ଫନୀ ପରେ ନଡ଼ିଆଚାଷ ଚିନ୍ତା : ଯୋଜନା ହେଉଛି, ନାହିଁ ସଚେତନତା

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ) : ଗତ ମେ ମାସ ୩ ତାରିଖରେ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ ଫନୀ ଉପକୂଳ ଓଡିଶାରେ ଭୟଙ୍କର ପ୍ରଭାବ ସୃଷ୍ଟି କରିଥିଲା। ବାତ୍ୟା ଫନୀ ଯୋଗୁ ମୁଖ୍ୟତଃ ଉପକୂଳିଆ ୬ ଜିଲା (ପୁରୀ, କଟକ, ଖୋର୍ଦ୍ଧା, ଯାଜପୁର, ଜଗତ୍‌ସିଂହପୁର ଏବଂ କେନ୍ଦ୍ରାପଡା)ରେ ବ୍ୟାପକ କ୍ଷତି ଘଟିଥିଲା। ବିଶେଷକରି ଉପକୂଳ ଓଡିଶାବାସୀଙ୍କ ରୋଜଗାରର ମୁଖ୍ୟପନ୍ଥା ନଡିଆ ଗଛ ଯେତିକି ଭାଙ୍ଗିଛି ତା’ର ହିସାବ ମଧ୍ୟ ଏଯାଏ ସରକାର କରିପାରୁନାହାନ୍ତି। ନଡିଆ ଚାଷୀଙ୍କୁ ସରକାର ସହାୟତା ଦେବାକୁ ଯୋଜନା କରୁଛନ୍ତି। ସେହିପରି ନଡିଆ ଚାଷ ବୃଦ୍ଧି କରିବା ସକାଶେ ନୂଆ ନୂଆ ଯୋଜନା କରାଯାଉଥିଲେ ମଧ୍ୟ ବ୍ୟାପକ ସଚେତନତା ସୃଷ୍ଟି କରାଯାଉ ନ ଥିବାରୁ ଚାଷୀ ଏହାର ଲାଭ ପାଇପାରୁନାହିଁ। ସେହିପରି ଫନୀ ସହାୟତା ପ୍ରଦାନରେ ପାତରଅନ୍ତର କରାଯାଉଥିବା ଅଭିଯୋଗ ହୋଇଛି।
ରାଜ୍ୟ ସରକାର ଏବଂ ସିଡିବି(ନାରିକେଳ ଉନ୍ନୟନ ବୋର୍ଡ) ପକ୍ଷରୁ ନଡିଆ ଚାଷ ପାଇଁ ଏକ ସ୍ବତନ୍ତ୍ର ଯୋଜନା କରାଯାଇଛି। ୨୦୧୯-୨୦ ଆର୍ଥିକ ବର୍ଷ ମଧ୍ୟରେ ଅଧିକ ୫୬୩.୫ ହେକ୍ଟର ଜମିରେ ନଡିଆ ଚାଷ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏଥିପାଇଁ ବଜେଟରେ ରାଜ୍ୟ ସରକାର ୧୦୯ଲକ୍ଷ ଟଙ୍କା ବ୍ୟୟ ବରାଦ କରିଛନ୍ତି। ଗୋଟିଏ ହେକ୍ଟର ଚାଷ ଜମିରେ ମୋଟ ୧୭୫ଟି ଲେଖାଏ ନଡିଆ ଗଛ ଲଗାଇବାକୁ ସରକାର ସବ୍‌ସିଡି ବ୍ୟବସ୍ଥା କରିଛନ୍ତି। ହେକ୍ଟର ପିଛା ୨୪ହଜାର ଟଙ୍କା ସବ୍‌ସିଡି ସରକାର ପ୍ରଦାନ କରିବେ। ଚାଷୀମାନେ ନିଜ ହାତରୁ ଗଛ କିଣି ଲଗାଇବାପରେ ଏହି ଅର୍ଥ ଦୁଇଟି ପର୍ଯ୍ୟାୟରେ ଚାଷୀଙ୍କୁ ମିଳିବ। ପ୍ରଥମ ବର୍ଷ ସବ୍‌ସିଡି ବାବଦକୁ ୧୭,୫୦୦ଟଙ୍କା ରାଜ୍ୟ ସରକାର ପ୍ରଦାନ କରୁଥିବା ବେଳେ ଦ୍ୱିତୀୟ ବର୍ଷ ସିଡିବି ପକ୍ଷରୁ ୬ ହଜାର ୫୦୦ଟଙ୍କା ପ୍ରଦାନ କରାଯାଉଛି। ମାତ୍ର ଜଣେ କୃଷି ଅଧିକାରୀଙ୍କ କହିବାନୁଯାୟୀ ଏହି ଯୋଜନାରୁ ଚାଷୀ ଲାଭ ଉଠାଇପାରୁନାହାନ୍ତି। ଏନେଇ ଯଦି ବ୍ୟାପକ ପ୍ରଚାର କରାଯାଇପାରନ୍ତା ତେବେ ଚାଷୀ ସୁବିଧା ପାଆନ୍ତେ। ଅନ୍ୟପଟେ ରାଜ୍ୟ ସରକାର ନଡିଆ ଚାଷ ପାଇଁ ଆଉ ଏକ ସ୍ବତନ୍ତ୍ର ଯୋଜନା କରିଛନ୍ତି। ଫନୀ ପରେ କ୍ଷତିଗ୍ରସ୍ତଙ୍କୁ ସ୍ବତନ୍ତ୍ର ସାହାଯ୍ୟ ଯୋଗାଇବା ଲାଗି ସିଡିବି(କୋକୋନଟ୍‌ ଡେଭଲପମେଣ୍ଟ ବୋର୍ଡ) ଯୋଜନା କରିଛି। ଫନୀ ପ୍ରଭାବିତ ୬ ଜିଲା ପାଇଁ କୃଷି ବିଭାଗକୁ ମୋଟ ୨୯ କୋଟି ଟଙ୍କା ଦେବା ଲାଗି ସିଡିବି ଘୋଷଣା କରିଛି। ଏଥିରୁ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ କୃଷି ବିଭାଗକୁ ସିଡିବି ପକ୍ଷରୁ ୭ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହାଦ୍ୱାରା ଫସଲ ନଷ୍ଟ ହୋଇଥିବା ଅଞ୍ଚଳର ପୁନରୁଦ୍ଧାର ଏହି ଯୋଜନାର ମୂଳ ଲକ୍ଷ୍ୟ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଏହି ଯୋଜନାରେ ଜଣେ ଚାଷୀଙ୍କୁ ୩୨ଟି ଗଛ କାଟିବା ପାଇଁ ଗୋଟାକୁ ୧ହଜାର ଟଙ୍କା ହିସାବରେ ସହାୟତା ମିଳିବ। ସେହି ସ୍ଥାନରେ ମୋଟ ୧୦୦ଟି ଗଛ ଲଗାଇବାକୁ ଗୋଟିଏ ଗଛ ପିଛା ୪୦ଟଙ୍କା ହିସାବରେ ୪ ହଜାର ଟଙ୍କା ଦିଆଯିବ। ମାତ୍ର ଏ ପର୍ଯ୍ୟନ୍ତ କେତେଜଣ ଫନୀ ପ୍ରଭାବରେ ଶାକାର ହୋଇଥିବା ଚାଷୀ ଏହାର ଲାଭ ପାଇଲେଣି ସେ ନେଇ ସରକାର ଏ ପର୍ଯ୍ୟନ୍ତ ତଥ୍ୟ ପ୍ରସ୍ତୁତ କରିପାରିନାହାନ୍ତି।
ପୁରୀ ଜିଲା ବାଲିଗୋରଡି ଗାଁର ନଡିଆ ଚାଷୀ ଭଗବାନ ସାହୁ କହିଛନ୍ତି, ସରକାର ନଡିଆ ଗଛ ଭାଙ୍ଗିଲେ ୨୫ଟା ଗଛ ପାଇଁ ଟଙ୍କା ମିଳିବ କହିଛନ୍ତି, ମିଳିନାହିଁ। ଯଦି ଗଛ କାଟିବା ଏବଂ ସେହି ସ୍ଥାନରେ ଗଛ ପୋତିବା ଲାଗି ସରକାର ଟଙ୍କା ଦେଉଛନ୍ତି ତେବେ ଭଲ କଥା। ଏ ବିଷୟରେ ଟିକେ ମାତ୍ର ଖବର ଆମ ପାଖରେ ନାହିଁ। ଯଦି ଏହି ଯୋଜନା ସମ୍ପର୍କରେ ଚାଷୀଙ୍କୁ ଅବଗତ କରାଯାଆନ୍ତା ତେବେ ବହୁଲୋକ ଉପକୃତ ହୋଇପାରନ୍ତେ ବୋଲି ସେ କହିଛନ୍ତି। ସେହିପରି ଚାଷୀ ସୁବୋଧ ମିଶ୍ର କହିଛନ୍ତି, ବାତ୍ୟା ଯୋଗୁ ବହୁତଗୁଡିଏ ଗଛ ଭାଙ୍ଗିଗଲା। ବାତ୍ୟାକୁ ୬ମାସ ପୂରଣ ହେଲାପରେ ମଧ୍ୟ ଏ ପର୍ଯ୍ୟନ୍ତ ସରକାରଙ୍କ ଉପରୋକ୍ତ ଯୋଜନା ସମ୍ପର୍କରେ କିଛି ଜାଣିନାହୁଁ। ବର୍ତ୍ତମାନ ଗଛ ସଫା କରି ନୂଆ ଗଛ ପୋତିବାକୁ ଟଙ୍କା ଦେବା କଥା କହିଲେ କ’ଣ ହେବ। ଆମେମାନେ ତ ବହୁ କଷ୍ଟରେ ଟଙ୍କା ଯୋଗାଡ କରି ବାତ୍ୟା ସମୟରେ ଭାଙ୍ଗିଯାଇଥିବା ଗଛ ସଫା କଲୁ। କେବଳ ଚାଷୀଙ୍କୁ ସହାୟତା ଦେବା ନାଁରେ ହରିଲୁଟ କରିବାକୁ ଏହି ଯୋଜନା ବୋଲି ସେ କହିଛନ୍ତି।
ଫନୀ ପ୍ରଭାବିତ ଉପରୋକ୍ତ ୬ ଜିଲାରେ ନଷ୍ଟ ହୋଇଥିବା ନଡିଆ ଚାଷୀଙ୍କୁ କ୍ଷତିପୂରଣ ଅର୍ଥ ପ୍ରଦାନ କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏଥିପାଇଁ ୫୦ କୋଟି ଟଙ୍କା କୃଷି ବିଭାଗକୁ ଦିଆଯାଇଛି। ବ୍ଲକସ୍ତରର ଅଧିକାରୀମାନେ ନଷ୍ଟ ହୋଇଥିବା ନଡିଆ ଚାଷୀଙ୍କ ତାଲିକା ପ୍ରସ୍ତୁତ କରିବାପରେ ସହାୟତା ବାବଦ ଅର୍ଥ ଲୋକଙ୍କୁ ଦିଆଯାଉଛି। ମିଳିଥିବା ସୂଚନା ମୁତାବକ ଗତ ୩ ତାରିଖ ସୁଦ୍ଧା ମୋଟ ୩୪କୋଟି ୬୭ଲକ୍ଷ ୭୬ ହଜାର ୫୦୦ଟଙ୍କା ଏ ପର୍ଯ୍ୟନ୍ତ କ୍ଷତିଗ୍ରସ୍ତଙ୍କୁ ପ୍ରଦାନ ସରିଛି। ପୁରୀର ସର୍ବାଧିକ ୧ଲକ୍ଷ ୨୭ହଜାର କ୍ଷତିଗ୍ରସ୍ତଙ୍କ ମଧ୍ୟରୁ ୭୯ହଜାର ୯୩୫ଜଣଙ୍କୁ ୩୨କୋଟି ୧୪ଲକ୍ଷ ୫୮ହଜାର ୫୦୦ଟଙ୍କା ଦିଆସରିଛି। ମାତ୍ର କେନ୍ଦ୍ରାପଡା ଏବଂ କଟକ ଅଞ୍ଚଳର କ୍ଷତିଗ୍ରସ୍ତଙ୍କୁ ଏ ପର୍ଯ୍ୟନ୍ତ ସହାୟତା ଦିଆଯାଇନାହିଁ। କଟକର ୭,୧୭୮ ଏବଂ କେନ୍ଦ୍ରାପଡାର ୪୭୭ଜଣ କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରାଯାଇଛି। ଜଣେ ଚାଷୀଙ୍କୁ ସର୍ବାଧିକ ୨୫ଟି ନଡିଆ ଗଛ ପାଇଁ ଗୋଟାଏ ପିଛା ୫୦୦ଟଙ୍କା ଲେଖା ସହାୟତା ଦିଆଯାଉଛି। ତେବେ ସହାୟତା ମିଳିବାରେ ବିଳମ୍ବ ହେବାକୁ ନେଇ ୪ଟି ମୁଖ୍ୟ କାରଣ ଦର୍ଶାଯାଇଛି। ଫନୀ ପରେ ଚାଷୀମାନେ ବ୍ୟାଙ୍କରେ ସେମାନଙ୍କ ଆକାଉଣ୍ଟ ଡିଟେଲସ୍‌ ନ ଦେଇପାରିବା, କମ୍‌ ସଂଖ୍ୟାରେ କମ୍ପ୍ୟୁଟର ଏବଂ କର୍ମଚାରୀ ରହିବା ଯୋଗୁ ସମ୍ପୂର୍ଣ୍ଣ ତାଲିକା ଅପଡେଟ୍‌ ନ ହେବା, ଡାଟାଏଣ୍ଟ୍ରି ଅପରେଟର ଭୁଲ୍‌ ତଥ୍ୟ ଦେବା, ଗୋଟିଏ ଜମି ପଟ୍ଟା ଏବଂ ଗଛର ତାଲିକା ଏକାଧିକ ବ୍ୟକ୍ତି ଦେବା ଯୋଗୁ ସହାୟତା ଦେବାରେ ବିଳମ୍ବ ହେଉଥିବା ମଧ୍ୟ ଦର୍ଶାଯାଇଛି। ମାତ୍ର ଚାଷୀଙ୍କ ଅଭିଯୋଗ ସହାୟତା ପ୍ରଦାନ କ୍ଷେତ୍ରରେ ବ୍ୟାପକ ପାତରଅନ୍ତର ଚାଲିଛି। ପ୍ରକୃତ ଚାଷୀଙ୍କୁ ଟଙ୍କା ମିଳୁ ନ ଥିବା ମଧ୍ୟ ଅଭିଯୋଗ ଆସିବାରେ ଲାଗିଛି। ଅନ୍ୟପଟେ ଜଣେ ସରକାରୀ ଅଧିକାରୀଙ୍କ କହିବାନୁଯାୟୀ, ନଡିଆ ଚାଷ କରିବାକୁ ଉପରିସ୍ଥ ଅଧିକାରୀମାନେ ବହୁତ ପ୍ରକାର ଯୋଜନା କରୁଛନ୍ତି କିନ୍ତୁ ସେନେଇ ଚାଷୀଙ୍କୁ ଯୋଜନା ସମ୍ପର୍କରେ ଅବଗତ କରାଇବାରେ ସକ୍ଷମ ହେଉନାହାନ୍ତି। ଧାନ ଚାଷ କରିବାକୁ ଚାଷୀଙ୍କୁ ସରକାର ଯେତିକି ଅବଗତ କରାଉଛନ୍ତି ଯଦି ନଡିଆ ଚାଷ ପାଇଁ ସେତିକି ଗୁରୁତ୍ୱ ଦେବେ ତେବେ ଲୋକଙ୍କ ମଧ୍ୟରେ ଆଗ୍ରହ ବଢିବ।


