୪୭୭ ଜଣ ମାଡି ବସିଛନ୍ତି ୩୯ ଏକର ସରକାରୀ ଜମି

ଭବାନୀପାଟଣା, ୨୬।୧୨ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ ସହରରେ ଦିନକୁ ଦିନ ଜବର ଦାଖଲକାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ସରକାରୀ ଜାଗାକୁ ଜବରଦଖଲକାରୀମାନେ ମାଡି ବସିଥିବାରୁ ରାସ୍ତା ସଙ୍କୁଚ ହେବା ସହ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଗତ କିଛି ଦିନ ତଳେ ଲୋକସଭାରେ କଳାହାଣ୍ଡି ଏମ୍‌ପି ମାଳବିକା ଦେବୀ ଜୁନାଗଡ଼ ସହରରେ ରାସ୍ତା ସଙ୍କୁଚିତ ହେବା ଯୋଗୁଁ ଦୁର୍ଘଟଣା ଘଟୁଥିବା ତଥା ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବାରୁ ଏଠାରେ ଏକ ବାଇପାସ ରାସ୍ତା ନିର୍ମାଣ କରିବା ନେଇ ବାଚସ୍ପତିଙ୍କ ଜରିଆରେ ସଡ଼କ ପରିବହନ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜୁନାଗଡ଼ ତହସିଲରୁ ମିଳିଥିବା ସୂଚନା ଅନୁଯାୟୀ ଜୁନାଗଡ଼ ସହରର ୪୭୭ ଜଣ ବ୍ୟକ୍ତି ୩୯ ଏକର ସରକାରୀ ଜମିକୁ ଜବର ଦଖଲ କରିଛନ୍ତି। ଯାହାର ସରକାରୀ ମୂଲ୍ୟ ଶହେ କୋଟିରୁ ଉଦ୍ଧର୍‌ବ। ଜବରଦଖଲକାରୀଙ୍କ ମଧ୍ୟରେ ପୂର୍ବତନ ବିଧାୟକ, ଆଇନଜୀବୀ, ଖବରଦାତା, ଅବସରପ୍ରାପ୍ତ ସରକାରୀ କର୍ମଚାରୀ, ସାମାଜିକ କର୍ମୀ ତଥା ଅନେକ ପ୍ରଭାବଶାଳୀ ଲୋକ ରହିଥିବା ଏକ ରିପୋର୍ଟରୁ ଜଣାପଡିଛି। ଗତ କିଛିବର୍ଷ ତତ୍କାଳୀନ ତହସିଲଦାର ଉପେନ୍ଦ୍ର ଲୁହା ଏହି ଜବରଦଖଲକାରୀଙ୍କୁ ଚିହ୍ନଟ କରିବା ସହ ତହସିଲ ପକ୍ଷରୁ ନୋଟିସ ମଧ୍ୟ କରିଥିଲା। ତେବେ ତାଙ୍କ ବଦଳି ପରେ ଏହାର କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିଲା। ଜୁନାଗଡ଼ ସହରରେ ୧୨ଟି ୱାର୍ଡ ରହିଥିବାବେଳେ ଗତ ୨୦୧୧ ଜନଗଣନା ଅନୁସାରେ ମୋଟ ୧୯ହଜାର ୬୫୬ ଲୋକ ବସ ବାସ କରୁଥିଲେ। ଯାହାକି ବର୍ତ୍ତମାନ ପ୍ରାୟ ୨୫ ହଜାରରେ ପହଞ୍ଚିଲାଣି। ଜୁନାଗଡ ସହରର ଅସଲି ଜୁନାଗଡିଆ ବନ୍ଧହୁଡାରେ ବାସ କରୁଥିବାବେଳେ ମୁଷ୍ଟିମେୟ, ପ୍ରଭାବଶାଳୀ ଲୋକମାନେ ପ୍ରଶାସନ ଓ ରାଜନେତାଙ୍କ ହାତବାରିସି କରି ସରକାରୀ ଜମିକୁ ଜବରଦଖଲ କରି ବର୍ଷବର୍ଷ ଧରି ରହିଆସୁଛନ୍ତି। ଯଦି କୌଣସି ପ୍ରଶାସନିକ ଅଧିକାରୀ ଏ ନେଇ ଉଚ୍ଛେଦ ପ୍ରକିୟା ଆରମ୍ଭ କଲେ ସ୍ଥାନୀୟ ରାଜନେତାମାନେ ଉକ୍ତ ଅଧିକାରୀମାନଙ୍କୁ ଅନ୍ୟତ୍ର ବଦଳି କରିବା ପାଇଁ ସରକାରଙ୍କୁ ଚାପ ସୃଷ୍ଟି କରୁଥିବା ପୂର୍ବରୁ ଅଭିଯୋଗ ହୋଇଛି। ଜୁନାଗଡ ସହରରେ ଗତ ୧୯୬୮ରୁ ସରକାରୀ ଜମି ଜବରଦଖଲ ପାଇଁ ଚିହ୍ନଟ ହୋଇଥିବାବେଳେ କିଛି ପ୍ରଭାବଶାଳୀ ଲୋକ ରାଜନେତାମାନଙ୍କ ଭୋଟ ବ୍ୟାଙ୍କ ଭାଙ୍ଗିବା ଭୟରେ ଆଜି ପର୍ଯ୍ୟନ୍ତ ସରକାରୀ ଜମି ଜବରଦଖଲ ଉଚ୍ଛେଦ ହୋଇ ନାହିଁ। କିଛି ଜବରଦଖଲକାରୀ ରାସ୍ତାକଡ ସରକାରୀ ସ୍ଥାନରେ କମ୍ପଲେକ୍ସ, ଦୋକାନ ନିର୍ମାଣ କରିଛନ୍ତି। ଅଗଷ୍ଟ ୧୪ରେ ରାଜସ୍ବ ମନ୍ତ୍ରୀ ସୁରେଶ ପୁଝାରୀ ଭବାନୀପାଟଣାରେ କହିଥିଲେ ଏ ନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?