ଫିଲ୍ମରେ ଦିବ୍ୟାଙ୍ଗମାନଙ୍କୁ ସୁଯୋଗ ଦେବାକୁ ଅଭିନବ ପ୍ରୟାସ: ପ୍ରତିଭା ଦେଖାଇବେ ‘ସୁପର୍‌ ୨୨’

ଭୁବନେଶ୍ୱର, ୩।୧୧(ବ୍ୟୁରୋ): ସେମାନେ ଦିବ୍ୟାଙ୍ଗ। ହେଲେ ନାଚିବା, ଗାଇବା ଓ ଅଭିନୟ କରିବା ପାଇଁ ତାଙ୍କ ନିକଟରେ ଯଥେଷ୍ଟ ଦକ୍ଷତା ରହିଛି। ସକ୍ଷମଙ୍କ ଭଳି ସବୁକିଛି କରିବାର ମନୋବଳ ବି ଅଛି। ବାସ୍‌ ପ୍ରତିଭା ଦେଖାଇବା ଲାଗି ଆବଶ୍ୟକ ହେଉଛି ଗୋଟିଏ ମଞ୍ଚ, ଯେଉଁଠି ସେମାନେ ନିଜ ଭିତରେ ଲୁକ୍କାୟିତ କଳାକୁ ବାହାରକୁ ଆଣିପାରିବେ ଓ ଦୁନିଆକୁ ଜଣାଇଦେବେ ଦିବ୍ୟାଙ୍ଗ ହେଲେ ବି ଆମେ ସକ୍ଷମ। ପ୍ରତିଭାବାନ୍‌ ଦିବ୍ୟାଙ୍ଗମାନଙ୍କୁ ଏଭଳି ଏକ ମଞ୍ଚ ଯୋଗାଇଦେବାକୁ ଅଣ୍ଟା ଭିଡ଼ିଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର। ସବ୍ୟସାଚୀ ଏବଂ ତାଙ୍କ ଦଳ ଦ୍ୱାରା ପ୍ରତିଷ୍ଠିତ ସାମାଜିକ ଅନୁଷ୍ଠାନ ‘ସ୍ମାଇଲ୍‌ ପ୍ଲିଜ୍‌’ ପକ୍ଷରୁ ଆୟୋଜିତ ହେବାକୁ ଯାଉଛି ଏକ ନିଆରା କାର୍ଯ୍ୟକ୍ରମ ‘ସୁପର୍‌ ୨୨’ ଶୋ। ଦିବ୍ୟାଙ୍ଗ କଳାକାରମାନଙ୍କୁ ନିଜ ପ୍ରତିଭା ପ୍ରଦର୍ଶନ ପାଇଁ ଏକ ପ୍ଲାଟଫର୍ମ ଯୋଗାଇବା ଲକ୍ଷ୍ୟରେ ଆସନ୍ତା ୪ ତାରିଖରେ ନୟାପଲ୍ଲୀସ୍ଥିତ କ୍ରାଉନ୍‌ ହୋଟେଲରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ। ‘ସ୍ମାଇଲ୍‌ ପ୍ଲିଜ୍‌’ ପକ୍ଷରୁ ଶନିବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇ ସବ୍ୟସାଚୀ କହିଛନ୍ତି, ବିଗତ ଏକ ବର୍ଷ ହେବ ‘ସ୍ମାଇଲ୍‌ ପ୍ଲିଜ୍‌’ ଓଡ଼ିଶାର କୋଣାନୁକୋଣରୁ ପ୍ରତିଭାବାନ ଦିବ୍ୟାଙ୍ଗମାନଙ୍କୁ ଚିହ୍ନଟ କରିବାର ଅଭିଯାନ ଚଳାଇଛି। ଏହି ଅଭିଯାନକୁ ଆଉ ପାଦେ ଆଗକୁ ନେଇ ୨୨ ଦକ୍ଷ ଏବଂ ବିଭିନ୍ନ କଳାରେ ନିପୁଣ ଦିବ୍ୟାଙ୍ଗଙ୍କୁ ଚିହ୍ନଟ କରି ‘ସୁପର୍‌ ୨୨ ଶୋ’ ଆୟୋଜନ କରିବାକୁ ସ୍ଥିର କରାଯାଇଛି। ମନୋରଞ୍ଜନ ତଥା ଚଳଚ୍ଚିତ୍ର