ରାଏବରେଲିରୁ ପ୍ରିୟଙ୍କା, ଏଇଠୁ ଲଢିବେ ରାହୁଲ, ଆସିଲା କଂଗ୍ରେସର ପ୍ରାର୍ଥୀ ତାଲିକା!

ନୂଆଦିଲ୍ଲୀ,୧।୫: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ଆମେଠି ଏବଂ ରାଏବରେଲିରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କଂଗ୍ରେସର ଏହି ତାଲିକା ସୋସିଆଲ ମିଡିଆରେ...

ସ୍କୁଲ ଉଡ଼ାଇ ଦେବାକୁ ଆସିଲା ଧମକ: ଚିନ୍ତାରେ ପୋଲିସ

ନୂଆଦିଲ୍ଲୀ୫।୧: ରାଜଧାନୀର ଅନେକ ସ୍କୁଲକୁ ଧମକପୂର୍ଣ୍ଣ ଇମେଲ ଆସିଛି। ଏଥିରେ ସ୍କୁଲକୁ ବୋମା ପକାଇ ଉଡାଇ ଦେବାକୁ ଧମକ ଦିଆଯାଇଛି। ଦିଲ୍ଲୀର ଦ୍ୱାରକାଠାରେ ଅବସ୍ଥିତ ଦିଲ୍ଲୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri