୧୨ରେ ନନ୍ଦନକାନନ ପାଳିବ ବିଶ୍ୱ ହସ୍ତୀ ଦିବସ

ବାରଙ୍ଗ,୧୧।୮(ଡି.ଏନ୍‌.ଏ.): ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୧୨ ତାରିଖ ତଥା ସୋମବାର ୫ମ ଥର ପାଳନ ହେବ ବିଶ୍ୱ ହସ୍ତୀ ଦିବସ। ଏହି ଦିନ ନନ୍ଦନକାନନ ବନ୍ଦ ଥିବାରୁ କର୍ମଚାରୀ ଓ ସ୍କୁଲ ଛାତ୍ରୀଛାତ୍ରଙ୍କ ଗହଣରେ ପାଳନ କରାଯିବ। ଏହି ଉପଲକ୍ଷେ କନଫେରନ୍ସ ହଲରେ ପର୍ଯ୍ୟଟନବିଭାଗ ଏସିଏଫ୍‌ ଅମୂଲ୍ୟ କୁମାର ପରିଡାଙ୍କ ତତ୍ତ୍ୱାବଧାନରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ୭୮ଜଣ ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ। ଏହି ଦିବସରେ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ୧୦ଜଣ ଛାତ୍ରୀଛାତ୍ରଙ୍କ ସହ ମାହୁନ୍ତଙ୍କୁ ସମ୍ମାନିତ କରାଯିବ। ଚଳିତବର୍ଷ ବିଶ୍ୱହସ୍ତୀଦିବସ ନିରାଡମ୍ବରଭାବେ ପାଳନ ହେବାକୁ ଯାଉଛି। ନା ରହିବ ହାତୀଙ୍କ ପିଠିରେ ପିପିଲି ଚାନ୍ଦୁଆ ନା ରହିବ ହାତୀଙ୍କ ଶରୀରରେ ରଙ୍ଗିନ ଚକଖଡିର ଚିତ୍ରିତ। ୩ କିମ୍ବା ୪ ହାତୀକୁ ନେଇ ଏହି ହସ୍ତୀ ଦିବସ ପାଳନ ହେବ। ସୋମବାର ନନ୍ଦନକାନନ ବନ୍ଦ ଥିବାରୁ ୧୧ଟି ବିଦ୍ୟାଳୟର ଛାତ୍ରୀଛାତ୍ର ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ନନ୍ଦନକାନନରେ ପ୍ରେମା, ବାସନ୍ତୀ, କମଳା, ଗୌରୀ, ଜୁଲି, ଚନ୍ଦନ, ହୀରା ଓ ମାମାକୁ ମିଶାଇ ୮ଟି ହାତୀ ରହିଛନ୍ତି। ନନ୍ଦନକାନନର ଛୋଟହାତୀ ମାମା ହୋଇଥିବାବେଳେ ସବୁଠାରୁ ବଡ ହାତୀ ପ୍ରେମା। ଛୋଟ ହାତୀ ମାମା ସାଜିବ ହସ୍ତୀ ଦିବସରେ ମୁଖ୍ୟ ଆକର୍ଷଣ ସାଜିବ ବୋଲି ଜଣାପଡ଼ିଛି।

ପର୍ଯ୍ୟଟନ ପରିଚାଳନା ଦାୟିତ୍ୱରେ ଥିବା ସହକାରୀ ବନ ସଂରକ୍ଷକ ଅମୂଲ୍ୟ କୁମାର ପରିଡା କୁହନ୍ତି, ପର୍ଯ୍ୟଟକମାନେ କମିବାର ମୁଖ୍ୟ କାରଣ ବାତ୍ୟା ଫନୀ। ଯେଉଁ ପର୍ଯ୍ୟଟକ ନନ୍ଦନକାନନକୁ ବୁଲିବାକୁ ଆସିଥାନ୍ତି ସେମାନେ ପୁରୀ, କୋଣାର୍କ, ଧଉଳି, ଖଣ୍ଡଗିରି ସହ ନନ୍ଦନକାନନକୁ ବୁଲିବା ତାଲିକାରେ ରଖିଥାନ୍ତି। ବାତ୍ୟାରେ କ୍ଷତି ହୋଇଥିବା ପୁରୀର ପ୍ରାକୃତିକ ପରିବେଶ ଫେରି ନାହିଁ ବୋଲି ପର୍ଯ୍ୟଟକଙ୍କ ଧାରଣା ଥିବାରୁ ସେମାନଙ୍କ ସଂଖ୍ୟା କମଛି। ଏବେ ନନ୍ଦନକାନନ ପକ୍ଷରୁ ନୂଆ ପଶୁପକ୍ଷୀ ଆଣିବାର ପ୍ରକ୍ରିିୟା ଆରମ୍ଭ ହୋଇଛି। ଅଗଷ୍ଟ ଶେଷ ସୁଦ୍ଧା ଆନ୍ନାକୋଣ୍ଡା ନନ୍ଦନକାନନକୁ ଆସିବ। ଏହାପରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

ରାଜ୍ୟରେ ଆଣ୍ଟି ଟିବି ଔଷଧ ଅଭାବ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ): ଜାତୀୟ ଯକ୍ଷ୍ମା ବିଲୋପ କାର୍ଯ୍ୟକ୍ରମ(ଏନ୍‌ଟିଇପି) ହେଉଛି ଏକ ଫ୍ଲାଗ୍‌ଶିପ କାର୍ଯ୍ୟକ୍ରମ। ଏଥିରେ ଯକ୍ଷ୍ମା ବା ଟିବି ରୋଗର ଶୀଘ୍ର ଚିହ୍ନଟ, ଚିକିତ୍ସା...

ବିଜେଡିର ୩୪ ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ ୧୨ ବିଧାୟକଙ୍କ ସ୍ତ୍ରୀ

ଭୁବନେଶ୍ୱର,୨୪ା୪(ଅନିଲ ଦାସ):ବିଜୁ ଜନତା ଦଳ ସପ୍ତମ ପର୍ଯ୍ୟାୟ ସୁଦ୍ଧା ୧୪୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସେମାନଙ୍କ ମଧ୍ୟରେ ୩୪ ଜଣ ମହିଳାଙ୍କୁ ଦଳ...

ମିଶନ ଶକ୍ତିକୁ ବନ୍ଦ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର,୨୪ା୪(ଅନିଲ ଦାସ): ରାଜ୍ୟର ୭୦ ଲକ୍ଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ୬ ଲକ୍ଷ ମିଶନ ଶକ୍ତି ଏସ୍‌ଏଚ୍‌ଜି ସାରା ଓଡ଼ିଶାର ଅନେକ ଲକ୍ଷ...

ଏପର୍ଯ୍ୟନ୍ତ ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିପାରୁନାହାନ୍ତି ରାଜ୍ୟର ୩ ପ୍ରମୁଖ ଦଳ:ଜାଣନ୍ତୁ କାହାର କେତେ ଆସନ ବାକି ଅଛି

ଭୁବନେଶ୍ୱର,୨୪।୪(ସୁନିତ୍‌ ମିଶ୍ର):ରାଜ୍ୟରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ବୁଧବାର ପ୍ରାର୍ଥତ୍ପତ୍ର ଦାଖଲର ଶେଷ ଦିନ ରହିଛି। ହେଲେ ଏପର୍ଯ୍ୟନ୍ତ ରାଜ୍ୟର ୩ ପ୍ରମୁଖ...

ଭାଜପା ଟି-ଶାର୍ଟରେ ନାହିଁ ମନମୋହନଙ୍କ ଫଟୋ

କାଏମା,୨୪ା୪(ଶିବପ୍ରସାଦ ମହାନ୍ତି):ଯାଜପୁର ଜିଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ମଙ୍ଗଳବାର ଆହୂତ ଏକ ବାଇକ୍‌ ଶୋଭାଯାତ୍ରାରେ କର୍ମୀମାନେ ପିନ୍ଧିଥିବା ଟି-ସାର୍ଟରେ ଭାଜପା ଉଚ୍ଚ ନେତୃବର୍ଗଙ୍କୁ ଉପେକ୍ଷା କରାଯାଇଥିବା...

ନବୀନଙ୍କ ଲୁଙ୍ଗିକୁ ନେଇ ରାଜନୀତିରେ ଝଡ଼, ଧର୍ମେନ୍ଦ୍ର କହିଲେ…

ଭୁବନେଶ୍ୱର,୨୩।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri