ପ୍ରୋଷ୍ଟେଟ୍‌ ସମସ୍ୟାରେ ପୀଡ଼ିତ ୬୫% ପୁରୁଷ: ଲୁଚାଇଲେ ହୋଇପାରେ ଘାତକ

ଭୁବନେଶ୍ୱର,୧୮ା୯(ବ୍ୟୁରୋ): ଭାରତୀୟଙ୍କ ମଧ୍ୟରେ ବୃଦ୍ଧିପାଉଛି ବିନାଇନ୍‌ ପ୍ରୋଷ୍ଟାଟିକ୍‌ ହାଇପର୍‌ପ୍ଲାସିଆ(ବିପିଏଚ୍‌) ଜନିତ ସମସ୍ୟା। ମୂତ୍ରାଶୟର ବାହ୍ୟପଥରେ ବାଧା ସୃଷ୍ଟି କରୁଥିବା ବିପିଏଚ୍‌ ପ୍ରୋଷ୍ଟେଟ୍‌ ଏକ ବୟସ ସମ୍ବନ୍ଧିତ ରୋଗ ହୋଇଥିବାବେଳେ ବୟସ୍କ ପୁରୁଷଙ୍କ ମଧ୍ୟରେ ଏହା ଅଧିକ ଦେଖିବାକୁ ମିଳୁଛି। ଭାରତରେ ୪୫ ବର୍ଷରୁ ଅଧିକ ବୟସ୍କ ପ୍ରାୟ ୬୫% ପୁରୁଷ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ତେବେ ଅଧିକାଂଶ ପୁରୁଷ ପ୍ରାଥମିକ ଅବସ୍ଥାରେ ଏହାକୁ ଲୁଚାଉଥିବାରୁ ପରବର୍ତ୍ତୀ ସମୟରେ ଏହା ମାରାତ୍ମକ ସାବ୍ୟସ୍ତ ହେଉଥିବା ଦେଖିବାକୁ ମିଳୁଛି। ବୟସ୍କ ପୁରୁଷ ସଂଖ୍ୟାରେ ଭାରତ ହେଉଛି ବିଶ୍ୱର ସର୍ବବୃହତ୍‌ ରାଷ୍ଟ୍ର। ଏଥିସହ ଏଠାରେ ମଧ୍ୟ ବୟସ୍କ ପୁରୁଷଙ୍କ ସଂଖ୍ୟା ଦ୍ରୁତ ବୃଦ୍ଧି ପାଉଛି। ଏହି ଶ୍ରେଣୀର ପୁରୁଷମାନେ ସାଧାରଣତଃ ଟାଇପ୍‌-୨ ଡାଇବେଟିସ୍‌, ଉଚ୍ଚ ରକ୍ତଚାପ, କୋଲେଷ୍ଟେରୋଲ, କାଟାରାକ୍ଟ ଏବଂ ବିନାଇନ୍‌ ପ୍ରୋଷ୍ଟାଟିକ୍‌ ହାଇପର୍‌ପ୍ଲାସିଆ ତଥା ବିପିଏଚ୍‌ ଦ୍ୱାରା ସୃଷ୍ଟି ହେଉଥିବା ଏକାଧିକ ଅସୁସ୍ଥତାର ସମ୍ମୁଖୀନ ହୋଇଥାନ୍ତି। ବିପିଏଚ୍‌ର ଆକ୍ରାନ୍ତ ପୁରୁଷମାନେ ବାରମ୍ବାର ପରିସ୍ରା ଲାଗିବା, ରାତିରେ ଶୋଇବା ସମୟରେ ପରିସ୍ରା ପାଇଁ ବାରମ୍ବାର ନିଦରୁ ଉଠିବା, ପରିସ୍ରା ସମୟରେ ଦୁର୍ବଳ ପ୍ରବାହ ଓ ପରିସ୍ରା ପରେ ମଧ୍ୟ ସନ୍ତୁଷ୍ଟ ନଲାଗିବା ଭଳି ସମସ୍ୟା ଭୋଗିଥାନ୍ତି ବୋଲି ଭିଏସ୍‌ଏସ୍‌ ମେଡିକାଲ କଲେଜ ସମ୍ବଲପୁର୍‌ର ୟୁରୋଲୋଜିଷ୍ଟ ଡା. ସଞ୍ଜୟ ମହାପାତ୍ର କହିଛନ୍ତି।
ପ୍ରୋଷ୍ଟେଟ୍‌ ସଚେତନତା ମାସ ଅବସରରେ ଆୟୋଜିତ ଏକ ୱେବିନାର୍‌ରେ ସୂଚନା ଦେଇ ଡା. ମହାପାତ୍ର କହିଛନ୍ତି, ବିପିଏଚ୍‌ ଆକ୍ରାନ୍ତ ଅଧିକାଂଶ ରୋଗୀ ନିଜକୁ ସ୍ବାଭାବିକ ଦର୍ଶାଇଥାନ୍ତି। ସେମାନେ ଚୁପ୍‌ଚାପ୍‌ ଏହି ଲକ୍ଷଣଗୁଡିକୁ ସହ୍ୟ କରିଥାନ୍ତି ଓ ସ୍ବାସ୍ଥ୍ୟାବସ୍ଥା ଜଟିଳ ନ ହେବା ପର୍ଯ୍ୟନ୍ତ ତାହାର ମୁକାବିଲା ପାଇଁ ବିଭିନ୍ନ ବିକଳ୍ପ ଆପଣାଇଥାନ୍ତି। ମାତ୍ର ଠିକ୍‌ ସମୟରେ ଏହାର ଚିକିତ୍ସା କରା ନ ଗଲେ ଏହା ଘାତକ ସାବ୍ୟସ୍ତ ହୋଇଥାଏ। ରିକରେଣ୍ଟ୍‌ ଆକ୍ୟୁଟ୍‌ ୟୁରିନାରି ରିଟେନ୍‌ଶନ(ପରିସ୍ରା କରିବାରେ ହଠାତ୍‌ ଯନ୍ତ୍ରଣାଦାୟକ ଅସାମର୍ଥତା), ରିକରେଣ୍ଟ୍‌ ୟୁରିନାରି ଇନ୍‌ଫେକ୍ସନ, ଷ୍ଟୋନ୍‌ ହେବା, ଏପରିକି ଉଭୟ କିଡ୍‌ନି କ୍ଷତିଗ୍ରସ୍ତ କିମ୍ବା ଫେଲ୍‌ ହେବା ଭଳି ସମସ୍ୟା ସୃଷ୍ଟି ହୋଇଥାଏ। ଅଧିକାଂଶ ମାମଲାରେ ସର୍ଜରୀ ପରେ ମଧ୍ୟ ସମସ୍ୟା କମି ନ ଥାଏ। ଫଳରେ ରୋଗୀଙ୍କୁ ସାରା ଜୀବନ କ୍ୟାଥେଟେରିଜେଶନ କିମ୍ବା ଡାଇଲିସିସ୍‌ରେ ରଖିବାକୁ ପଡିପାରେ। ଶାରୀରିକ ଲକ୍ଷଣ କିମ୍ବା ରେଡିଓଗ୍ରାଫିକ୍‌ ପରୀକ୍ଷଣ ଓ କିଛି ଲ୍ୟାବ୍‌ ଟେଷ୍ଟରୁ ବିପିଏଚ୍‌ ଚିହ୍ନଟ କରାଯାଇଥାଏ। ତେବେ ସୁସ୍ଥ ଜୀବନଶୈଳୀ ଓ ଅଭ୍ୟାସକୁ ଆପଣାଇବା ଓ କମ୍‌ ଔଷଧ ସେବନ କରି ବିପିଏଚ୍‌କୁ ଭଲ କରାଯାଇପାରିବ। ଲକ୍ଷଣଗୁଡିକ ଅନିୟନ୍ତ୍ରିତ ହେଲେ କିମ୍ବା ସ୍ବାସ୍ଥ୍ୟାବସ୍ଥା ଜଟିଳ ହେଲେ ପ୍ରୋଷ୍ଟାଟିକ୍‌ ଟିସୁକୁ ସର୍ଜରୀ ମାଧ୍ୟମରେ ବାହାର କରିବା ଜରୁରୀ ହୋଇଥାଏ ବୋଲି ଡା. ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲ ଉପରେ ପୁଅ, ଝିଅକୁ ବସାଇ ମା’ର ଆତ୍ମହତ୍ୟା ଉଦ୍ୟମ

