Posted inଖେଳ

ଭୂସ୍ଖଳନରେ ୨ ଭାରତୀୟ ମହିଳା କ୍ରିକେଟର୍‌ଙ୍କ ମୃତ୍ୟୁ

ଶିଲିଂ, ୨୬।୯: ମେଘାଳୟରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୨ ଜଣ ମହିଳା କ୍ରିକେଟର୍‌ଙ୍କ ବିୟୋଗ ଘଟିଛି, ଯାହାକି କ୍ରୀଡ଼ାଜଗତକୁ ସ୍ତବ୍ଧ କରିଦେଇଛି।
ଘଟଣା ମେଘାଳୟର ପୂର୍ବ ଖାସି ପାର୍ବତ୍ୟାଞ୍ଚଳରେ ଘଟିଛି। ଶୁକ୍ରବାର ଏଠାରେ ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ ଘଟି ଅନେକ ଘର ମାଟିତଳେ ପୋତି ହୋଇଯାଇଛି। ଯେଉଁଥିରେ ୨ ଜଣ ମହିଳା କ୍ରିକେଟର୍‌ଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଜଣ ନିଖୋଜ ରହିଛନ୍ତି। ଜାତୀୟସ୍ତରରେ ମେଘାଳୟ ପକ୍ଷରୁ ପ୍ରତିନିଧିତ୍ୱ କରିସାରିଥିବା ୩୦ ବର୍ଷୀୟା ରାଜିଆ ଅହମ୍ମଦ ଓ ସ୍ଥାନୀୟ ଖେଳାଳି ଫିରୋଜିଆ ଖାନଙ୍କ ଶବ ଉଦ୍ଧାର କରାଯାଇଛି। ମେଘାଳୟ କ୍ରିକେଟ୍‌ ସଂଘର ସାଧାରଣ ସମ୍ପାଦକ ଗିଡିୟୋନ ଖାରକଙ୍ଗୋର କହିଛନ୍ତି, ୨୦୧୧-୧୨ରୁ ରାଜିଆ ବିଭିନ୍ନ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ରାଜ୍ୟ ପକ୍ଷରୁ ପ୍ରତିନିଧିତ୍ୱ କରିଆସୁଛନ୍ତି। ଗତବର୍ଷ ବିସିସିଆଇ ଆନୁକୂଲ୍ୟରେ ଆୟୋଜିତ ଏକ ଟୁର୍ନାମେଣ୍ଟରେ ମଧ୍ୟ ସେ ମେଘାଳୟ ପକ୍ଷରୁ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋହଲିଙ୍କ ଅନୁପସ୍ଥିତିରେ ରୋହିତ ନେତୃତ୍ୱ ନେବା ଉଚିତ: ଇର୍ଫାନ

ନୂଆଦିଲ୍ଲୀ,୧୦।୧୧(ପି.ଟି.): ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଟେଷ୍ଟ ଉପ- ଅଧିନାୟକ ଅଜିଙ୍କ୍ୟ ରାହାନେ ନୁହଁ ରୋହିତ ଶର୍ମା ଦଳରେ ନେତୃତ୍ୱ ନେବା ସପକ୍ଷରେ ମନ୍ତବ୍ୟ ଦେଇଛନ୍ତି ପୂର୍ବତନ...

ସ୍ବତନ୍ତ୍ର ଅଧିନାୟକଙ୍କ ତାଲିକାରେ କୋହଲି

ନୂଆଦିଲ୍ଲୀ,୧୪।୧୦- ଅଧିନାୟକ ଭାବେ ବିରାଟ କୋହଲିଙ୍କ ୫୦ତମ ଟେଷ୍ଟ ଅତ୍ୟନ୍ତ ସ୍ବତନ୍ତ୍ର ଥିଲା। କେବଳ ୨୫୪ ରନ୍‌ର ଅପରାଜିତ ଇନିଂସ, ତାହା ନୁହେଁ ସେ ଅଷ୍ଟ୍ରେଲିଆ...

ପ୍ରଥମଦେଖାରେ ଅନୁଷ୍କାଙ୍କୁ ଏମିତି କହିଦେଇଥିଲେ କୋହଲି, ଏବେ ଭାବି ପଶ୍ଚାତ୍ତାପ କରୁଛନ୍ତି

ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ। ବିବାହ ପରେ ମଧ୍ୟ ଉଭୟଙ୍କୁ ନେଇ ଚର୍ଚ୍ଚା ଥମୁନି। ସମସ୍ତେ ଜାଣନ୍ତି...

ବିସିସିଆଇକୁ କମ୍ପ୍ଲେନ କରିଥିଲେ ସିନିୟର ଖେଳାଳି

ମୁମ୍ବାଇ,୨୮।୯: ଭାରତୀୟ ଅଧିନାୟକ ବିରାଟ କୋହଲି ନିକଟରେ ଟି୨୦ ଦଳର ନେତୃତ୍ୱ ଛାଡ଼ିବା ନେଇ ଘୋଷଣା କରିଥିଲେ। ତେବେ ଏହା ପଛରେ ଏକ ବଡ଼ କାରଣ...

ଟି୨୦ ବିଶ୍ୱକପ୍‌ରୁ ବାହାର ହୋଇପାରନ୍ତି ବୁମ୍‌ରା, ଚିନ୍ତା ବଢ଼ାଉଛି…

ନୂଆଦିଲ୍ଲୀ,୧୨।୮: ଏସିଆ କପ୍‌ ୨୦୨୨ ଲାଗି ନିକଟରେ ଦଳ ଘୋଷଣା କରିଥିଲା ବିସିସିଆଇ। ଏଥିରୁ ଦ୍ରୁତ ବୋଲର୍‌ ଜସପ୍ରିତ ବୁମ୍‌ରାଙ୍କୁ ବାଦ୍‌ ଦିଆଯାଇଥିଲା। ପୀଠିରେ ସମସ୍ୟା...

୧୯୮୩ ବିଶ୍ୱକପ୍‌ ବିଜେତା ଦଳର ଖେଳାଳିଙ୍କୁ କେତେ ଟଙ୍କା ମିଳିଥିଲା ଜାଣନ୍ତି କି

୧୯୮୩, ଜୁନ ୨୫ରେ ସେତେବେଳର କ୍ରିକେଟ ଜଗତର ବାଦଶାହା ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରି ବିଶ୍ବ ବିଜେତାର ମୁକୁଟ ପିନ୍ଧିଥିଲା ଟିମ ଇଣ୍ଡିଆ। ଆଉ ଏହା ଥିଲା...

ନାଇଟ୍‌ ଅଫ୍‌ ଦି ବ୍ରାଜିଲ ଶୋ’

ଜର୍ଗିନୋ: ଚମତ୍କାର ପ୍ରଦର୍ଶନ। ସାରା ବିଶ୍ୱ ବ୍ରାଜିଲ ଫୁଟବଲ ମ୍ୟାଜିକ୍‌ର ଝଲକ ଦେଖିଲା। ମାତ୍ର ଅଧଘଣ୍ଟାରେ ଟିଟେଙ୍କ ଟିମ୍‌ ମ୍ୟାଚକୁ ନିଜ ସପକ୍ଷକୁ ନେଇ ଯାଇଥିଲା।...

ଲମ୍ବା ବିରତି ପରେ ଟ୍ରେନିଂ ଆରମ୍ଭ କଲେ ରୋହିତ୍‌

ମୁମ୍ବାଇ, ୨୫।୬- ଭାରତୀୟ ସୀମିତ ଓଭର କ୍ରିକେଟ୍‌ ଦଳର ଉପଅଧିନାୟକ ରୋହିତ୍‌ ଶର୍ମା ଦୀର୍ଘ ଦିନର ବିରତି ପରେ ଶେଷରେ ଟ୍ରେନିଂ ଆରମ୍ଭ କରିଛନ୍ତି। କରୋନା...

Advertisement
Archives

Model This Week