Posted inରାଜ୍ୟ

ବନ୍ଦ ହେବ ହୀରାକୁଦର ୮ ଗେଟ୍‌: ଏସ୍‌ଆର୍‌ସି

ଭୁବନେଶ୍ୱର,୧୫।୮(ବ୍ୟୁରୋ): ବନ୍ଦ ହେବ ହୀରାକୁଦ ଡ୍ୟାମର କିଛି ଗେଟ୍‌। ତଳ ମୁଣ୍ଡରେ ବନ୍ୟାସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ଲାଗି ଖୋଲାଥିବା ୩୪ ଗେଟରୁ ୮ ଗେଟ୍‌ ବନ୍ଦ କରାଯିବ। ମଙ୍ଗଳବାର ସକାଳ ୯ଟା ପର୍ଯ୍ୟନ୍ତ ଗେଟ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିବା ସୋମବାର ସ୍ବତନ୍ତ୍ର ରିଲିଫ କମିଶନର (ଏସ୍‌ଆରସି) ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

ଏସ୍‌ଆର୍‌ସି କହିଛନ୍ତି, ବର୍ତ୍ତମାନ ତେଲ ନଦୀ ଚିନ୍ତା ବଢ଼ାଇଛି। ଛତିଶଗଡ଼ରେ ବର୍ଷା ହେଉଥିବା ବେଳେ ଡ୍ୟାମ ତଳମୁଣ୍ଡରେ ଥିବା ମହାନଦୀ ପାଣିରେ ତେଲ ନଦୀର ପାଣି ଆସି ମିଶୁଛି। ରବିବାର ସୁଦ୍ଧା ତେଲ ନଦୀରୁ ଦେଢ଼ ଲକ୍ଷ କ୍ୟୁସେକ ଜଳ ମହାନଦୀରେ ମିଶୁଥିଲା। କିନ୍ତୁ ଆଜି ତାହା ୫ ଲକ୍ଷ କ୍ୟୁସେକ ହୋଇସାରିଲାଣି। ଉପରମୁଣ୍ଡରୁ ୯ ଲକ୍ଷ କ୍ୟୁସେକ ଜଳ ଆସୁଥିବା ବେଳେ ତେଲ ନଦୀର ଏହି ୫ ଲକ୍ଷ କ୍ୟୁସେକ ଜଳ ଚିନ୍ତାର କାରଣ ପାଲଟିଛି। କାରଣ ଏସବୁ ପାଣି ମିଶିଗଲେ ପ୍ରବଳ ବନ୍ୟା ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ହୀରାକୁଦ ଡ୍ୟାମର ୮ଟି ଗେଟ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି। ଏହାଦ୍ୱାରା ପ୍ରାୟ ୧.୨୦ ଲକ୍ଷ କ୍ୟୁସେକ କମିଯିବ। ମଙ୍ଗଳବାର ସକାଳ ୯ଟା ଯାଏ ୮ଟି ଗେଟ ବନ୍ଦ କରି ଆମେ ସ୍ଥିତି ପରଖିବୁ। ଏବେ ଡ୍ୟାମ ଜଳସ୍ତର ପାଖାପାଖି ୬୨୧ ଫୁଟ ରହିଛି। ୮ଟି ଗେଟ ବନ୍ଦ କରିଦେଲେ ମୁଣ୍ଡଳିରେ ୧୦.୫/୧୧ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ। ନହେଲେ ୧୨.୫ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ। ମଙ୍ଗଳବାର ସଧ୍ୟା ବେଳକୁ ମୁଣ୍ଡଳିକୁ ୧୧ ଲକ୍ଷ କ୍ୟୁସେକ ଜଳ ପ୍ରବେଶ କରିପାରେ ବୋଲି ଏସ୍‌ଆରସି କହିଛନ୍ତି। ତେବେ ହୀରାକୁଦ ଜଳସ୍ତର ବଢ଼ିବା ସତ୍ତ୍ୱେ ଗେଟ ବନ୍ଦ ନିଷ୍ପତ୍ତି ପଛରେ ଛତିଶଗଡ଼ର କୌଣସି ସମ୍ପର୍କ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଗେଟ ବନ୍ଦ ନିଷ୍ପତ୍ତି ପ୍ରଶାସନିକ ନିଷ୍ପତ୍ତି ନୁହେଁ। ଏହା ସମ୍ପୂର୍ଣ୍ଣ ଭାବେ ଟେକ୍ନିକାଲ। ଗେଟ ବନ୍ଦ ହେଲେ ଏହାର ପ୍ରଭାବ ୮ରୁ ୯ ଘଣ୍ଟା ପରେ ପଡ଼ିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ ପଛପଟୁ ପିଟିଲା ଟ୍ରକ୍‌: ମା’, ଝିଅ ମୃତ; ବାପା ଗୁରୁତର

ରୂପ୍‌ସା/ବସ୍ତା, ୧।୧୦(ଡି.ଏନ.ଏ./ସ୍ବ.ପ୍ର.)-ବାଲେଶ୍ୱର ୬୦ନଂ. ଜାତୀୟ ରାଜପଥର ରୂପ୍‌ସା ଥାନା ଅନ୍ତର୍ଗତ ଜୁକନଣ୍ଡି ଛକଠାରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଇକ୍‌କୁ ପଛପଟୁ ଏକ...

ଆଜି ଧନୁ ସଂକ୍ରାନ୍ତି

ଭୁବନେଶ୍ୱର,୧୬।୧୨ (ବ୍ୟୁରୋ): ଆଜି ଧନୁ ସଂକ୍ରାନ୍ତି । ଏହି ଦିନରେ ଓଡ଼ିଆଙ୍କ ଘରେ ଧନୁ ମୁଆଁ ପୂଜା ହୁଏ । ବହୁ ପୁରାତନ କାଳରୁ ଏହି...

ଆଜି ୧୨ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୧ା୪(ବ୍ୟୁରୋ): ରାଜ୍ୟରୁ ସୋମବାର ୧୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୭,୮୫୪ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

ହିନ୍ଦୀ ଶିକ୍ଷକଙ୍କ ପ୍ରତି ଅଣଦେଖା

ଭୁବନେଶ୍ୱର,୧୮ା୯(ବ୍ୟୁରୋ): ରାଜ୍ୟର ବିଭିନ୍ନ ସରକାରୀ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରଶିକ୍ଷିତ ହିନ୍ଦୀ ଶିକ୍ଷକମାନଙ୍କ ପ୍ରତି ସରକାର ପ୍ରତିକ୍ଷେତ୍ରରେ ଅଣଦେଖା କରୁଥିବା ନେଇ ରାଜ୍ୟ ହିନ୍ଦୀ ଶିକ୍ଷକ...

ସାଇବର ସେଲ୍‌ ଖୋଲିଲା ପୂର୍ବତଟ ରେଳପଥ

ଭୁବନେଶ୍ୱର,୩୧ା୭(ବ୍ୟୁରୋ): ସାଇବର ଅପରାଧ ରୋକିବା ଲାଗି ପୂର୍ବତଟ ରେଳପଥର ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ପକ୍ଷରୁ ଏକ ସାଇବର ସେଲ୍‌ ପ୍ରତିଷ୍ଠା କରାଯାଇଛି। ଭୁବନେଶ୍ୱରସ୍ଥିତ ମୁଖ୍ୟାଳୟଠାରେ...

ରାଜଧାନୀରେ ନକଲି ମୃଦୁ ପାନୀୟ କାରଖାନା: ଚଢ଼ାଉ କଲା ପୋଲିସ

ଭୁବନେଶ୍ୱର, ୨।୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ମଙ୍ଗଳବାର ଏକ ନକଲି କାରଖାନା ଠାବ ହୋଇଛି। ମଞ୍ଚେଶ୍ୱର ଶିଳ୍ପାଞ୍ଚଳରୁ ଠାବ ହୋଇଥିବା ଏହି କାରଖାନା ଉପରେ ପୋଲିସ ଚଢ଼ାଉ...

ରଙ୍ଗ୍‌ ସାଇଡ୍‌ରେ ପୋଲିସ ଭ୍ୟାନ୍‌: ଫଟୋ ଭାଇରାଲ

ଭୁବନେଶ୍ୱର,୨।୩(ବ୍ୟୁରୋ): ନୂଆ ମୋଟର ଯାନ ଆଇନକୁ ନେଇ ରବିବାର ରାଜଧାନୀରେ ଟ୍ରାଫିକ ଯାଞ୍ଚ ଚାଲିଥିବାବେଳେ କେତେଜଣ ନିୟମ ଉଲ୍ଲଂଘନକାରୀ ପୋଲିସ ଓ ଆର୍‌ଟିଓଙ୍କୁ ବିଭିନ୍ନ ପ୍ରକାର...

ରାଜ୍ୟର ଋଣଭାର ୧,୦୩,୪୧୦ କୋଟି

ଭୁବନେଶ୍ୱର,୨୩।୩(ବ୍ୟୁରୋ): ରାଜ୍ୟରେ ମୁଣ୍ଡ ପିଛା ଋଣ ଭାର ବଢ଼ି ବଢ଼ି ଚାଲିଛି। ୨୦୦୯-୧୦ରେ ମୁଣ୍ଡପିଛା ଋଣ ୯,୧୮୦ ଟଙ୍କା ଥିବାବେଳେ ୨୦୨୧ ଜାନୁୟାରୀ ସୁଦ୍ଧା ୨୩,୫୨୪...

Advertisement
Archives

Model This Week