ଗୋପ, ୩୧।୧(ଡି.ଏନ୍‌.ଏ.): ପୁରୀ ଜିଲା ଅନ୍ତର୍ଗତ ଗୋପ-ବାଲିଘାଇ ରାସ୍ତାର ଗୋପ ବଜାର ନିକଟ କୁଶଭଦ୍ରା ପୋଲ ଉପରେ ଶନିବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଘଟିଥିଲା।...

ଲକ୍‌ଡାଉନର ସଦୁପଯୋଗ କରି ଚର୍ଚ୍ଚାରେ ସୁଧନ୍ୟା

ଭୁବନେଶ୍ୱର, ୪।୧୦(ବ୍ୟୁରୋ): କରୋନା ପାଇଁ ସାରା ଦେଶରେ ଦୀର୍ଘଦିନ ଧରି ଲକ୍‌ଡାଉନ୍‌ ଜାରି ରହିଥିଲା। ସ୍କୁଲ୍‌, କଲେଜଠାରୁ ଆରମ୍ଭ କରି କଳକାରଖାନା ସବୁକିଛି ବନ୍ଦ ହୋଇଯାଇଥିଲା।...

୨୨ରେ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର,୧୮।୬(ବ୍ୟୁରୋ): ରାଜ୍ୟରେ ପ୍ରାକ୍‌ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପାଇଁ ପାଗ ଅନୁକୂଳ ହେଲାଣି। ଆସନ୍ତା ୪/୫ ଦିନ ପରେ ମୌସୁମୀ...

ଏମ୍‌ପି ରମେଶ ମାଝିଙ୍କୁ କରୋନା

ଭୁବନେଶ୍ୱର,୪ା୯(ବ୍ୟୁରୋ): ନବରଙ୍ଗପୁର ଏମ୍‌ପି ରମେଶ ମାଝିଙ୍କୁ କରୋନା ହୋଇଥିବା ନେଇ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ବେଳେ ସେ...

ବଜ୍ରପାତ ନେଲା ଗୋଟିଏ ପରିବାରର ୩ ଜୀବନ

କେନ୍ଦୁଝର,୨୧।୫: କେନ୍ଦୁଝର ଜିଲା ଘଟଗାଁ ଥାନା ଅଞ୍ଚଳରେ ଶୁକ୍ରବାର ଏକ ଅଘଟଣ ଘଟିଛି। ବଜ୍ରପାତରେ ମା’ ଓ ତାଙ୍କର ୩ ବର୍ଷର ଝିଅ ଏବଂ ସମ୍ପର୍କୀୟ...

୨୦୭୭୧.୬୪ କୋଟି ସୁପାରିସ କଲେ ପଞ୍ଚମ ଅର୍ଥ କମିଶନ

ଭୁବନେଶ୍ୱର,୧୮।୨(ବ୍ୟୁରୋ): ୨୦୨୦-୨୧ରୁ ୨୦୨୪-୨୫ ପର୍ଯ୍ୟନ୍ତ ପଞ୍ଚାୟତିରାଜ ସଂସ୍ଥା ଏବଂ ପୌରସଂସ୍ଥା ପାଇଁ ରାଜ୍ୟ ସରକାରଙ୍କ ପଞ୍ଚମ ଅର୍ଥ କମିଶନ ବ୍ୟୟବରାଦ କରିଛନ୍ତି। ଏହି ସମୟରେ ଉକ୍ତ...

ଗଞ୍ଜାମରେ ଖୋଲିବନି ମଦ ଦୋକାନ: ଜିଲାପାଳ

ଛତ୍ରପୁର, ୪।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ୨ କରୋନା ପଜିଟିଭ ରବିବାର ଚିହ୍ନଟ ହୋଇଛନ୍ତି। ଏହାଫଳରେ ଗଞ୍ଜାମ ଜିଲା ଗ୍ରୀନ୍‌ ଜୋନରୁ ତଳକୁ ଖସି ଅରେଞ୍ଜ ଜୋନକୁ...

ଉତ୍କଳ ବିଶ୍ୱବିଦ୍ୟାଳୟ ଫାଟକରେ ତାଲା

ଭୁବନେଶ୍ୱର, ୧ା୬(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରାବାସରେ ପାଣି ସମସ୍ୟାକୁ ନେଇ ଅଶାନ୍ତି ଦେଖାଦେଇଛି। ଗୁରୁବାର ଛାତ୍ରମାନେ ମୁଖ୍ୟ ଫାଟକରେ ତାଲା ପକାଇଛନ୍ତି। ଗୁରୁବାର ଅପରାହ୍ନ ପ୍ରାୟ...

Advertisement


Archives

Model This Week