ଜଗତରେ ମୁଖ୍ୟ ଚରିତ୍ରରେ ଦିବ୍ୟାଙ୍ଗମାନଙ୍କୁ ଅଭିନୟ କରିବାର ସୁଯୋଗ ଦେବା ନିମନ୍ତେ ‘ସୁପର୍‌ ୨୨’ କାର୍ଯ୍ୟକରିବ। ଏହି ଦକ୍ଷତା ସନ୍ଧାନ କାର୍ଯ୍ୟକ୍ରମ ଦ୍ୱାରା ଦିବ୍ୟାଙ୍ଗମାନଙ୍କୁ ସମାଜରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦିଆଯାଇପାରିବ ବୋଲି ସବ୍ୟସାଚୀ କହିଥିଲେ। ଖବରଦାତା ସମ୍ମିଳନୀରେ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଉପସ୍ଥିତ ରହି କହିଥିଲେ, ‘ସୁପର୍‌ ୨୨’ ଦଳରେ ଦକ୍ଷତାସମ୍ପନ୍ନ ୮ ଦିବ୍ୟାଙ୍ଗ ମହିଳା ସାମିଲ ହୋଇଛନ୍ତି। ଦୃଢ଼ ଆମତ୍ବିଶ୍ୱାସ ସହ ବିଭିନ୍ନ ସାମାଜିକ ବାଧାବିଘ୍ନକୁ ପ୍ରତିହତ କରି ଆଜି ଏଠାରେ ପହଞ୍ଚତ୍ବାରେ ଏମାନେ ସଫଳ ହୋଇଛନ୍ତି। ‘ସ୍ମାଇଲ୍‌ ପ୍ଲିଜ୍‌’ ଟିମ୍‌ର କଠିନ ପରିଶ୍ରମ ଓ ନିରବଚ୍ଛିନ୍ନ ସାମାଜିକ କାର୍ଯ୍ୟକ୍ରମ ଯୋଗୁ ଏହା ସଫଳ ହୋଇପାରିଛି। ଦିବ୍ୟାଙ୍ଗମାନଙ୍କ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ଏଭଳି ଅଭିଯାନ ଆରମ୍ଭ କରାଯାଇଥିବା ସେ କହିଥିଲେ। ‘ସୁପର୍‌ ୨୨’ ଦଳରେ ଆଗାମୀ ଦିନରେ ଅଧିକରୁ ଅଧିକ ଦିବ୍ୟାଙ୍ଗମାନଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଥିବା ପ୍ରିଲ୍ୟୁଡ୍‌ ପ୍ରତିଷ୍ଠାତା ନିର୍ଦ୍ଦେଶକ ଏବଂ ମାଇଁ ସିଟି ଲିଙ୍କସ୍‌ ସମ୍ପାଦକ ସତ୍ୟବ୍ରତ ସାନୁ ରଥ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ୩ୟ ପର୍ଯ୍ୟାୟ ଭୋଟ ଲାଗି ବିଜ୍ଞପ୍ତି

ଭୁବନେଶ୍ୱର, ୨୯ା୪(ସୁନିତ୍‌ ମିଶ୍ର):ଦେଶର ଷଷ୍ଠ ଏବଂ ଓଡ଼ିଶାର ୩ୟ ପର୍ଯ୍ୟାୟ ନିର୍ବାଚନ ଲାଗି ସୋମବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଅର୍ଥାତ୍‌ ୩ୟ ପର୍ଯ୍ୟାୟ ଲାଗି...

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri