ଚନ୍ଦଲି ଶକ୍ତିପୀଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦିଆଯାଉ

ଲେଫ୍ରିପଡ଼ା,୧୨।୮(ଡି.ଏନ୍‌.ଏ.):ସୁନ୍ଦରଗଡ଼ ଜିଲାର ଲେଫ୍ରିପଡ଼ା ବ୍ଲକ ଅନ୍ତର୍ଗତ ରାଏ ପଞ୍ଚାୟତ ଅନ୍ତର୍ଗତ ଉଜ୍ୱଲପୁର ଠାରୁ ଦର୍ଲିପାଲି ପିଡ଼ବ୍ଲ୍ୟୁଡ଼ି ରାସ୍ତା କଡ଼ ଏନଟିପିସି ପ୍ରକଳ୍ପ ନିକଟରେ ରହିଛି ପ୍ରସିଦ୍ଧ ଚନ୍ଦଳି ଶକ୍ତିପୀଠ। କେଉଁ ଆବାହମାନ କାଳରୁ ଏଠାରେ ମା’ ଚନ୍ଦଳି ପାଟ ପୂଜା ପାଇ ଆସୁଛନ୍ତି । ମା’ଙ୍କ ପ୍ରତି ଅଞ୍ଚଳବାସୀଙ୍କ ଅଗାଢ ଆସ୍ଥା, ବିଶ୍ୱାସ ଓ ଭକ୍ତି ରହିଛି । ହଜାର ହଜାର ଲୋକଙ୍କ ବିଶ୍ୱାସର ପ୍ରତୀକ ଏହି ଲୋକଦେବୀ। ପୁଷ୍ପୁନି ଦିନ ଏଠାରେ ବିଶାଳ ମେଳାର ଆୟୋଜନ ମଧ୍ୟ ହୋଇଥାଏ। ରାଏ ପଞ୍ଚାୟତ ତଥା ରାଜସ୍ବ ଗ୍ରାମ ଅଧୀନରେ ଏହା ରହିଥିବା ବେଳେ ଏହି ଚନ୍ଦଳି ପାହାଡ଼ ଉପରେ ପାଟ ମା’ଙ୍କ ଆସ୍ଥାନ ରହିଛି । ଦଶହରା ଏବଂ ପୌଷପୂର୍ଣ୍ଣିମାରେ ଏଠାରେ ଭକ୍ତଙ୍କ ବେଶ ଭିଡ଼ ପରିଲକ୍ଷିତ ହୋଇଥାଏ । ପୌଷ ପୂର୍ଣ୍ଣିମାରେ ଏଠି ମେଳା ବସୁଥିବା ବେଳେ ମା’ଙ୍କ ଦର୍ଶନ ପାଇଁ ଆଖପାଖ ପଡୋଶୀ ଜିଲା ଝାରସୁଗୁଡ଼ା, ସମ୍ବଲପୁର ସମେତ ଛତିଶଗଡ଼ ଅଞ୍ଚଳରୁ ଭକ୍ତମାନେ ମା’ଙ୍କ ଦର୍ଶନ ପାଇଁ ଆସିଥାନ୍ତି । ମା’ ଚନ୍ଦଳିପାଟ ପ୍ରତ୍ୟକ୍ଷ ଦେବୀ ହୋଇଥିବା ବେଳେ ତାଙ୍କ ପାଖରେ ମନାସି କଲେ ଅଭିଲାଷ ପୂରଣ ହୋଇଥାଏ ବୋଲି ଲୋକଙ୍କର ଅଗାଧ ବିଶ୍ୱାସ ରହିଛି । ଏଣୁ ପ୍ରତ୍ୟେକ ପୌଷପୂର୍ଣ୍ଣିମାରେ ଲକ୍ଷ ଲକ୍ଷ ଭକ୍ତ ସମବେତ ହୋଇ ମା’ଙ୍କ ପୂଜା ଆରାଧନା କରିଥାନ୍ତି । ଏହା ଜିଲା ତଥା ଅଞ୍ଚଳର ଏକ ପ୍ରସିଦ୍ଧ ଶକ୍ତିପୀଠ ଭାବେ ପରିଚୟ ସୃଷ୍ଟି କରିଥିବାରୁ ଏହି ପୀଠ ପ୍ରତି ଲୋକଙ୍କ ଦୃଢ ବିଶ୍ୱାସ ଓ ଭକ୍ତି ରହିଛି। କିନ୍ତୁ, ଏହି ପୀଠର ଏଯାବତ କୌଣସି ବିକାଶ ହୋଇପାରି ନ ଥିବାରୁ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଉଛି। ସ୍ଥାନୀୟ ଜନୈକ ଭକ୍ତ ମା’ ଙ୍କ ପୀଠ ଛାତ କରି ସୁରକ୍ଷା ପାଇଁ ଉଦ୍ୟମ କରିଥିବା ବେଳେ ଅନ୍ୟ ଜଣେ ଭକ୍ତ ଗେଟ ନିର୍ମାଣ କରିଛନ୍ତି । ତେବେ ଏହି ପୀଠର ସର୍ବାଙ୍ଗୀନ ବିକାଶର ଜରୁରୀ ଆବଶ୍ୟକତା ରହିଛି। ଏହାରି ନିକଟରେ ଏନଟିପିସିର ବୃହତ ତାପଜ ବିଦ୍ୟୁତ ପ୍ରକଳ୍ପ ଏବେ ପ୍ରତିଷ୍ଠା ହୋଇଛି। ଏଣୁ ଜିଲା ଖଣିଜ ପଦାର୍ଥ ପ୍ରତିଷ୍ଠାନ ପାଣ୍ଠିରୁ ଅନୁଦାନ ମଞ୍ଜୁରୀ କରାଯାଇ ଏହି ଗୁରୁତ୍ୱପୂର୍ଣ୍ଣ ଶକ୍ତି ପୀଠର ବିକାଶ କରାଯିବା ସହିତ ଏହାକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବାକୁ ଅଞ୍ଚଳବାସୀ ପକ୍ଷରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୮ ଗିରଫ

ଛତ୍ରପୁର,୧୧ା୧୦(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ ) : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ପକ୍ଷରୁ ଜୁଆ ଆଡ୍ଡାରେ ଚଢାଉ ଜାରି ରହିଛି । ଶନିବାର ବିଳମ୍ବିତ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?