୧୦ ଲକ୍ଷ ବିଦେଶୀ ଛାତ୍ରୀଛାତ୍ରଙ୍କୁ ଆମେରିକା ଛାଡ଼ିବାକୁ ନିର୍ଦ୍ଦେଶ

ଓ୍ବାଶିଂଟନ, ୭।୭: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆମେରିକା ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଇତିମଧ୍ୟରେ ଆମେରିକା ଛାଡ଼ିବାକୁ ୧୦ ଲକ୍ଷ ବିଦେଶୀ ଛାତ୍ରୀଛାତ୍ରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍‌ଲାଇନ୍‌ରେ କ୍ଲାସ୍‌ କରୁଥିବା ଛାତ୍ରୀଛାତ୍ର ଆମେରିକାରେ ନ ରହି ସ୍ବଦେଶ ବାହୁଡ଼ିଯିବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସରକାରଙ୍କ ପକ୍ଷରୁ କୁହାଯାଇଛି। ଏଭଳି ଛାତ୍ରୀଛାତ୍ରଙ୍କର କଲେଜ ଅବା ବିଶ୍ୱବିଦ୍ୟାଳୟକୁ ଯିବାର ଆବଶ୍ୟକତା ନାହଁ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଯେଉଁ ଛାତ୍ରୀଛାତ୍ରଙ୍କ ସମସ୍ତ କ୍ଲାସ୍‌ ଅନ୍‌ଲାଇନ୍‌ ହୋଇଯାଇଛି କେବଳ ସେମାନଙ୍କ ଲାଗି ସରକାରଙ୍କ ଏହି ନିଷ୍ପତ୍ତି ଲାଗୁହେବ। ଟ୍ରମ୍ପ୍‌ ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁ ଏଫ୍‌-୧ ଏବଂ ଏମ୍‌-୧ ଭିଜା ଥିବା ଛାତ୍ରୀଛାତ୍ର ଅଧିକ ପ୍ରଭାବିତ ହେବେ ବୋଲି କୁହାଯାଉଛି। ଆମେରିକାରେ ଚାଇନାର ସର୍ବାଧିକ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଏହା ତଳକୁ ଭାରତୀୟ ଛାତ୍ରୀଛାତ୍ରଙ୍କ ସଂଖ୍ୟା ରହିଛି। ସୂଚନାଯୋଗ୍ୟ, ୨୦୧୮-୧୯ ରିପୋର୍ଟ ଅନୁସାରେ ଆମେରିକାରେ ୩ ଲକ୍ଷ ୬୯ ହଜାର ୫୪୮ ଚାଇନା ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ସେହିପରି ଭାରତୀୟ ଛାତ୍ରୀଛାତ୍ରଙ୍କ ସଂଖ୍ୟା ୨ ଲକ୍ଷ ୨୦ ହଜାର ୧୪ ରହିଛି। ଅପରପକ୍ଷରେ ଦକ୍ଷିଣ କୋରିଆର ଛାତ୍ରୀଛାତ୍ରଙ୍କ ସଂଖ୍ୟା ୫୨ ହଜାର ୨୫୦ ରହିଛି। ଆମେରିକା ୨୦୧୮ରେ ବିଦେଶୀ ଛାତ୍ରୀଛାତ୍ରଙ୍କଠାରୁ ୪୪୭୦ କୋଟି ଡଲାରର ରାଜସ୍ବ ସଂଗ୍ରହ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା: ୨୫ ଦିନ ହେଲା ନାହିଁ ବିଜୁଳି, ଗରମରେ ସିଝୁଛନ୍ତି ଛାତ୍ରୀଛାତ୍ର

ବାଲିଗୁଡ଼ା,୮ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): ସରକାରୀ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ୍‌ରୁମ୍‌ ନିର୍ମାଣ କରି ଡିଜିଟାଲ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ହେଲେ ବିଦ୍ୟୁତ୍‌ ନ ଥିବାରୁ ସେହି ସ୍ମାର୍ଟ କ୍ଲାସ୍‌ରୁମ୍‌…

୨.୫୦ ଲକ୍ଷ ଟପିବ ସୁନା? ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ଏକ୍ସପର୍ଟ କହିଲେ…

ନୂଆଦିଲ୍ଲୀ,୮।୧୦: ଏହି ବର୍ଷ ସୁନା ଓ ରୂପା ଦର ବେଶ ବୃଦ୍ଧି ପାଇଛି। ସୁନା କଥା କହିବାକୁ ଗଲେ, ଜାନୁଆରୀ ମାସରେ ଯେଉଁଠି ସୁନା ଦର ୧.୩୫…

ଟ୍ରେନ୍‌ ଟ୍ରାକ୍‌ରୁ ମିଳିଲା ଯୁବକଙ୍କ ମୃତଦେହ, ଦେଓଗାଁରେ ବାଇକ୍‌ ରଖି…

ବଲାଙ୍ଗୀର,୮ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ରାଏପାଲି ଗ୍ରାମ ନିକଟ ଟ୍ରେନ୍‌ ଟ୍ରାକ୍‌ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ…

ପ୍ରଶାସନିକ ସ୍ତରରେ ଅଦଳବଦଳ; ବଦଳିଲେ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର,୮।୧୦: ପ୍ରଶାସନିକ ସ୍ତରରେ ଅଦଳବଦଳ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ତ୍ରିଲୋଚନ ମହାନ୍ତିଙ୍କ ବଦଳି ହୋଇଛନ୍ତି । ଭୁବନେଶ୍ବର ସ୍ଥିତ ROTIର ଯୁଗ୍ମ ନିର୍ଦ୍ଦେଶକ ଭାବେ…

ଦିଗପହଣ୍ଡିରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ସହ ଅନେକ ଦାବି ନେଇ ବନ୍ଦ ପାଳନ

ଦିଗପହଣ୍ଡି,୮ା୧୦(ଅଶେଷ ନାଥ ମିଶ୍ର): ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି, ସିପିଆଇ,ସିପିଆଇ(ଏମ) ଏବଂ ଇଣ୍ଡି ମେଣ୍ଟର ଅନ୍ୟାନ୍ୟ ସମସ୍ତ ଦଳ ପକ୍ଷରୁ ଗୁରୁବାର ବନ୍ଦ ଡାକରା ଦିଆଯାଇଥିବା ଓଡ଼ିଶା…

ପଞ୍ଜାବ କିଙ୍ଗ୍ସକୁ ଲାଗିଲା ୪୪୦ ଭୋଲର୍ଟ ଝଟକା: ଟିମ୍‌ ଛାଡ଼ିଦେଲେ…

ନୂଆଦିଲ୍ଲୀ,୮।୧୧: ଆଇପିଏଲ୍‌ର ଆଗାମୀ ସିଜନ ପୂର୍ବରୁ ପଞ୍ଜାବ କିଙ୍ଗ୍ସକୁ ୪୪୦ ଭୋଲର୍ଟ ଝଟକା ଲାଗିଛି। ଦଳର କୋଚିଂ ଷ୍ଟାଫ୍‌ରୁ ଆଉ ଦୁଇଜଣ ସଦସ୍ୟ ବିଦାୟ ନେଇଛନ୍ତି। ରିପୋର୍ଟ…

”ବୋହୂ ପେନଶନରେ ଶାଶୂଙ୍କ ଅଧିକାର ନାହିଁ”: କୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୮।୧୦: ୮୩ ବର୍ଷୀୟା ଜଣେ ବୃଦ୍ଧା ମହିଳାଙ୍କୁ ନିଜ ସ୍ୱର୍ଗତ ପୁଅର ସ୍ତ୍ରୀ ଅର୍ଥାତ ନିଜ ବିଧବା ବୋହୂଠାରୁ ପେନସନର ଅଂଶ ମାଗିବା ମହଙ୍ଗା ପଡ଼ିଲା। ତାଙ୍କ…

ଶୋଇଥିବାବେଳେ ସ୍ବାମୀଙ୍କ ତଣ୍ଟି ଉପରେ ଚଢ଼ି ଜୀବନ ନେଇଗଲେ ସ୍ତ୍ରୀ, ଘର ବାହାରେ…

ଆଳି,୮ା୧୦(ବନମାଳୀ ସେନାପତି): ସ୍ବାମୀଙ୍କ ତଣ୍ଟି ଉପରେ ଛିଡ଼ା ହୋଇ ହତ୍ୟା କରିଛନ୍ତି ସ୍ତ୍ରୀ। ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?