Enter your email to get our daily news in your inbox.

All Right Reserved By Dharitri.Com

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

କାହିଁକି ବାଦ୍‌ ପଡ଼ିଲେ ଗିଲ୍‌: ମୁହଁ ଖୋଲିଲେ ଅଗରକର

ମୁମ୍ବାଇ, ୨୦ା୧୨: ୨୦୨୬ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ ଲାଗି ଶନିବାର ଭାରତୀୟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟେଷ୍ଟ ଦଳର...

ରାଜ୍ୟ ପାଇଁ ଗୌରବ ଆଣିଲେ ରଞ୍ଜନା: ଥାଇଲାଣ୍ଡରୁ ରୌପ୍ୟ ପଦକ ପାଇ…

ପୁରୁଷୋତ୍ତମପୁର,୨୦।୧୨ (ସବିତା ମିଶ୍ର): ଥାଇଲାଣ୍ଡରେ ଚାଲିଥିବା ଅନ୍ତର୍ଜାତୀୟ ପାରା ଆଥ୍ଲେଟିକ ପ୍ରତିଯୋଗିତାରେ ଗଞ୍ଜାମ ଜଲା ପୁରୁଷୋତ୍ତମପୁର ବ୍ଳକ କୁଶପୁର ଗ୍ରାମର ରଞ୍ଜନା ନାୟକ ଦୁଇଗୋଟି ରୌପ୍ୟ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri