ମହିଳାଙ୍କ ଆକାଉଣ୍ଟରୁ ଗାଏବ ହୋଇଗଲା ୧୨.୪୫ ଲକ୍ଷ

ବାଲେଶ୍ୱର ଅଫିସ, ୨୯।୧୨: ବାଲେଶ୍ୱର ଜିଲାରେ ଏକ ବଡ଼ଧରଣର ସାଇବର ଠକେଇ ସାମ୍ନାକୁ ଆସିଛି। ଜଣେ ମହିଳାଙ୍କ ଇଣ୍ଡସ୍‌ଇଣ୍ଡ ବ୍ୟାଙ୍କ, ବାଲେଶ୍ୱର ବ୍ରାଞ୍ଚରେ ଥିବା ଫିକ୍ସଡ୍‌ ଡିପୋଜିଟ୍‌ (ଏଫ୍‌ଡି) ୧୦ଲକ୍ଷ ଏବଂ ସେଭିଂ ଆକାଉଣ୍ଟରୁ ୨ଲକ୍ଷ ୪୫ହଜାର ଟଙ୍କା ଗାଏବ ହୋଇଯାଇଛି। ଏ ସମ୍ପର୍କରେ ମହିଳା ଜଣକ ଜାଣିବା ପରେ ବୁଧବାର ଅନ୍‌ଲାଇନରେ କଟକସ୍ଥିତ ନ୍ୟାଶନାଲ ସାଇବର କ୍ରାଇମ୍‌ ଥାନାରେ ଅଭିଯୋଗ କରିଛନ୍ତି। ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନାରେ ମଧ୍ୟ ଏକ ଲିଖିତ ଅଭିଯୋଗ ହୋଇଛି। ଠକେଇର ଶିକାର ହୋଇଥିବା ମହିଳା ଜଣକ ହେଲେ ବାଲେଶ୍ୱର ଜିଲା ନୀଳଗିରି ଏନ୍‌ଏସି ଅଧୀନ ବାଲିଗୋହିରୀ ଗ୍ରାମର ଜ୍ୟୋତ୍ସ୍ନାରାଣୀ ପାତ୍ର।

ଜ୍ୟୋତ୍ସ୍ନାରାଣୀ ୨୦୨୦ ସେପ୍ଟେମ୍ବର ୨୩ରେ ୫ଲକ୍ଷ ଲେଖାଏ ଦୁଇଟି ଏଫ୍‌ଡି ଫକୀରମୋହନ ଗୋଲେଇସ୍ଥିତ ଇଣ୍ଡସ୍‌ଇଣ୍ଡ ବ୍ୟାଙ୍କ ଶାଖାରେ ରଖିଥିଲେ। ୨୦୨୩ ଅଗଷ୍ଟ ୨୩ରେ ଏହା ମାଚ୍ୟୁରିଟି ହେବାକୁ ଥିବା ବେଳେ ଗତ ମଙ୍ଗଳବାର ତାଙ୍କ ଆକାଉଣ୍ଟରୁ ସାଇବର ଠକଙ୍କ ଦ୍ୱାରା ଏଫ୍‌ଡିରୁ ୧୬ଥରରେ ୧୦ଲକ୍ଷ ଟଙ୍କା ଲୁଟ୍‌ ହୋଇଥିଲା। ବୁଧବାର ପୂର୍ବାହ୍ନ ୧୧ଟାରେ ଜ୍ୟୋତ୍ସ୍ନାରାଣୀଙ୍କ ସ୍ବାମୀ ସମୀର ରାଉତ ବ୍ୟାଙ୍କରେ ପହଞ୍ଚତ୍ ଟଙ୍କା ଡିପୋଜିଟ୍‌ କରିବା ପାଇଁ ପହଞ୍ଚତ୍ବା ପରେ ତାଙ୍କ ଏଫ୍‌ଡିରେ ଥିବା ଟଙ୍କାକୁ ସାଇବର ଠକ ଲୁଟି ନେଇଥିବା ଜାଣିବାକୁ ପାଇଥିଲେ। ସେ ସଙ୍ଗେ ସଙ୍ଗେ ତାଙ୍କର ସେଭିଂ ଆକାଉଣ୍ଟକୁ ଲକ୍‌ କରିବା ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ। ମାତ୍ର ବ୍ୟାଙ୍କ କର୍ମଚାରୀ ତାଙ୍କ ଆବେଦନକୁ ଭ୍ରୂକ୍ଷେପ ନ କରି ସାଇବର ଥାନାରେ ଲିଖିତ ଅଭିଯୋଗ କରିବା ପାଇଁ କହିଥିଲେ। ଜ୍ୟୋତ୍ସ୍ନାରାଣୀ ଜିଲା ଏସ୍‌ପିଙ୍କ ଅଫିସ୍‌ରେ ପହଞ୍ଚତ୍ ଘଟଣା ସମ୍ପର୍କରେ ଜଣାଇଥିଲେ। ପୋଲିସ ପରାମର୍ଶ ଅନୁସାରେ ବ୍ୟାଙ୍କକୁ ଯାଇ ଆକାଉଣ୍ଟର ଡିଟେଲ୍‌ସ ଆଣିବା ପାଇଁ ବ୍ୟାଙ୍କକୁ ଆସିଥିଲେ। ସେଭିଙ୍ଗ୍‌ ଆକାଉଣ୍ଟରେ ଥିବା ୨ଲକ୍ଷ ୪୫ହଜାର ଟଙ୍କାକୁ ମଧ୍ୟ ସାଇବର ଠକ ଅଳ୍ପ ସମୟ ପୂର୍ବରୁ ୩ ଥରରେ ଲୁଟି ନେଇଥିବା ଜଣାପଡ଼ିଥିଲା। ବ୍ୟାଙ୍କ କର୍ମଚାରୀଙ୍କ ମନମୁଖି କାର୍ଯ୍ୟ ଯୋଗୁ ତାଙ୍କର ଟଙ୍କା ଲୁଟ୍‌ ହୋଇଥିବା ସମୀର ଅଭିଯୋଗ କରିଛନ୍ତି। ନିଜର ଜମି ବିକ୍ରି କରି ଏଫ୍‌ଡି କରିଥିବା ଟଙ୍କା ହରାଇ ଉଭୟ ଦମ୍ପତି ଏକପ୍ରକାର ମାନସିକ ଦୁଶ୍ଚିନ୍ତାରେ ରହିଛନ୍ତି। ଏଫ୍‌ଡି ବଣ୍ଡ ତାଙ୍କ ନିକଟରେ ଥିବାବେଳେ ଟଙ୍କା କିପରି ଲୁଟ୍‌ ହେଉଛି ଏହାକୁ ନେଇ ବ୍ୟାଙ୍କର କର୍ମଚାରୀଙ୍କ କାର୍ଯ୍ୟକଳାପ ଉପରେ ଦମ୍ପତି ସନ୍ଦେହ ପ୍ରକଟ କରିଛନ୍ତି। ଟଙ୍କା ଫେରି ନ ପାଇଲେ ବ୍ୟାଙ୍କ ସମ୍ମୁଖରେ ଆମରଣ ଅନଶନ କରିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଇଁମାମୁଙ୍କ ସହ ବୁଲିବାକୁ ଆସି ଭାସିଗଲେ ବଙ୍ଗୀୟ ଛାତ୍ର

ଭୋଗରାଇ, ୧୭।୬(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଉଦୟପୁର ସମୁଦ୍ରକୂଳରେ ଶୁକ୍ରବାର ଗାଧୋଉଥିବା ବେଳେ ଭାସିଯାଇ ପଶ୍ଚିମବଙ୍ଗ ନଦୀଆ ଜିଲା କଲ୍ୟାଣୀ ଅଞ୍ଚଳର ଦଶମ...

ଧାନ ବିକ୍ରି ଟଙ୍କା ନ ମିଳିଲେ ଆନ୍ଦୋଳନ

ବନ୍ତ, ୪।୭ (ଡି.ଏନ.ଏ.) – ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନ ପଧାନପଡ଼ା ସେବା ସମବାୟ ସମିତିରେ ଚାଷୀମାନେ ୩ ମାସ ପୂର୍ବରୁ ଧାନ ବିକି...

ବିଧିବଦ୍ଧ ଭାବେ ସତ୍ୟଭୂଷଣଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର,୧୨।୧୧(ବ୍ୟୁରୋ): ପଦ୍ମପୁର ଉପନିର୍ବାଚନକୁ ନେଇ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ସତ୍ୟଭୂଷଣ ସାହୁଙ୍କୁ ବିଧିବଦ୍ଧ ଭାବେ ଦଳ ପ୍ରାର୍ଥୀ କରିଛି। ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ଅନୁମୋଦନ...

ପିଲାଙ୍କୁ ସଂକ୍ରମଣ ବଢ଼ିଲା

ଭୁବନେଶ୍ୱର, ୧୯।୮(ବ୍ୟୁରୋ) : ରାଜ୍ୟରେ ୨ଦିନ ହେଲା କରୋନା ସଂକ୍ରମଣ ହଜାରେ ତଳେ ରହିଛି। ହେଲେ ସଂକ୍ରମିତ ପିଲା ବା ଶିଶୁଙ୍କ ସଂଖ୍ୟା ବଢ଼ୁଥିବାରୁ ଚିନ୍ତା...

ଓଏଏସ୍‌ ଅଫିସର ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ରାଜ୍ୟ ସରକାର ଓଏଏସ୍‌ ଅଫିସର ସ୍ତରରେ ଅଦଳବଳଦ କରିଛନ୍ତି। ଏ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ...

ଲୋକଙ୍କୁ ଅସୁବିଧାରେ ନ ପକାଇ ଆନ୍ଦୋଳନରୁ ବିତର ରୁହ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର,୧୭।୩(ବ୍ୟୁରୋ): ଡ୍ରାଇଭର ସଂଘ ପକ୍ଷରୁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଚାଲିଥିବା ବେଳେ ଏଥିରୁ ବିରତ ରହିବାକୁ ଡ୍ରାଇଭରମାନଙ୍କୁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ନିବେଦନ...

ଗୁଣପୁର ପଞ୍ଚାୟତ ସମିତି ବୈଠକ: ସମିତି ସଭ୍ୟ, ଜିଲାପରିଷଦ ସଭ୍ୟ ହାତାହାତି

ଗୁଣପୁର,୨୧।୮(ଡି.ଏନ୍‌.ଏ.): ଦୀର୍ଘ ୧୦ମାସ ପରେ ବୁଧବାର ଗୁଣପୁର ପଞ୍ଚାୟତ ସମିତି ବୈଠକ ବସିଥିଲା। ସ୍ଥାନୀୟ ଅଞ୍ଚଳର ବହୁ ଉନ୍ନୟନ ପ୍ରସଙ୍ଗ ଏଥିରେ ଆଲୋଚନା ହେବାର ଥିଲା।...

‘ଗାଁକୁ ରାସ୍ତା କର, ଭୋଟ୍‌ ନିଅ’

ବାଲେଶ୍ୱର ଅଫିସ, ୬ା୨: ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ସିଆଡ଼ିମାଳ ପଞ୍ଚାୟତର ସିନ୍ଦୁରିଆ ଗାଁକୁ ରାସ୍ତା ନାହିଁ । ଆବଶ୍ୟକ ସ୍ଥଳେ ଗାଁକୁ ଆସିପାରୁନି ଆମ୍ବୁଲାନ୍ସ କିମ୍ବା...

Advertisement
Archives

Model This Week