୯୦ ବାଂଲାଦେଶୀ ଗଲେ, ୯୫ ଭାରତୀୟ ମତ୍ସ୍ୟଜୀବୀ ଫେରିଲେ

ପାରାଦୀପ,୭।୧(ଶରତ ରାଉତ):ପାରାଦୀପରେ ଡିସେମ୍ବର ୧୦ରୁ ଅଟକ ଥିବା ୭୮ ବାଂଲାଦେଶୀ ମତ୍ସ୍ୟଜୀବୀ ଓ ୨ ବୋଟ ସୋମବାର ପ୍ରତ୍ୟୁଷରେ ସ୍ବଦେଶ ଫେରିଯାଇଛନ୍ତି। ସେମାନଙ୍କ ସହ ପୂର୍ବରୁ କୋଲକାତାରେ ଅଟକ ଥିବା ୧୨ ମତ୍ସ୍ୟଜୀବୀଙ୍କୁ ମଧ୍ୟ ପଠାଇ ଦିଆଯାଇଛି। ଜବାବରେ ବାଂଲାଦେଶରେ ଅଟକ ଥିବା ୬ ଭାରତୀୟ ମାଛଧରା ବୋଟ ସମେତ ସେଠାକାର ଜଳସୀମାରେ ଧରାପଡ଼ିଥିବା ୯୫ ମତ୍ସ୍ୟଜୀବୀଙ୍କୁ ବାଂଲାଦେଶ କୋଷ୍ଟଗାର୍ଡ ଟିମ୍‌ ଛାଡ଼ିଦେଇଛି। ଭାରତ-ବାଂଲାଦେଶ ଜଳସୀମା ପାଖରେ ଊଭୟ ପକ୍ଷର କୋଷ୍ଟଗାର୍ଡ ଟିମ୍‌ ପରସ୍ପର ଦେଶର ନାଗରିକଙ୍କୁ ପ୍ରତ୍ୟର୍ପଣ କରିବା ସହ ଚୁକ୍ତିନାମା ହସ୍ତାନ୍ତର କରିଥିଲେ। ଏହାପରେ ଭାରତୀୟ କୋଷ୍ଟଗାର୍ଡର ପାଟ୍ରୋଲିଂ ଜାହାଜ ସମ୍ପୃକ୍ତ ବୋଟ୍‌ଗୁଡିକୁ ନେଇ ଧାର୍ଯ୍ୟ ସ୍ଥାନରେ ଛାଡ଼ି ଦେଇଛି।
ସୂଚନାଯୋଗ୍ୟ, ଗତ ଡିସେମ୍ବର ୯ରେ ବାଂଲାଦେଶର ଦୁଇଟି ବଡ଼ ମାଛଧରା ବୋଟ ଭାରତୀୟ ଜଳସୀମାରେ ପ୍ରବେଶ କରି ଫିଶିଂ କରୁଥିଲେ। ସେହି ବୋଟ ଦୁଇଟି ହେଲା ଲୈଲା ଓ ମେଘନା। ସେଥିରେ ୭୮ ମତ୍ସ୍ୟଜୀବୀ ଥିଲେ। ବୋଟରେ ୧୬୦ ଟନ୍‌ ମାଛ ଥିଲା। ସମ୍ପୃକ୍ତ ୨ ବୋଟକୁ ଭାରତୀୟ କୋଷ୍ଟଗାର୍ଡ ଟିମ୍‌ କାବୁ କରି ପାରାଦୀପରେ ପହଞ୍ଚତ୍ବା ପରେ ସେଥିରେ ଥିବା ବାଂଲାଦେଶୀ ମତ୍ସ୍ୟଜୀବୀମାନଙ୍କୁ ପାରାଦୀପ ଆଦର୍ଶ ଥାନାକୁ ହସ୍ତାନ୍ତର କରାଯାଇଥିଲା। ଏହାପରେ ପୋଲିସ ବାଂଲାଦେଶୀ ମତ୍ସ୍ୟଜୀବୀମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ପାଇଁ ସମସ୍ତ ପ୍ରକାର କାଗଜପତ୍ର ପ୍ରସ୍ତୁତ କରିଥିଲା। ମାତ୍ର ଡିସେମ୍ବର ୧୨ରେ ଭାରତ ସରକାର ବାଂଲାଦେଶ ବୋଟ୍‌ ପ୍ରତ୍ୟର୍ପଣ କରିବାକୁ ଆଲୋଚନା କରିଥିଲେ। ଏଥିସହ ମତ୍ସ୍ୟଜୀବୀମାନଙ୍କୁ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ସେବେଠାରୁ ଉଭୟ ବୋଟ ପାରାଦୀପ ବନ୍ଦର କୋଷ୍ଟଗାର୍ଡ ବର୍ଥରେ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭିତ୍ତିଭୂମି ଅଭାବରେ କ୍ରୀଡ଼ା ବିକାଶ ଦିଗହରା: ଜାତୀୟସ୍ତରରେ ସଫଳତା ସତ୍ତ୍ୱେ ମିଳୁନି ପ୍ରୋତ୍ସାହନ

ଅମରପାଲି,୬ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଉପଖଣ୍ଡରେ ଭିତ୍ତିଭୂମି ଅଭାବ କାରଣରୁ କ୍ରୀଡ଼ାର ବିକାଶ କ୍ଷେତ୍ରରେ ଦିଗହରା ହୋଇଛି। ବୀରମହାରାଜପୁର ଏନ୍‌ଏସି, ବୀରମହାରାଜପୁର ଓ ଉଲୁଣ୍ଡା ବ୍ଲକକୁ…

ପୂର୍ବତନ ବିଧାୟକଙ୍କ ଝିଅଙ୍କୁ ଯୌତୁକ ନିର୍ଯାତନା,ହତ୍ୟା ଉଦ୍ୟମ: ଅଭିଯୁକ୍ତ ସ୍ବାମୀଙ୍କୁ ଅନୁଗୋଳରୁ ଗିରଫ କଲା ପୋଲିସ

ଦେବଗଡ,୬।୮(ଶଶାଙ୍କ ଶେଖର ଝାଙ୍କର) : ଦେବଗଡ ସହରର ଜଣେ ଯୁବତୀଙ୍କୁ ବିବାହ ପରେ ଯୌତୁକ ନିର୍ଯାତନା ଓ ହତ୍ୟା ଉଦ୍ୟମ ଅଭିଯୋଗରେ ଦେବଗଡ ଥାନା ପୋଲିସ ଅନୁଗୋଳର…

ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଯୁଗ୍ମ ରାଜ୍ୟ ସମ୍ପାଦକ ହେଲେ କର୍ଣ୍ଣରାଜ

ଅମରପାଲି, ୬ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ଗ୍ରାମର କର୍ଣ୍ଣରାଜ ପଧାନ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଓଡ଼ିଶା ଶାଖାର ଯୁଗ୍ମ ରାଜ୍ୟ ସମ୍ପାଦକ…

ବିଜେଡି, କଂଗ୍ରେସ ପୋଛିନେଲେ ସମସ୍ତ ୧୧ ଆସନ: ନିର୍ବାଚନରୁ ଦୁରେଇ ରହିଲା ଭାଜପା

ସୋନପୁର,୬।୮(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ଯୋଜନା କମିଟିରେ ଖାଲିଥିବା ୧୧ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଜିଲାର ନିର୍ବାଚିତ ଜିଲା ପରିଷଦ ସଭ୍ୟାସଭ୍ୟ ଏହି ନିର୍ବାଚନରେ…

ଶ୍ରୀମନ୍ଦିର ପ୍ରଶାସନ ନାଁରେ ନକଲି ନିଯୁକ୍ତିପତ୍ର ଭାଇରାଲ

ପୁରୀ,୬ା୮(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ପ୍ରଶାସନ ନାଁରେ ଏକ ନକଲି ନିଯୁକ୍ତିପତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଉକ୍ତ ଚିଠିରେ ଉଲ୍ଲେଖ ରହିଛି ଯେ, ପୁରୀ ଜିଲାର…

ତେଲ ବଜାରରେ ବଡ଼ ହଲଚଲ: ଜାରି ହେଲା ପେଟ୍ରୋଲ- ଡିଜେଲର ନୂଆ ଦାମ୍‌,ଦେଖନ୍ତୁ…

ନୂଆଦିଲ୍ଲୀ,୬।୮: ସରକାରୀ ତେଲ କମ୍ପାନୀଗୁଡ଼ିକ ଆଜି ଅର୍ଥାତ୍‌ ଅଗଷ୍ଟ ୬ ତାରିଖ ପାଇଁ ପେଟ୍ରୋଲ ଏବଂ ଡିଜେଲର ତାଜା ଦାମ୍‌ ଜାରି କରିଛନ୍ତି। ଆଜି ଦେଶର ଅଧିକାଂଶ…

୧୨ରେ ରାଜ୍ୟ କ୍ୟାବିନେଟ: ଏହି ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୬ା୮(ରବିନାରାୟଣ ଜେନା): ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୧୨ରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଲୋକସେବା ଭବନର ତୃତୀୟ…

ଧାରଣାରତ ମହିଳାଙ୍କୁ ପୋଲିସ ଭ୍ୟାନ୍‌ରେ ପୂରାଇ ଭଙ୍ଗାଗଲା ଘର

ବଲାଙ୍ଗୀର ଜିଲାର ଲୋୟର ସୁକ୍‌ତେଲ ପ୍ରକଳ୍ପ ପ୍ରଭାବିତ ଲୋଇସିଂହା ବ୍ଲକ ତବଲବାଞ୍ଜି ଗଁାରେ ବୁଧବାର ବିସ୍ଥାପନ ପ୍ରକ୍ରିୟା ଆରମ୍ଭ ହୋଇଛି। ଉପଯୁକ୍ତ କ୍ଷତିପୂରଣ ଏବଂ ଉଚିତ ଥଇଥାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri