ଖୁସି ନୁହନ୍ତି ଓଡ଼ିଶାବାସୀ

ଭୁବନେଶ୍ୱର(ବ୍ୟୁରୋ),୨୬।୯: କରୋନାରେ ଓଡ଼ିଆମାନେ ଖୁସି ନ ଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ଶୁକ୍ରବାର ଇଣ୍ଡିଆ ହାପିନେସ୍‌ ରିପୋର୍ଟ-୨୦୨୦ ପ୍ରକାଶ ପାଇଥିବାବେଳେ ତାଲିକାର ସବୁଠାରୁ ଶେଷରେ ରହିଛି ଓଡ଼ିଶା। ଦେଶବ୍ୟାପୀ ହୋଇଥିବା ଏହି ସର୍ଭେରେ ଓଡ଼ିଶା ୩୪ତମ ସ୍ଥାନରେ ରହିଛି। ଆର୍ଥିକ, ସାମାଜିକ, ଆଧ୍ୟାତ୍ମିକ ଓ ପରୋପକାର ମନୋଭାବ ଆଦି କ୍ଷେତ୍ରରେ ପଛରେ ପଡ଼ିଛନ୍ତି ଓଡିଆ। ତେବେ ଦକ୍ଷିଣ-ପୂର୍ବ ଭାରତୀୟ ରାଜ୍ୟ ମିଜୋରାମ ତାଲିକାର ଶୀର୍ଷରେ ରହିଥିବାବେଳେ ଦ୍ୱିତୀୟରେ ରହିଛି ପଞ୍ଜାବ। ସେହିଭଳି ୩ୟ ସ୍ଥାନରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ରହଛି। ତେବେ କରୋନାରେ ସମଗ୍ର ଦେଶରେ କରାଯାଇଥିବା ସର୍ଭେରୁ ଏଭଳି ତଥ୍ୟ ସାମ୍ନାକୁ ଆସିବାପରେ ଅଧିକାଂଶ ଓଡ଼ିଆ ନିଜ ଜୀବନକୁ ନେଇ ଖୁସି ନ ଥିବା ଜଣାପଡ଼ିଛି।
ଦେଶର ଖ୍ୟାତନାମା ମ୍ୟାନେଜମେଣ୍ଟ ଷ୍ଟ୍ରାଟେଜିଷ୍ଟ୍‌ ପ୍ରଫେସର ରାଜେଶ କେ. ପିଲାନିଆଙ୍କ ଦ୍ୱାରା ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନେଇ ଏହି ସର୍ଭେ ହୋଇଥିଲା। ଖୁସିର ୬ ମାନଦଣ୍ଡକୁ ନେଇ ହୋଇଥିବା ସର୍ଭେରେ ଦେଶର ୧୬,୯୫୦ ଲୋକଙ୍କୁ ସାମିଲ କରାଯାଇଥିଲା। ତେବେ ଓଡ଼ିଶାବାସୀ ବିଷାଦଗ୍ରସ୍ତ ହେବାର କାରଣ କ’ଣ ଥାଇପାରେ ତାହା ଏବେ ଆଲୋଚନାର ବିଷୟ ହୋଇଛି। ଦେଶର ଶାନ୍ତିପ୍ରିୟ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ଅନ୍ୟତମ। ଏଠାକାର ଲୋକଙ୍କ ଜୀବନଶୈଳୀ ବି ବେଶ୍‌ ସରଳ। ତେବେ ଖୁସି ରହିବାରେ ଆର୍ଥିକ ଓ ସାମାଜିକ ସ୍ଥିତି ସର୍ବାଧିକ ପ୍ରଭାବ ପକାଇଥାଏ। ଏହି ଦୁଇ ମାନଦଣ୍ଡରେ ଓଡ଼ିଶା ପଛରେ ପଡ଼ିଯାଇଥିବା ଜଣାପଡୁଛି। ବିଶେଷକରି ନିଯୁକ୍ତି, ଆୟ ଏବଂ ସ୍ବାସ୍ଥ୍ୟଗତ କାରଣକୁ ନେଇ ଓଡ଼ିଶାବାସୀ ଚିନ୍ତାରେ ରହୁଛନ୍ତି। ରାଜ୍ୟରେ ବର୍ତ୍ତମାନର ଅର୍ଥନୈତିକ ଓ ସାମାଜିକ ସ୍ଥିତିକୁ ନେଇ ଓଡ଼ିଶାବାସୀ ଚାପଗ୍ରସ୍ତ ରହିବା ସହ ଜୀବନକୁ ଉପଭୋଗ କରିପାରୁ ନ ଥିବା କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକରେ ବନ୍ୟାଞ୍ଚଳ ବୁଲିଲେ ମନ୍ତ୍ରୀ, ହାଟଡିହୀ ଅଞ୍ଚଳକୁ ନେଇ କହିଲେ…

ହାଟଡିହୀ/ଛେନାପଦୀ,୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ବୈତରଣୀ ନଦୀର ବନ୍ୟା ପରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଅନେକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିଲା । ତେବେ ରାଜ୍ୟ ପଞ୍ଚାୟତିରାଜ ଓ…

ସ୍କୁଲରୁ ଫେରୁଥିବା ବେଳେ ଶିକ୍ଷକଙ୍କୁ ଧକ୍କା ଦେଲା ଟ୍ରେନ, ବାଇକ ସହ….

କୋରାପୁଟ,୫।୮(ଅମିତାଭ ବେହେରା): କୋରାପୁଟ ଷ୍ଟେସନ ନିକଟ ଶୁକୁ ବ୍ରିଜଠାରେ ବୁଧବାର ଏକ ଦୁଃଖଦ ଘଟଣା ଘଟିଯାଇଛି । ମାଲବାହୀ ଟ୍ରେନ ଧକ୍କାରେ ଜଣେ ଶିକ୍ଷକଙ୍କ ଜୀବନ ଚାଲିଯାଇଛି…

ସରକାରୀ ମଦ ଦୋକାନ ସ୍ଥାନାନ୍ତର କରି ଖୋଲିବା ଉଦ୍ୟମକୁ ମହିଳାଙ୍କ ତୀବ୍ର ବିରୋଧ, ଉତ୍ତେଜନା ଦେଖାଦେବାରୁ…

ପାଟଣା,୫ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ଧନୁର୍ଜୟପୁର ଜଙ୍ଗଲ ଅଞ୍ଚଳରେ ରେଙ୍ଗାଳବେଡ଼ା ସରକାରୀ ମଦ ଦୋକାନ ସ୍ଥାନାନ୍ତର କରି ଖୋଲିବା ଉଦ୍ୟମକୁ ବୁଧବାର ଶତାଧିକ…

୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୫ ଗିରଫ ସହ ପାଖରୁ ମିଳିଲା ଏହି…

ଭଞ୍ଜନଗର,୫ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସକୁ ନିଶା କାରବାର ବିରୋଧୀ ଅଭିଯାନରେ ବୁଧବାର ପୁଣି ଏକ ସଫଳତା ମିଳିଛି। ମଙ୍ଗଳବାର ପୋଲିସ ପାଟ୍ରୋଲିଂ ସମୟରେ ବୁଦୁଲି…

ଓ୍ବାର୍ନିଂ ଜାରି କଲା ପାଣିପାଗ ବିଭାଗ, ୪୮ ଘଣ୍ଟାରେ ଏହି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର,୫।୮: ମୌସୁମୀ ସକ୍ରିୟ ରହିଥିବା ବେଳେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ସେ ଆସନ୍ତା ୪୮ ଘଣ୍ଟା ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି…

ପାଠ୍ୟପୁସ୍ତକ ତ୍ରୁଟି ଘଟଣା; ମନୋଜ ପାଢ଼ୀଙ୍କୁ ଜାମିନ, କୋର୍ଟ ରଖିଲେ ଏହି ସର୍ତ୍ତ

କଟକ,୫।୮(ପ୍ରଭୁକଲ୍ୟାଣ ପାଲ୍): ସ୍କୁଲ ପାଠ୍ୟ ପୁସ୍ତକ ତ୍ରୁଟି ମାମଲାରେ ଏସସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରାଯାଇଛି । କଟକ ସ୍ୱତନ୍ତ୍ର…

ବେକରେ ଓଢ଼ଣୀ ବାନ୍ଧି ଝୁଲିପଡ଼ିଲେ ଦଶମ ଶ୍ରେଣୀ ଛାତ୍ରୀ, ପଢ଼ା ଖାତା ଜବତ କରି ପୋଲିସ…

ଝରିଗାଁ,୫ା୮(କିଶୋର ଚନ୍ଦ୍ର ମଣ୍ଡଳ): ବେକରେ ଓଢ଼ଣୀ ଦେଇ ଝୁଲି ପଡ଼ିଛନ୍ତି ଜଣେ ଦଶମ ଶ୍ରେଣୀ ଛାତ୍ରୀ। ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚଚା ପଞ୍ଚାୟତ ଅନ୍ତର୍ଗତ ଗବାଗୁଡ଼ା…

ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ପୁଣି ତ୍ରୁଟି; ‘ଅ’ ‘ଆ’ ବଦଳରେ ‘ଚ’ ରୁ ଆରମ୍ଭ ବର୍ଣ୍ଣମାଳା, ସରକାର କହିଲେ…

ଭୁବନେଶ୍ବର,୫।୮: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ତ୍ରୁଟି ସାମ୍ନାକୁ ଆସିଛି । ସଂଶୋଧନ ପରେ ତ୍ରୁଟିକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ଅ ଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri