ବିଜେଡିରେ ମିଶିଲେ ୩ ହଜାର କର୍ମୀ

ପୋଲସରା,୫ା୯(ଡି.ଏନ୍‌.ଏ.): ବିଜୁ ଜନତା ଦଳର ପୋଲସରା ନିର୍ବାଚନ ମଣ୍ଡଳୀସ୍ତରୀୟ ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ମିଶ୍ରଣ ପର୍ବରେ ଭାଜପା ଓ କଂଗ୍ରେସ ଛାଡି ପ୍ରାୟ ୩ ହଜାରରୁ ଊର୍ଦ୍ଧ୍ୱ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। କାର୍ଯ୍ୟକ୍ରମରେ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ କର୍ମୀମାନଙ୍କୁ ସ୍ବାଗତ କରିଥିଲେ। ମିଶ୍ରଣ ପର୍ବରେ ପୋଲସରା ଏନ୍‌ଏସିର ପୂର୍ବତନ ନଗରପାଳ ସୌଦାମିନୀ ସାହୁ, ଦୁର୍ଯ୍ୟୋଧନ ସାହୁ, ପୂର୍ବତନ ନଗର ଭାଜପା ସଭାପତି ନାରାୟଣ ସାହୁ, ନବନିର୍ବାଚିତ ଭାଜପା କାଉନ୍‌ସିଲର, ପୂର୍ବତନ କାଉନ୍‌ସିଲର ଓ ପରାଜିତ ଭାଜପା କାଉନ୍‌ସିଲର ପ୍ରାର୍ଥୀ, ଯୁବ ସଂଗଠକ ଭାସ୍କର ନାହାକ, ଜଗା ଡାଙ୍ଗୁଆ, ସୁନୀଲ କୁମାର ସାହୁଙ୍କ ସମେତ ହଜାର ହଜାର କର୍ମୀ ବିଜେଡିରେ ଯୋଗ ଦେଇଥିଲେ। ଏହାସହିତ ପୋଲସରା ବ୍ଲକ ଚିରିକିପଡ଼ା ଶାସନ ପଞ୍ଚାୟତ ସରପଞ୍ଚ ଭଗବାନ ସାହୁ, ସମିତିସଭ୍ୟ ରଞ୍ଜନ କୁମାର ସାହୁଙ୍କ ସମେତ ନବନିର୍ବାଚିତ ୧୬ ୱାର୍ଡସଭ୍ୟ, ମାଳ ତେନ୍ତୁଳିଆ ପଞ୍ଚାୟତ ସରପଞ୍ଚ ଅସ୍ପତ ରାଉତଙ୍କ ସମେତ ସମସ୍ତ ୱାର୍ଡସଭ୍ୟ, ମଧୁପଲ୍ଲୀ ପଞ୍ଚାୟତର ମନୋରଞ୍ଜନ ଜେନା, ଭାବରଡା ସରପଞ୍ଚ ପ୍ରଦ୍ୟୁମ୍ନ କୁମାର ବିଷୋୟୀ, ବୁଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ବିରଞ୍ଚତ୍ପୁର ପଞ୍ଚାୟତ ସମିତିସଭ୍ୟା ଅଳକା ନନ୍ଦ, ପ୍ରତିନିଧି ସୀମାଞ୍ଚଳ ନନ୍ଦ, ଅରଖପୁର ପଞ୍ଚାୟତର ସରପଞ୍ଚ ମିନତି ମଲ୍ଲିକ, ସମିତିସଭ୍ୟା ଶାନ୍ତିଲତା ସ୍ବାଇଁ ପ୍ରମୁଖ ସମର୍ଥକମାନଙ୍କୁ ନେଇ ଯୋଗଦେଇଥିଲେ। ଆସିକା ଏମ୍‌ପି ପ୍ରମିଳା ବିଷୋୟୀ, ଜିଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଗଞ୍ଜାମ ଜିଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ବେହେରା, ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ପ୍ରମୋଦ କୁମାର ପଣ୍ଡାଙ୍କ ସମେତ ବିଜେଡି ନେତୃବୃନ୍ଦ ପ୍ରମୁଖ ସ୍ବାଗତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସିର୍କାବର୍ଗ ରାସ୍ତା ମରାମତି ହେଲାନି, ଲଗାଣ ବର୍ଷାରେ ବେହାଲ: ପ୍ରଶାସନ ପ୍ରତିଶ୍ରୁତି ଖିଲାପ କରିଥିବା…

ଦାରିଙ୍ଗବାଡି, ୭।୭ (ଅରୁଣ ସାହୁ): କନ୍ଧମାଳ ଜିଲା  ଦାରିଙ୍ଗବାଡି ବ୍ଲକର ସବୁଠାରୁ ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ସିର୍କାବର୍ଗକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାଟି ଏବେ ଲଗାଣ…

ବରିଷ୍ଠ କଂଗ୍ରେସ ନେତା ଅମୁଲ୍ୟ ସାହୁ BJPରେ ସାମିଲ: ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ନାଗାର୍ଜୁନ ପ୍ରଧାନଙ୍କ ଥିଲେ ସହକର୍ମୀ

ଦାରିଙ୍ଗବାଡି, ୭।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳର ଜଣେ ବରିଷ୍ଠ ନାଗରିକ ତଥା ପୂର୍ବତନ କଂଗ୍ରେସ ନେତା ଅମୁଲ୍ୟ ସାହୁ ମଙ୍ଗଳବାର ଆନୁଷ୍ଠାନିକ ଭାବେ…

ପ୍ରଶାସନର କଡ଼ା ଆଭିମୁଖ୍ୟ: ଦିଗପହଣ୍ଡି ନୂଆ ବସଷ୍ଟାଣ୍ଡକୁ ଗଲା ସରକାରୀ ଓ ବେସରକାରୀ ବସ୍

ଦିଗପହଣ୍ଡି, ୭।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ପ୍ରମୁଖ ବାଣିଜ୍ୟିକ କେନ୍ଦ୍ର ଦିଗପହଣ୍ଡି ସହରରେ ଦୀର୍ଘ ଦିନ ଧରି ଲାଗି ରହିଥିବା ଟ୍ରାଫିକ ସମସ୍ୟାର ସମାଧାନ…

ଉତ୍କଳ ଆଲୁମିନା CSR ପ୍ରତାରଣା ଅଭିଯୋଗ: ଥୁଆମୂଳ ରାମପୁର ବ୍ଲକ କାର୍ଯ୍ୟାଳୟ ଘେରାଉ କଲେ ଶତାଧିକ ଖଣି ପ୍ରଭାବିତ ଅଞ୍ଚଳବାସୀ

ଥୁଆମୂଳ ରାମପୁର, ୭।୭ (ଦୁର୍ଗା କୀର୍ତ୍ତି): ଉତ୍କଳ ଆଲୁମିନା କମ୍ପାନୀର ସାମାଜିକ ଦାୟିତ୍ୱବୋଧ (CSR) କାର୍ଯ୍ୟକ୍ରମରେ ବ୍ୟାପକ ଅନିୟମିତତା ଓ ପ୍ରତିଶ୍ରୁତି ଖିଲାପ ପ୍ରତିବାଦରେ ଆଜି କଳାହାଣ୍ଡି…

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri