ଘୁମୁସର ଉତ୍ତର ବନଖଣ୍ଡରେ ୬୪ ହାତୀ

ଭଞ୍ଜନଗର,୨୫।୯(ଡି.ଏନ.ଏ): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ଦିନକୁ ଦିନ ହାତୀ ଆତଙ୍କ ବଢିବାରେ ଲାଗିଛି। ସନ୍ଧ୍ୟା ହେଲେ ହାତୀ ଜଙ୍ଗଲରୁ ବାହାରି ନିକଟସ୍ଥ ଗ୍ରାମଗୁଡିକରେ ଫସଲ ନଷ୍ଟ କରୁଛନ୍ତି। ଏହି ସମୟରେ କିଛି ଅଘଟଣ ଘଟିବା ଆଶଙ୍କାରେ ସମ୍ପୃକ୍ତ ଅଞ୍ଚଳରେ ବିଦ୍ୟୁତ୍‌ ସେବାକୁ ବନ୍ଦ କରି ଦିଆଯାଉଛି। ଏ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଏ ନେଇ କିଛି ବିକଳ୍ପ ବ୍ୟବସ୍ଥା କରି ବିଦ୍ୟୁତ୍‌ ସେବାକୁ ସ୍ବାଭାବିକ କରିବା ପାଇଁ ଲୋକେ ଦାବି କରିଛନ୍ତି। ଏହିଭଳି ପରିସ୍ଥିତିରେ ଶନିବାର ସନ୍ଧ୍ୟାରେ ୨୧ ହାତୀ ମୁଜାଗଡ ରେଞ୍ଜରେ ଥିବା ଜଣାପଡିଛି । ସେଥିରୁ ବୁଦିଲୀ ନିକଟସ୍ଥ ଇଟାଭାଟିଠାରେ ଗୋଟିଏ ଦନ୍ତା ଘୂରି ବୁଲୁଛି। ସେହିଭଳି ଆଉ ୨୦ ହାତୀ ଗଣ୍ଡିସୁଲା ଗ୍ରାମ ନିକଟରେ ବୁଲୁଛନ୍ତି। ରାତିରେ ଉକ୍ତ ହାତୀପଲ ଏବଂ ଦନ୍ତା ହାତୀଟି ଭଞ୍ଜନଗର ମୁଜାଗଡ ଜାତୀୟ ରାଜପଥ ଅତିକ୍ରମ କରିବା ସମ୍ଭାବନା ରହିଛି। ଏହି ସମୟରେ କିଛି ଅଘଟଣ ଘଟିବା ଆଶଙ୍କା ଥିବାରୁ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ରହି ପରିସ୍ଥିତି ପ୍ରତି ନଜର ରଖିଛନ୍ତି।
ଅପରପକ୍ଷେ ଶୁକ୍ରବାର ରାତି ସାରା ପାୱାର କଟ୍‌ ହୋଇଥିବା ବେଳେ ଶନିବାର ସନ୍ଧ୍ୟାରୁ ପୁଣି ପାୱାର କଟ୍‌ ହୋଇଥିଲା। ତେଣୁ ଉତ୍ତ୍ୟକ୍ତ ଲୋକେ ମୁଜାଗଡ଼ଠାରେ ଭଞ୍ଜନଗର- ଫୁଲବାଣୀ ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଯାନବାହାନ ଅଟକି ରହିଛି।
ସେହିଭଳି ଜଗନ୍ନାଥପ୍ରସାଦ ରେଞ୍ଜ୍‌ରେ ୧୭ ହାତୀ ଥିବା ବେଳେ ତାରସି ରେଞ୍ଜରେ ୨୬ ହାତୀ ଶନିବାର ସନ୍ଧ୍ୟା ସୁଦ୍ଧା ଚଳପ୍ରଚଳ କରୁଥିବା ଜଣାପଡ଼ିଛି। ବିଗତ କିଛିଦିନ ମଧ୍ୟରେ ଏହି ବନଖଣ୍ଡରେ ୩ ଦନ୍ତାହାତୀର ମୃତ୍ୟୁ ଘଟିଛି। ତେଣୁ ଯେଭଳି କୌଣସି ଅଘଟଣ ନ ଘଟିବ ସେଥିପାଇଁ ବନ ବିଭାଗ ପକ୍ଷରୁ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯାଇଛି। ଡିଏଫ୍‌ଓ ସୁଦର୍ଶନ ବେହେରା ପ୍ରତ୍ୟକ୍ଷ ଭାବେ ପାଟ୍ରୋଲିଂ ବ୍ୟବସ୍ଥାକୁ ତଦାରଖ କରୁଛନ୍ତି। ଏନେଇ ମୁଜାଗଡ ରେଞ୍ଜର ବିମ୍ବାଧର ସାହୁଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ହାତୀଙ୍କ ସୁରକ୍ଷା ପାଇଁ କିଛି ସମୟ ଲାଗି ପାୱାର କଟ୍‌ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୫-ଟି ସଚିବଙ୍କ ଅଚାନକ ଭୋଗରାଇ ଗସ୍ତ

ଭୋଗରାଇ, ୧୦।୨(ଡି.ଏନ.ଏ): ୫-ଟି ସଚିବ ଭି.କେ. ପାଣ୍ଡିଆନ ସୋମବାର ଅଚାନକ ବାଲେଶ୍ୱର ଜିଲା ଭୋଗରାଇ ଗସ୍ତ କରିଛନ୍ତି। ସକାଳ ୧୦.୩୦ରେ ତାଳସାରିରେ ସଚିବଙ୍କ ହେଲିକପ୍ଟର ଅବତରଣ...

