୯୯% ଲକ୍ଷ୍ୟ, ୭୧%ଙ୍କୁ ମିଳିଛି ନିଯୁକ୍ତି

ସମ୍ବଲପୁର,୨୯।୧(ବ୍ୟୁରୋ): ଚଳିତ ଶିକ୍ଷାବର୍ଷ ଶେଷ ହୋଇନାହିଁ, ହେଲେ ଶେଷ ବର୍ଷର ୭୧ ପ୍ରତିଶତ ଛାତ୍ରୀଛାତ୍ରଙ୍କୁ ବିଭିନ୍ନ କମ୍ପାନୀ ପକ୍ଷରୁ ନିଯୁକ୍ତ ଦେବାକୁ ଅଫର ଦିଆସରିଛି। ସମ୍ବଲପୁର ଭିସୁଟ୍‌ ପକ୍ଷରୁ ୯୯ ପ୍ରତିଶତ ଛାତ୍ରୀଛାତ୍ରଙ୍କୁ ନିଯୁକ୍ତି ସୁଯୋଗ ଦେବାର ଲକ୍ଷ୍ୟ ରହିଛି ବୋଲି ଶୁକ୍ରବାର ଭିସୁଟ୍‌ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ କୁଳପତି ପ୍ରଫେସର ବଂଶୀଧର ମାଝି କହିଥିଲେ। ସେ ଆହୁରି କହିଥିଲେ, ଜାନୁୟାରୀ ୩୧ରେ ଭିସୁଟ୍‌ର ୧୩ତମ ସମାବର୍ତ୍ତନ ଉତ୍ସବ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହେବ। କୋଭିଡ୍‌ ସମୟରେ ମଧ୍ୟ ଶିକ୍ଷାଦାନ ଓ ନିଯୁକ୍ତି କ୍ଷେତ୍ରରେ ପ୍ରଭାବ ପଡିନାହିଁ। ବିଗତ ବର୍ଷରେ ୯୫ ପ୍ରତିଶତ ଛାତ୍ରୀଛାତ୍ର ନିଯୁକ୍ତି ପାଇଛନ୍ତି। ଉନ୍ନତମାନର ଶିକ୍ଷାଦାନ ଓ ଗବେଷଣା ନେଇ ଯୋଜନା କରାଯାଉଛି। ରାଜ୍ୟ ବାହାର ଶିକ୍ଷା ଅନୁଷ୍ଠାନ ସହିତ ଏମ୍‌ଓୟୁ ସ୍ବାକ୍ଷର ହୋଇଛି। ବିଭିନ୍ନ ବିଭାଗ ଏକାଠି ଗବେଷଣା କରିବା ନେଇ ସୁବିଧା ଯୋଗାଇଦେବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ସମାବର୍ତ୍ତନ ଉତ୍ସବରେ ୧୨୩୪ ଛାତ୍ରୀଛାତ୍ରଙ୍କୁ ସମ୍ମାନିତ କରାଯିବାକୁ ସ୍ଥିର କରାଯାଇଛି। ସେମାନଙ୍କ ମଧ୍ୟରେ ୮୭୨ ବିଟେକ, ୨୪ ବି-ଆର୍ଚ,୧୦୯ ଜଣ ଏମ୍‌ଟେକ, ୨୬ ଏମ୍‌ସିଏ, ୫୭ ଏମ୍‌ଏସ୍‌ସି, ୨୬ ଡୁଆଲ ଡିଗ୍ରୀ, ୩୬ ଜଣ ଇଣ୍ଟିଗ୍ରେଟେଡ ଏମ୍‌ଏସ୍‌ସି ରହିଛନ୍ତି। ୨୪ ଛାତ୍ରୀଛାତ୍ରଙ୍କୁ ସ୍ବର୍ଣ୍ଣ ପଦକ ଦିଆଯିବ ବୋଲି କହିଥିଲେ। କେନ୍ଦ୍ରୀୟ ଅନୁଦାନ ପାଇବା ପାଇଁ ସରକାରଙ୍କୁ ଅନୁରୋଧ କରାଯାଇଛି। ଏହା ହେଲେ ଅନୁଷ୍ଠାନର ବହୁବିଧ ଅନୁସନ୍ଧାନ ପାଇଁ ବାଟ ଖୋଲିବ। ଅନୁଷ୍ଠାନରେ ଅଧ୍ୟାପନା ସହ ଛାତ୍ରୀଛାତ୍ର ସୁବିଧା ପାଇପାରିବେ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri