Posted inଜାତୀୟ

ଦ୍ୱିତୀୟ କାର୍ଯ୍ୟକାଳର ୬ମାସ ପୂରଣ କଲେ ଯୋଗୀ ସରକାର, ଅଧା ଜନସଂଖ୍ୟାର ‘ଡ୍ରିମ ଡେଷ୍ଟିନେଶନ’ ହୋଇଛି ୟୁପି: ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ,୨୫ ।୯: ଉତ୍ତର ପ୍ରଦେଶରେ ଭାରତୀୟ ଜନତା ପାର୍ଟି(ଭାଜପା) ଅନୁଗାମୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳକୁ ରବିବାର ୬ ମାସ ପୂରଣ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟୁଇଟ କରି ରାଜ୍ୟବାସୀଙ୍କୁ ଶୁଭକାମନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଟୁଇଟରେ ଲେଖିଛନ୍ତି, ‘୨୫କୋଟି ରାଜ୍ୟବାସୀଙ୍କୁ ସେମାନଙ୍କ ସେବା, ସୁରକ୍ଷା ଓ କଲ୍ୟାଣ ପାଇଁ ସମର୍ପିତ ସରକାରର ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ୬ମାସ ପୂରଣ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ।
ଅନ୍ୟ ଏକ ଟୁଇଟରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରେରଣାରେ ‘ଅଂନ୍ତୋଦୟ’ର ସଂକଳ୍ପ ସହ ‘ଆତ୍ମନିର୍ଭର ଉତ୍ତର ପ୍ରଦେଶ’ର ନିର୍ମାଣ ପାଇଁ ସମର୍ପିତ ଆପଣଙ୍କ ସରକାର ଦ୍ୱିତୀୟ କାର୍ଯ୍ୟକାଳର ଏହି ୧୮୦ ଦିନ ବାଞ୍ଚିତ, ଶୋଷିତ ଓ ଉପେକ୍ଷିତଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନର କାରକ ପାଲଟିଛି ।
ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି, ମାତୃଶକ୍ତିକୁ ‘ନିଜ ସଦନ’ଠାରୁ ‘ସାମ୍ବିଧାନକ ଗୃହ’ ପର୍ଯ୍ୟନ୍ତ ପୂର୍ଣ୍ଣ ସୁଯୋଗ ପ୍ରଦାନ କରୁଥିବା ‘ଉତ୍ତମ ଶାସନ’ର ମାନକ ଅଟେ । ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ନୂଆ ଉତ୍ତର ପ୍ରଦେଶ ଦେଶର ଅଧା ଜନସଂଖ୍ୟାର ‘ଡ୍ରିମ ଡେଷ୍ଟିନେଶନ’ ହେବାକୁ ଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri