ଗୋଟିଏ କୋଠରିରେ ୨ ଶ୍ରେଣୀ

ବଇଣ୍ଡା,୨୮।୫(ଡି.ଏନ.ଏ.) ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ ପାଇଁ ଉପଯୁକ୍ତ ଭିତ୍ତିଭୂମି ନାହିଁ। ଏହି କାରଣରୁ ଗୋଟିଏ କୋଠରିରେ ୨ଟି ଶ୍ରେଣୀର ପିଲାଙ୍କୁ ବସିବାକୁ ପଡ଼ୁଛି। ଏଥିସହ ଶିକ୍ଷକ ଅଭାବ ସମସ୍ୟା ମଧ୍ୟ ରହିଛି। ଏ ନେଇ ଦୀର୍ଘ ୪ ବର୍ଷ ହେଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଉଛି। କିନ୍ତୁ ସମାଧାନ ଦିଗରେ ଏଯାଏ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଦୀର୍ଘ ୬୪ ବର୍ଷ ପୁରୁଣା ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇସିଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଏପରି ଅବହେଳା ଅଭିଭାବଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଗୁରୁବାର ଏ ନେଇ ଅନୁଗୋଳ ଜିଲାପାଳଙ୍କୁ ଏକ ଅଭିଯୋଗପତ୍ର ପ୍ରଦାନ କରାଯାଇଛି।
ପରିଚାଳନା କମିଟି ପକ୍ଷରୁ କୁହାଯାଇଛି, ୧୯୫୮ ମସିହାରେ ବଇସିଣା ଗ୍ରାମରେ ଏହି ବିଦ୍ୟାଳୟ ସ୍ଥାପନ ହୋଇଥିଲା। ବଇସିଣା, ପ୍ରତାପପୁର, ଚୂଳିଆପୁର, ନୂଆଁ ବାଲିଖମଣ, ଖୋଲାରେଗେଡା, ନୂଆଁ ଖୋଲାରେଗେଡ଼ା ଆଦି ଗ୍ରାମର ପିଲାମାନେ ଏଠାରେ ପଢୁଛନ୍ତି। ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଥିବା ଏହି ଶିକ୍ଷାନୁଷ୍ଠାନରେ ୧୩୭ ଜଣ ଛାତ୍ରୀଛାତ୍ର ରହିଛନ୍ତି। ହେଲେ ବିଦ୍ୟାଳୟରେ ଆବଶ୍ୟକ ଶ୍ରେଣୀ ଗୃହ ନ ଥିବା ଯୋଗୁ ପାଠପଢିବାରେ ଅସୁବିଧା ସୃଷ୍ଟି ହେଉଛି। ୮ଟି ଶ୍ରେଣୀ ପାଇଁ ମାତ୍ର ୪ଟି କୋଠରି ରହିଛି। ଫଳରେ ପ୍ରତ୍ୟେକ ଶ୍ରେଣୀ ଗୃହରେ ୨ଟି ଲେଖାଏ କ୍ଲାସ ହେଉଥିବାରୁ ଠିକ୍‌ ଭାବେ ପଢାଯାଇପାରୁ ନାହିଁ। ବହୁ ପୁରାତନ ବିଦ୍ୟାଳୟ ହୋଇଥିଲେ ମଧ୍ୟ ସମସ୍ୟା ସମାଧାନ କରାଯାଉ ନ ଥିବା ଯୋଗୁ ଛାତ୍ରୀଛାତ୍ରମାନେ ହଇରାଣ ହେଉଛନ୍ତି। ୫ ଜଣ ଶିକ୍ଷକ ଥିବାବେଳେ ଅଷ୍ଟମ ଶ୍ରେଣୀର ପିଲାଙ୍କ ପାଇଁ ଅଧିକ ଶିକ୍ଷକ ଆବଶ୍ୟକ ରହିଛି। କିନ୍ତୁ ଏଯାଏ କାହାରିକୁ ନିଯୁକ୍ତି ଦିଆଯାଇ ନାହିଁ। ସେହିପରି ବିଦ୍ୟାଳୟରେ ପାଚେରିି ନାହିଁ। ରାଜପଥ ସମ୍ପ୍ରସାରଣ ପାଇଁ ଭଙ୍ଗାଯାଇଥିବା ରୋଷେଇ ଘର ପୁନଃ ନିର୍ମାଣ କରାଯାଇ ନାହିଁ। ଛାତ୍ରୀଛାତ୍ରଙ୍କ ଶାରୀରିକ ବିକାଶ ପାଇଁ କ୍ରୀଡ଼ାର ଆବଶ୍ୟକତା ଥିବାବେଳେ ଏହି ସ୍କୁଲରେ ଖେଳ ପଡିଆଟିଏ ନାହିଁ। ଏଥିଯୋଗୁ ଛାତ୍ରୀଛାତ୍ରମାନେ କୌଣସି ପ୍ରକାର ଖେଳ ଖେଳିପାରୁ ନାହାନ୍ତି। ସମସ୍ୟା ସମାଧାନ ପାଇଁ ଶିକ୍ଷା କମିଟି ଓ ଗ୍ରାମବାସୀ ୧୨ ଜାନୁୟାରୀ ୨୦୧୮ ଓ ୫ ଅଗଷ୍ଟ ୨୦୨୧ରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲା ପ୍ରଶାସନ, ଆଠମଲ୍ଲିକ ବିଧାୟକଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ତୁରନ୍ତ ନୂତନ ଶ୍ରେଣୀଗୃହ ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ ଆଠମଲ୍ଲିକ ବ୍ଲକ ଶିକ୍ଷା ଅଧିକାରୀ ଦାଶରଥି ଶୁଣ୍ଢୀ କହିଛନ୍ତି, ବିଦ୍ୟାଳୟର ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଭରଟେକ୍‌ କରିବା ବେଳେ ଓଲଟିଲା ‘ଅଭିରାଜ’ ବସ୍‌: ହେଲ୍‌ପର ମୃତ, ୩୦ରୁ ଊର୍ଦ୍ଧ୍ୱ ଆହତ

କୁଆଁରମୁଣ୍ଡା,୩।୩(ଡି.ଏନ୍‌.ଏ.)-ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ୧୪୩ ନଂ ଜାତୀୟ ରାଜପଥର ଲାସେ ଗଡାଣି ନିକଟରେ ମଙ୍ଗଳବାର ଅପରାହ୍ନ ୩ଟା ୩୫ ରେ ‘ଅଭିରାଜ’ ନାମକ...

ଗୁଣିଗାରେଡ଼ି ସନ୍ଦେହରେ ଦୁଇଜଣଙ୍କୁ ବାନ୍ଧି ବାଡ଼େଇଲେ ଗ୍ରାମବାସୀ, ଭାଙ୍ଗିଦେଲେ ଦାନ୍ତ

ଗଞ୍ଜାମ,୧୫ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ଅଧୀନ ଗଡ଼ହୁମାରେ ରବିବାର ଗୁଣିଗାରେଡ଼ି ସନ୍ଦେହରେ ଗ୍ରାମବାସୀ ଦୁଇଜଣଙ୍କୁ ବାନ୍ଧି ମାଡ଼ ମାରିବା ସହ ଦାନ୍ତ ଭାଙ୍ଗି ଦେବା...

କଳାହାଣ୍ଡି ମେଡିକାଲ କଲେଜରେ ଆରମ୍ଭ ହେବ ପାଠପଢ଼ା

ଭବାନୀପାଟଣା,୬ା୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ସରକାରୀ ମେଡିକାଲ କଲେଜରେ ଚଳିତବର୍ଷ ପାଠପଢ଼ା ଆରମ୍ଭ ହେବ। ୧୦୦ଟି ଏମ୍‌ବିବିଏସ୍‌ ସିଟ୍‌ ଲାଗି ଅନୁମତି ମିଳିଥିବା ନ୍ୟାଶନାଲ ମେଡିକାଲ...

ଗୋଟିଏ ଦିନର ଦରମା ଦେଲେ ଓୟୁଏଟି କର୍ମଚାରୀ

ଭୁବନେଶ୍ୱର, ୨୫ା୪(ବ୍ୟୁରୋ): ରାଜ୍ୟରେ କୋଭିଡ୍‌-୧୯ ସ୍ଥିତିର ମୁକାବିଲା କରିବା ପାଇଁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ର ବୈଜ୍ଞାନିକ ଓ କର୍ମଚାରୀମାନେ ଗୋଟିଏ ଦିନର ଦରମା...

ଆଜି ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ୱର, ୧୭ା୬(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ମ ପାଳିର ଦ୍ୱିତୀୟ ଥର ମନ୍ତ୍ରିମଣ୍ଡଳ ଗଠନ କରିସାରିଛନ୍ତି। ଇତିମଧ୍ୟରେ ସବୁ ମନ୍ତ୍ରୀ ଦାୟିତ୍ୱ ନେଇ ସାରିଥିବାବେଳେ ଶୁକ୍ରବାର ପ୍ରଥମ...

ଜିତିଗଲା ପ୍ରେମ:ବିବାହ ବନ୍ଧନରେ ଆବଦ୍ଧ ହେଲେ ପ୍ରମୋଦିନୀ

ତିର୍ତ୍ତୋଲ,୨ା୩(ଡି.ଏନ୍‌.ଏ.): ଏସିଡ୍‌ ଆକ୍ରମଣ ଶିକାର ହୋଇଥିବା ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ଥାନା ଅଧୀନ କନକପୁର ଅଞ୍ଚଳର ପ୍ରମୋଦିନୀ ରାଉଳ ସୋମବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।...

ଆନ୍ଧ୍ର ପଞ୍ଚାୟତ ନିର୍ବାଚନ ଅସିଦ୍ଧ

ପଟ୍ଟାଙ୍ଗୀ,୨୨ା୫(ଡି.ଏନ.ଏ.): ପଡ଼ୋଶୀ ଆନ୍ଧ୍ରପ୍ରଦେଶକୁ ପୁଣି ଲାଗିଛି ଝଟକା। ଆନ୍ଧ୍ର ସରକାର ବିଗତ ଦିନରେ କରିଥିବା ପଞ୍ଚାୟତ ଓ ଜିଲା ପରିଷଦ ନିର୍ବାଚନକୁ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଅସିଦ୍ଧ...

ଆଧାର ସାଜିଲା ଅଡ଼ୁଆ, ରାଜ୍ୟ ବୃତ୍ତି ଯୋଜନା ଆବେଦନରୁ ବଞ୍ଚିତ ହେଲେ ୩ ଛାତ୍ରୀ

ବରଗଡ଼ ଅଫିସ୍‌,୧୫।୨: ବରଗଡ଼ ଜିଲା ବିଜେପୁର ବ୍ଲକ ମୁଣ୍ଡୋମହୁଲ ଗ୍ରାମର ୩ ଜଣ ଛାତ୍ରୀ ଲିଲି ତରିଆ, ପୂଜା ଷାଣ୍ଢ ଏବଂ ପ୍ରୀତି ଭୁଏ ରାଜ୍ୟ...

Advertisement
Archives

Model This Week