କୋଟଗଡ଼ରେ ବିଜୁଳି ସମସ୍ୟା ନେଇ ୮ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ

କୋଟଗଡ଼,୩୧।୫(ଡି.ଏନ.ଏ): ଦିନକୁ ଦିନ କନ୍ଧମାଳ ଜିଲାରେ ବିଦ୍ୟୁତ୍‌ ସମସ୍ୟା ବୃଦ୍ଧି ପାଉଥିବା ବେଳେ ଆଭ୍ୟନ୍ତରୀଣ ଅଞ୍ଚଳର ବିଦ୍ୟୁତ୍‌ ଉପଭୋକ୍ତା ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସମସ୍ୟାର...

କେନ୍ଦ୍ର ନେଉଛି କୋଇଲା ଟଙ୍କା, ଓଡ଼ିଶା ପାଉଛି ପ୍ରଦୂଷଣ

ତାଳଚେର/କଣିହାଁ/ଛେଣ୍ଡିପଦା/ପବିତ୍ରନଗର/ ମାଧପୁର/ପାଲଲହଡ଼ା, ୨୧।୪-  ଶିଳ୍ପ ସମୃଦ୍ଧ ଅନୁଗୋଳର କୋଇଲାରୁ କେନ୍ଦ୍ର ହଜାର ହଜାର କୋଟି ଟଙ୍କା ନେଉଛି। ହେଲେ ଓଡ଼ିଶା ଧୂଳି, ଧୂଆଁ ଯୋଗୁ ପ୍ରଦୂଷିତ...

ସାଙ୍ଗ ଆଗରେ ଚାଲିଗଲା ସାଙ୍ଗର ଜୀବନ

ଓଡ଼ଗାଁ,୯।୪(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ କଲେଜ ରୋଡ଼ରେ ଶନିବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଧକ୍କାରେ ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ...

କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମୁକୁଳା ଡ୍ରେନ୍‌, କାହାରି ନଜର ପଡୁନି

କେନ୍ଦୁଝର,୧୬ା୩(ସ୍ବ.ପ୍ର.): କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମୁଖ୍ୟ ଡ୍ରେନ ଦୀର୍ଘ ବର୍ଷ ହେଲା ଭାଙ୍ଗି ମୁକୁଳା ଅବସ୍ଥାରେ ରହିଛି। ଅସୁରକ୍ଷିତ ଅବସ୍ଥାରେ ପଡ଼ି ରହିଥିଲେ ହେଁ...

ବିକ୍ରି ହେଉଛି ନକଲି ଗ୍ୟାଷ୍ଟ୍ରିକ ଔଷଧ

କଟକ ଅଫିସ,୧୬ା୧୧: ଜିଲାର ବିଭିନ୍ନ ସ୍ଥାନରେ ବିକ୍ରି ହେଉଛି ନକଲି ଗ୍ୟାଷ୍ଟ୍ରିକ ଔଷଧ। ରୋଗୀ ଏହାକୁ ଖାଇବା ପରେ ପାର୍ଶ୍ୱ ପ୍ରତିକ୍ରିୟାର ସମ୍ମୁଖୀନ ହେଉଥିବା ଅଭିଯୋଗ...

ମୁହଁ ଖୋଲିଲେ ଶ୍ରୀମନ୍ଦିର ଚୁଲା ଭାଙ୍ଗିଥିବା ସନ୍ଦିଗ୍ଧଙ୍କ ମା’

ଖୋର୍ଦ୍ଧା ଅଫିସ,୬ା୪: ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅଞ୍ଚଳର ଜଗନ ମହାପାତ୍ର ପୁରୀ ବୁଲିବାକୁ ଯାଇଥିଲେ। ସିଂହଦ୍ୱାର ଦେଇ ଶ୍ରୀମନ୍ଦିରରେ ପଶିଥିଲେ। ଶ୍ରୀମନ୍ଦିରରେ ବୁଲୁଥିବା ବେଳେ...

ପାରିବାରିକ କଳହ: ସ୍ବାମୀଙ୍କ ମାଡ଼ରେ ସ୍ତ୍ରୀ ମୃତ

ପାଟଣା,୨୭।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଟାଙ୍ଗରାପଡ଼ା ପଞ୍ଚାୟତ ଗାଲଫୁଲା ମୁଣ୍ଡାସାହିରେ ଶୁକ୍ରବାର ରାତିରେ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ ନେଇ ସ୍ବାମୀଙ୍କ ମାଡ଼ରେ...

Advertisement
Archives

Model This Week