ମହିଳାଙ୍କ ଆକାଉଣ୍ଟରୁ ୧.୯୧ଲକ୍ଷ ଗାଏବ

ବ୍ରହ୍ମପୁର ଅଫିସ,୧୨ା୮: ବ୍ରହ୍ମପୁର ସହରରେ ଦିନକୁ ଦିନ ସାଇବର ଅପରାଧ ବଢ଼ିବାରେ ଲାଗିଛି। ବିଭିନ୍ନ ଉପାୟରେ ଲୋକଙ୍କ ଧନସମ୍ପତ୍ତି କ୍ଷଣିକ ମଧ୍ୟରେ ଗାଏବ କରି ଦେଉଛନ୍ତି। ସହରରେ ପୁଣିଥରେ ଏଭଳି ଠକେଇର ଶିକାର ହୋଇଛନ୍ତି ଜଣେ ମହିଳା। ବକେୟା ବିଦ୍ୟୁତ୍‌ ବିଲ୍‌ ଆଦାୟ ବାହାନାରେ ୧ ଲକ୍ଷ ୯୧ ହଜାର ୫୫ଟଙ୍କା ଲୁଟ ହୋଇଛି। ଠକେଇର ଶିକାର ହୋଇଥିବା ମହିଳା କେ. ଇନ୍ଦୁ ଏନେଇ ସାଇବର ଥାନାରେ ଗୁରୁବାର ଅଭିଯୋଗ କରିଛନ୍ତି। ପୋଲିସ ନଂ.ରେ ୩୨/୨୨ରେ ଏକ ମାମଲା ରୁଜୁକରି ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି।
ସୂଚନା ଅନୁସାରେ, ଖାଳସୀ ସାହିର କେ. ଶ୍ରୀନୁଙ୍କ ସ୍ତ୍ରୀ କେ. ଇନ୍ଦୁଙ୍କ ମୋବାଇଲକୁ ଗତ ୪ ତାରିଖରେ ଜଣେ ବ୍ୟକ୍ତି ଫୋନ କରିଥିଲେ। ଫୋନ କରିଥିବା ବ୍ୟକ୍ତି ଜଣଙ୍କ ନିଜକୁ ବିଦ୍ୟୁତ୍‌ ବିଭାଗର କର୍ମଚାରୀ ବୋଲି ପରିଚୟ ଦେଇଥିଲେ। ବକେୟା ବିଲ୍‌ ପୈଠ ନ କଲେ ସଂଯୋଗ ବିଚ୍ଛିନ୍ନ ହୋଇଯିବ ବୋଲି ସେ କହିଥିଲେ। ଅନ୍‌ଲାଇନ୍‌ରେ ଟଙ୍କା ପୈଠ କରିବାକୁ କହି ତାଙ୍କର ଏଟିଏମ୍‌ କାର୍ଡ ନମ୍ବର ସହିତ ଅନ୍ୟ ତଥ୍ୟ ମାଗିଥିଲେ। ଏହାର କିଛି ସମୟ ପରେ ଇନ୍ଦୁଙ୍କ ମୋବାଇଲକୁ ଟଙ୍କା ଉଠାଣ ନେଇ ମେସେଜ ଆସିଥିଲା। ଇନ୍ଦୁଙ୍କ ଅଜାଣତରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପର୍ଯ୍ୟାୟକ୍ରମେ ୧ଲକ୍ଷ ୯୧ ହଜାର ୫୫ ଟଙ୍କା ଉଠାଣ ହୋଇଥିବା ନେଇ ସେ ଜାଣିବାକୁ ପାଇଥିଲେ। ଠକେଇର ଶିକାର ହୋଇଥିବା ମହିଳା ଜଣଙ୍କ ଘଟଣା ସମ୍ପର୍କରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ସାଇବର ଥାନାରେ ଅଭିଯୋଗ କରିଥିଲେ। ବର୍ତ୍ତମାନ ସୁଦ୍ଧା ସାଇବର ଥାନାରେ ୩୨ଟି ମାମଲା ରୁଜୁ ହୋଇ ସାରିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଶ୍ରୁତିରେ ସୀମିତ ସରକାରୀ ଯୋଜନା: ରାଶନ କାର୍ଡରୁ ବଞ୍ଚତ୍ତ ଦିନମଜୁରିଆ କୃଷ୍ଣ

ବେଲପାହାଡ଼,୧୫।୧୦(ଡି.ଏନ୍‌.ଏ.)- ଝାରସୁଗୁଡ଼ା ଜିଲା ବେଲପାହାଡ଼ ପାୈର ପରିଷଦରେ ବହୁ ବ୍ୟବସାୟୀ ଓ ସ୍ବଚ୍ଛଳବର୍ଗ ପରିବାର ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ତାଲିକାଭୁକ୍ତ ହୋଇ ରିହାତି ମୂଲ୍ୟରେ...

ବାଲିଗୁଡ଼ାରେ ବସ ଚଳାଚଳ ବନ୍ଦ

ବାଲିଗୁଡ଼ା,୮।୧(ଡି.ଏନ୍‌.ଏ.) : କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ପକ୍ଷରୁ ବୁଧବାର ୧୨ ଦଫା ନେଇ ଦେଶବ୍ୟାପୀ ବନ୍ଦ ପାଳନ ଡାକରା ଦିଆଯାଇଛି। ଏଠାରେ କୌଣସି ସଂଗଠନ ବନ୍ଦ...

୨ବର୍ଷ ଧରି ନିଖୋଜ ଥିବା ମହିଳାଙ୍କ ମୃତଦେହ ଗାଁ ମୁଣ୍ଡରୁ ଜବତ

ଦଶମନ୍ତପୁର,୧୬।୭ (ଅରବିନ୍ଦ ନାୟକ )୨ ବର୍ଷ ୩ ମାସ ହେଲା ନିଖୋଜ ଥିବା ଜଣେ ମହିଳାଙ୍କ ମୃତଦେହକୁ ପୋଲିସ କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଚଣାବାଡ...

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପାଟଣା,୨।୫(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା କପୁଣ୍ଡି ବେହେରା ସାହିର ଏକ ଆମ୍ବ ଗଛରୁ ମଙ୍ଗଳବାର ଜଣେ ବିବାହିତା ମହିଳାଙ୍କ ଝୁଲନ୍ତା ମୃତ ଦେହକୁ...

୩ ବ୍ରାଞ୍ଚ ପୋଷ୍ଟମାଷ୍ଟର ଚାକିରିରୁ ବହିଷ୍କୃତ

କେନ୍ଦ୍ରାପଡ଼ା ଅଫିସ,୨୬।୪: କେନ୍ଦ୍ରାପଡ଼ା ଡାକ ବିଭାଗରେ ଜାଲ ସାର୍ଟିଫିକେଟ ମାଧ୍ୟମରେ ଚାକିରି ଲିଙ୍କ୍‌ ଧରାପଡ଼ିଛି। ଡାକ ଅଧୀକ୍ଷକ ୨୦୧୮ରୁ ଅଦ୍ୟାବଧି ଚାକିରି କରିଥିବା କର୍ମଚାରୀଙ୍କ ସାର୍ଟିଫିକେଟ...

ଦଦରା ହଷ୍ଟେଲରେ ଦହଗଞ୍ଜ

ଢେଙ୍କାନାଳ ଅଫିସ, ୨୪।୯: ଛାତ୍ରାବାସକୁ ବିତିଲାଣି ୪୦ବର୍ଷ। କେଉଁଠି କୋଠା ଛାତ ଫାଟି ଆଁ କରିଛି ତ ଆଉ କେଉଁଠି କାନ୍ଥ। ସମୟେ ସମୟେ ମୁଣ୍ଡା...

ଲୋକକଳାକୁ ବଞ୍ଚାଇ ରଖିଛି ପଏଁରୀ

ସୋନପୁର,୨।୧(ନି.ପ୍ର.):ସୁବର୍ଣ୍ଣପୁର ଜିଲାର ଲୋକକଳା ଗବେଷଣା କେନ୍ଦ୍ର ତଥା ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ପକ୍ଷରୁ ନବବର୍ଷ ଅବସରରେ ପଏଁରୀ ତିହାର-୨୩ ଭୀମ ଭୋଇ କଳା ମଣ୍ଡପରେ...

ଜୁନ୍‌ ୧ରୁ କାର୍ଯ୍ୟକ୍ଷମ ହେବ ଏମ୍‌ସିସି

ଅନୁଗୋଳ ଅଫିସ, ୨୦।୫: ବହୁ ବିରୋଧ ପରେ ଅନୁଗୋଳ ସହରରେ ମାଇକ୍ରୋ କମ୍ପୋଷ୍ଟିଂ ସିଷ୍ଟମ(ଏମ୍‌ସିସି) ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସହରର ଗୋଟିଏ ସ୍ଥାନରେ...

Advertisement
Archives

Model This Week